ପ୍ରବାସୀଙ୍କୁ ନେଇ ଖବର ସଂଗ୍ରହ ବେଳେ କରୋନା ସତର୍କତାକୁ ମାନୁନାହାନ୍ତି ଗଣମାଧ୍ୟମ ପ୍ରତିନିଧି: ପରାମର୍ଶନାମା ଜାରି କଲେ ଗଞ୍ଜାମ ଜିଲାପାଳ

ଛତ୍ରପୁର, ୯।୫(ଡି.ଏନ୍‌.ଏ.)-ଗଞ୍ଜାମ ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଥିବା ବେଳେ ଫେରନ୍ତା ପ୍ରବାସୀଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି। ଏପରିସ୍ଥଳେ ଗଣମାଧ୍ୟମ ପ୍ରତିନିଧିମାନେ ସମ୍ପୃକ୍ତ ବିଷୟରେ ଖବର ସଂଗ୍ରହ ବେଳେ ସାମାଜିକ ଦୂରତା ଅବଲମ୍ବନ କରୁ ନ ଥିବାକୁ ନେଇ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ସୂଚନାନାମା ଜାରି କରିଛନ୍ତି। କେତେକ ଗଣମାଧ୍ୟମ ପ୍ରତିନିଧି ପ୍ରବାସୀ ଫେରନ୍ତା ସମ୍ବନ୍ଧୀୟ ଖବର ସଂଗ୍ରହ କରିବାବେଳେ ସାମାଜିକ ଦୂରତା ଅବଲମ୍ବନ କରୁନାହାନ୍ତି। ଏହା ସେ ନିଜେ ଦେଖିଥିବା ଜିଲାପାଳ କହିଛନ୍ତି। ଏଥିଲାଗି ଗଣମାଧ୍ୟମ ପ୍ରତିନିଧିଙ୍କ ପାଇଁ ଏକ ସୂଚନାନାମା ଜାରି ହୋଇଛି।

ଏଥିରେ ଜ଼ିଲାପାଳ କହିଛନ୍ତି, ବହୁ ସଂଖ୍ୟାରେ ପ୍ରବାସୀ ଦେଶର ବିଭିନ୍ନ ରାଜ୍ୟରେ ଅଛନ୍ତି। ଟ୍ରେନ, ବସ୍‌, ସାଇକେଲ କିମ୍ବା ଚାଲି ଚାଲି ସେମାନେ ଜ଼ିଲାକୁ ଫେରିବାରେ ଲାଗିଛନ୍ତି। ସେମାନେ ହଟସ୍ପଟ ଅଞ୍ଚଳରୁ ଆସୁଛନ୍ତି। ଏପରକି ଅନେକ ସନ୍ଦିଗ୍ଧ ମଧ୍ୟ ଅନ୍ୟ ରାଜ୍ୟରୁ ଗଞ୍ଜାମକୁ ଫେରିବା ମଧ୍ୟରେ ଅଛନ୍ତି। ଏଣୁ ସମସ୍ତ ଗଣମାଧ୍ୟମ ପ୍ରତିନିଧି ନିଜେ ସାବଧାନତା ଓ ପ୍ରତିଷେଧକମୂଳକ ଅବଲମ୍ବନ କରିବା ସହ ମାସ୍କ ପିନ୍ଧିବା, ସାନିଟାଇଜର ଓ ଗ୍ଳୋବ୍ସ ବ୍ୟବହାର କରିବା ଏବଂ ସାମାଜିକ ଦୂରତା ରକ୍ଷା କରିବାକୁ ଜ଼ିଲ୍ଲାପାଳ ଉକ୍ତ ସୂଚନାନାମାରେ ପରାମର୍ଶ ଦେଇଛନ୍ତି। କ୍ୱାରାଣ୍ଟାଇନ ସେଣ୍ଟର ୟକୁ ଯିବା ଏବଂ ଅନ୍ୟ ରାଜ୍ୟରୁ ଫେରୁଥିବା ପ୍ରବାସୀଙ୍କ ମତାମତ ନେବାରୁ ଦୁରେଇ ରହିବାକୁ ଜ଼ିଲାପାଳ କହିଛନ୍ତି। ଏପରିକି କୌଣସି କୋଭିଡ୍‌ ହସ୍ପିଟାଲକୁ ଯାଆନ୍ତୁ ନାହିଁ । କୌଣସି ଭୟ ଓ ଆତଙ୍କକୁ ପ୍ରତ୍ୟାଖ୍ୟାନ କରିବାରେ ଗଣମାଧ୍ୟମର ବହୁଳ ଭାବରେ ଦାୟିତ୍ୱ ରହିଛି। ଭୟଙ୍କର କରୋନାଠାରୁ ନିଜେ, ନିଜ ପରିବାର ଏବଂ ସମାଜକୁ ମଧ୍ୟ ରକ୍ଷା କରିବାକୁ ଜିଲାପାଳ ପରାମର୍ଶ ଦେଇଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ନବକଳେବରରେ ଶ୍ରୀପତିତପାବନ ବାନା

କାକଟପୁର ମଙ୍ଗଳା ମନ୍ଦିର ବିଧି: ପ୍ରଥମେ ମା’ ମଙ୍ଗଳାଙ୍କର ମହାସ୍ନାନ କରାଯାଇଥାଏ। – ମହାସ୍ନାନ ପରେ ମା’ଙ୍କର ବଡ଼ ସିଂହାର ବେଶ କରାଯାଇଥାଏ। – ଏହାପରେ...

