ପୋଲିସ ଗାଡ଼ି, ବାଇକ୍‌ ଦୁର୍ଘଟଣା: ୧୯ ଘଣ୍ଟାଧରି ଗ୍ରାମବାସୀଙ୍କ ରାସ୍ତା ଅବରୋଧ

ରଣପୁର,୧୯ା୪(ସ୍ବ.ପ୍ର.)-ନୟାଗଡ଼ ଜିଲା ଚାନ୍ଦପୁର ଥାନା କେରେଣ୍ଡାଟାଙ୍ଗୀ ପଞ୍ଚାୟତସ୍ଥ ରାଇପଡା ଛକରେ ବୁଧବାର ସନ୍ଧ୍ୟାରେ ଏକ ପୋଲିସ ବୋଲେରୋ ଗାଡି ଧକ୍କାରେ ସେହି ଗ୍ରାମର ବାଇକ୍‌ ଆରୋହୀ ସୁନୀଲ ଚମ୍ପତ୍ତି (୨୨) ଗୁରୁତର ହୋଇଥିଲେ। ଦୁର୍ଘଟଣା ଘଟାଇ ପୋଲିସ ଗାଡିଟି ଘଟଣା ସ୍ଥଳରୁ ଫେରାର ହୋଇଯାଇଥିବା ଅଭିଯୋଗ ହୋଇଥିଲା । ଉକ୍ତ ଘଟଣାକୁ ନେଇ ଗ୍ରାମବାସୀ ସନ୍ଧ୍ୟା ୭ ଟାରେ ରଣପୁର-ଚାନ୍ଦପୁର ରାସ୍ତା ରାଇପଡ଼ା ଛକଠାରେ ନିଆଁ ଜାଳି ରାସ୍ତାରୋକୋ କରିଥିଲେ।  ପ୍ରାୟ ୨ଶହରୁ ଊର୍ଦ୍ଧ୍ୱ ଲୋକ ଉତ୍ତେଜିତ ହୋଇ ଗଛ ପକାଇ ରାସ୍ତା ଅବରୋଧ କରିଥିଲେ।  ଫଳରେ ଯାତାୟାତ ପାଇଁ ସାଧାରଣଲୋକେ ହଇରାଣ ହୋଇଥିଲେ। ଏଥିଯୋଗୁ ରାସ୍ତାର ଉଭୟ ପାର୍ଶ୍ୱରେ ଯାନବାହନ ଅଟକି ରହିଥିଲା। ସ୍ଥାନୀୟ ଲୋକଙ୍କ ମଧ୍ୟରେ ଦିନସାରା ଉତ୍ତେଜନା ଲାଗି ରହିଥିଲା । ତେବେ ଗୁୁରୁବାର ଅପରାହ୍ନ ୨ଟାରେ ରଣପୁର ଥାନାରୁ ଅବସର ଗ୍ରହଣ କରିଥିବା ଥାନା ଅଧିକାରୀ ଗିରିଜା ଶଙ୍କର ରଥ ଏବଂ ସମାଜସେବୀ ତାରା ଆଚାର୍ଯ୍ୟ ଭୁବନେଶ୍ୱରରୁ ଆସୁଥିବାବେଳେ ରାସ୍ତାରୋକୋ ଯୋଗୁ ଆଗକୁ ଯାଇପାରି ନ ଥିଲେ। ଉକ୍ତ ଘଟଣା ନେଇ ରଥ ଆଇଜି ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ ସହିତ ଫୋନରେ କଥାବାର୍ତ୍ତା ହେବା ସହ ଲୋକଙ୍କୁ ବୁଝାଶୁଝା କରିଥିଲେ। ଦୁର୍ଘଟଣାଗ୍ରସ୍ତ ଯୁବକଙ୍କୁ କ୍ଷତିପୂରଣ ସହିତ ପୋଲିସ ଗାଡି ଡ୍ରାଇଭର ଓ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନିମନ୍ତେ ବିଭାଗ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଥିଲା। ଦୀର୍ଘ ୧୯ ଘଣ୍ଟା ପରେ ଅର୍ଥାତ୍‌ ଅପରାହ୍ନ ୨ ଟା ପରେ ରାସ୍ତାରୋକୋ ହଟି ରଣପୁର ଚାନ୍ଦପୁର ରାସ୍ତାରେ ଯାତାୟାତ ସ୍ବାଭାବିକ ହୋଇଥିଲା। ପ୍ରକାଶ ଯେ, ବୁଧବାର ସନ୍ଧ୍ୟାରେ ଶରଣକୂଳ ଏସ୍‌ଡିପିଓଙ୍କ ବୋଲେରୋ ଗାଡି ରଣପୁର ଅଭିମୁଖେ ଆସୁଥିବାବେଳେ ରାଇପଡା ଛକରେ ଏକ ହିରୋହୋଣ୍ଡା ଗାଡିକୁ ଧକ୍କା ଦେଇ ସେଠାରୁ ପଳାଇଥିଲା । ପଛରେ ଆସୁଥିବା ଏକ ପୋଲିସ ଗାଡି ଦୁର୍ଘଟଣାଗ୍ରସ୍ତ ଯୁବକ ସୁନୀଲଙ୍କୁ ଉଦ୍ଧାର କରି ରଣପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲା। ସେଠାରେ ତାଙ୍କର ଅବସ୍ଥା ଗୁରୁତର ହେବାରୁ  ଚିକିତ୍ସା ପାଇଁ ତାଙ୍କୁ ଭୁବନେଶ୍ୱରକୁ ସ୍ଥାନାନ୍ତରିତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଲଣ୍ଡା ପଡ଼ିଆକୁ ସବୁଜ କଲେ ଦିବ୍ୟାଙ୍ଗ ବୃଦ୍ଧ

ଦଶମନ୍ତପୁର,୧୭ା୪(ଡି.ଏନ୍‌.ଏ.): ପୂର୍ବପୁରୁଷର ଗୋଟିଏ ଏକର ଜମି ପଡ଼ିଆ ପଡ଼ିଥିଲା। ପାଖରେ ଜଳସେଚନ ବ୍ୟବସ୍ଥା ବି ନଥିଲା। କିନ୍ତୁ ନିଜ ଉଦ୍ୟମ ବଳରେ ଜମିକୁ ପାଣି ମଡ଼ାଇ...

ଚଳଚଞ୍ଚଳ କାଳୀମଣ୍ଡପ ପଡିଆ: ୩୦ ଲକ୍ଷରେ ପୂଜା ଆୟୋଜନ

ତାଳଚେର,୨୭ା୧୦(ନି.ପ୍ର.)- ମା’ ଶ୍ୟାମାକାଳୀଙ୍କ ଆରାଧନା ପାଇଁ ଚଳଚଞ୍ଚଳ ହୋଇଉଠିଛି ତାଳଚେର ଏମ୍‌ସିଏଲ ନନ୍ଦିରାସ୍ଥିତ କାଳୀମଣ୍ଡପ ପଡିଆ। ନନ୍ଦିରା ଭୂତଳ କୋଇଲା ଖଣି ଆନୁକୂଲ୍ୟରେ ଆୟୋଜିତ ଏହି...

ଅବାଧ ଗଛକଟା, ଶିକାରୀମାନଙ୍କର ପ୍ରବେଶ: ବନ୍ୟଜନ୍ତୁ ଗାଁମୁହାଁ

ହାଟଡିହୀ,୧୨।୫(ସ୍ବ.ପ୍ର.): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଅନ୍ତର୍ଗତ ବିଦ୍ୟାଧରପୁର ହରିଜନ ସାହିରୁ ରବିବାର ଏକ ହରିଣ ଉଦ୍ଧାର କରାଯାଇଛି । କାୈଣସି କାରଣବଶତଃ ହରିଣଟି ଗାଁ...

ଝିଅ ବାହାଘର ପାଇଁ ଥିବା ସୁନାଅଳଙ୍କାର ଚୋରି ଘଟଣା: ୪ ଅଭିଯୁକ୍ତ ଗିରଫ; ଅଳଙ୍କାର, ଟଙ୍କା ଜବତ

ଭାପୁର/ଖଣ୍ଡପଡା,୨ା୬(ଡି.ଏନ୍‌.ଏ./ସ୍ବ.ପ୍ର.)- ଭାପୁର ଅଞ୍ଚଳରେ ଜଣେ ବ୍ୟକ୍ତି ଝିଅର ବାହାଘର ପାଇଁ ରଖିଥିବା ଲକ୍ଷାଧିକ ଟଙ୍କା ଓ ସୁନା, ରୂପା ଗହଣା ଚୋରି ହେବା ଘଟଣାରେ ଫତେଗଡ଼...

ମାଓବାଦୀ-ଗ୍ରାମବାସୀଙ୍କ ଲଢ଼େଇ: ପ୍ରତିଶୋଧ ପରାୟଣ ହୋଇ ମାଓବାଦୀ ଜାଳିଦେଲେ ୧୦ ଘର

ମାଲକାନଗିରି,୨୬।୧(ସ୍ବ.ପ୍ର.): ମାଲକାନଗିରି ଜିଲା ସ୍ବାଭିମାନ ଅଞ୍ଚଳରେ ଶନିବାର ରାତିରେ ମାଓବାଦୀଙ୍କୁ କଡ଼ା ବିରୋଧ କରାଯାଇଥିଲା। ମାଓବାଦୀ ଗ୍ରାମବାସୀଙ୍କ ମଧ୍ୟରେ ହୋଇଥିବା ଏହି ଲଢ଼େଇରେ ଜଣେ ମାଓବାଦୀଙ୍କ...

ନିଜ ଉଦ୍ୟମରେ ରାସ୍ତା ତିଆରି କଲେ ଅନୁପଗଡବାସୀ

କୋମନା,୧୯।୯(ଡି.ଏନ.ଏ.) ଲୋକଙ୍କ ଗମନାଗମନ ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। କିନ୍ତୁ ଅଧିକାରୀମାନଙ୍କ ଅବହେଳା ଯୋଗୁ ଯୋଜନାଗୁଡିକ ସବୁବେଳେ ଫେଲ ମାରୁଛି। ଫଳରେ...

ରାଜପଥ ପାର୍ଶ୍ୱରେ ଖୋଲିବ ଢାବା, ଗ୍ୟାରେଜ: ନିର୍ଦ୍ଦେଶ ଦେଲା ଜିଲା ପ୍ରଶାସନ

ବାଲେଶ୍ୱର ଅଫିସ, ୨୯।୩-କରୋନା ଭୂତାଣୁ ସଂକ୍ରମଣ ରୋକିବା ଲାଗି ଦେଶବ୍ୟାପୀ ଲକଡାଉନ ଘୋଷଣା କରାଯାଇଛି। ଏହାକୁ ନଜରରେ ରଖି ବାଲେଶ୍ୱର ଜିଲା ପ୍ରଶାସନ ପକ୍ଷରୁ ଜନସାଧାରଣଙ୍କ...

ଶିଶୁଗୃହରେ ଦୀପାବଳି ପାଳିଲେ ଜିଲାପାଳ

ଢେଙ୍କାନାଳ ଅଫିସ୍‌, ୨୭ା୧୦- ସଦର ବ୍ଲକ ଗୋବିନ୍ଦପୁରଠାରେ ଥିବା ମହର୍ଷି ଦୟାନନ୍ଦ ଶିଶୁଗୃହରେ ଢେଙ୍କାନାଳ ଜିଲାପାଳ ଭୂମେଶ ଚନ୍ଦ୍ର ବେହେରା ଦୀପାବଳି ପାଳନ କରିଛନ୍ତି। ଛୋଟ...

Advertisement
Archives

Model This Week