ପୌରପାଳିକା ଜାଗାରୁ ମାଟି ଚୋରା ଚାଲାଣ ଘଟଣା: ତଦନ୍ତ ଆରମ୍ଭ କଲେ ତହସିଲଦାର

ଅନୁଗୋଳ ଅଫିସ, ୨୦।୧୨- ଅନୁଗୋଳ ପୌରପାଳିକା ଡମ୍ପିଂୟାର୍ଡ୍‌ ପାଇଁ ମିଳିଥିବା ୫ ଏକର ଜାଗାରୁ ରାତିରେ ମାଟି ଚୋରା ଚାଲାଣ ସମ୍ପର୍କିତ ଖବର ଗୁରୁବାର ‘ଧରିତ୍ରୀ’ରେ ପ୍ରକାଶ ପାଇବା ପରେ ଅନୁଗୋଳ ଜିଲା ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ଜିଲାପାଳ ମନୋଜ କୁମାର ମହାନ୍ତି ଏହାର ତଦନ୍ତ ପାଇଁ ବଅଁରପାଳ ତହସିଲଦାର ଜିତେନ୍ଦ୍ର କୁମାର ସାହୁଙ୍କୁ ନିର୍ଦ୍ଦେଶ ଦେବା ପରେ ଅପରାହ୍ନରେ ତହସିଲଦାର ଓ କୁରୁଡ଼ୁଲୁ ଆର୍‌ଆଇ ଘଟଣାସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଛନ୍ତି।
ସୂଚନାଯୋଗ୍ୟ ଯେ, ବଅଁରପାଳ ତହସିଲ ପକ୍ଷରୁ କୁଶାସିଂହାରେ ୪ ବର୍ଷ ପୂର୍ବରୁ ୫ ଏକର ଜାଗା ଅନୁଗୋଳ ପୌରପାଳିକାକୁ ଯୋଗାଇ ଦିଆଯାଇଥିଲା। ଏହି ଜାଗାରେ ପୌରପାଳିକାର ଡମ୍ପିଂୟାର୍ଡ୍‌ ନିର୍ମାଣ କରାଯିବ ବୋଲି ପ୍ରସ୍ତାବ ରହିଥିଲା। କିନ୍ତୁ ସ୍ଥାନୀୟ ଲୋକଙ୍କ ବିରୋଧ କରିବାରୁ ଉକ୍ତ ଜାଗାରେ ନିର୍ମାଣ କାର୍ଯ୍ୟ ବନ୍ଦ ରହିଥିଲା। ଏହାର ସୁଯୋଗ ନେଇ ଉକ୍ତ ଜାଗାରୁ ଚୋରାରେ ମାଟି ଚାଲାଣ କରାଯାଉଥିଲେ ବି ଏ ନେଇ ପ୍ରଶାସନ ନିକଟରେ କୌଣସି ସୂଚନା ନ ଥିଲା। ଏ ସମ୍ପର୍କିତ ଖବର ‘ଧରିତ୍ରୀ’ରେ ପ୍ରକାଶ ପାଇବା ପରେ ପ୍ରଶାସନ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି। ଶହ ଶହ ଟ୍ରିପ୍‌ ମାଟି ଜେସିବିରେ ଖୋଳି ଟିପ୍ପର୍‌ରେ କେଉଁଠାକୁ ବୁହାଯାଇଛି ତାହାର ଅନୁଧ୍ୟାନ ଚଳାଇଛି ପ୍ରଶାସନ। ଏ ନେଇ ଅନୁଗୋଳ ପୌରନିର୍ବାହୀ ଅଧିକାରୀ ବିନୋଦ ଚନ୍ଦ୍ର ପଣ୍ଡା କହିଛନ୍ତି, କାର୍ଯ୍ୟବ୍ୟସ୍ତତା କାରଣରୁ ଘଟଣାସ୍ଥଳକୁ ଅନୁଧ୍ୟାନ କରିବାକୁ ଯାଇପାରିନାହିଁ। ଶୁକ୍ରବାର ପୂର୍ବାହ୍ନରେ ଘଟଣାସ୍ଥଳକୁ ଯିବି। ବଅଁରପାଳ ତହସିଲଦାର ସାହୁ କହିଛନ୍ତି, ଘଟଣାସ୍ଥଳକୁ ଅନୁଧ୍ୟାନ କରିବାକୁ ଯାଇଥିଲି। ସେଠାରୁ ଚୋରାରେ ମାଟି ଚାଲାଣ ହେଉଛି। ଏବେ ତଦନ୍ତ ଚାଲୁଥିବାରୁ କିଛି କହି ହେବ ନାହିଁ। ଏହି ମାଟି ଚୋରା ଚାଲାଣ ଗ୍ୟାଙ୍ଗର ଖୁବ୍‌ଶୀଘ୍ର ପର୍ଦ୍ଦାଫାସ କରାଯିବ ବୋଲି ତହସିଲଦାର ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୁରଟରୁ ପୁଣି ୫ ବସ୍‌ ଗଞ୍ଜାମ ଆସିଲା

ଭଞ୍ଜନଗର,୭।୫(ଡି.ଏନ.ଏ)- କରୋନା ଭୂତାଣୁ ପାଇଁ ସୁରଟରୁ ହଜାର ହଜାର ଓଡ଼ିଆ ନିଜ ଭିଟାମାଟିକୁ ଫେରୁଛନ୍ତି। ପ୍ରଥମେ ବସ୍‌ ଯୋଗେ ଆସୁଥିବାବେଳେ ଦୁର୍ଘଟଣା ବଢ଼ିବା ସହ ସାମାଜିକ...

ଧରିତ୍ରୀ ପୋର୍ଟାଲ ପ୍ରଭାବ: ତାଲା ପକାଯାଇଥିବା ଗୋରୁଙ୍କୁ ଛାଡ଼ିଲା ଗଞ୍ଜାମ ଏନ୍‌ଏସି , ଭୋକ ଉପାସରେ ବୁଲୁଥିବାରୁ ଖାଦ୍ୟପେୟ ବ୍ୟବସ୍ଥା କରିବାକୁ ଦାବି

ଗଞ୍ଜାମ,୨୯।୩(ଡି.ଏନ୍‌.ଏ.): କରୋନା କଟକଣା ଲାଗି ଗଞ୍ଜାମ ସହର ଶୂନଶାନ। ସରକାରଙ୍କ ପକ୍ଷରୁ ଲକ୍‌ଡାଉନ୍‌ ଘୋଷଣା ପରେ ଘରୁ ବାହାରୁନାହାନ୍ତି ଲେକେ। ଗତ ୨୨ ତାରିଖରେ ହୋଇଥିବା...

ଚଳନ୍ତା ମାଲବାହୀ ଗାଡ଼ିରେ ଲାଗିଲା ନିଆଁ

ବାଲେଶ୍ବର ଅଫିସ ୨।୧: ବାଲେଶ୍ବର ଜିଲା ବସ୍ତା ଥାନା ୬୦ ନମ୍ବର ଜାତୀୟ ରାଜପଥ ଟୋଲଗେଟ ଛକ ନିକଟରେ ସୋମବାର ପୂର୍ବାହ୍ନରେ ଏକ ଚଳନ୍ତା ମାଲବାହୀ...

କଫ୍‌ ସିରପରେ ନିଶା ବଟିକା ମିଶାଇ ବିକୁଥିଲେ: ୨ ଅଭିଯୁକ୍ତ କୋର୍ଟଚାଲାଣ

କଟକ ଅଫିସ,୨।୧୧: କଫ୍‌ ସିରପରେ ବେଆଇନ ଭାବେ ନାଇଟ୍‌-୧୦ ବଟିକା ମିଶାଇ ବିକ୍ରି କରିବା ଅଭିଯୋଗରେ ମର୍କତନଗର ପୋଲିସ ରବିବାର ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି...

ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ପୁଅ ଗିରଫ

ବଲାଙ୍ଗୀର ଅଫିସ,୨ା୨: କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ପୁଅ ସେଜି ସିଂଙ୍କୁ ବେଲପଡ଼ା ପୋଲିସ ବୁଧବାର ରାତିରେ ଗିରଫ କରିଥିବା ଜଣାପଡ଼ିଛି। କଣ୍ଟାବାଞ୍ଜି-ବେଲପଡ଼ା ରାସ୍ତାରେ...

ବିଦ୍ୟୁତ୍‌ ବିଲ୍‌ ଆଦାୟ ଦାୟିତ୍ୱ ପ୍ରଦାନରେ ରାଜନୈତିକ ଚାପ:  ସମାଧାନ ନ ହେଲେ ଆନ୍ଦୋଳନ ଚେତାବନୀ

କନିଷି,୧୨ା୯(ଡି.ଏନ.ଏ.)-ବ୍ରହ୍ମପୁର ସାଉଥ୍‌କୋ ୟୁଟିଲିଟି ଅଧୀନ କନିଷି ସବଡିଭିଜନର ସ୍ବୟଂ ସହାୟିକା ଗୋଷ୍ଠୀକୁ ବିଦ୍ୟୁତ୍‌ ବିଲ ଆଦାୟ ଦାୟିତ୍ୱ ପ୍ରଦାନରେ ରାଜନୈତିକ ଚାପକୁ ନେଇ ଅସନ୍ତୋଷ ବୃଦ୍ଧି...

କେନ୍ଦ୍ରାପଡ଼ାରେ ପ୍ରଥମ କରୋନା ପଜିଟିଭ୍‌ ଚିହ୍ନଟ; ହୋମ୍‌ କ୍ୱାରାଣ୍ଟାଇନ୍‌ରେ ରହିଲେ ପରିବାର, ସଂସ୍ପର୍ଶରେ ଆସିଥିବା ବ୍ୟକ୍ତି, ଆଳିର ୧୧ ଗାଁ ସିଲ୍‌

କେନ୍ଦ୍ରାପଡ଼ା ଅଫିସ, ୭ା୪: କେନ୍ଦ୍ରାପଡ଼ା ଜିଲାରେ ପ୍ରଥମ କରୋନା ପଜିଟିଭ ବ୍ୟକ୍ତି ସୋମବାର ଚିହ୍ନଟ ହୋଇଛନ୍ତି। ଆଳି ଅଞ୍ଚଳର ଏହି ଚିହ୍ନଟ ବ୍ୟକ୍ତିଙ୍କୁ ଜିଲା ପ୍ରଶାସନ...

ଲକ୍‌ଡାଉନ ଯୋଗୁ ହନ୍ତସନ୍ତ ଶତାୟୁ, ପରିବାର ସଦସ୍ୟଙ୍କୁ ସହାୟତା ମିଳୁନି

ନୂଆପଡ଼ା ଅଫିସ,୨୨ା୪-ଘରେ ପଡି ରହିଛନ୍ତି ଶହେ ବର୍ଷ ବୟସର ଆଈ ବିଶାହୀନ ା ୭୫ ବର୍ଷ ବୟସର ବାପା ରେଶମଲାଲ ା ଏମାନଙ୍କ ସହିତ ସ୍ତ୍ରୀ...

Advertisement
Archives

Model This Week