ପୋଲ ନିର୍ମାଣ ଗତି ମନ୍ଥର

ଝୁମ୍ପୁରା, ୪।୨(ଡି.ଏନ୍‌.ଏ.)- ଝୁମ୍ପୁରା ବ୍ଲକ ଅନ୍ତର୍ଗତ ଝୁମ୍ପୁରା-ଉଖୁଣ୍ଡା ରାସ୍ତାର ଝୁମ୍ପୁରା ବ୍ଲକ ଓ ତହସିଲ କାର୍ଯ୍ୟାଳୟର ଅନତି ଦୂରରେ ପୂର୍ତ୍ତ ବିଭାଗ ଦ୍ୱାରା ପୋଲ ନିର୍ମାଣ ପାଇଁ ବିରାଟ ଗାତ ଖୋଳାଯାଇଛି। ତେବେ ଫାଉଣ୍ଡେଶନ ଗାତ ଖୋଳାଯିବାର ୧ବର୍ଷ ଅତିକ୍ରାନ୍ତ ହୋଇଥିଲେ ହେଁ ପୂର୍ତ୍ତ ବିଭାଗ ପୋଲ ନିର୍ମାଣ କରିବା ପାଇଁ ଧ୍ୟାନ ଦେଉନାହିଁ। ପୋଲ ପାର୍ଶ୍ୱକୁ ନିର୍ମିତ ହୋଇଥିବା ଡାଇଭର୍‌ସନ ମଧ୍ୟ ବିପଦସଙ୍କୁଳ। ମାଟି, ମୋରମରେ ଡାଇଭର୍‌ସନ ନିର୍ମିତ ହୋଇଥିବାରୁ ଖରାବେଳେ ପ୍ରବଳ ଧୂଳି, ବର୍ଷା ହେଲେ କାଦୁଅ ପୁଣି ଡାଇଭର୍‌ସନ ରାସ୍ତାର ସବୁ ଜାଗାରେ ଖାଲ। ପୋଲ ନିର୍ମାଣ ପାଇଁ କରାଯାଇଥିବା ଗାତ ପାର୍ଶ୍ୱରେ ସୁରକ୍ଷା ବାଡ଼ ନାହିଁ। ସାଧାରଣ ପଥଚାରୀ ଏବଂ ବାଇକ୍‌ ଆରୋହୀଙ୍କ ପାଇଁ ଡାଇଭର୍‌ସନ ରାସ୍ତାର ୨ ପାର୍ଶ୍ୱ ମୃତ ଗାତ ସଦୃଶ। ଏଥିପାଇଁ ପ୍ରତ୍ୟହ ଦୁର୍ଘଟଣା ଘଟୁଛି। ସୂଚନା ଅନୁଯାୟୀ, ଟେଣ୍ଡରଧାରୀ ଏହି ରାସ୍ତାର ୨ପାର୍ଶ୍ୱ ସୁରକ୍ଷା ବାଡ଼ ଦେବା ସହିତ ରାସ୍ତା ପିଚୁ କରିବା ନେଇ ଏଷ୍ଟିମେଟ୍‌ରେ ରହିଛି, ହେଲେ ଟେଣ୍ଡରଧାରୀ କାହାରି କଥା ଶୁଣୁନାହାନ୍ତି।
ଅନ୍ୟପକ୍ଷରେ ଅସୁବିଧା ଭୋଗୁଛନ୍ତି ରାଇକଳା, ଧନୁର୍ଜୟପୁର, ଉଖୁଣ୍ଡା, ଟୁକୁଡିହା, ବଡ଼ଡୁମୁରିଆ ପଞ୍ଚାୟତର ହଜାର ହଜାର ଗ୍ରାମବାସୀ। ଝୁମ୍ପୁରା ବ୍ଲକ ଓ ତହସିଲ କାର୍ଯ୍ୟାଳୟ, ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର, ଝୁମ୍ପୁରା ବଜାରକୁ ଆସିବା ପାଇଁ ଏହା ଏକ ପ୍ରମୁଖ ରାସ୍ତା ହୋଇଥିବା ବେଳେ ଏହାଦ୍ୱାରା ବହୁ ଲୋକ ହଇରାଣ ହେଉଛନ୍ତି। ପୁଣି ଗ୍ରାମାଞ୍ଚଳ ଚାଷୀମାନେ ତାଙ୍କର ଉତ୍ପାଦିତ ସାମଗ୍ରୀ ନେଇ ଝୁମ୍ପୁରା ବଜାରରେ ପହଞ୍ଚି ପାରୁ ନ ଥିବାବେଳେ ଡାଇଭରସନ ରାସ୍ତା ନିକଟରେ ଥିବା ଅଗ୍ନିଶମ ସେବାସଂସ୍ଥାର ଗାଡ଼ି ମଧ୍ୟ ଆପତ୍‌କାଳୀନ ସେବା ଯୋଗାଣ ପାଇଁ ବାହାରିବାରେ ଅସୁବିଧା ଦେଖାଦେଉଛି। ଏ ନେଇ କେନ୍ଦୁଝରସ୍ଥିତ ପୂର୍ତ୍ତ ବିଭାଗ କାର୍ଯ୍ୟାଳୟରେ ବହୁବାର ଅଭିଯୋଗ ହେଲାଣି, ହେଲେ ସବୁ ସମୟରେ ଶୀଘ୍ର ପୋଲ ନିର୍ମାଣ ସାଙ୍ଗକୁ ଡାଇଭରସନ ରାସ୍ତା ସଜଡାଯିବ ବୋଲି ପ୍ରତିଶ୍ରୁତି ଦେଇ କାମ ଚଳାଇ ନିଆଯାଉଛି।
୨ବର୍ଷ ପୂର୍ବରୁ କାନପୁର ବୃହତ ଜଳସେଚନ ପ୍ରକଳ୍ପର ୧ପାର୍ଶ୍ୱ ମୁଖ୍ୟ କେନାଲ ଖୋଳା ହେବା ପରେ ଝୁମ୍ପୁରା-ଉଖୁଣ୍ଡା ରାସ୍ତାର ବ୍ଲକ କାର୍ଯ୍ୟାଳୟ ନିକଟରେ ଉକ୍ତ ସ୍ଥାନର କେନାଲ କ୍ରସ୍‌ ଜାଗାରେ ପୋଲ ନିର୍ମାଣର ଆବଶ୍ୟକ ପଡ଼ିଲା। ପୂର୍ତ୍ତ ବିଭାଗ ଦ୍ୱାରା ଟେଣ୍ଡର ଦିଆଯାଇ ପୋଲ ନିର୍ମାଣର ଫାଉଣ୍ଡେଶନ ଖୋଳା କାର୍ଯ୍ୟ ଆରମ୍ଭ ହୋଇଥିଲା। ତା’ପରେ ସବୁ ଚୁପ୍‌। ପୂର୍ତ୍ତ ବିଭାଗର ସୂଚନା ଅନୁଯାୟୀ, ପୋଲ ନିର୍ମାଣର ବ୍ୟୟ ଅଟକଳ ୫କୋଟି ଟଙ୍କାରୁ ଊର୍ଦ୍ଧ୍ୱ ରହିଛି। ଏ ସମ୍ପର୍କରେ କେନ୍ଦୁଝରସ୍ଥିତ ପୂର୍ତ୍ତ ବିଭାଗର ନିର୍ବାହୀ ଯନ୍ତ୍ରୀ ପ୍ରମୋଦ ରଥଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ତାଙ୍କ ମତାମତ ମିଳିପାରିନାହିଁ। ପୋଲ ନିର୍ମାଣ ଦାୟିତ୍ୱରେ ଥିବା ଯନ୍ତ୍ରୀ ଅଭିମନ୍ୟୁ ନାଏକ କହିଛନ୍ତି ଯେ, ପୋଲ ନିର୍ମାଣର ଡିଜାଇନ୍‌ ବଦଳା ଯିବାକୁ ଥିବାରୁ ନିର୍ମାଣରେ ବିଳମ୍ବ ଘଟୁଛି। ନୂଆ ଡିଜାଇନ୍‌ ପ୍ରସ୍ତୁତ ହେଲାଣି। ଖୁବ୍‌ଶୀଘ୍ର କାମ ଆରମ୍ଭ ହେବ ଏବଂ ଡାଇଭର୍‌ସନ ରାସ୍ତାକୁ ସଜଡ଼ାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଶୁଖୁଛି ଜଳଭଣ୍ଡାର, ସଙ୍କଟରେ ହାତୀ

କେନ୍ଦୁଝର,୨୬ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାରେ ତାପମାତ୍ରା ୪୩ ଡିଗ୍ରୀ ଉପରେ ରହୁଛି। ଅତ୍ୟଧିକ ଉତ୍ତାପରେ ଜନଜୀବନ ବ୍ୟତିବ୍ୟସ୍ତ ହୋଇପଡ଼ିଛି। ଗରମ ସାଙ୍ଗକୁ ନଦୀ, ନାଳ,...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

ନିଜ ଦେହରେ କିରୋସିନ ଢାଳି ନିଆଁ ଲଗାଇ ଦେଲେ ମହିଳା, ରକ୍ଷା କରିବାକୁ ଯାଇ ସ୍ବାମୀ ଗୁରୁତର

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା କାଠକଟା ଗାଁରେ ବୁଧବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପରିବାରିକ କଳହରୁ ଜଣେ...

ଭାଜପାରୁ ପ୍ରାର୍ଥୀ ହେବେ ସୌମ୍ୟରଞ୍ଜନ!

ଘସିପୁରା(ନିରଞ୍ଜନ ସାହୁ)/ରାମଚନ୍ଦ୍ରପୁର (ଗଣେଶ୍ୱର ସା),୨୫।୪: କେନ୍ଦୁଝର ଜିଲା ଘଷିପୁରା ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ବଦ୍ରି ନାରାୟଣ ପାତ୍ରଙ୍କୁ ପ୍ରାର୍ଥୀ କରିଥିବା...

ବ୍ୟାପୁଛି ଜଙ୍ଗଲ ନିଆଁ, ବନ୍ୟଜନ୍ତୁ କଲବଲ

କେନ୍ଦୁଝର,୨୫ା୪(ଦୀପକ ମିଶ୍ର)କେନ୍ଦୁଝର ବନଖଣ୍ଡର ୭ଟି ରେଞ୍ଜ ଅନ୍ତର୍ଗତ ବିଭିନ୍ନ ଜଙ୍ଗଲରେ ନିଆଁ ଲାଗିଛି। ଏଥିରେ ବହୁ ମୂଲ୍ୟବାନ୍‌ ଗଛ ନଷ୍ଟ ହେଉଥିବା ବେଳେ ବନ୍ୟପ୍ରାଣୀ ଉତ୍ତାପରେ...

ଘରେ ପଶି ଗୃହକର୍ତ୍ତାଙ୍କ ପାଟିରେ ବନ୍ଧୁକ ଭର୍ତ୍ତି କରି ଡକାୟତି ଉଦ୍ୟମ, ମରଣାନ୍ତକ ଆକ୍ରମଣ କରି ୩ ଫେରାର

ବଡ଼ବିଲ,୨୪ା୪(ଦେବପ୍ରିୟ ରଣା): କେନ୍ଦୁଝର ଜିଲା ବଡ଼ବିଲ ଥାନା ଅନ୍ତର୍ଗତ ପିଏଚ୍‌ଡି ରୋଡ୍‌ସ୍ଥିତ ଭଞ୍ଜ କଲୋନୀରେ ବୁଧବାର ଜଣେ ବ୍ୟକ୍ତିଙ୍କ ଘରେ ସ୍ପଷ୍ଟ ଦିବାଲୋକରେ ଡକାୟତି ପାଇଁ...

ନାବାଳିକାଙ୍କୁ ବଳାତ୍କାର କରି ଯୁବକଙ୍କୁ ୧୦ ବର୍ଷ ଜେଲ୍‌ଦଣ୍ଡ

କେନ୍ଦୁଝର,୨୪ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଫାଷ୍ଟଟ୍ରାକ୍‌ କୋର୍ଟର ମାନ୍ୟବର ବିଚାରପତି ବିଜୟ କୁମାର ମିଶ୍ର ଏକ ବଳାତ୍କାର ମାମଲାର ବିଚାର କରି ଅଭିଯୁକ୍ତଙ୍କୁ ଦଣ୍ତାଦେଶ ଶୁଣାଇଛନ୍ତି।...

ଅବକାରୀ ଥାନା ପରିସରରେ ଭୟାବହ ଅଗ୍ନିକାଣ୍ଡ: କୋଟିଏରୁ ଉର୍ଦ୍ଧ୍ୱ ସମ୍ପତ୍ତି ନଷ୍ଟ

ବଡ଼ବିଲ,୨୪।୪ (ଦେବପ୍ରିୟ ରଣା):କେନ୍ଦୁଝର ବଡବିଲ ଅବକାରୀ ଥାନା ପରିସରରେ ମଙ୍ଗଳବାର ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟି କୋଟିଏରୁ ଉଦ୍ଧର୍‌ବ ଟଙ୍କାର ଜବତ ହୋଇ ରହିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri