Posted inଖେଳ

ପ୍ରଥମ ବଲ୍‌ରେ ଉଇକେଟ୍‌ ନେଇଥିଲେ ଏହି ୫ ବୋଲ୍‌ର

ବିଶ୍ୱ କ୍ରିକେଟରେ କିଛି ବୋଲର ଅଛନ୍ତି ଯେଉଁମାନେ ନିଜ କ୍ୟାରିୟରର ପ୍ରଥମ ବଲରେ ଉଇକେଟ ନେଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି।

ଇଞ୍ଜାମାନ ଉଲ୍‌-ହକ୍‌
ପାକିସ୍ତାନ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ଇଞ୍ଜାମାମ ଉଲ୍‌ ହକ ଦଳ ପାଇଁ ୧୨୦ଟି ଟେଷ୍ଟ ଖେଳି ୮୮୩୦ ରନ୍‌ କରିଛନ୍ତି। ସେହିପରି ୩୭୮ଟି ଏକଦିବସୀୟ ମ୍ୟାଚ୍‌ରେ ୧୧୭୩୯ ରନ କରିଛନ୍ତି। କିନ୍ତୁ ଜାଣନ୍ତି କି ଆବଶ୍ୟକ ପଡିଲେ ସେ ବୋଲିଂ ମଧ୍ୟ କରିଥାନ୍ତି। ସେ ଅନ୍ତର୍ଜାତୀୟ ମ୍ୟାଚର ପ୍ରଥମ ବଲ୍‌ରେ ଓ୍ବେଷ୍ଟଇଣ୍ଡିଜର ପ୍ରସିଦ୍ଧ ଖେଳାଳି ବ୍ରାଏନ ଲାରାଙ୍କୁ ଆଉଟ୍‌ କରିଥିଲେ।

ଭୁବନେଶ୍ୱର କୁମାର
ଭାରତୀୟ କ୍ରିକେଟ ଦଳର ଷ୍ଟାର ଫାଷ୍ଟ ବୋଲର ଭୁବନେଶ୍ୱର କୁମାର ମଧ୍ୟ ଏହି ତାଲିକାରେ ସାମିଲ ହୋଇଛନ୍ତି। ଡିସେମ୍ବର ୩୦ ୨୦୧୨ର ଚେନ୍ନାଇରେ ପାକିସ୍ତାନ ବିପକ୍ଷରେ ପ୍ରଥମ ଏକଦିବସୀୟ ମ୍ୟାଚ୍‌ ଖେଳିଥିଲେ। ଏହି ମ୍ୟାଚ୍‌ରେ ଭୁବନେଶ୍ୱର ମହମ୍ମଦ ହାଫିଜଙ୍କୁ ଆଉଟ୍‌ କରିଛନ୍ତି।

କିମୋ ପଲ୍‌
ଓ୍ବେଷଷ୍ଟଇଣ୍ଡିଜ କ୍ରିକେଟ ଦଳର ଅଲରାଉଣ୍ଡର କିମୋ ପଲ୍‌ ଆଫଗାନିସ୍ତାନ ବିପକ୍ଷରେ ମାର୍ଚ୍ଚ ୧୫, ୨୦୧୮ରେ ଏକଦିବସୀୟ ମ୍ୟାଚ୍‌ରେ ଡେବ୍ୟୁ କରିଥିଲେ। ଏହି ମ୍ୟାଚ୍‌ର ଦ୍ୱିତୀୟ ଓଭର ବୋଲିଂ କରି ପ୍ରଥମ ବଲ୍‌ରେ ଉଇକେଟ ନେଇଥିଲେ।

କ୍ଲାଇବ୍‌ ଲଏଡ
ୱେଷ୍ଟଇଣ୍ଡିଜ କ୍ରିକେଟ ଦଳର ପୂର୍ବତନ ବ୍ୟାଟ୍ସମ୍ୟାନ କ୍ଲାଇବ୍‌ ଲଏଡ୍‌ ମଧ୍ୟ ଏହି ତାଲିକାରେ ସ୍ଥାନ ପାଇଛନ୍ତି। ଦି ଓଭାଲରେ ଗ୍ରାଉଣ୍ଡରେ ଇଂଲଣ୍ଡ ବିପକ୍ଷରେ ଡେବ୍ୟୁ ମ୍ୟାଚ ଖେଳିଥିଲେ। ଏହି ମ୍ୟାଚର ପ୍ରଥମ ବଲରେ ସେ ଗୋଟିଏ ଉଇକେଟ ନେଇଥିଲେ।

କେଭିନ ଓବ୍ରାଇନ୍‌
ଆୟାରଲାଣ୍ଡ କ୍ରିକେଟ ଦଳର ଅଲରାଉଣ୍ଡର କେଭିନ୍‌ ଓବ୍ରାଇନ୍‌ ନିଜ ପ୍ରଥମ ଏକଦିବସୀୟ ବଲ୍‌ରେ ଉଇକେଟ୍‌ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଫିଫା ବିଶ୍ୱକପ୍‌ରେ ୨୫ ବର୍ଷୀୟ ଭାରତୀୟ ବଂଶୋଦ୍ଭବ ଖେଳାଳିଙ୍କ ପଦାର୍ପଣ

ମଣ୍ଟେରି,୧୫ା୬: ଭାରତୀୟ ବଂଶୋଦ୍ଭବ ଖେଳାଳି ନିଶାନ ଭେଲୁପିଲେ ଅଷ୍ଟ୍ରେଲିଆ ପାଇଁ ଫିଫା ବିଶ୍ୱକପ୍‌ରେ ପଦାର୍ପଣ କରିଛନ୍ତି। ତାଙ୍କ ପ୍ରତିନିଧିତ୍ୱରେ ଅଷ୍ଟ୍ରେଲିଆ ଗ୍ରୁପ୍‌-ଡି’ ମ୍ୟାଚ୍‌ରେ ଶକ୍ତିଶାଳୀ ତୁର୍କୀକୁ ୨-୦…

ଅନ୍ତିମ ମିନିଟ୍‌ରେ ମ୍ୟାଚ ଜିତିଲା ଆଇଭରି କୋଷ୍ଟ

ଫିଲାଡେଲଫିଆ,୧୫ା୬: ୧୨ ବର୍ଷରେ ପ୍ରଥମ ଥର ପାଇଁ ବିଶ୍ୱକପ୍‌ରେ ଖେଳୁଥିବା ଆଇଭରି କୋଷ୍ଟ ବିଜୟ ସହ ଅଭିଯାନ ଆରମ୍ଭ କରିଛି। ୬୮,୨୭୪ ଦର୍ଶକଙ୍କ ଉପସ୍ଥିତିରେ ଲିଙ୍କନ ଫାଇନାନ୍‌ସିଆଲ…

ଦେବଦେବୀଙ୍କୁ ନିଉତା ଦେଲେ ନୃସିଂହ ଠାକୁର

ସମ୍ବଲପୁର,୧୫ା୬(ବି.ଶଙ୍କର): ନନ୍ଦପଡା ଶ୍ରୀଶ୍ରୀ ବମ ବରାଡ ବାଲୁଙ୍କେଶ୍ୱର ବାବାଙ୍କ ବିବାହର ନିଆରା ପରମ୍ପରା ନୃସିଂହ ନିଉତା (ନିମନ୍ତ୍ରଣ) ସୋମବାର ରାତିରେ ସମ୍ପନ୍ନ ହୋଇଛି। ଜ୍ୟେଷ୍ଠ ମଳମାସର ଅମାବାସ୍ୟା…

ଟ୍ରମ୍ପଙ୍କ କଥା ଶୁଣିଲେନି ନେତାନ୍ୟାହୁ! ଆମେରିକା-ଇରାନ ଚୁକ୍ତିକୁ ଫୁ’ କରି ଲେବାନନ୍ ଉପରେ ଇସ୍ରାଏଲର ଭୟଙ୍କର ଆକ୍ରମଣ

ଓ୍ବାଶିଂଟନ,୧୫।୬: ଇରାନ-ଆମେରିକା ଚୁକ୍ତିନାମା ସମ୍ପର୍କରେ ଉତ୍ସବ ପାଳନ କରୁଥିବା ବେଳେ ଇସ୍ରାଏଲ ଦକ୍ଷିଣ ଲେବାନନରେ ଡ୍ରୋନ ଆକ୍ରମଣ କରିଛି । ରିପୋର୍ଟ ଅନୁଯାୟୀ, ଇସ୍ରାଏଲୀ ସେନା ଦକ୍ଷିଣ ଲେବାନନରେ…

ଦିଗପହଣ୍ଡି ବ୍ଲକରେ ବେନିୟମ ବିବାହ ପଞ୍ଜିକରଣ ଅଭିଯୋଗ, ମାତିଛନ୍ତି ଦଲାଲ

ଦିଗପହଣ୍ଡି,୧୫|୬(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କାର୍ଯ୍ୟାଳୟରେ ବେନିୟମ ଭାବେ ବିବାହ ପଞ୍ଜିକରଣ କରାଯାଉଥିବା ବେଳେ ପଞ୍ଜିକରଣ ପାଇଁ ଦଲାଲଗିରି ବହୁ ମାତ୍ରାରେ…

ରାସ୍ତା ପାର୍‌ ହେଉଥିବା ବେଳେ ଦ୍ରୁତଗତିରେ ମାଡ଼ି ଆସି ଭାଲୁକୁ ଧକ୍କା ଦେଲା ଗାଡ଼ି, ଆଉ ତା’ପରେ…

କୋକସରା,୧୫।୬(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବିଜୁ ଏକ୍ସପ୍ରେସ ୱେ ସାନ ପୋଡାଗୁଡ଼ା-ରାଜୀବ କଲୋନୀ ମଝିରେ ଅଜଣା ଗାଡ଼ି ଧକ୍କାରେ ଏକ ଭାଲୁର ମୃତ୍ୟୁ…

ସୈନିକ ସ୍କୁଲ ରାସ୍ତାରେ ଭୟଙ୍କର ସିରିଜ ଦୁର୍ଘଟଣା, ୪ଜଣଙ୍କ ଉପରେ ମାଡ଼ିଗଲା କାର

ଭୁବନେଶ୍ୱର,୧୫।୬: ରାଜଧାନୀ ଭୁବନେଶ୍ୱରସ୍ଥିତ ସୈନିକ ସ୍କୁଲ ରାସ୍ତାରେ ଏକ ଭୟଙ୍କର ସିରିଜ୍‌ ଦୁର୍ଘଟଣା ଘଟିଛି। ସୋମବାର ରାତିରେ ଏକ କାର ଦ୍ରୁତଗତିରେ ମାଡ଼ି ଆସି ଚା’ ପିଉଥିବା…

କାନୀଗୁମା ନିକଟରେ ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା, ଭବାନୀପାଟଣାର ଯୁବକଙ୍କ ମୃତ୍ୟୁ

ଥୁଆମୂଳ ରାମପୁର,୧୫।୬(ଦୁର୍ଗା କୀର୍ତ୍ତି): ଥୁଆମୂଳ ରାମପୁର ଥାନା କାନୀଗୁମା କଫି ନର୍ସରୀ ନିକଟସ୍ଥ ବାଙ୍କ ବୁଲାଣି ରାସ୍ତାରେ ଦୁଇଟି ମୋଟରସାଇକେଲ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri