ପୋଲତଳକୁ ଖସିଲା ପୋଲିସ ଗାଡ଼ି, ଥାନାଧିକାରୀ ଗୁରୁତର

ରାଇକିଆ,୧୩।୧(ଡି.ଏନ୍‌.ଏ.): କନ୍ଧମାଳ ଜିଲା ରାଇକିଆଠାରେ ଏକ ଗଞ୍ଜେଇ ଗାଡ଼ିକୁ ପିଛା କରୁଥିବା ବେଳେ ସୋମବାର ପୂର୍ବାହ୍ନରେ ଭାରସାମ୍ୟ ହରାଇ  ପୋଲ ତଳକୁ ପୋଲିସ ଗାଡ଼ି ଖସିପଡ଼ିଛି। ଫଳରେ ରାଇକିଆ ଥାନାଧିକାରୀ ଅଲେଖ ଗରଡ଼ିଆ ଏବଂ ହୋମଗାର୍ଡ ତଥା ଡ୍ରାଇଭର ଆର୍ଯ୍ୟଦେବ ପ୍ରଧାନ ଗୁରୁତର ହୋଇଛନ୍ତି। ତାଙ୍କୁ ପ୍ରଥମେ ରାଇକିଆ ମେଡିକାଲରେ ଭର୍ତ୍ତି କରାଯାଇଥିଲା ପରେ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି।


ସୂଚନାଯୋଗ୍ୟ, ଏକ ଗଞ୍ଜେଇ ଭର୍ତ୍ତି ହୋଇଥିବା କାର୍‌ ରାଇକିଆ ଅତିକ୍ରମ କରୁଥିବା ସୂଚନା ପାଇଥିଲା ପୋଲିସ। ଥାନାଧିକାରୀ ଏହାର ପିଛା କରିଥିଲେ। ତେବେ ରାଇକିଆଠାରୁ ୫ କିମି ଦୂର ମଣ୍ଡାକିଆ ପୋଲ ନିକଟରେ ଉକ୍ତ କାର୍‌କୁ ଅତିକ୍ରମ ପାଇଁ ଚେଷ୍ଟା କରୁଥିବା ବେଳେ ପୋଲିସ ଗାଡ଼ିଟି ଭାରସାମ୍ୟ ହରାଇ ତଳକୁ ଖସିପଡ଼ିଥିଲା। ଅନ୍ୟପକ୍ଷରେ ଗଞ୍ଜେଇ ଭର୍ତ୍ତି କାର୍‌ଟିକୁ ଦୁର୍ବୃତ୍ତମାନେ ରାସ୍ତାରେ ଛାଡ଼ି ଫେରାର୍‌ ହୋଇଯାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୋଲ ତଳକୁ ଖସିଲା କାର୍‌: ଜଣେ ମୃତ ୩ ଗୁରୁତର

ବଡଗାଁ,୪।୯(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା ବଡ଼ଗାଁ ଥାନା ଅନ୍ତର୍ଗତ ବାମରା ରାସ୍ତାରେ ବୁଧବାର ଅପରାହ୍ନରେ ଭାରସାମ୍ୟ ହରାଇ ପୋଲ ତଳକୁ କାର୍‌ ଖସି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ...

ପାକିସ୍ତାନ ମହିଳାଙ୍କ ପ୍ରେମରେ ପଡ଼ି ଆଇଟିଆର୍‌ରୁ ଦେଉଥିଲେ ଗୁପ୍ତ ତଥ୍ୟ, ଅଫିସରଙ୍କ ସହ ଠିକାଦାରଙ୍କୁ ବାନ୍ଧିଲା ପୋଲିସ

ବାଲେଶ୍ୱର ଅଫିସ, ୨୪।୨: ବାଲେଶ୍ୱର ଜିଲା ଚାନ୍ଦିପୁର ଆଇଟିଆର୍‌ରୁ ପାକିସ୍ତାନକୁ ଗୁପ୍ତ ତଥ୍ୟ ଦେବା ଅଭିଯୋଗରେ ପ୍ରତିରକ୍ଷା ବିଭାଗର ଜଣେ ସିନିୟର ଅଫିସର ଓ ଠିକାଦାରଙ୍କୁ...

ୟୁନାଇଟେଡ୍‌ ଫୋରମ୍‌ ଅଫ୍‌ ବ୍ୟାଙ୍କ ୟୁନିୟନ ପକ୍ଷରୁ ଧର୍ମଘଟ

ରାୟଗଡ଼ା ଅଫିସ,୩୧।୧: ୟୁନାଇଟେଡ୍‌ ଫୋରମ୍‌ ଅଫ୍‌ ବ୍ୟାଙ୍କ ୟୁନିୟନ ପକ୍ଷରୁ ଜାନୁୟାରୀ ୩୧ ଶୁକ୍ରବାର ଓ ଫେବୃୟାରୀ ୧ ଶନିବାର ସମସ୍ତ ବ୍ୟାଙ୍କ ବନ୍ଦ ଡାକରା...

ଚୁକ୍ତି ପାଇଁ ଅଟକିଛି ଯୋଡ଼ା ଫ୍ଲାଏଓଭର କାମ

ଯୋଡା, ୧୬।୧୨(ଡି.ଏନ.ଏ.)-କେନ୍ଦୁଝର ଜିଲା ଖଣିବହୁଳ ଯୋଡା ସହରରେ ଗତ ନଭେମ୍ବର ୧୨ ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଏକ ଫ୍ଲାଏଓଭର...

ନାଏବ ସରପଞ୍ଚ ନିର୍ବାଚନ ବେଳେ ଗୋଷ୍ଠୀ ସଂଘର୍ଷ

କେସିଙ୍ଗା,୧୧।୩: କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ବୋରିଆ ପଞ୍ଚାୟତରେ ଶୁକ୍ରବାର ନାଏବ ସରପଞ୍ଚ ନିର୍ବାଚନ ବେଳେ ୨ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି। ପରେ ଏହା ଉଗ୍ର...

୧୦୨ ଅଭିଯୋଗ ଶୁଣିଲେ ଜିଲାପାଳ

କାମାକ୍ଷାନଗର,୧୮।୧୧(ଡି.ଏନ.ଏ.)-ଢେଙ୍କାନାଳ ଜିଲା କଙ୍କଡାହାଡ ବ୍ଲକ ପରିସରରେ ସୋମବାର ଜିଲାପାଳଙ୍କ ଜନଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲାପାଳ ଭୁମେଶ ଚନ୍ଦ୍ର ବେହେରା ଯୋଗଦେଇ ୧୦୨ଟି...

ଭିତ୍ତିଭୂମି ଅଭାବରୁ ରକ୍ତ ସଂଗ୍ରହରେ ବାଧା

ବାରିପଦା ଅଫିସ,୧୫ା୪- ମୟୂରଭଞ୍ଜ ଜିଲାରେ ଥିବା ରକ୍ତ ଭଣ୍ଡାର ଜରିଆରେ ବହୁ ରୋଗୀ ଉପକୃତ ହେଉଛନ୍ତି। ଆବଶ୍ୟକତା ଠାରୁ ଅଧିକ ରକ୍ତ ସଂଗୃହିତ ହେଉଥିବା ବେଳେ...

ଧିମେଇଛି ଅପରେଶନ ମୁସ୍କାନ, ପରୀ

ପୁରୀ ଅଫିସ,୧୭।୧୦: ରାଜ୍ୟରେ ଯେପରି କେହି ଶିଶୁ ଶ୍ରମିକ ନ ରହିବେ, ସେଥିପାଇଁ ସରକାରଙ୍କ ପକ୍ଷରୁ ଅପରେଶନ ମୁସ୍କାନ ଓ ପରୀ ଯୋଜନା ହାତକୁ ନିଆଯାଇଛି।...

Advertisement
Archives

Model This Week