ପ୍ରବାସୀ ଓଡ଼ିଆଙ୍କ ଜାତୀୟ ରାଜପଥ ଅବରୋଧ, ଅଟକିଲା ଶହ ଶହ ଗାଡି

ଭଦ୍ରକ ଅଫିସ,୨୬ା୫ : ଭଦ୍ରକ ନିକଟ ମାଛ ମାର୍କେଟ ନିକଟ ଜାତୀୟ ରାଜପଥ ୧୬ରେ ମଙ୍ଗଳବାର ସକାଳେ ହଜାର ହଜାର ପ୍ରବାସୀ ଓଡ଼ିଆ ରାସ୍ତା ଅବରୋଧ କରିଥିଲେ। ଫଳରେ ଭୁବନେଶ୍ୱର-ବାଲେଶ୍ୱର ଦେଇ ଯାଉଥିବା ସମସ୍ତ ରାସ୍ତା ସମସ୍ତ ବନ୍ଦ ହୋଇଯାଇଥିଲା। ଏଥିସହ ଭଦ୍ରକଠାରେ ଉଭୟ ରାସ୍ତାରେ ଶହ ଶହ ଗାଡ଼ି ରହିଛି। ସୂଚନା ମୁତାବକ ଆନ୍ଧ୍ର, ଗୁଜରାଟ ଅଞ୍ଚଳରୁ ସ୍ବତନ୍ତ୍ର ଶ୍ରମିକ ଟ୍ରେନ ଯୋଗେ ୩ଦିନ ଧରି ବିଭିନ୍ନ ଜିଲାର ହଜାର ହଜାର ପ୍ରବାସୀ ପହଞ୍ଚିଛନ୍ତି। ହେଲେ ସେମାନଙ୍କୁ ଖାଦ୍ୟ ପେୟ ଦିଆଯାଉ ନ ଥିବା ସହ ନିଜ ନିଜ ଜିଲାକୁ ପଠାଇବାକୁ ବ୍ୟବସ୍ଥା କରାଯାଉ ନ ଥିବା ଅଭିଯୋଗ ହୋଇଛି। ତେଣୁ ହଜାର ହଜାର ପ୍ରବାସୀ ଜାତୀୟ ରାଜପଥର ଉଭୟ ପାର୍ଶ୍ୱର ଲୋକାଲ ରୋଡ଼ ବନ୍ଦ କରି ରଖିଥିଲେ। ଗଞ୍ଜାମ, ବଲାଙ୍ଗୀର, ଖୋର୍ଦ୍ଧା, ନୟାଗଡ ଭଳି ୮ଟି ଜିଲାର ପ୍ରବାସୀ ଓଡ଼ିଆମାନେ ରାସ୍ତାରୋକ କରିଥିଲେ। ଘଟଣାସ୍ଥଳରେ ଟାଉନ ପୋଲିସ ପହଞ୍ଚି ଆନ୍ଦୋଳନକାରୀଙ୍କ ସହ ଦୀର୍ଘ ୨ଘଣ୍ଟା ଧରି ଆଲୋଚନା କରିଥିଲେ ହେଲେ ବିଫଳ ହୋଇଥିଲେ। ପରେ ଅତିରିକ୍ତ ଜିଲାପାଳ
ଶ୍ୟାମ ଭକ୍ତ ମିଶ୍ର ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିବା ସହ ନିଜ ଘରକୁ ପଠାଇବାର ବ୍ୟବସ୍ଥା କରିବେ ବୋଲି ପ୍ରତିଶୃତି ଦେବା ପରେ ରାସ୍ତାରୋକୋ ହଟିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପାର୍କ ଭ୍ରମ ସୃଷ୍ଟି କରୁଛି ବ୍ଲକ କାର୍ଯ୍ୟାଳୟ ପରିସର

କେନ୍ଦୁଝର,୩୦ା୧୨(ଦୀପକ ମିଶ୍ର) କେନ୍ଦୁଝର ଜିଲା ଝୁମ୍ପୁରା ବ୍ଲକ୍‌ ପରିସରର ସୌନ୍ଦର୍ଯ୍ୟ ବଢ଼ାଉଛି ବିଭିନ୍ନ କିସମର ଗେଣ୍ଡୁ, ସେବତୀ, ଜିନିଆ ଆଦି ସୌନ୍ଦର୍ଯ୍ୟପୂର୍ଣ୍ଣ ଗଛ। ବ୍ଲକ୍‌ ପରିସରକୁ...

ସରକାରୀ ଜମିରୁ ଜବରଦଖଲ ଉଚ୍ଛେଦ

ରସୁଲପୁର,୨୫।୯(ଡି.ଏନ.ଏ.): ରସୁଲପୁର ତହସିଲ ଅଧୀନ ଭୋଟକା ପଞ୍ଚାୟତ ସେରପୁର ଗ୍ରାମର ସରକାରୀ ଜମିରୁ ଜବରଦଖଲ ଉଚ୍ଛେଦ କରାଯାଇଛି। ଉକ୍ତ ପଞ୍ଚାୟତ ସାନରମ୍ପେଇ ଗ୍ରାମର ସୁଧାକର ଦାସ...

କନିଷ୍ଠ ଯନ୍ତ୍ରୀଙ୍କୁ ୨ ବର୍ଷ ଜେଲ

ଫୁଲବାଣୀ ଅଫିସ, ୭ା୭- ଏକ ଲାଞ୍ଚ ମାମଲାର ବିଚାର କରି ଶନିବାର ଫୁଲବାଣୀ ସ୍ବତନ୍ତ୍ର ଭିଜିଲାନ୍ସ ବିଚାରପତି ଭଗବାନ ପ୍ରଧାନ ଜଣେ କନିଷ୍ଠ ଯନ୍ତ୍ରୀଙ୍କୁ ୨...

ପୋଲିସ୍‌ ଏନ୍‌କାଉଣ୍ଟର: କୁଖ୍ୟାତ ଅପରାଧୀ କାବୁଲ ଆହତ

ଜୟପୁର, ୧୭।୭(ନି.ପ୍ର.): କୋରାପୁଟ ଜିଲା ଜୟପୁରସ୍ଥିତ ହାତୀଶାଳ ଛକରେ ବୁଧବାର ଭୋରରେ ପୋଲିସ ଏନ୍‌କାଉଣ୍ଟରରେ କୁଖ୍ୟାତ ଅପରାଧୀ ତଥା ଗଞ୍ଜେଇ ମାଫିଆ କାବୁଲ ଖରା ଆହତ...

୨ ଜଣ କରୋନା ପଜିଟିଭ ଚିହ୍ନଟ: ବାଲିପଦରକୁ ୭ ଦିନ ଶଟଡାଉନ ଘୋଷଣା

ବୁଗୁଡ଼ା,୭।୭:(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ବୁଗୁଡ଼ା ବ୍ଳକ ଅନ୍ତର୍ଗତ ବାଲିପଦରକୁ ମଙ୍ଗଳବାରଠାରୁ ଆସନ୍ତା ସୋମବାର ପର୍ଯ୍ୟନ୍ତ ୭ ଦିନ ଶଟ୍‌ଡାଉନ୍‌ ଘୋଷଣା ହୋଇଛି। ଜିଲାପାଳ କ୍ଷମତା ପ୍ରଯୋଗ...

ଜଳଶକ୍ତି ଅଭିଯାନ ସମ୍ପର୍କରେ ସ୍ବତନ୍ତ୍ର ଗ୍ରାମସଭା : ଜଳ ସଂରକ୍ଷଣ, ପ୍ରୋତ୍ସାହନ ନିମନ୍ତେ ଆଲୋଚନା

କର୍ଲାମୁଣ୍ଡା,୨୫।୮(ଡି.ଏନ.ଏ.) କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ବିଭିନ୍ନ ପଞ୍ଚାୟତରେ ଜଳଶକ୍ତି ଅଭିଯାନ ସମ୍ପର୍କରେ ସ୍ବତନ୍ତ୍ର ଗ୍ରାମସଭା ଶନିବାର ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ରେଗେଡା ଗ୍ରାମପଞ୍ଚାୟତଠାରେ...

ଚିତ୍ରଡ଼ା ବଜାର, ଗାଁରେ ବୁଲିଲା ଦନ୍ତା

ମୋରଡା,୮।୧୦(ଡି.ଏନ.ଏ): ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ରେଞ୍ଜ ଅଧୀନ ତଥା ମୋରଡ଼ା ବ୍ଲକର ସଦରମହକୁମା ଚିତ୍ରଡ଼ାର ମୁଖ୍ୟ ବଜାର ଓ ଗାଁରେ ଶୁକ୍ରବାର ଭୋରରେ ଏକ ଦନ୍ତା...

ପ୍ରାର୍ଥୀଙ୍କଠାରୁ ଛଡ଼ାଇନେଲେ ନାମାଙ୍କନପତ୍ର

ଯୋଡ଼ା,୨୪।୧(ଡି.ଏନ.ଏ.): କେନ୍ଦୁଝର ଜିଲା ଯୋଡ଼ା ବ୍ଲକରେ ପଞ୍ଚାୟତ ରାଜନୀତିରେ ଛକାପଞ୍ଝା ଆରମ୍ଭ ହୋଇଯାଇଛି। ଆଶାୟୀ ସରପଞ୍ଚ ପ୍ରାର୍ଥୀ ଗୌରୀ ନାଏକଙ୍କ ଠାରୁ ଅନ୍ୟ ଏକ ଗୋଷ୍ଠୀ...

Advertisement
Archives

Model This Week