ପ୍ରାଣୀଙ୍କ ମିନି ରେଷ୍ଟୁରାଣ୍ଟ

ନୂଆଦିଲ୍ଲୀ: ବିଶ୍ୱର ବିଭିନ୍ନ ସହରରେ ଏବେ ଲକ୍‌ଡାଉନ୍‌ ଚାଲିଥିବାରୁ ରାଜରାସ୍ତା ଉପରେ ବେଶ୍‌ ଆରାମରେ ବୁଲୁଛନ୍ତି ବିଭିନ୍ନ ଜୀବ। ରାସ୍ତା ଉପରେ ସେମାନଙ୍କୁ ହଇରାଣ କରିବା ପାଇଁ କେହି ରହୁ ନାହାନ୍ତି। କିନ୍ତୁ ଅନେକ ସ୍ଥାନରେ ପ୍ରାଣୀମାନେ ନିଜର ଖାଦ୍ୟ ପାଇଁ ଲୋକଙ୍କ ଉପରେ ନିର୍ଭର କରୁଛନ୍ତି। ଏଥିପାଇଁ ହିଁ କେତେକ ସ୍ଥାନରେ ବିଭିନ୍ନ ପ୍ରକାରର ଜୀବଜନ୍ତୁଙ୍କୁ ବହୁ ଅସୁବିଧାର ସାମ୍ନା କରିବାକୁ ପଡୁଛି। ଏଭଳି ଜୀବଜନ୍ତୁଙ୍କୁ କିଛି ଅଞ୍ଚଳରେ ପରିବେଶବିତ୍‌ ତଥା ସାମାଜିକ କାର୍ଯ୍ୟକର୍ତ୍ତାମାନେ ଖାଦ୍ୟ ଦେଉଛନ୍ତି। ତେବେ ଏଭଳି ଜୀବମାନଙ୍କୁ ଖାଦ୍ୟ ଦେବା ସହ ଖୁସିରେ ସମୟ କଟାଇବା ପାଇଁ ଆମେରିକାର ଡେଗ୍ରାଇଟ୍‌ରେ ରହୁଥିବା ଜେମ୍ସ ରିଲେଣ୍ଡ ନିଜ ଘର ବାହାରେ ଏକ ଛୋଟ ରେଷ୍ଟୁରାଣ୍ଟ ତିଆରି କରିଛନ୍ତି। ଏହି ରେଷ୍ଟୁରାଣ୍ଟରେ ସେ ସୁନ୍ଦରଭାବେ ଫୁଡ୍‌ ପାର୍କ, ପିକ୍‌ନିକ୍‌ ଟେବୁଲ୍‌ ସହିତ ବିଭିନ୍ନ ପ୍ରକାର ଖାଦ୍ୟ ଝୁଡ଼ି ବି ରଖିଛନ୍ତି। ଜୀବଜନ୍ତୁଙ୍କ ପାଇଁ ଖାଦ୍ୟ ସହିତ ପାଣି ପିଇବା ପାଇଁ ବି ଏଠାରେ ସୁବିଧା ରହିଛି। ଏହି ରେଷ୍ଟୁରାଣ୍ଟରେ କେତେକ ଜୀବଜନ୍ତୁଙ୍କ ପଥର ମୂର୍ତ୍ତି କରାଯାଇ ରେଷ୍ଟୁରାଣ୍ଟକୁ ଆକର୍ଷଣୀୟ କରାଯାଇଛି। ତେବେ ଲକ୍‌ଡାଉନ୍‌ ସମୟରେ କିଛି ଲୋକଙ୍କ ଏଭଳି ଭିନ୍ନ ଚିନ୍ତାଧାର ଓ କାମ ନିଶ୍ଚିତଭାବେ ପରିବେଶ ପାଇଁ ଶୁଭଙ୍କର ହୋଇପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ପିଲାଙ୍କୁ ଦିଆଯାଉଛି କୁକୁଡ଼ା ରକ୍ତର ଇଞ୍ଜେକ୍ସନ, କାରଣ ଜାଣିଲେ…

ବେଜିଂ,୧୧ା୧୧: ଚାଇନାର ଲୋକମାନେ ସେମାନଙ୍କର ଅଜବ ଖାଦ୍ୟ ଏବଂ ପାନୀୟ ପାଇଁ ସାରା ବିଶ୍ୱରେ ଜଣାଶୁଣା। କୁହାଯାଏ, ଚାଇନିଜ୍‌ମାନେ ଯେକୌଣସି ଖାଦ୍ୟ ଖାଇପାରନ୍ତି। ବର୍ତ୍ତମାନ ଚାଇନାରେ...

ପାକିସ୍ତାନରେ ହିନ୍ଦୁ ଯୁବକଙ୍କ ଉପରେ ନିନ୍ଦା କରୁଥିବା ଅଭିଯୋଗ, ସୋସିଆଲ ମିଡିଆରେ ଈଶ୍ୱରଙ୍କୁ କହିଥିଲେ ନିଷ୍ଠୁର

ଇସଲାମାବାଦ,୧୪ ।୧: ପାକସ୍ତାନର ସିନ୍ଧ ଅଞ୍ଚଳରେ ଜଣେ ଯୁବକ ସୋସିଆଲ ମିଡିଆରେ ଈଶ୍ୱରଙ୍କୁ ନିଷ୍ଠୁର ବୋଲି କହିବା ମହଙ୍ଗା ପଡିଛି । ତାଙ୍କ ଉପରେ ଏବେ...

ଗୋଟିଏ ଗୋଡରେ ସ୍କେଟିଂ କରୁଛନ୍ତି ଯୁବକ: ଦେଖନ୍ତୁ ଭିଡିଓ

ପ୍ରତିଦିନ ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହେଉଛି। ବର୍ତ୍ତମାନ ଗୋଟିଏ ଗୋଡରେ ଜଣେ ଯୁବକ ସ୍କେଟିଂ କରୁଥିବା ଭିଡିଓ ଭାଇରାଲ ହୋଇଛି। ଭିଡିଓରେ ଦେଖାଯାଇଛି,...

ଶାହାବାଜ-ଇମ୍ରାନଙ୍କ ସରକାର ଅଧିକ ଦୁର୍ନୀତିଗ୍ରସ୍ତ…

ବର୍ଲିନ,୨।୨ : ଜର୍ମାନୀର ଟ୍ରାନ୍ସପରେନ୍ସି ଇଣ୍ଟରନ୍ୟାଶନାଲ (ଟିଆଇ) ସଂଗଠନ ବାର୍ଷିକ ରିପୋର୍ଟ ପ୍ରକାଶ କରିଛି। ଯେଉଁଥିରେ ଶାହାବାଜ ସରିଫ ଏବଂ ଇମ୍ରାନ ଖାନଙ୍କ ନେତୃତ୍ୱରେ ସରକାରଙ୍କ...

ପାକିସ୍ତାନକୁ ଶକ୍ତ ଝଟ୍‌କା: ୪୪୦ ନିୟୁତ ଡଲାର ସହାୟତା କମାଇଲା ଆମେରିକା

ନୂଆଦିଲ୍ଲୀ,୧୮ା୮: ଗୁରୁତର ଆର୍ଥିକ ସଙ୍କଟ ମଧ୍ୟରେ ଗତି କରୁଥିବା ପାକିସ୍ତାନକୁ ଆଉ ଏକ ବଡ଼ ଝଟକା ଲାଗିଛି। ଆମେରିକା ପାକିସ୍ତାନକୁ ଯୋଗାଉଥିବା ଆର୍ଥିକ ସହାୟତାକୁ ୪୪୦...

୨୦୦୦ ଶିଶୁଙ୍କୁ ଅପହରଣ କରିଛି ରୁଷିଆ…

କ୍ୱିଭ୍‌, ୨୮।୩ : ରୁଷିଆ ୟୁକ୍ରେନ୍‌ ମଧ୍ୟରେ ଯୁଦ୍ଧ ଜାରି ରହିଛି। ଏପରିସ୍ଥଳେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଅଭିଯୋଗ କରିଛନ୍ତି ଯେ, ରୁଷିଆ ୨୦୦୦...

ବରଙ୍କ ପିଠିରେ ବସି କନ୍ୟା କରୁଥିଲେ ଡ୍ୟାନ୍ସ, ଆଉ ତା’ ପରେ…

ସୋସିଆଲ ମିଡିଆରେ ଅନେକ ସମୟରେ ଖୁବ୍‌ ମଜାଳିଆ ଭିଡିଓ ଭାଇରାଲ ହେଉଛି। ଯାହା ଲୋକଙ୍କୁ ହସର ଖୋରାକ ଯୋଗାଇଥାଏ। ଏବେ ସେମିତି ଏକ ଭିଡିଓ ଭାଇରାଲ...

ନେତନ୍ୟ୍ୟାହୁଙ୍କୁ ବଞ୍ଚାଇବାକୁ ନୂଆ ଆଇନ ପାସ୍‌, ସଡ଼କରେ ବିରୋଧ ପ୍ରଦର୍ଶନ ଜାରି

ତେଲ ଆଭିବ,୨୪ ।୩: ଇସ୍ରାଏଲ ସଂସଦରେ ଗୁରୁବାର ନ୍ୟାୟପାଳିକାରେ ଆମୁଳ-ଚୁଳ ପରିବର୍ତ୍ତନ ପାଇଁ ପ୍ରସ୍ତାବିତ କିଛି ବିବାଦୀୟ ଆଇନ ମଧ୍ୟରୁ ପ୍ରଥମ ଆଇନକୁ ପାରିତ କରିଛନ୍ତି...

Advertisement
Archives

Model This Week