ପ୍ରଧାନ ଶିକ୍ଷକଙ୍କ ବିଦାୟ ସମୟରେ କାନ୍ଦିଲେ ଛାତ୍ରୀଛାତ୍ର

ନଓ୍ବାଡା,୨।୩: ସାଧାରଣତଃ ଅତି ନିଜ ବ୍ୟକ୍ତିଙ୍କ ବିଦାୟୀ ସମୟରେ ଆଖିରେ ଲୁହ ଆସିଯାଇଥାଏ। କିନ୍ତୁ କେବେ ଶୁଣିଛନ୍ତି ବା ଦେଖିଛନ୍ତି କି ଜଣେ ଶିକ୍ଷକଙ୍କ ବିଦାୟି ସମୟରେ ସାରା ସ୍କୁଲ କାନ୍ଦୁଥିବାର। କିଛି ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ବିହାର ନଓ୍ବାଡାର ରୋହ ପ୍ରଖଣ୍ଡରେ ଥିବା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ। ଉକ୍ତ ସ୍କୁଲର ପ୍ରଧାନ ଶିକ୍ଷକ ଯମୁନା ପ୍ରସାଦ ଶନିବାର ସ୍କୁଲରୁ ଅବସର ଗ୍ରହଣ କରିଥିଲେ। ତାଙ୍କ ପାଇଁ ସ୍କୁଲ ପକ୍ଷରୁ ଏକ ବିଦାୟୀ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଆୟୋଜିତ କରାଯାଇଥିଲା। ଏହି ଅବସରରେ ବିଦ୍ୟାଳୟର ଛାତ୍ରୀମାନେ ପ୍ରଧାନ ଶିକ୍ଷକଙ୍କ ପାଇଁ ଏକ ସ୍ବତନ୍ତ୍ର ବିଦାୟୀ ଗୀତ ପ୍ରସ୍ତୁତ କରିଥିଲେ। ଏହାକୁ ଶୁଣିବା ମାତ୍ରେ ହିଁ ସେଠାରେ ଉପସ୍ଥିତ ଥିବା ଲୋକଙ୍କ ଆଖିରେ ଲୁହ ଭରି ଯାଇଥିଲା। ଏହାପରେ ଯମୁନାଙ୍କୁ ବିଦାୟ ଦେବା ବେଳେ ଶିକ୍ଷକ ଓ ଛାତ୍ରୀଛାତ୍ର ଭାବୁକ ହୋଇ ଭୋ ଭୋ କରି କାନ୍ଦି ପକାଇଥିଲେ। ସେହି ସମୟର ଏକ ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ସୂଚନା ମୁତାବକ ସ୍କୁଲର ବିକାଶ ହେଉ କି ପିଲାଙ୍କ ପାଠପଢ଼ାରେ ଯମୁନାଙ୍କ ଅବଦାନ ଅତୁଳନୀୟ। ମହତ କାର୍ଯ୍ୟ ବା ନିଜର ସ୍ବଭାବ ପାଇଁ ସ୍ଥାନୀୟ ଅଞ୍ଚଳରେ ଯମୁନାଙ୍କ ବେଶ୍‌ ଲୋକପ୍ରିୟତା ରହିଛି। ସେ ନିଜ ଦରମା ଟଙ୍କାରେ ସ୍କୁଲର ମରାମତି କାର୍ଯ୍ୟ କରୁଥିବା ଜଣାପଡ଼ିଛି। ତେବେ ସମାଜରେ ଏଭଳି ଶିକ୍ଷକ ମିଳିବା ବିରଳ ବୋଲି ଚର୍ଚ୍ଚା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ପିଏମ୍‌ ଗରିବ କଲ୍ୟାଣ ଅନ୍ନ ଯୋଜନାକୁ ୬ ମାସ ବଢ଼ାଯାଉ

ଚଣ୍ଡିଗଡ଼,୧୫ା୬(ଆଇଏଏନ୍‌ଏସ୍‌): କରୋନା ସଙ୍କଟକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା (ପିଏମ୍‌ଜିକେଏଓ୍ବାଇ) ସୁବିଧା ଆଉ ୬ମାସ ବଢ଼ାଇବା ପାଇଁ ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର...

ଡାଇବେଟିସ ପୀଡିତଙ୍କୁ କାହିଁକି କ୍ୟାନ୍‌ସର ଆଶଙ୍କା ବେଶି

ନ୍ୟୁୟର୍କ: ଓଭାରିଆନ୍‌ କ୍ୟାନ୍‌ସର, ବ୍ରେଷ୍ଟ କ୍ୟାନସର ସହ ଆଉ କିଛି କ୍ୟାନସର କାହିଁକି ବେଶି ଟାଇପ୍‌-୧ ଓ ଟାଇପ୍‌-୨ ଡାଇବେଟିସ ପୀଡ଼ିତଙ୍କୁ ହୁଏ ତାହାର କାରଣ...

ଶୌର୍ଯ୍ୟ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ: ଲକ୍ଷ୍ୟଭେଦ କ୍ଷମତା ୮୦୦ କିମି

ନୂଆଦିଲ୍ଲୀ, ୩।୧୦: ପ୍ରତିରକ୍ଷା କ୍ଷେତ୍ରରେ ଭାରତ ଏବେ ଲଗାତାର କ୍ଷେପଣାସ୍ତ୍ର ପରୀକ୍ଷଣରେ ସଫଳତା ହାସଲ କରିଚାଲିଛି। ଶନିବାର ଓଡ଼ିଶାର ବାଲେଶ୍ୱରସ୍ଥିତ କ୍ଷେପଣାସ୍ତ୍ର ଘାଟିରୁ ସଫଳତାର ସହିତ...

ଥରିଲା ହିମାଚଳ ପ୍ରଦେଶ

ଶିମ୍‌ଲା,୬।୧: ହିମାଚଳ ପ୍ରଦେଶର ଶିମ୍‌ଲାରେ ସୋମବାର ସକାଳେ ଏକ ମୃଦୁ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ଥିଲା ୩.୬। ଏହା ମୃଦୁ...

କ୍ଲବରେ ଯୋଗ କରୁଛନ୍ତି ଜେଡିଏସ ନେତା

ନୂଆଦିଲ୍ଲୀ: କର୍ନାଟକରେ ସୃଷ୍ଟି ହୋଇଥିବା କ୍ଷମତା ଯୁଦ୍ଧ ବୁଧବାର ମଧ୍ୟ ଜାରି ରହିଛି। ସରକାର ବଞ୍ଚାଇବା ପାଇଁ କଂଗ୍ରେସ ଓ ଜେଡିଏସ ପ୍ରାଣମୂର୍ଚ୍ଛା ଉଦ୍ୟମ କରୁଥିଲେ...

ପବ୍‌ଜୀ ପରେ ଏବେ ଆସିବ ଫଉଜୀ: ଅକ୍ଷୟ

ମୁମ୍ବାଇ,୪।୯: ଭାରତ ସରକାର ଚାଇନିଜ୍‌ ଆପ୍‌ ବ୍ୟାନ କରି ପଡୋଶୀ ଦେଶ ଉପରେ ଡିଜିଟାଲ ଷ୍ଟ୍ରାଇକ୍‌ କରିଛନ୍ତି ବୋଲି କହୁଛନ୍ତି। ଭାରତ ସରକାର ୧୧୮ ଚାଇନିଜ...

ଭାରତରେ ପ୍ରଥମ ଥର ପାଇଁ ଟ୍ରାକ୍‌ରେ ଗଡ଼ିଲା ଟ୍ରେନ୍‌ ‘ସୁପର ଆନାକୋଣ୍ଡା’

ନୂଆଦିଲ୍ଲୀ: ଭାରତୀୟ ରେଳ ବିଭାଗ ଏକ ନୂତନ ରେକର୍ଡ ସୃଷ୍ଟି କରିଛି। ଦେଶରେ ପ୍ରଥମ ଥର ପାଇଁ ୨ କିଲୋମିଟର ଲମ୍ବା ଟ୍ରେନ୍‌ ଚଳାଚଳ କରୁଛି।...

ମୋଟରଯାନ ବିଲ୍‌ ରାଜ୍ୟ ସଭାରେ ଗୃହୀତ: ତ୍ରୁଟି ସଂଶୋଧନ ପାଇଁ ଲୋକ ସଭାକୁ ପୁଣି ଯିବ: ଡ୍ରାଇଭିଂ ଲାଇସେନ୍ସ ପାଇଁ ଆଧାର ଜରୁରୀ

ନୂଆଦିଲ୍ଲୀ,୧ା୮(ପି.ଟି.): ସଡ଼କ ନିରାପତ୍ତା ବୃଦ୍ଧି ଲାଗି ଅଣାଯାଇଥିବା ମୋଟରଯାନ (ସଂଶୋଧନ) ବିଲ୍‌ ବୁଧବାର ରାଜ୍ୟ ସଭାରେ ଗୃହୀତ ହୋଇଛି। ଡ୍ରାଇଭିଂ ଲାଇସେନ୍ସ ପାଇଁ ଏଥିରେ ଆଧାରକୁ...

Play 250+ Trending Games
Archives

Model This Week

Why Dharitri