ପୋଲ ତଳକୁ ଖସିଲା ଧାନ ବୋଝେଇ ଟ୍ରକ

ଠାକୁରମୁଣ୍ଡା/ଯଶିପୁର,୭ା୨(ଡ଼ି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ଯଶୀପୁର-ରରୁଆଁ ରାସ୍ତାର ମଉଦି ଗ୍ରାମ ନିକଟରେ ଗୁରବାର ସାରେ ଏକ ଧାନ ବୋଝେଇ ଟ୍ରକ ଭାରସାମ୍ୟ ହରାଇ ପୋଲ ଉପରୁ ପ୍ରାୟ ୩୦ ଫୁଟ ତଳକୁ ଖସି ପଡ଼ିଛି। ଦୁର୍ଘଟଣାଗ୍ରସ୍ତ ଟ୍ରକ ଡ୍ରାଇଭରଙ୍କ ଅବସ୍ଥା ଗୁରୁତର ଥିବା ବେଳେ ଅନ୍ୟ ଦୁଇଜଣ ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ, ରରୁଆଁ ଲ୍ୟାମ୍ପସରୁ ଧାନ ବସ୍ତା ବୋଝେଇ କରି ଏକ ଟ୍ରକ (ନଂ.ଓଆର-୧୧ବି-୫୧୮୬) ରାଇରଙ୍ଗପୁରର ଏକ ରାଇସ ମିଲ୍‌କୁ ଯାଉଥିଲା। ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଟ୍ରକଟି ଭାରସାମ୍ୟ ହରାଇ ପୋଲ ତଳକୁ ଖସି ପଡ଼ିଥିଲା। ସ୍ଥାନୀୟ ଲୋକେ ଓ ଯଶିପୁର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗାଡି ଭିତରେ ଥିବା ରାଇରଙ୍ଗପୁର ମହୁଲଡ଼ିହା ଅଞ୍ଚଳର ଡ୍ରାଇଭର ସଞ୍ଜୟ ହେମ୍ବ୍ରମ, ହିମାଂଶୁ ଗିରି, କାଳିଆ ସର୍ଦ୍ଦାର ପ୍ରମୁଖ ୩ ଜଣକୁ ଉଦ୍ଧାର କରି ଯଶିପୁର ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। ସେମାନଙ୍କ ମଧ୍ୟରୁ ଡ୍ରାଇଭରଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଯଶୀପୁର ଥାନା ପୋଲିସ ଘଟଣାର ତଦନ୍ତ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ବୁଡ଼ି ଯାଉଛେ କୁମ୍ଭାରମାନକର କଉଲିକ୍‌ ବୁରତି : ସାମାନ ବିକ୍‌ରି ଲାଗି ବଜାର ବେବସ୍‌ତାର ଅଭାବ

ନୂଆପଡା ଅଫିସ,୨୮ା୪-ଦିନୁ ଦିନ୍‌କେ ସମିଆ ବଦଲୁଛେ, ତାର ସଂଗେ ଲୁକ୍‌କର ଚାଲିଚଲନ, ପିଁଧନ୍‌ଉଢ଼ନ୍‌, ଖାଏଦ୍‌ ପାଏନ୍‌, ବେଭାର କଲା ଜିନିଷପାତିରେ ବି ଅନେକ୍‌ ପରିବରତନ୍‌ ଦେଖ୍‌ବାକେ...

କିଡ଼୍‌ନୀ ରୋଗ୍‌ରେ ପୀଡ଼ିତ ଗିରିଧାରୀ: ଚିକିଛା ସାହାଯ୍‌ ଆଶ୍‌ରେ ବାରଦୁଆର ବଡ଼ଭାଇ

ଗୁଡ଼ଭେଲା, ୨୪।୨(ଡି.ଏନ୍‌.ଏ.)- ବଲାଙ୍ଗୀର ଜିଲା ତୁଷୁରା ସହରର ପତିତପାବନ ପଡ଼ାର ଗିରିଧାରୀ କୁମ୍ଭାର(୩୫)। ପାଖାପାଖି ୩ ମାସ ହେଲା ସେ କିଡ଼୍‌ନୀ ରୋଗ୍‌ରେ ପୀଡ଼ିତ ଅଛନ୍‌।...

ଅନୁଗୋଳ ପୋଲିସରେ ୧୬ ଅଧିକାରୀଙ୍କ ଅଦଳବଦଳ

ଅନୁଗୋଳ ଅଫିସ,୨୩ା୬: ଅନୁଗୋଳ ଜିଲା ପୋଲିସରେ ଶନିବାର ରାତିରେ ୧୬ ଜଣ ଅଧିକାରୀଙ୍କ ଅଦଳବଦଳ ହୋଇଛି। ସେମାନଙ୍କ ମଧ୍ୟରେ ୪ ଜଣ ଇନ୍ସପେକ୍ଟର, ୫ ଜଣ...

ଜନ୍ମମାଟିରେ ଅର୍ଜୁନ ସେଠୀଙ୍କ ଶେଷକୃତ୍ୟ

ଭଦ୍ରକ ଅଫିସ/ବନ୍ତ,୧୦।୬(ଡି.ଏନ୍‌.ଏ./ସ୍ବ.ପ୍ର.)- ଭଦ୍ରକ ମାଟିର ବର୍ଷିୟାନ ରାଜନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅର୍ଜୁନ ଚରଣ ସେଠୀଙ୍କ ଶେଷକୃତ୍ୟ ମଙ୍ଗଳବାର ଜନ୍ମମାଟି ବନ୍ତ ବ୍ଲକ ଓଡ଼ଙ୍ଗଠାରେ ସମ୍ପନ୍ନ...

ସୀମାନ୍ତରେ ଜୀବନ ହାରିଲେ ଆଉ ଜଣେ ପ୍ରବାସୀ

ବରଗଡ଼ ଅଫିସ,୨୮।୫: ବରଗଡ଼ ଜିଲା ସୀମାନ୍ତ ଲୁହୁରାଚଟିରେ ବୁଧବାର ରାତିିରେ ଜଣେ ପ୍ରବାସୀଙ୍କ ମୃତ୍ୟୁ ହୋଇଛି। ତାଙ୍କ ପାଖରୁ ଏକ ଆଧାର କାର୍ଡ଼ ମିଳିଛି। ହସ୍ତଗତ...

ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଲଗାଇଲେ ନିଆଁ: ମାଛପଡ଼ା ଗ୍ରାମରେ ୨୧ ବଖରା ଭସ୍ମ; ୨ ଅଟକ, ପୋଲିସ ଆହତ

ଡେଲାଙ୍ଗ,୧୨ା୧୧(ଡି.ଏନ.ଏ.)- ଡେଲାଙ୍ଗ ଥାନା ଅଧୀନସ୍ଥ ଗୁଆଳିପଡା ପଞ୍ଚାୟତର ମାଛପଡା ଗ୍ରାମରେ ସୋମବାର ବିଳମ୍ବିତ ରାତିରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଏକ ଅଗ୍ନିକାଣ୍ଡ ଘଟିଛି। ଏଥିରେ ୧୦...

କୁଇ ସମାଜ ସମନ୍ବୟ ସମିତି ପ୍ରତିଷ୍ଠା ଦିବସ

ଫୁଲବାଣୀ ଅଫିସ, ୨୧ା୧୧- ନ୍ଧମାଳ ଜିଲା କୁଇ ସମାଜ ସମନ୍ବୟ ସମିତି ପ୍ରତିଷ୍ଠା ଦିବସ ବୁଧବାର ଅନୁଷ୍ଠିତ ହୋଇଯାଇଛି । ଚଳିତ ବର୍ଷ ପୂର୍ବରୁ ହୋଇ...

ଲକ୍‌ଡାଉନ୍‌ର ଦ୍ୱିତୀୟ ଦିନ: ନିର୍ଦ୍ଦେଶ ଉଲ୍ଲଙ୍ଘନକାରୀଙ୍କୁ ଦାଗିଦ୍‌ କଲା ପ୍ରଶାସନ

ପୁରୁଷୋତ୍ତମପୁର,୨୩।୩: ମହାମାରୀ କରୋନା ଭାଇରସ୍‌ ଆତଙ୍କକୁ ନେଇ ସରକାର ଲକ୍‌ଡାଉନ୍‌ ଘୋଷଣା କରି ବିଭିନ୍ନ ନିୟମ ଓ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି। ମାତ୍ର ଗଞ୍ଜାମ ଜିଲା...

Coronavirus Update

Archives

Model This Week

Why Dharitri