ଆକର୍ଷଣୀୟ ହେବନି ଆରାଧନା

ବଅଁରପାଳ,୭ା୯ ଦିନ କେଇଟା ପରେ ବିଶ୍ୱକର୍ମା ପୂଜା। ମହାମାରୀ କରୋନା ବ୍ୟାପୁ ନ ଥିଲେ ଏତେବେଳକୁ ଚଳଚଞ୍ଚଳ ହୋଇଉଠିଥାନ୍ତା ଅନୁଗୋଳ ଜିଲାର ନାଲ୍‌କୋନଗର। ଚମତ୍କାର ସାଜସଜ୍ଜା...

‘ଚଳିତବର୍ଷ ଅଭିବୃଦ୍ଧି ହାର ୫.୩୩%’

ପାରାଦୀପ,୨୦।୧୧(ସ୍ବ.ପ୍ର.): ପାରାଦୀପ ବନ୍ଦର ପ୍ରଶାସନ ପକ୍ଷରୁ ଶୁକ୍ରବାର ବନ୍ଦର ଦିବସ ଓ ବୋଇତ ବନ୍ଦାଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ବନ୍ଦର ନିଷିଦ୍ଧାଞ୍ଚଳର ଓ୍ବେଟବେସିନ୍‌ଠାରେ ଆୟୋଜିତ ଏହି...

ଯୁବକଙ୍କ ଆତ୍ମହତ୍ୟା: କାରଣ ଅସ୍ପଷ୍ଟ

ପାଟଣା,୬।୩(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ଥାନା ଅନ୍ତର୍ଗତ ବନବୀର ଗ୍ରାମର ଜଣେ ୨୨ବର୍ଷୀୟ ଯୁବକ ଗୁରୁବାର ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ସେ ହେଲେ...

ଲୋକମାନ୍ୟ ତିଳକ ଏକ୍ସପ୍ରେସ ଦୁର୍ଘଟଣାର ହେବ ଉଚ୍ଚସ୍ତରୀୟ ତଦନ୍ତ, ଆହତଙ୍କୁ ମିଳିବ ସହାୟତା

କଟକ ଅଫିସ,୧୬।୧: ମୁମ୍ବାଇ-ଭୁବନେଶ୍ୱର ଲୋକମାନ୍ୟ ତିଲକ ଏକ୍ସପ୍ରେସ ଦୁର୍ଘଟଣା ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ହେବ। ଏ ନେଇ ସ୍ବତନ୍ତ୍ର ଟିମ୍‌ ଗଠନ କରାଯାଇଥିବା ଇଷ୍ଟକୋଷ୍ଟ ରେଲଓ୍ବେ...

ମୁଖ୍ୟ ଶାସନ ସଚିବଙ୍କ ପାରାଦୀପ ଗସ୍ତ: ବିଭିନ୍ନ ପ୍ରକଳ୍ପର କଲେ ଉଦ୍‌ଘାଟନ

ପାରାଦୀପ,୫ା୧(ସ୍ବ.ପ୍ର.): ପାରାଦୀପ ବନ୍ଦର ପ୍ରତିଷ୍ଠା ଦିବସ ଅବସରରେ ଶନିବାର ସନ୍ଧ୍ୟାରେ ମୁଖ୍ୟ ଶାସନ ସଚିବ ଅସିତ୍‌ କୁମାର ତ୍ରିପାଠୀ ପାରାଦୀପ ଗସ୍ତ କରିଥିଲେ। ଏହି ସମୟରେ...

ସ୍ବାଭାବିକ ହେଲା ବଜେଟ ଆଲୋଚନା

ଭୁବନେଶ୍ୱର,୨୬।୨(ବ୍ୟୁରୋ): ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ଦ୍ୱାରା ଆଗତ କରାଯାଇଥିବା ବଜେଟ ଉପରେ ମଙ୍ଗଳବାର ଆଲୋଚନା ହୋଇଛି। ସୋମବାର ବିରୋଧୀ ଦଳଗୁଡ଼ିକର...

ଡୁବୁରୀରେ ବିଧବା ମହିଳାଙ୍କ ମନର କଥା

ପୁରୀ ଅଫିସ,୨୨।୨: ପୁରୀ ଅଫିସ,୨୧ା୨ ପଶ୍ଚିମବଙ୍ଗର ଏକ ସମ୍ପ୍ରଦାୟ ରହିଛି, ଯେଉଁମାନଙ୍କର କୌଳିକ ବୃତ୍ତି ହେଉଛି ପାଣିରେ ହଜିଯାଇଥିବା ଜିନିଷ ଖୋଜି ବାହାର କରିବା। ଗାଧୋଇବା...

Advertisement
Archives

Model This Week