ପୂର୍ବାଞ୍ଚଳ ବିମାନବନ୍ଦରଗୁଡ଼ିକର ଗୁରୁତ୍ୱପୂର୍ଣ୍ଣ ବୈଠକ

ଭୁବନେଶ୍ୱର,୨୦ା୬(ବ୍ୟୁରୋ): ଏୟାରପୋର୍ଟ ଅଥରିଟି ଅଫ୍‌ ଇଣ୍ଡିଆ(ଏଏଆଇ) ପକ୍ଷରୁ ବୁଧବାର ପୂର୍ବ ଭାରତରେ ଥିବା ବିମାନବନ୍ଦରଗୁଡ଼ିକର ଆଞ୍ଚଳିକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ୱର ବିମାନବନ୍ଦର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ବୈଠକରେ କୋଲକାତା, ଭୁବନେଶ୍ୱର, ପାଟନା, ରାଞ୍ଚି, ରାୟପୁର, ବଗ୍‌ଡୋଗ୍ରା, ପୋର୍ଟବ୍ଲେୟାର୍‌ ଓ ଗୟା ବିମାନବନ୍ଦରର କାର୍ଯ୍ୟଧାରା ସମ୍ପର୍କିତ ସମୀକ୍ଷା କରାଯାଇଥିଲା। ଆଇଏଏସ୍‌ ତଥା ଏୟାରପୋର୍ଟ ଅଥରିଟି ଅଫ୍‌ ଇଣ୍ଡିଆର ଚେୟାରମ୍ୟାନ୍‌ ଜି. ମହାପାତ୍ରଙ୍କ ନେତୃତ୍ୱରେ ଏହି ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା। ଏହି ଅବସରରେ ବିମାନବନ୍ଦରଗୁଡ଼ିକର କାର୍ଯ୍ୟାବଳୀ ସହ ବିଗତ ବର୍ଷର ରେକର୍ଡକୁ ଯାଞ୍ଚ କରାଯାଇଥିଲା। ଯାତ୍ରୀମାନଙ୍କ ପାଇଁ ଉପଲବ୍ଧ ବିଭିନ୍ନ ସୁବିଧା ସୁଯୋଗ, ବିମାନବନ୍ଦର ଭିତ୍ତିଭୂମିର ବିକାଶ, ରହିଥିବା ସମସ୍ୟା ଏବଂ ଆୟ ତଥା ଲାଭାଂଶ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା। ବୈଠକରେ ଉପରୋକ୍ତ ସମସ୍ତ ବିମାନବନ୍ଦରର ନିର୍ଦ୍ଦେଶକ ଯୋଗଦେଇ ତଥ୍ୟ ଉପସ୍ଥାପନ କରିଥିଲେ। ଏଏଆଇ ଅଧ୍ୟକ୍ଷଙ୍କ ସହ ଆଞ୍ଚଳିକ ମୁଖ୍ୟ ଏବଂ ବିମାନବନ୍ଦର ନିର୍ଦ୍ଦେଶକମାନେ ବିଭିନ୍ନ ସମସ୍ୟା ଓ ତାହାର ସମାଧାନ ଦିଗରେ ଆଲୋଚନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୩ ବିଜେଡି କର୍ମୀଙ୍କ ଘରେ ଆୟକର ବିଭାଗ କେନ୍ଦ୍ରୀୟ ଟିମ୍‌ର ଚଢ଼ାଉ

ପଦ୍ମପୁର,୨୮ା୧୧(ଡି.ଏନ୍‌.ଏ.): ବର୍ତ୍ତମାନ ପଦ୍ମପୁର ଉପନିର୍ବାଚନ ପାଇଁ ମାହୋଲ ସରଗରମ ଥିବା ବେଳେ ସୋମବାର ସକାଳୁ ପଦ୍ମପୁର ସହରରେ ରହୁଥିବା ତିନି ବିଜେଡି କର୍ମୀ ମହମ୍ମଦ ସାଜିଦ,...

ଏସ୍‌ଟିଏଫ୍‌ ଉପରକୁ ଗୋଚାଲାଣକାରୀଙ୍କ ଗୁଳିମାଡ଼

ଭୁବନେଶ୍ୱର,(ବ୍ୟୁରୋ)/କେନ୍ଦୁଝର,୮ା୧୨(ସ୍ବ.ପ୍ର.): କେନ୍ଦୁଝର ଜିଲା ୪୯ ନଂ. ଜାତୀୟ ରାଜପଥ ଦେଇ ପ୍ରତିଦିନ ପଶ୍ଚିମବଙ୍ଗକୁ ବେଆଇନ ଭାବେ ଗୋଚାଲାଣ କରାଯାଉଛି। ମଙ୍ଗଳବାର ବିଳମ୍ବିତ ରାତିରେ ଏସ୍‌ଟିଏଫ୍‌ ଟିମ୍‌...

ପଶୁ, ପକ୍ଷୀଙ୍କୁ କରୋନା ବ୍ୟାପିବା ଆଶଙ୍କା

ଭୁବନେଶ୍ୱର,୬।୫: ସଂକ୍ରମିତ ବ୍ୟକ୍ତିଙ୍କଠାରୁ ପଶୁ, ପକ୍ଷୀଙ୍କୁ କରୋନା ବ୍ୟାପିବା ଆଶଙ୍କା କରି କେନ୍ଦ୍ର ଜଙ୍ଗଲ ମନ୍ତ୍ରାଳୟ ପକ୍ଷରୁ ସବୁ ରାଜ୍ୟର ମୁଖ୍ୟ ବନ୍ୟ ସଂରକ୍ଷକ(ପିସିସିଏଫ୍‌)ଙ୍କୁ ଚିଠି...

ସିବିଆଇ ଅଫିସରେ ମହିମାନନ୍ଦ ମିଶ୍ର

ଭୁବନେଶ୍ୱର,୫ା୮(ବ୍ୟୁରୋ): ବିଶିଷ୍ଟ ଶିଳ୍ପପତି ମହିମାନନ୍ଦ ମିଶ୍ର ଶୁକ୍ରବାର ଭୁବନେଶ୍ୱରସ୍ଥିତ ସିବିଆଇ ଅଫିସରେ ହାଜର ହୋଇଛନ୍ତି। ସିବିଆଇ କାହିଁକି ନୋଟିସ କରିଥିଲା, କ’ଣ ପାଇଁ ଡାକିଛି ମୁଁ...

ବିଏମ୍‌ସିର ନୂଆ ଗାଇଡ୍‌ଲାଇନ: ବିବାହରେ ୧୦୦, ଅନ୍ତିମ ସଂସ୍କାରରେ ୫୦

ଭୁବନେଶ୍ୱର, ୧୧।୧୧(ବ୍ୟୁରୋ): ଶୀତଋତୁରେ କରୋନାର ଦ୍ୱିତୀୟ ପର୍ଯ୍ୟାୟ ସଂକ୍ରମଣ ଆଶଙ୍କା କରାଯାଉଛି। ଏହାକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ପକ୍ଷରୁ ବିବାହ କାର୍ଯ୍ୟକ୍ରମ ଓ...

ପିଏମ୍‌ କେୟାର୍ସ ପାଣ୍ଠି ସମୀକ୍ଷା: ବିଜେଡି ସମର୍ଥନକୁ କଂଗ୍ରେସର ବିରୋଧ

ଭୁବନେଶ୍ୱର,୧୪।୭(ବ୍ୟୁରୋ): କରୋନା ପାଇଁ ପିଏମ୍‌ କେୟାର୍ସ ପାଣ୍ଠିର ସମୀକ୍ଷା ପାର୍ଲାମେଣ୍ଟର ପବ୍ଲିକ ଆକାଉଣ୍ଟସ କମିଟି (ପିଏସି) ପ୍ରୟାସକୁ ଭାଜପା ଅଟକାଇବାରେ ସଫଳ ହୋଇଛି। ତାହା ଯେତିକି...

ସଞ୍ଜୟ ସାହୁଙ୍କୁ ବେଷ୍ଟ ପିଆର୍‌ଓ ଆଓ୍ବାର୍ଡ

ଭୁବନେଶ୍ୱର,୧୮ା୧୧(ବ୍ୟୁରୋ): ପବ୍ଲିକ ରିଲେସନ୍ସ ଏବଂ କର୍ପୋରେଟ କମ୍ୟୁନିକେଶନ କ୍ଷେତ୍ରରେ ଉଲ୍ଲେଖନୀୟ ଯୋଗଦାନ ଲାଗି ସଞ୍ଜୟ କୁମାର ସାହୁଙ୍କୁ ବେଷ୍ଟ ପବ୍ଲିକ ରିଲେସନ୍ସ ଅଫିସର(ପିଆର୍‌ଓ) ଆଓ୍ବାର୍ଡ-୨୦୧୯ ପ୍ରଦାନ...

ରୋଗୀଙ୍କୁ ଘୃଣା କରି ପୁଷ୍ପ ବୃଷ୍ଟି

ଭୁବନେଶ୍ୱର,୨୭।୭ (ବ୍ୟୁରୋ): କୋଭିଡ୍‌-୧୯ ସଂକ୍ରମତିଙ୍କ ଚିକିତ୍ସା ନିମନ୍ତେ କିମ୍ସ ହସ୍ପିଟାଲକୁ ରାଜ୍ୟ ସରକାର ଅନୁମତି ପ୍ରଦାନ କରିଥିଲେ। ୫୦୦ ସାଧାରଣ ଶଯ୍ୟା ସହ ୪୫ ଆଇସିୟୁ...

Advertisement
Archives

Model This Week