ପୃଥିବୀରେ କରୋନା ସଂକ୍ରମଣ କରାଇ ବି ଚାଇନାର ମନରେ ନାହିଁ ଅବଶୋଷ: ବନ୍ଦକଲା ମେକାଙ୍ଗ୍‌ ନଦୀର ପାଣି; ୪ ଦେଶରେ ମରୁଡ଼ି !

ବେଜିଂ,୧୫।୪: ପୃଥିବୀ ସାରା କରୋନା ସଂକ୍ରମଣ କରାଇଥିବା ଚାଇନା ମନରେ ଏବେ ମଧ୍ୟ ଅବଶୋଷ ନାହିଁ। ଏହାର ପ୍ରମାଣ ପାଲଟଛି ଚାଇନାର ଅମାନବୀୟ କାର୍ଯ୍ୟ। ଚାଇନା ମେକାଙ୍ଗ୍‌ ନଦୀର ପାଣିକୁ ରୋକି ଦେଇଛି। ଏହି ନଦୀ ଥାଇଲାଣ୍ଡ୍‌, ଲାଓସ, କାମ୍ବୋଡ଼ିଆ ଏବଂ ଭିଏତ୍‌ନାମ୍‌ ଆଦି ଦେଶରେ ପ୍ରବାହିତ ହୋଇଥାଏ। ପାଣିର ଅଭାବରେ ଏହି ୪ ଦେଶରେ ଏବେ ମରୁଡ଼ି ଅବସ୍ଥା ସୃଷ୍ଟି ହୋଇଛି। ଦକ୍ଷିଣପୂର୍ବ ଏସିଆ ଦେଶଗୁଡ଼ିକ ପାଇଁ ମେକାଙ୍ଗ୍‌ ନଦୀ ବେଶ୍‌ ଗୁରୁତ୍ୱପୂର୍ଣ୍ଣ। ପାଣି ଚାଇନା ସରକାର ବନ୍ଦ କରିବାରୁ ଏହି ୪ ଦେଶର ଚାଷୀ ଏବଂ ଧୀବର ମୁଣ୍ଡରେ ହାତ ଦେଇ ବସିଛନ୍ତି। ଚାଇନାରେ ନଦୀ କାର୍ଯ୍ୟ ଜାରି ରହିଥିବାରୁ ମେକାଙ୍ଗ ଜଳସ୍ରୋତ କମିବାରେ ଲାଗିଥିବା କୁହାଯାଉଛି। ପୂର୍ବରୁ ଫେବୃୟାରୀରେ ଚାଇନା ବହିର୍ବ୍ୟାପାର ମନ୍ତ୍ରୀ ଓ୍ବାଙ୍ଗ ୟି ସୂଚନା ଦେଇଥିଲେ ଯେ, ଚାଷୀ ଏବଂ ଧୀବରଙ୍କ ସମସ୍ୟା ନେଇ ସେ ଚିନ୍ତାରେ ପଡ଼ିଛନ୍ତି। ତେବେ ମେକାଙ୍ଗ୍‌ ନଦୀରେ ପାଣି କମ୍‌ ଥିବାରୁ ଚାଇନାରେ ଚଳିତ ବର୍ଷ ମରୁଡ଼ି ପଡ଼ିଛି। ତେଣୁ ପାଣି ରୋକିବାକୁ ଚାଇନା ସରକାର ବାଧ୍ୟ ହୋଇଛନ୍ତି। ଚାଇନାର ଏଭଳି ମନ୍ତବ୍ୟକୁ ଆମେରିକା ଜଳବାୟୁ ବିଶେଷଜ୍ଞ ଏଲନ୍‌ ବସିଷ୍ଟ ଖଣ୍ଡନ କରିଛନ୍ତି। ସେମାନେ କହିଛନ୍ତି ଯେ, ଏହା ପୂର୍ବରୁ ବହୁଥର ଚାଇନାରେ ମରୁଡ଼ି ସ୍ଥିତି ଦେଖାଦେଇଛି। କିନ୍ତୁ ସମ୍ପ୍ରତି ତିବ୍ବତରୁ ବାହାରିଥିବା ମେକାଙ୍ଗ୍‌ ନଦୀର ସ୍ରୋତକୁ ଚାଇନା ଇଞ୍ଜିନିୟର ମାନେ ଜାଣିଶୁଣି ଧୀମା କରିଦେଇଛନ୍ତି। ଏହାଯୋଗୁ ନଦୀରେ ଜଳ ସମସ୍ୟା ଦେଖାଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଏବେ ବାହ୍ୟ ସହାୟତା ପାଇବା ଶ୍ରୀଲଙ୍କା ପକ୍ଷେ କଷ୍ଟକର

କଲମ୍ବୋ,୧୧ା୫: ଶ୍ରୀଲଙ୍କାର ସ୍ଥିତି ଅତ୍ୟନ୍ତ ଖରାପ। କାରଣ ଶ୍ରୀଲଙ୍କାରେ ୫୬ ବିଲିୟନ ଡଲାରର ବାହ୍ୟ ଋଣ ରହିଛି। ଏହି ଋଣରେ ଭାରତର ହଜାରେ କୋଟି ଋଣ...

ଶକ୍ତିଶାଳୀ ରକେଟ ପରୀକ୍ଷଣ କଲା ଇରାନ…

ତେହେରାନ, ୨୭।୬ : ଇରାନର ଗଣମାଧ୍ୟମର ଏକ ରିପୋର୍ଟ ଅନୁସାରେ ଇରାନ ଏକ ଶକ୍ତିଶାଳୀ ରକେଟ ଉତକ୍ଷେପଣ କରିଛି। ଇରାନ ରାଜ୍ୟ ଟେଲିଭିଜନ ରିପୋର୍ଟ ମୁତାବକ,...

ଭୂକମ୍ପ ପୀଡ଼ିତଙ୍କ ପାଇଁ ସହାୟତା ଅଭିଯାନ: ୭୩ ବୟସ୍କା ମହିଳା ଦୌଡ଼ି ଦୌଡ଼ି ଭ୍ରମଣ କଲେଣି ୧୨ ଦେଶ

ଇସ୍ତାନବୁଲ୍‌,୧୦।୧୨: ଭୂକମ୍ପ ପୀଡ଼ିତଙ୍କ ପାଇଁ ସହାୟତା ଅଭିଯାନ ଆରମ୍ଭ କରିଛନ୍ତି ବ୍ରିଟେନ୍‌ର ୭୩ ବର୍ଷ ବୟସ୍କା ମହିଳା ରୋଜି ସ୍ବେଲ ପୋପ୍‌। ସେ ଅଣ୍ଟାରେ ଟ୍ରଲି...

ଜାତିସଂଘରେ ଭାରତର ପ୍ରସ୍ତାବକୁ ସମର୍ଥନ: ଆତଙ୍କବାଦ ବିରୋଧରେ ୭୫ ଦେଶ ଏକଜୁଟ

ଜେନେଭା,୫।୧୧: ଆତଙ୍କବାଦ ବିରୋଧରେ ଜାତିସଂଘରେ ଭାରତକୁ ବଡ଼ ସଫଳତା ମିଳିଛି। ଭାରତ ପକ୍ଷରୁ ଜାତିସଂଘ ବାର୍ଷିକ ବୈଠକରେ ଆଗତ କରାଯାଇଥିବା ଏସମ୍ପର୍କିତ ପ୍ରସ୍ତାବକୁ ୭୫ରୁ ଅଧିକ...

ବିଶ୍ୱ ସ୍ବାସ୍ଥ୍ୟ ଅଧିବେଶନରେ ୧୧୬ ଦେଶ କରୋନା ପ୍ରସଙ୍ଗ ଉଠାଇବା ସମ୍ଭାବନା: ଡବ୍ଲ୍ୟୁଏଚ୍‌ଓର ବଢ଼ିଲା ଚିନ୍ତା

ଜେନେଭା,୧୮ା୫: ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚ୍‌ଓ) ପକ୍ଷରୁ ୭୩ତମ ବିଶ୍ୱ ସ୍ବାସ୍ଥ୍ୟ ଅଧିବେଶନ ସ୍ବିଜରଲାଣ୍ଡ୍‌ର ଜେନେଭାଠାରେ ସୋମବାରଠାରୁ ଆରମ୍ଭ ହେବାକୁ ଯାଉଛି। ଏହି ଅଧିବେଶନରେ ୧୧୬ ଦେଶ...

ଓଲଫ୍‌ ସ୍କୋଲ୍‌ଜ ନୂଆ ଚାନ୍‌ସେଲର

ବର୍ଲିନ, ୯।୧୨: ଜର୍ମାନୀ ପାର୍ଲାମେଣ୍ଟ ବୁଧବାର ଓଲଫ୍‌ ସ୍କୋଲ୍‌ଜଙ୍କୁ ନୂଆ ଚାନ୍‌ସେଲର ନିର୍ବାଚିତ କରିଛି। ଏଥିସହିତ ଜର୍ମାନୀରେ ଆଞ୍ଜେଲା ମର୍କେଲଙ୍କ ଶାସନ ଶେଷ ହୋଇଛି। ୨୦୦୫...

ଖବର କାଗଜ ଅବା ଚିଠିରେ ବ୍ୟାପେନା କରୋନା

ଓ୍ବାଶିଂଟନ,୨୬।୪: କରୋନା ମହାମାରୀ ସଂକ୍ରମଣ ଯୋଗୁ ପୃଥିବୀରେ ସଙ୍କଟ ଦେଖାଦେଇଛି। କରୋନାର ସଂକ୍ରମଣ ନେଇ ନାନା ଗୁଜବ ମଧ୍ୟ ସୋସିଆଲ ମିଡ଼ିଆରେ ଦେଖିବାକୁ ମିଳୁଛି। ଭର୍ଜିନିଆ...

ବୈଜ୍ଞାନିକଙ୍କ ଭବିଷ୍ୟବାଣୀ:ପୃଥିବୀ ସହ ଧକ୍କାହେବ ଗ୍ରହାଣୁ ଆପୋଫିସ୍‌

ଓ୍ବାଶିଂଟନ,୧୧-୧୦:: ପୃଥିବୀ ସହ ଏକ ଗ୍ରହାଣୁ ଧକ୍କା ହେବ। ଫଳରେ ଏହା ବିପର୍ଯ୍ୟୟ ଆଣିଦେବା ସହ ଲକ୍ଷ ଲକ୍ଷ ଲୋକଙ୍କ ମୃତ୍ୟୁର କାରଣ ସାଜିବ ବୋଲି...

Advertisement
Archives

Model This Week