ପ୍ରଭାବ ପକାଇଛି ଲକ୍‌ ଡାଉନ, ଭୋକ୍‌ ଉପାସରେ କଟୁଛି ଦିନ

ବାରକୋଟ, ୧୯।୪ (ଡି.ଏନ.ଏ.)- ଲକ୍‌ ଡାଉନ ପ୍ରଭାବରେ ଦିନ ମଜୁରିଆଙ୍କ ଅବସ୍ଥା ଦୟନୀୟ ସ୍ଥିତିରେ ପହଞ୍ଚତ୍ଛି। ଏମାନଙ୍କ ଲାଗି ଅବଶ୍ୟ ସରକାରୀ ସହାୟତା କିଛି ମାତ୍ରାରେ ସହାୟକ ହେଉଛି। ତଥାପି ଅନେକ ଯୋଗ୍ୟ ହିତାଧିକାରୀ ସରକାରୀ ସହାୟତାରୁ ବଞ୍ଚତ୍ତ ହୋଇଛନ୍ତି। ଏଭଳି ଏକ ପରିବାର ଦେବଗଡ ଜିଲା ବାରକୋଟ ବ୍ଲକ ବସାଲଇ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଅସନନାଳୀ ଗ୍ରାମରେ ଦେଖିବାକୁ ମିଳିଛି । ଉକ୍ତ ଗ୍ରାମର ସ୍ବର୍ଗତ ଧୂଳିଆ ଲୁହୁରାଙ୍କ ପୁଅ ସୁଶାନ୍ତ ଲୁହୁରା (୩୦) ରାସନକାର୍ଡ ନ ଥିବାରୁ କୌଣସି ସରକାରୀ ସହାୟତା ପାଇବାରୁ ବଞ୍ଚତ୍ତ ହୋଇଛନ୍ତି। ସ୍ତ୍ରୀ ଟୁନି (୨୬) ବାହାଦୂର ଏବଂ ଝିଅ ସବିତା ଲୁହୁରା (୫)ଙ୍କୁ ନେଇ ତାଙ୍କ ପରିବାର। ସୁଶାନ୍ତ ଅନ୍ୟ ଜାତିର ଝିଅ ବିବାହ କରିବାରୁ ତାଙ୍କୁ ପରିବାର ଓ ସମାଜରୁ ବାହାର କରି ଦିଆଯାଇଛି। ସେ ଅନ୍ୟତ୍ର ଏକ କୁଡିଆ କରି ରହୁଛନ୍ତି। ସ୍ବାମୀ ସ୍ତ୍ରୀ ମଜୁରି କରି ପେଟ ପୋଷଛନ୍ତି। ହେଲେ ଏବେ ଲକ୍‌ ଡାଉନ ଯୋଗୁ କାମଧନ୍ଦା ବନ୍ଦ ଥିବାରୁ ଏମାନେ ରୋଜଗାର ହରାଇ ବେସାହାରା ହୋଇପଡିଛନ୍ତି । ରାସନକାର୍ଡ ଖଣ୍ଡିଏ ପାଇଁ ଅନେକ ଥର ଗୁହାରି କରିଥିଲେ ମଧ୍ୟ ଆଜି ଯାଏଁ ପାଇପାରି ନାହାନ୍ତି । ତେବେ ଏ ବିଷୟରେ ବାରକୋଟ ବିଡିଓ ଟୁନୁ ମେହେରଙ୍କୁ ପଚାରିବାରୁ ପଞ୍ଚାୟତରେ ଦିଆଯାଉଥିବା ରନ୍ଧାଖାଦ୍ୟ ଯୋଗାଇ ଦିଆଯିବ ବୋଲି ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଲ୍ୟାମ୍ପ୍‌ସ ଅଫିସରେ ତାଲାଦେଲେ ମହିଳା

ନନ୍ଦାହାଣ୍ଡି,୪ା୯(ଡି.ଏନ୍‌.ଏ.): ଚାଷୀଙ୍କୁ ୟୁରିଆ ସାର ନ ଦେଇ ଚୋରାଚାଲାଣ ହେଉଥିଲା। ଏହାର ପ୍ରତିବାଦରେ ମହିଳା ଚାଷୀମାନେ ଲ୍ୟାମ୍ପ୍‌ସ କାର୍ଯ୍ୟାଳୟରେ ଶନିବାର ତାଲା ପକାଇ ଦେଇଥିଲେ। ନବରଙ୍ଗପୁର...

ଜାତୀୟ କୃମି ନାଶକ ଦିବସ : ଗଞ୍ଜାମ ଜିଲାରେ ୭ ଲକ୍ଷ ୩୪ ହଜାର ଶିଶୁ ଖାଇବେ ଔଷଧ

ବ୍ରହ୍ମପୁର ଅଫିସ,୮।୮: ଗଞ୍ଜାମ ଜିଲା ଗୋଳନ୍ଥରାସ୍ଥିତ ବିଜୁ ଆଦର୍ଶ ବିଦ୍ୟାଳୟଠାରେ ଗୁରୁବାର ଜିଲାସ୍ତରୀୟ ଜାତୀୟ କୃମି ନାଶକ ଦିବସ ପାଳିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ...

୧୪ଲକ୍ଷ ଠକି ୩ ଭଉଣୀଭାଇ ଗିରଫ

ଝାରସୁଗୁଡ଼ା ଅଫିସ,୨୬।୧୦: ଜଣେ ଯୁବକଙ୍କୁ ରେଳବାଇରେ ଚାକିରି ଦେବା ନାମରେ ତାଙ୍କ ନିକଟରୁ ୧୪ଲକ୍ଷ ଟଙ୍କା ଠକି ନେବା ଅଭିଯୋଗରେ ଝାରସୁଗୁଡ଼ା ପୋଲିସ ୩ ଭଉଣୀଭାଇଙ୍କୁ...

୪ କିମି ଭାରରେ ବୁହା ହେଲେ ଗର୍ଭବତୀ

ଚିତ୍ରକୋଣ୍ଡା,୫ା୯(ଡି.ଏନ.ଏ.): ଏବେବି ଦୁର୍ଗମ ଅଞ୍ଚଳରେ ସ୍ବାସ୍ଥ୍ୟସେବା ଅପହଞ୍ଚ ହୋଇ ରହିଛି। ଉପଯୁକ୍ତ ସଚେତନତା ଓ ବିଭିନ୍ନ ସ୍ବାସ୍ଥ୍ୟ ସେବା ସମ୍ପର୍କରେ ପରାମର୍ଶର ଅଭାବ ଯୋଗୁ ବିଭିନ୍ନ...

ବର୍ଷାଜଳ ଘରେ ପଶିବା ଭଳି ପରିସ୍ଥିତି: ନିଆଗଲା ଯୁଦ୍ଧକାଳୀନ ଭିତ୍ତିରେ ପଦକ୍ଷେପ

ଗଞ୍ଜାମ,୧୪।୧୦(ଡି.ଏନ୍‌.ଏ.): ଲଗାଣ ବର୍ଷାରେ ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ପୁଇଁତୋଳା ଗ୍ରାମ ୧୬ ନଂ. ଜାତୀୟ ରାଜପଥ ପାର୍ଶ୍ୱରେ ବର୍ଷାଜଳ ଜମି ରହିଛି। ଏହ ଘରେ ପଶିବା...

ବ୍ୟାଙ୍କରୁ ଚୋରି ଉଦ୍ୟମ ବିଫଳ, ଆଇରନ୍‌ ଚେଷ୍ଟ ଭାଙ୍ଗି ନ ପାରି ଫେରିଗଲେ

ଶେରଗଡ଼,୧୭ା୬(ଡି.ଏନ୍‌.ଏ.)- ଶେରଗଡ଼ ବ୍ଲକ ଠୁରୁବୁରାଇ ଗ୍ରାମସ୍ଥିତ ଉତ୍କଳ ଗ୍ରାମୀଣ ବ୍ୟାଙ୍କ ଶାଖାରୁ ମଙ୍ଗଳବାର ରାତିରେ ଦୁର୍ବୃତ୍ତ ଚୋରି ଉଦ୍ୟମ କରିଥିଲେ। ବ୍ୟାଙ୍କର ମୁଖ୍ୟ କବାଟ ଭାଙ୍ଗି...

କୁମ୍ଭୀର ଆଁରେ ଉପାନ୍ତ ଗାଁ

କେନ୍ଦ୍ରାପଡା ଅଫିସ, ୨୦ା୧୨: ଆଳି ଓ ରାଜନଗର ସୀମାନ୍ତ ନଳଦିଆ ଗ୍ରାମ ପୋଖରୀରୁ ୬ ଫୁଟ୍‌ ଲମ୍ବର ଏକ ବଉଳା କୁମ୍ଭୀରକୁ ଗ୍ରାମବାସୀ ଧରି ବନବିଭାଗକୁ...

ହାଇକୋର୍ଟରେ ପହଞ୍ଚିଲା ଏସିଏଫ୍‌ ସୌମ୍ୟରଞ୍ଜନ ମୃତ୍ୟୁ ମାମଲା

କଟକ ଅଫିସ, ୨୭।୭: ଗଜପତି ଜିଲା ପାରଳାଖେମୁଣ୍ଡି ଏସିଏଫ୍‌ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ଘଟଣାକୁ ୧୫ ଦିନରୁ ଊର୍ଦ୍ଧ୍ୱ ସମୟ ବିତି ଯାଇଥିବା ବେଳେ ଏଯାଏ...

Advertisement


Archives

Model This Week