ପୋଲ ନିର୍ମାଣ ଗତି ମନ୍ଥର

ଝୁମ୍ପୁରା, ୪।୨(ଡି.ଏନ୍‌.ଏ.)- ଝୁମ୍ପୁରା ବ୍ଲକ ଅନ୍ତର୍ଗତ ଝୁମ୍ପୁରା-ଉଖୁଣ୍ଡା ରାସ୍ତାର ଝୁମ୍ପୁରା ବ୍ଲକ ଓ ତହସିଲ କାର୍ଯ୍ୟାଳୟର ଅନତି ଦୂରରେ ପୂର୍ତ୍ତ ବିଭାଗ ଦ୍ୱାରା ପୋଲ ନିର୍ମାଣ ପାଇଁ ବିରାଟ ଗାତ ଖୋଳାଯାଇଛି। ତେବେ ଫାଉଣ୍ଡେଶନ ଗାତ ଖୋଳାଯିବାର ୧ବର୍ଷ ଅତିକ୍ରାନ୍ତ ହୋଇଥିଲେ ହେଁ ପୂର୍ତ୍ତ ବିଭାଗ ପୋଲ ନିର୍ମାଣ କରିବା ପାଇଁ ଧ୍ୟାନ ଦେଉନାହିଁ। ପୋଲ ପାର୍ଶ୍ୱକୁ ନିର୍ମିତ ହୋଇଥିବା ଡାଇଭର୍‌ସନ ମଧ୍ୟ ବିପଦସଙ୍କୁଳ। ମାଟି, ମୋରମରେ ଡାଇଭର୍‌ସନ ନିର୍ମିତ ହୋଇଥିବାରୁ ଖରାବେଳେ ପ୍ରବଳ ଧୂଳି, ବର୍ଷା ହେଲେ କାଦୁଅ ପୁଣି ଡାଇଭର୍‌ସନ ରାସ୍ତାର ସବୁ ଜାଗାରେ ଖାଲ। ପୋଲ ନିର୍ମାଣ ପାଇଁ କରାଯାଇଥିବା ଗାତ ପାର୍ଶ୍ୱରେ ସୁରକ୍ଷା ବାଡ଼ ନାହିଁ। ସାଧାରଣ ପଥଚାରୀ ଏବଂ ବାଇକ୍‌ ଆରୋହୀଙ୍କ ପାଇଁ ଡାଇଭର୍‌ସନ ରାସ୍ତାର ୨ ପାର୍ଶ୍ୱ ମୃତ ଗାତ ସଦୃଶ। ଏଥିପାଇଁ ପ୍ରତ୍ୟହ ଦୁର୍ଘଟଣା ଘଟୁଛି। ସୂଚନା ଅନୁଯାୟୀ, ଟେଣ୍ଡରଧାରୀ ଏହି ରାସ୍ତାର ୨ପାର୍ଶ୍ୱ ସୁରକ୍ଷା ବାଡ଼ ଦେବା ସହିତ ରାସ୍ତା ପିଚୁ କରିବା ନେଇ ଏଷ୍ଟିମେଟ୍‌ରେ ରହିଛି, ହେଲେ ଟେଣ୍ଡରଧାରୀ କାହାରି କଥା ଶୁଣୁନାହାନ୍ତି।
ଅନ୍ୟପକ୍ଷରେ ଅସୁବିଧା ଭୋଗୁଛନ୍ତି ରାଇକଳା, ଧନୁର୍ଜୟପୁର, ଉଖୁଣ୍ଡା, ଟୁକୁଡିହା, ବଡ଼ଡୁମୁରିଆ ପଞ୍ଚାୟତର ହଜାର ହଜାର ଗ୍ରାମବାସୀ। ଝୁମ୍ପୁରା ବ୍ଲକ ଓ ତହସିଲ କାର୍ଯ୍ୟାଳୟ, ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର, ଝୁମ୍ପୁରା ବଜାରକୁ ଆସିବା ପାଇଁ ଏହା ଏକ ପ୍ରମୁଖ ରାସ୍ତା ହୋଇଥିବା ବେଳେ ଏହାଦ୍ୱାରା ବହୁ ଲୋକ ହଇରାଣ ହେଉଛନ୍ତି। ପୁଣି ଗ୍ରାମାଞ୍ଚଳ ଚାଷୀମାନେ ତାଙ୍କର ଉତ୍ପାଦିତ ସାମଗ୍ରୀ ନେଇ ଝୁମ୍ପୁରା ବଜାରରେ ପହଞ୍ଚି ପାରୁ ନ ଥିବାବେଳେ ଡାଇଭରସନ ରାସ୍ତା ନିକଟରେ ଥିବା ଅଗ୍ନିଶମ ସେବାସଂସ୍ଥାର ଗାଡ଼ି ମଧ୍ୟ ଆପତ୍‌କାଳୀନ ସେବା ଯୋଗାଣ ପାଇଁ ବାହାରିବାରେ ଅସୁବିଧା ଦେଖାଦେଉଛି। ଏ ନେଇ କେନ୍ଦୁଝରସ୍ଥିତ ପୂର୍ତ୍ତ ବିଭାଗ କାର୍ଯ୍ୟାଳୟରେ ବହୁବାର ଅଭିଯୋଗ ହେଲାଣି, ହେଲେ ସବୁ ସମୟରେ ଶୀଘ୍ର ପୋଲ ନିର୍ମାଣ ସାଙ୍ଗକୁ ଡାଇଭରସନ ରାସ୍ତା ସଜଡାଯିବ ବୋଲି ପ୍ରତିଶ୍ରୁତି ଦେଇ କାମ ଚଳାଇ ନିଆଯାଉଛି।
୨ବର୍ଷ ପୂର୍ବରୁ କାନପୁର ବୃହତ ଜଳସେଚନ ପ୍ରକଳ୍ପର ୧ପାର୍ଶ୍ୱ ମୁଖ୍ୟ କେନାଲ ଖୋଳା ହେବା ପରେ ଝୁମ୍ପୁରା-ଉଖୁଣ୍ଡା ରାସ୍ତାର ବ୍ଲକ କାର୍ଯ୍ୟାଳୟ ନିକଟରେ ଉକ୍ତ ସ୍ଥାନର କେନାଲ କ୍ରସ୍‌ ଜାଗାରେ ପୋଲ ନିର୍ମାଣର ଆବଶ୍ୟକ ପଡ଼ିଲା। ପୂର୍ତ୍ତ ବିଭାଗ ଦ୍ୱାରା ଟେଣ୍ଡର ଦିଆଯାଇ ପୋଲ ନିର୍ମାଣର ଫାଉଣ୍ଡେଶନ ଖୋଳା କାର୍ଯ୍ୟ ଆରମ୍ଭ ହୋଇଥିଲା। ତା’ପରେ ସବୁ ଚୁପ୍‌। ପୂର୍ତ୍ତ ବିଭାଗର ସୂଚନା ଅନୁଯାୟୀ, ପୋଲ ନିର୍ମାଣର ବ୍ୟୟ ଅଟକଳ ୫କୋଟି ଟଙ୍କାରୁ ଊର୍ଦ୍ଧ୍ୱ ରହିଛି। ଏ ସମ୍ପର୍କରେ କେନ୍ଦୁଝରସ୍ଥିତ ପୂର୍ତ୍ତ ବିଭାଗର ନିର୍ବାହୀ ଯନ୍ତ୍ରୀ ପ୍ରମୋଦ ରଥଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ତାଙ୍କ ମତାମତ ମିଳିପାରିନାହିଁ। ପୋଲ ନିର୍ମାଣ ଦାୟିତ୍ୱରେ ଥିବା ଯନ୍ତ୍ରୀ ଅଭିମନ୍ୟୁ ନାଏକ କହିଛନ୍ତି ଯେ, ପୋଲ ନିର୍ମାଣର ଡିଜାଇନ୍‌ ବଦଳା ଯିବାକୁ ଥିବାରୁ ନିର୍ମାଣରେ ବିଳମ୍ବ ଘଟୁଛି। ନୂଆ ଡିଜାଇନ୍‌ ପ୍ରସ୍ତୁତ ହେଲାଣି। ଖୁବ୍‌ଶୀଘ୍ର କାମ ଆରମ୍ଭ ହେବ ଏବଂ ଡାଇଭର୍‌ସନ ରାସ୍ତାକୁ ସଜଡ଼ାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଆରଆଇ କାର୍ଯ୍ୟାଳୟରେ ତାଲା: ପଲିଥିନ୍‌ରୁ ବଞ୍ଚିତ ବନ୍ୟା ପ୍ରଭାବିତ

ହାଟଡିହୀ/ଛେନାପଦୀ, ୭।୯ (ଶୁଭକାନ୍ତ ନାୟକ/ନିରାକାର ପରିଡ଼ା):କେନ୍ଦୁଝର ଜିଲା ହାଟଡିହୀ ତହସିଲ ଅଧୀନ ସମଣା ରାଜସ୍ବ ନିରୀକ୍ଷକ (ଆରଆଇ) କାର୍ଯ୍ୟାଳୟରେ ଦୀର୍ଘଦିନ ଧରି ତାଲା ଝୁଲୁଥିବା ଅଭିଯୋଗ ହୋଇଛି।…

ବିଲରେ କାମ କରୁଥିବା ବେଳେ ଦୁଇ ଭାଇଙ୍କ ଉପରେ ମାଡିବସିଲା ଭାଲୁ, ରକ୍ତ ଜୁଡୁବୁଡୁ…

ଆନନ୍ଦପୁର,୭।୯(ସୁଶାନ୍ତ କୁମାର ସାହୁ ): ଆନନ୍ଦପୁରରେ ଭାଲୁ ଉପଦ୍ରବ ଦେଖିବାକୁ ମିଳିଛି । ଭାଲୁ ଆକ୍ରମଣରେ ଦୁଇ ଭାଇ ଗୁରୁତର ଆହତ ହୋଇଛନ୍ତି । ଗୁରୁତର ଅବସ୍ଥାରେ…

କେନ୍ଦୁଝରରେ ବ୍ୟାଡମିଣ୍ଟନ ଟୁର୍ନାମେଣ୍ଟ

କେନ୍ଦୁଝର,୬।୯(ନରେଶ ଚନ୍ଦ୍ର ପଟ୍ଟନାୟକ): ଜିଲା ପ୍ରଶାସନର ଅଧିକାରୀ ଓ କର୍ମଚାରୀମାନଙ୍କ ମଧ୍ୟରେ କ୍ରୀଡ଼ା ମନୋଭାବ, ସହଯୋଗିତା ଏବଂ ସୁସ୍ଥ କାର୍ଯ୍ୟ ପରିବେଶ ସୃଷ୍ଟି କରିବା ଉଦ୍ଦେଶ୍ୟରେ କେନ୍ଦୁଝର…

ପାଟଣା କଲେଜରେ ୬କୋଟିରୁ ଉର୍ଦ୍ଧ୍ବ ଟଙ୍କା ହେରଫେର ଅଭିଯୋଗ, ଭିଜିଲାନ୍ସ ତଦନ୍ତ ଦାବି

ପାଟଣା,୬।୯(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ୍‌ ମୁଖ୍ୟାଳୟସ୍ଥିତ ସର୍ବ ପ୍ରଥମ ୪୪ବର୍ଷ ଆଞ୍ଚଳିକ ମହାବିଦ୍ୟାଳୟ, ସ୍ବାମପାଟଣାରେ ୬ କୋଟି ୬୦ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ହେରଫେର ଅଭିଯୋଗ…

ଗାଁରେ ମାଙ୍କଡ଼ ଆତଙ୍କ: ଦୁଇଜଣଙ୍କୁ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ ପରେ…

ବଞ୍ଚୋ,୬ା୯(ପ୍ରଦୋଷ ବିଶ୍ୱାଳ): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ ମୋଚିନ୍ଦା ଗ୍ରାମରେ ଏକ ବୁଲା ମାଙ୍କଡ଼ର ଉତ୍ପାତକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଭୟ ଓ ଆତଙ୍କ ଦେଖାଦେଇଛି। ଗ୍ରାମ…

୪ ଥର ପାଇଁ ପିସିସି ସମ୍ପାଦକ ହେଲେ ସଂଗ୍ରାମ ଦାସ

କେନ୍ଦୁଝର,୬ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): ବରିଷ୍ଠ କଂଗ୍ରେସ ନେତା ସଂଗ୍ରାମ ଦାସ ୪ ଥର ପାଇଁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସମ୍ପାଦକ ଭାବେ ମନୋନୀତ ହୋଇଛନ୍ତି। ଏଆଇସିସିର…

ରାସ୍ତା ଭାଙ୍ଗୁଛି ବାହାଘର: ମୌଳିକ ସୁବିଧାରୁ ବଞ୍ଚତ୍ତ କୁଆଡ଼ବାସୀ

ହାଟଡିହୀ,୬।୯(ଶୁଭକାନ୍ତ ନାୟକ):: ସ୍ବାଧୀନତାର ୮୦ ବର୍ଷ ପରେ ବି ଗାଁକୁ ଭଲ ରାସ୍ତା ନାହିଁ। ରାସ୍ତା ଯୋଗୁ ଗ୍ରାମବାସୀ ବହୁ ସମସ୍ୟାର ସମ୍ମୁଖୀନ ହେଉଥିବା ବେଳେ ମୁଖ୍ୟତଃ…

‘ସମାଜ ଗଠନରେ ଶିକ୍ଷକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ’

ବଞ୍ଚୋ/ଆନନ୍ଦପୁର,୫ା୯(ପ୍ରଦୋଷ ବିଶ୍ୱାଳ/ଶ୍ରୀଧର ମହାରଣା): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ୍‌ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଗୁରୁଦିବସ ପାଳିତ ହୋଇଯାଇଛି। ବ୍ଲକ ଶିକ୍ଷା ଅଧିକାରୀ ହରିହର ଦଳେଇଙ୍କ ନେତୃତ୍ୱରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri