ପ୍ରବାସୀ ଶ୍ରମିକଙ୍କ ଅବସ୍ଥା ଦେଖି ଇମୋଶନାଲ ହେଲେ ତାପସୀ

ମୁମ୍ବାଇ: କରୋନା ମହାମାରୀ ସହ ଏବେ ସାରା ବିଶ୍ୱ ଲଢେଇ କରୁଥିବା ବେଳେ ଭାରତ ମଧ୍ୟ ଏଥିରୁ ବାଦ୍‌ ପଡି ନାହିଁ। ଏହି ସଂକ୍ରମଣକୁ ରୋକିବାକୁ ଦେଶରେ ଲକ୍‌ଡାଉନ ଜାରି କରାଯାଇଥିଲେ ମଧ୍ୟ ଏବେ କରୋନା ସଂକ୍ରମଣ ଧୀରେ ଧୀରେ ଚିନ୍ତାର କାରଣ ପାଲଟି ଗଲାଣି। ଏହି ଲକ୍‌ଡାଉନ ସମୟରେ ବିଭିନ୍ନ ରାଜ୍ୟରେ ଫସି ରହିଥିବା ପ୍ରବାସୀ ଶ୍ରମିକମାନେ ଯେଉଁଭଳି ଭାବେ ଶହ ଶହ କିଲୋମିଟର ପାଦରେ ଚାଲି ଚାଲି ଘରମୁହାଁ ହୋଇଥିଲେ ତାହା ସମସ୍ତଙ୍କ ହୃଦୟରେ ଗଭିରଭାବେ ରେଖାପାତ କରିଥିଲା। ନିକଟରେ ଏହି ପ୍ରବାସୀ ଶ୍ରମିକଙ୍କ ଦୁର୍ଦ୍ଦଶାକୁ ଦେଖି ବଲିଉଡ୍‌ ନାୟିକା ତାପସୀ ପନ୍ନୁ ସୋସିଆଲ ମିଡିଆରେ ଏକ ଇମୋଶନାଲ କବିତା ଶେୟାର କରିଛନ୍ତି। ଅସଲ କଥା ହେଲା ନିକଟରେ ତାପସୀ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ଏକ ଭିଡିଓ ଶେୟାର କରିଛନ୍ତି। ଉକ୍ତ ଭିଡିଓ ପ୍ରବାସୀ ଶ୍ରମିକଙ୍କ ଦୁର୍ଦ୍ଦଶା ବଖାଣୁଥିବା ଏକ କବିତା। ଏହି କବିତାରେ କେତୋଟି ଧାଡି ଶ୍ରୋତାଙ୍କ ହୃଦୟକୁ ଛୁଇଁଗଲା ପରି। ତେବେ କରୋନା ମହାମାରୀ ଯୋଗୁ ସବୁ ସେଲିବ୍ରିଟିଙ୍କ ପରି ତାପସୀ ମଧ୍ୟ ନିଜ ପରିବାର ସହ ସମୟ କାଟୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇଡେନ ଗାର୍ଡେନ୍ସରେ ଫିଲ୍ମ ପ୍ରମୋଶନ କରିବେ ରାଣୀ

ଭାରତ ଏବଂ ବାଂଲାଦେଶ ମଧ୍ୟରେ ଐତିହାସିକ ଦିବାରାତ୍ର ଟେଷ୍ଟ ମ୍ୟାଚ କୋଲକାତାର ଐତିହାସିକ ଇଡେନ ଗାର୍ଡେନ୍ସ ଷ୍ଟାଡିୟମରେ ଖେଳାଯାଉଛି। ଏହି ମ୍ୟାଚ୍‌କୁ ଦେଖିବା ପାଇଁ ଷ୍ଟାଡିୟମରେ...

ଅମିତାଭ ନୁହନ୍ତି, ଏହି ସହକଳାକାରଙ୍କୁ ପସନ୍ଦ କରୁଥିଲେ ରେଖା

ଅକ୍ଟୋବର ୧୦ ଅର୍ଥାତ୍‌ ଆଜି ରେଖାଙ୍କ ଜନ୍ମଦିନ। ଆଜିର ଏହି ଖାସ୍‌ ଦିନରେ କିଛି କଥା ହୁଏତ ପ୍ରଶଂସକମାନେ ଜାଣି ନ ଥିବେ। ତେବେ ଆସନ୍ତୁ...

ଏହି ଯୁବକଙ୍କ ଯୋଗୁ ରାତାରାତି ବଦଳିଗଲା ରାନୁଙ୍କ ଭାଗ୍ୟ

ସୋସିଆଲ ମିଡିଆ ରାତାରାତି କାହାର ନା କାହାର ଭାଗ୍ୟ ବଦଳାଇ ଦେଉଛି। ସଦ୍ୟ ଉଦାହରଣ ହେଉଛନ୍ତି ରାନୁ ମଣ୍ଡଳ। ନିଜର କଣ୍ଠସ୍ବରରେ ରାନୁ ଇଣ୍ଟରନେଟ୍‌ରେ ଫ୍ୟାନ୍‌ଙ୍କ...

‘ସନ୍ଦିପ ଔର ପିଙ୍କି ଫରାର’ର ପ୍ରଥମ ପୋଷ୍ଟର ରିଲିଜ୍‌; ୨୦ରେ ପରଦାକୁ ଆସିବ

ବମ୍ବେ: ଅର୍ଜୁନ କପୁରଙ୍କ ସହ ବଲିଉଡ୍‌ରେ ପାଦ ରଖିଥିଲେ ପରିଣୀତି ଚୋପ୍ରା। ଫିଲ୍ମ ‘ଇସ୍‌କଜାଦେ’ରେ ଉଭୟଙ୍କ କେମେଷ୍ଟ୍ରି ହଜାଇ ଦେଇଥିଲା ଦର୍ଶକଙ୍କ ନିଦ। ଏବେ ଏହି...

ସୁଶାନ୍ତ ଆତ୍ମହତ୍ୟା ମାମଲା: ଓ୍ବାଇଆର୍‌ଏଫ୍‌ ମୁଖ୍ୟଙ୍କୁ ଜେରା

ମୁମ୍ବାଇ,୧୮।୭: ବଲିଉଡ୍‌ ଭର୍ସାଟାଇଲ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ମାମଲାରେ ମୁମ୍ବାଇ ପୋଲିସର ତତ୍ପରତା ନଜର ଆସିଛି। ବହୁ କମ୍‌ ସମୟ ମଧ୍ୟରେ କେତେକ...

ଆଙ୍କର-ଆକ୍ଟର ସୁବାସ

ଯାତ୍ରା ଦେଖିବାକୁ ଯାଉଥିବା ଦର୍ଶକଟିଏ ପ୍ରଥମେ ଯାହାର କଣ୍ଠସ୍ବର ଶୁଣେ ଆଉ ଯାହାକୁ ସର୍ବପ୍ରଥମେ ମଞ୍ଚରେ ଭେଟେ ସେ ହେଉଛି ଆଙ୍କର ବା ଘୋଷକ। ଓଡ଼ିଆ...

ସୁଶାନ୍ତଙ୍କ ସହିତ ସମ୍ପର୍କକୁ ନେଇ ଏପରି କହିଲେ ଅଙ୍କିତା…

ମୁମ୍ବାଇ, ୨୫।୭: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଶେଷ ଫିଲ୍ମ ଦିଲ୍‌ ବେଚାରା ଇତିମଧ୍ୟରେ ରିଲଜ୍‌ ହୋଇଛି। ଏହାକୁ ନେଇ ପ୍ରଶଂସକ ବେଶ୍‌ ଭାବୁକ...

ଫୋବ୍ସ ତାଲିକା: ସର୍ବାଧିକ ରୋଜଗାର କରିଥିବା ଭାରତୀୟ ସେଲିବ୍ରିଟି ଅକ୍ଷୟ, ଶୀର୍ଷରେ କାଇଲି ଜେନେର

ବମ୍ବେ: ବଲିଉଡ୍‌ର ସର୍ବାଧିକ ରୋଜଗାର କରିଥିବା ସେଲିବ୍ରିଟି ପାଲଟିଛନ୍ତି ଖିଲାଡ଼ି କିଙ୍ଗ ଅକ୍ଷୟ କୁମାର। ଫୋବ୍ସ ମାଗାଜିନ୍‌ ପକ୍ଷରୁ ଜାରି କରାଯାଇଥିବା ୨୦୨୦ର ତାଲିକାରେ ୫୨ତମ...

Coronavirus Update

UTI
Archives

Model This Week

Why Dharitri

Leave a comment

Your email address will not be published. Required fields are marked *