Posted inଜାତୀୟ

ପୋଲିସ-ପ୍ରବାସୀ ଶ୍ରମିକ ମୁହାଁମୁହିଁ

ଅହମଦାବାଦ,୧୮।୫: ଥମୁନି ପ୍ରବାସୀ ଶ୍ରମିକଙ୍କ ଦୁର୍ଦ୍ଦଶା। ଲକ୍ଷ ଲକ୍ଷ ପ୍ରବାସୀ ଶ୍ରମିକ ନିଜ ନିଜ ରାଜ୍ୟରେ ପହଞ୍ଚିଥିବା ବେଳେ ଏବେବି ଆହୁରି ଅନେକ ବାହାର ରାଜ୍ୟରେ ରହିଯାଇଥିବା ବେଳେ ସେମାନେ ନିଜ ରାଜ୍ୟକୁ ଫେରିବାକୁ ବ୍ୟସ୍ତ ହୋଇ ପଡିଲେଣି। ସୋମବାର ଗୁଜରାଟ ଅହମଦାବଦରେ ଘରକୁ ଫେରିବାକୁ ଅପେକ୍ଷା ରଖିଥିବା ଏହି ପ୍ରବାସୀମାନେ ଧୈର୍ଯ୍ୟହରା ହୋଇ ପୋଲିସ ସହ ମୁହାଁମୁହିଁ ହୋଇଥିବା କୁହାଯାଉଛି। ଏମାନେ ପୋଲିସ ଉପରକୁ ପଥରମାଡ କରିବା ସହ ପୋଲିସର ୨ଟି ଗାଡି ମଧ୍ୟ ଭଙ୍ଗାରୁଜା କରିଛନ୍ତି। ଏଥିରେ ୨ ପୋଲିସ ଆହତ ମଧ୍ୟ ହୋଇଛନ୍ତି। ନିଜ ରାଜ୍ୟକୁ ଫେରାଇ ଦିଆଯିବା ଦାବି କରି ଏମାନେ ତୁମୁଳକାଣ୍ଡ ଘଟାଇଥିବା ପୋଲିସ କହିଛି। ସୂଚନାଯୋଗ୍ୟ, କେନ୍ଦ୍ର ସରକାର ଓ ପ୍ରାୟ ସବୁ ରାଜ୍ୟ ସରକାରଙ୍କ ପକ୍ଷରୁ ଟ୍ରେନ୍‌ ଓ ବସ୍‌ ଯୋଗେ ପ୍ରବାସୀମାନଙ୍କୁ ନିଜ ନିଜ ରାଜ୍ୟରେ ପହଞ୍ଚାଇବାର ବ୍ୟବସ୍ଥା କରାଯାଇଥିଲେ ମଧ୍ୟ ଏହା ଯଥେଷ୍ଟ ନୁହେଁ ବୋଲି ଦର୍ଶାଇ ଏବେବି ଘରକୁ ଫେରିବାକୁ ଅନେକ ପ୍ରବାସୀ ଚାତକ ଭଳି ଚାହିଁ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୧୨୨ ବର୍ଷର ରେକର୍ଡ ଭାଙ୍ଗିଲା ତାତି

ନୂଆଦିଲ୍ଲୀ,୧।୫: ଚଳିତ ବର୍ଷ ଦେଶରେ ଭୀଷଣ ଗରମ ଅନୁଭୂତ ହେଉଛି। ଉତ୍ତର-ପଶ୍ଚିମ ଏବଂ ମଧ୍ୟ ଭାରତରେ ଏପ୍ରିଲ ମାସର ଗରମ ୧୨୨ ବର୍ଷର ରେକର୍ଡ ଭାଙ୍ଗିଥିବା...

ଲକ୍‌ଡାଉନ୍‌କୁ ନେଇ କ୍ଷୋଭ ପ୍ରକାଶ କଲେ ମୋଦି

ନୂଆଦିଲ୍ଲୀ,୨୩।୩: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଥିବା ବେଳେ ମୃତକଙ୍କ ସଂଖ୍ୟା ମଧ୍ୟ ବଢି ଚାଲିଛି। ତେବେ କରୋନାର ମୁକାବିଲା କରିବାକୁ କେନ୍ଦ୍ର ସରକାର...

ବାପାଙ୍କ ମୃତଦେହ ଦେଖିବାକୁ ୫୧ ହଜାର

କୋଲକାତା, ୧୧ା୮: ପଶ୍ଚିମବଙ୍ଗର ଏକ ଘରୋଇ ହସ୍ପିଟାଲରେ କରୋନାରେ ପ୍ରାଣ ହରାଇଥିବା ଜଣେ ବ୍ୟକ୍ତିଙ୍କ ମରଶରୀର ଦେଖିବା ପାଇଁ ତାଙ୍କ ପୁଅଙ୍କଠାରୁ କର୍ତ୍ତୃପକ୍ଷ ୫୧ ହଜାର...

୬ ରାଜ୍ୟ-କେନ୍ଦ୍ର ଶାସିତ ଅଞ୍ଚଳର ୭ ବିଧାନସଭା-ଲୋକସଭା ଆସନରେ ଉପ-ନିର୍ବାଚନ: ୨୭ରେ ମତଦାନ…

ନୂଆଦିଲ୍ଲୀ,୧୮।୧ : ତ୍ରିପୁରା, ମେଘାଳୟ ଏବଂ ନାଗାଲାଣ୍ଡ ଆଦି ତିନୋଟି ଉତ୍ତର-ପୂର୍ବ ରାଜ୍ୟ ପାଇଁ ବିଧାନସଭା ନିର୍ବାଚନ ତାରିଖ ଘୋଷଣା କରାଯାଇଛି। ମୁଖ୍ୟ ନିର୍ବାଚନ କମିଶନର...

ଇଏ ବି ମା’

ନୂଆଦିଲ୍ଲୀ,୬ ।୩: ମାର୍ଚ୍ଚ ୮ରେ ସାରା ବିଶ୍ୱ ପାଳନ କରିବ ଅନ୍ତରାଷ୍ଟ୍ରୀୟ ମହିଳା ଦିବସ । ଏହି ଦିବସ ଅବସରରେ ସବୁ ଭେଦଭାବ ଭୁଲି ସମସ୍ତେ...

ଅସ୍ଥାୟୀ ଜେଲ୍‌ରେ ପରିବର୍ତ୍ତନ ହେବ ନାହିଁ ଷ୍ଟାଡିୟମ୍‌: ପୋଲିସର ଦାବିକୁ ପ୍ରତ୍ୟାଖ୍ୟାନ କଲେ କେଜରିଓ୍ବାଲ

ନୂଆଦିଲ୍ଲୀ,୨୭।୧୧: ଦିଲ୍ଲୀ ପୋଲିସକୁ କେଜରିଓ୍ବାଲ ସରକାରଙ୍କ ପକ୍ଷରୁ ଏକ ଝଟ୍‌କା ମିଳିଛ। ୯ଟି ଷ୍ଟାଡିୟମ୍‌କୁ ଅସ୍ଥାୟୀ ଜେଲ୍‌ରେ ପରିଣତ କରିବା ପାଇଁ ପୋଲିସ କରିଥିବା ଦାବିକୁ...

ନିର୍ଭୟା ଦୋଷୀଙ୍କ ଫାଶୀ ଦଣ୍ଡାଦେଶ ମାମଲା: ରାୟ ସଂରକ୍ଷିତ ରଖିଲେ ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ,୨।୨ : ନିର୍ଭୟା ଗଣବଳାତ୍କାର ଓ ହତ୍ୟା ମାମଲାର ୪ ଅଭିଯୁକ୍ତଙ୍କ ଫାଶୀ ଦଣ୍ଡାଦେଶ ଉପରେ ସ୍ଥଗିତାଦେଶକୁ ଚ୍ୟାଲେଞ୍ଜ କରି କେନ୍ଦ୍ର ସରକାରଙ୍କ ପକ୍ଷରୁ ଦିଲ୍ଲୀ...

ଗୋଟିଏ ଦିନରେ ବଜ୍ରପାତରେ ଗଲା ୩୨ ଜଣଙ୍କ ଜୀବନ

ପାଟନା, ୨୪।୭: ବିହାରରେ ଗୋଟିଏ ଦିନରେ ବଜ୍ରପାତରେ ୩୨ଜଣଙ୍କ ମୃତ୍ୟୁ ହୋଇଥିଲାବେଳେ ୩୨ଜଣ ଆହତ ହୋଇଛନ୍ତି। ବଜ୍ରପାତରେ ଜାମୁଇରେ ୮, ଔରଙ୍ଗାବାଦରେ ୭, ବାଙ୍କାରେ ୫,...

Advertisement
Archives

Model This Week