ପ୍ରତିଶ୍ରୁତି ପୂରଣ କଲାନି ଏସ୍‌ଆର୍‌ ଷ୍ଟିଲ୍‌ କମ୍ପାନୀ, ଅନଶନରେ ବସିଲେ ବଡକାଳୀମାଟି ଗ୍ରାମବାସୀ

ଚମ୍ପୁଆ ୧୮ା୬(ଡି.ଏନ.ଏ.)-କେନ୍ଦୁଝର ଜିଲା ଚମ୍ପୁଆ ଉପଖଣ୍ଡର ଦୁବୁନାଠାରେ ଥିବା ଏସ୍‌ଆର୍‌ ଷ୍ଟିଲ୍‌ କମ୍ପାନୀ ଦେଇଥିବା ପ୍ରତିଶ୍ରୁତି ପୂରଣ ନ କରିବାରୁ ବଡକାଳୀମାଟି ଗ୍ରାମବାସୀ ଚମ୍ପୁଆ ଉପଜିଲାପାଳ କାର୍ଯ୍ୟାଳୟଠାରେ ଧାରଣା ଦେଇଛନ୍ତି। କମ୍ପାନୀ ନିର୍ମାଣ ହେବା ଦିନଠାରୁ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି, ପାନୀୟଜଳ, ଶିକ୍ଷା, ରାସ୍ତାଘାଟ ସହିତ ମୌଳିକ ସମସ୍ୟାର ସମାଧାନ କରିବାର ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ଆଜିଯାଏ ତାହା ପୂରଣ କରିନାହିଁ। ବାରମ୍ବାର ଦାବି ସତ୍ତ୍ୱେ କମ୍ପାନୀ ଶୁଣୁ ନ ଥିବାରୁ ବଡକାଳୀମାଟି ଗ୍ରାମବାସୀ ଧାରଣାରେ ବସିଛନ୍ତି।

ଅଭିଯୋଗ ଅନୁଯାୟୀ, ବେକାର ଯୁବକ ଯୁବତୀଙ୍କୁ ନିଯୁକ୍ତି ଦେଇ ବିକାଶ ଦିଗରେ ବଦ୍ଧପରିକର ବୋଲି କମ୍ପାନୀ ପ୍ରତିଶ୍ରୁତି ଦେଇ ପୂରଣ କରିନାହିଁ। ଏପରିକି ଜମିହରା ଲୋକଙ୍କୁ ମଧ୍ୟ ଆଜି ପର୍ଯ୍ୟନ୍ତ କମ୍ପାନୀ କୌଣସି ପ୍ରକାର ଥଇଥାନ ବ୍ୟବସ୍ଥା କରିପାରିନାହିଁ। ତା ପରିବର୍ତ୍ତେ ପରିବେଶକୁ ନଷ୍ଟ କରିବା, ପ୍ରଦୂଷଣ ସୃଷ୍ଟି କରିବା ସହିତ ରାସ୍ତାଘାଟ ନଷ୍ଟ କରୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ନିଜ ହକ୍‌ ପାଇଁ ଲଢେଇ କରୁଥିବା ଏହି ଗ୍ରାମବାସୀ ନ୍ୟାୟ ପାଇଁ ଗତ ୨୩ା୭ା୨୦୧୮ ତାରିଖରେ ଉପଜିଲାପାଳଙ୍କ ନିକଟରେ ଅନଶନରେ ବସିଥିଲେ। ଉପଜିଲାପାଳ ୧୦ ଦିନ ମଧ୍ୟରେ ନୂତନ ଶାନ୍ତି କମଟି ଗଠନ କରି ସମସ୍ୟାର ସମାଧାନ କରାଯିବ ବୋଲି ଲିଖିତ ପ୍ରତିଶ୍ରୁତି ଦେବା ପରେ ଗ୍ରାମବାସୀ ଅନଶନରୁ ହଟିଥିଲେ। ୧ା୮ା୨୦୧୮ରେ ଗ୍ରାମବାସୀ ଅନୁଷ୍ଠିତ ବୈଠକରେ ଉପସ୍ଥିତ ହୋଇଥିଲେ ମଧ୍ୟ ପ୍ରତିପକ୍ଷ ଉପସ୍ଥିତ ହୋଇ ନ ଥିଲେ। ଫଳରେ ବୈଠକ ୨୧ା୮ା୨୦୧୮ ରିଖରେ ଅନୁଷ୍ଠିତ ହୋଇଥିଲା। ୭ ଦିନ ମଧ୍ୟରେ ସମସ୍ତ କାଗଜପତ୍ର ପୈଠ କରିବାକୁ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଥିଲେ ମଧ୍ୟ କମ୍ପାନୀ ତାହା କରି ନ ଥିଲା। ମାତ୍ର ପ୍ରଶାସନ ପକ୍ଷରୁ କମ୍ପାନୀକୁ ଅନୁକମ୍ପା ଦେଖାଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ପୂର୍ବ ବୈଠକରେ କମିଟି ପକ୍ଷରୁ ୧୭ା୬ା୨୦୧୯ ସୁଦ୍ଧା ସମାଧାନର ପନ୍ଥା ବାହାର କରାଯିବ ବୋଲି ସୂଚନା ରହିଥିଲେ ମଧ୍ୟ କୌଣସି ସମାଧାନ ହୋଇପାରି ନ ଥିଲା। ଫଳରେ ବଡକାଳୀମାଟି ଗ୍ରାମବାସୀ ସୋମବାର ମଧ୍ୟରାତ୍ରିରୁ ଆମରଣ ଅନଶନ ଆରମ୍ଭ କରଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଉପକୂଳରେ ଘୂର୍ଣ୍ଣିବଳୟ, ଦୁଇଟି ଟ୍ରଫ୍‌: ଆସନ୍ତା ୫ ଦିନ ଯାଏ ଏସବୁ ଜିଲାରେ ପ୍ରବଳ ବର୍ଷା, ଓ୍ବାର୍ନିଂ ଜାରି କଲା…

ଭୁବନେଶ୍ୱର, ୨୧ା୭ (ବନ୍ଦନା ସେଠୀ)- ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଏହା ସଂଲଗ୍ନ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏଥିସହ ଦୁଇଟି ଟ୍ରଫ୍‌…

ଦକ୍ଷିଣମୋଡ଼ ହେଲା ଦର୍ପଦଳନ, ଅଧାରେ ଅଟକିଲା ତାଳଧ୍ୱଜ: ନନ୍ଦିଘୋଷ… 

ପୁରୀ,୨୧ା୭(ଅଜିତ୍‌ କୁମାର ମହାନ୍ତି): ମହାପ୍ରଭୁ ଶ୍ରୀଜଗନ୍ନାଥ ବଡ଼ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରାଙ୍କୁ ସାଙ୍ଗରେ ଧରି ରଥାରୂଢ଼ ହୋଇ ଆସି ଶ୍ରୀଗୁଣ୍ଡିଚା ମନ୍ଦିରରେ ଅବସ୍ଥାନ କରିଛନ୍ତି। ରଥଯାତ୍ରାର…

ଜୀବିତ ଥାଇ ବି ସରକାରୀ ରେକର୍ଡରେ ମୃତ! ଆଧାର ନିଷ୍କ୍ରିୟ; ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ…

ମୋହନା,୨୧।୭(ମନ୍ମଥ ମିଶ୍ର): ଜୀବିତ ଥାଇ ବି ସରକାରୀ ରେକର୍ଡରେ ମୃତ! ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଗଜପତି ଜିଲା ଆର୍. ଉଦୟଗିରି ବ୍ଲକ ରଣାଲଇ ଗ୍ରାମରେ ଦେଖିବାକୁ…

ରାଜ୍ୟ ରାଜନୀତିରେ ଚହଳ: ଧର୍ମେନ୍ଦ୍ରଙ୍କ ଇସ୍ତଫା ଦାବି କଲେ ନବୀନ

ନୂଆଦିଲ୍ଲୀ/ ଭୁବନେଶ୍ୱର:୨୧।୭: ଓଡ଼ିଶା ତଥା ଜାତୀୟ ରାଜନୀତିରେ ଏକ ବଡ଼ ଧରଣର ହଟଚମଟ ସୃଷ୍ଟି ହୋଇଛି। ପୂର୍ବତନ ମୁଖ୍ୟମନ୍ତ୍ରୀ, ଓଡ଼ିଶା ବିଧାନସଭାର ବିରୋଧୀ ଦଳ ନେତା ନବୀନ…

ଜୀରାନଦୀ ଜଳ ହେବ ସ୍ବଚ୍ଛ: ୧୭୮.୫୦ କୋଟି ଟଙ୍କାର ଏସଟିପି ପ୍ରକଳ୍ପ ପାଇଁ ମିଳିଲା ରାଜ୍ୟ ସରକାରଙ୍କ ମଞ୍ଜୁରୀ

ବରଗଡ଼,୨୧।୭(ପ୍ରେମାନନ୍ଦ ଖମାରୀ)- ବରଗଡ଼ ସହର ମଧ୍ୟ ଦେଇ ପ୍ରବାହିତ ଜୀରାନଦୀକୁ ପ୍ରଦୂଷଣମୁକ୍ତ କରିବା ଏବଂ ସହରର ବ୍ୟବହୃତ ଜଳ ପରିଚାଳନା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ରାଜ୍ୟ…

ଅଗଷ୍ଟ ୩ରୁ ୫ ପର୍ଯ୍ୟନ୍ତ ତିନି ଦିନିଆ ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି

ଭୁବନେଶ୍ୱର, ୨୧।୭: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ଅଗଷ୍ଟ ୩ରୁ ୫ ତାରିଖ ପର୍ଯ୍ୟନ୍ତ ତିନି ଦିନିଆ ଓଡ଼ିଶା ଗସ୍ତରେ ଆସିବେ। ଏହି ଗସ୍ତ ଅବସରରେ ସେ…

୪ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ଆରଆଇ 

ସୁନ୍ଦରଗଡ/ କୁଆଁରମୁଣ୍ଡା,୨୧।୭(ଜୟ ନାରାୟଣ ମେଣ୍ଡୁଳି/ ମହେନ୍ଦ୍ର କୁମାର ସାହୁ ): ସୁନ୍ଦରଗଡ ଜିଲା କୁଆରମୁଣ୍ଡା ତହସିଲ ଅଧୀନ କଲୋସିହିରା ସର୍କଲର ରାଜସ୍ୱ ନିରୀକ୍ଷକ ଲାଞ୍ଚ ନେଉଥିବା ବେଳେ…

ରାସ୍ତାରେ ପଡ଼ିଲା ଗଛ: ରାଇକିଆ–କ. ନୂଆଗାଁ ରାସ୍ତାରେ ଦୁଇ ଘଣ୍ଟା ବସ୍ ଚଳାଚଳ ବନ୍ଦ

ରାଇକିଆ, ୨୧।୮ (ପ୍ରଦୀପ ବେହେରା): କନ୍ଧମାଳ ଜିଲାର ରାଇକିଆ–କ. ନୂଆଗାଁ ମୁଖ୍ୟ ରାସ୍ତାରେ ଏକ ବଡ଼ ଗଛ ପଡ଼ିଯିବା ଯୋଗୁ ପ୍ରାୟ ଦୁଇ ଘଣ୍ଟା ଧରି ବସ୍…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri