Posted inଖେଳ

ପୂର୍ବତନ ହକି ଖେଳାଳି ବଲ୍‌ବୀରଙ୍କ ପରଲୋକ

ନୂଆଦିଲ୍ଲୀ, ୧ା୩ (ପି.ଟି.)-ଭାରତର ପୂର୍ବତନ ହକି ଖେଳାଳି ବଲ୍‌ବୀର ସିଂ କୁଲାରଙ୍କ ଦୃଦ୍‌ଘାତରେ ପରଲୋକ ଘଟିଛି। ତାଙ୍କୁ ୭୭ ବର୍ଷ ବୟସ ହୋଇଥିଲା। ୧୯୬୮ ଅଲିମ୍ପିକ୍ସ ବ୍ରୋଞ୍ଜ ବିଜୟୀ ଦଳର ସେ ଅନ୍ୟତମ ସଦସ୍ୟ ଥିଲେ। ତାଙ୍କର ସ୍ତ୍ରୀ ଏବଂ ଗୋଟିