ପୋଖରୀରେ ବୁଡ଼ି ୪ ମାସର ହାତୀ ଛୁଆର ଜୀବନଗଲା

କୁଆଁରମୁଣ୍ଡା,୧୩।୬(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା ରାଉରକେଲା ବନଖଣ୍ଡ ଅନ୍ତର୍ଗତ କୁଆଁରମୁଣ୍ଡା ବନ ରେଞ୍ଜ ଅଞ୍ଚଳର ସାନଡୋଲାକୁଦର ଜଙ୍ଗଲରେ ଥିବା ପୋଖରୀରେ ବୁଡ଼ି ଶୁକ୍ରବାର ଅପରାହ୍ନରେ ଏକ ୪ ମାସର ମାଈ ହାତୀ ଛୁଆର ମୃତ୍ୟୁ ଘଟିଛି। ଛୁଆ ହାତୀଟିକୁ କୁଆଁରମୁଣ୍ଡା ବନ ରେଞ୍ଜ କର୍ମଚାରୀ ଉଦ୍ଧାର କରିଥିଲେ। ପରେ ଖବରପାଇ ରାଉରକେଲା ବନଖଣ୍ଡ ଅଧିକାରୀ ସଞ୍ଜୟ କୁମାର ସ୍ବାଇଁ, ଏସିଏଫ ଦିଲ୍ଲୀପ କୁମାର ସାହୁ, କୁଆଁରମୁଣ୍ଡା ବନରେଞ୍ଜ ଅଧିକାରୀ ମନୋଜ କୁମାର ଟିଗ୍‌ଗା ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ନିକଟସ୍ଥ ପ୍ରାଣୀ  ଚିତ୍କିସାଳୟ ଲୁଙ୍ଗାରେ ମୃତଦେହ ବ୍ୟବଚ୍ଛେଦ କରାଇଛନ୍ତି।
ସୂଚନାଯୋଗ୍ୟ, ଗୁରୁବାର ରାତିରେ ଋତୁକପେଡ଼ି ସଂରକ୍ଷିତ ଜଙ୍ଗଲର ସାନଡୋଲାକୁଦରେ ଥିବା ବନ ବିଭାଗ ନର୍ସରୀ ନିକଟସ୍ଥ ପୋଖରୀକୁ ଏକ ୭ ଜଣିଆ ହାତୀପଲ ପାଣି ପିଇବା ପାଇଁ ଯାଇଥିଲେ। ହେଲେ କୌଣସି କାରଣରୁ ଉକ୍ତ ପଲରେ ଥିବା ଛୁଆହାତୀଟି ପୋଖରୀରୁ ବାହାରି ପାରି ନ ଥିଲା। ଏହା ଜାଣିପାରି କୁଆଁରମୁଣ୍ଡା ବନ ରେଞ୍ଜ ହାତୀ ଘଉଡାଳିମାନେ ସେଠାରେ ପହଞ୍ଚି ହାତୀପଲଙ୍କ ଗତିବିଧି ଉପରେ ସତର୍କ ନଜର ରଖିଥଲେ। ହେଲେ ଛୁଆ ହାତୀଟି ବୁଡ଼ି ଯାଇଥିବା ରାତିରେ ଜଣାପଡ଼ି ନ ଥିଲା। ମାତ୍ର ଶୁକ୍ରବାର ଅପରାହ୍ନରେ ତାର ମୃତଦେହ ପାଣିରେ ଭାସୁଥିବା ଦେଖିବାକୁ ମିଳିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଉଚ୍ଚ ଅଧିକାରୀଙ୍କ ନିର୍ଦ୍ଦେଶନାମା ନାହିଁ : ଅଙ୍ଗନୱାଡି କର୍ମୀଙ୍କ ସର୍ଭେ କାର୍ଯ୍ୟକୁ ନେଇ ଉତ୍ତେଜନା

ରଣପୁର,୧୭ା୫(ସ୍ବ.ପ୍ର.)-ରଣପୁର ସମନ୍ବିତ ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟାଳୟ ତରଫରୁ ଗୁରୁବାର ବ୍ଲକ ପରିସରସ୍ଥ ସଭାଗୃହରେ ସମସ୍ତ ଅଙ୍ଗନୱାଡି କର୍ମୀଙ୍କୁ ନେଇ ଏକ ଜରୁରୀ ବୈଠକ ଅନୁଷ୍ଠିତ...

ଚୋରା ବାଲି ଚାଲାଣ ଯୋଗୁ ନଷ୍ଟ ହେଉଛି ଘେରିବନ୍ଧ

ଯାଜପୁର ଟାଉନ,୪-୯(ଡି.ଏନ୍‌.ଏ.)- ଚୋରା ବାଲି ଚାଲାଣ ଯୋଗୁ ଜଳସମ୍ପଦ ବିଭାଗର ୧୯କୋଟି ଟଙ୍କା ବ୍ୟୟରେ ନିର୍ମିତ ଘେରିବନ୍ଧ ନଷ୍ଟ ହେଉଛି। ଯାଜପୁର ବ୍ଲକ ଅଧିନସ୍ଥ ପଣସା...

ଫସଲବୀମା ପ୍ରଦାନରେ ଅବହେଳା, ଆଗକୁ ଚାଷୀଙ୍କ ଆନ୍ଦୋଳନ ଜୋରଦାର୍‌

ସାକ୍ଷୀଗୋପାଳ,୭।୧୧(ଡି.ଏନ୍‌.ଏ.): ପ୍ରଧାନମନ୍ତ୍ରୀ ଫସଲବୀମା କ୍ଷତିପୂରଣ ପ୍ରଦାନରେ ଅବହେଳା ଅଭିଯୋଗ କରି ସତ୍ୟବାଦୀ ବ୍ଲକର ଶୁକଳ ଓ ଆଳିଶ ପଞ୍ଚାୟତର ଶତାଧିକ ଚାଷୀ ଆନ୍ଦୋଳନ ଡାକରା ଦେଇଛନ୍ତି।...

ମିଳୁନି ଫନୀ ସହାୟତା: ତହସିଲ ଘେରିଲେ କ୍ଷତିଗ୍ରସ୍ତ

କଣ୍ଟାପଡା, ୧୭।୧୨(ଡି.ଏନ୍‌.ଏ.): ଗତ ମେ ମାସ ୩ ତାରିଖରେ ହୋଇଥିବା ବାତ୍ୟା ଫନୀ କ୍ଷତିଗ୍ରସ୍ତ ପରିବାରଗୁଡ଼ିକୁ ଅଦ୍ୟାବଧି ସହାୟତା ମିଳିପାରିନାହିଁ। ଏପରି କି ପ୍ରକୃତ କ୍ଷତିଗ୍ରସ୍ତଙ୍କ...

ସରିଲା ପୂଜା, ଆଜି ମେଲାଣି

ଢେଙ୍କାନାଳ ଅଫିସ, ୧୯।୧୦: ଶେଷ ହୋଇଛି ଢେଙ୍କାନାଳର ଗଣପର୍ବ ଲକ୍ଷ୍ମୀପୂଜା। ବୁଧବାର ମା’ଙ୍କୁ ଦିଆଯିବ ମେଲାଣି। ଭସାଣି ଉତ୍ସବକୁ ନେଇ ସମସ୍ତ ପୂଜା ପ୍ରତିଷ୍ଠାନର ପ୍ରସ୍ତୁତି ଚୂଡ଼ାନ୍ତ...

ବେଆଇନ କୋଠା ନିର୍ମାଣ ଯାଞ୍ଚ ହେବ

ପୁରୀ ଅଫିସ ୧୨ା୧୨: ପୁରୀ ବଡ଼ଦାଣ୍ଡରୁ ଆରମ୍ଭକରି ବେଳାଭୂମି ପର୍ଯ୍ୟନ୍ତ ଅନେକ ବେଆଇନ କୋଠା ନିର୍ମାଣ ହୋଇଛି। କେଉଁଠି ପିକେଡିଏ ନିୟମ ତ ଆଉ କେଉଁଠାରେ...

ମହାନଦୀରେ ବନ୍ୟାଜଳ ପ୍ରବାହିତ, ୩ ବ୍ଲକର ଲୋକେ ଆତଙ୍କିତ

କେନ୍ଦ୍ରାପଡ଼ା ଅଫିସ,୧୬।୮: ମହାନଦୀରେ ବନ୍ୟାଜଳ ପ୍ରବାହିତ ହେତୁ କେନ୍ଦ୍ରାପଡ଼ା ଜିଲାର ମହାକାଳପଡ଼ା, ଗରଦପୁର ଓ ମାର୍ଶାଘାଇ ବ୍ଲକର ୩୦ରୁ ଊର୍ଦ୍ଧ୍ୱ ଗ୍ରାମରେ ପାଣି ପଶିଛି। ଏହି...

ବ୍ରହ୍ମପୁର ଉପଖଣ୍ଡ ସ୍ତରୀୟ ସ୍ବାଧୀନତା ଦିବସ

ବ୍ରହ୍ମପୁର ଅଫିସ୍‌,୧୫।୮-ବ୍ରହ୍ମପୁର ଷ୍ଟାଡିୟମ୍‌ରେ ଗୁରୁବାର ବ୍ରହ୍ମପୁର ଉପଖଣ୍ଡ ସ୍ତରୀୟ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। ଏଥିରେ ମୁଖ୍ୟଅତିଥି ଭାବେ ଦକ୍ଷିଣାଞ୍ଚଳ ରାଜସ୍ବ ଆୟୁକ୍ତ ଟି. ଆଓ...

Advertisement
Archives

Model This Week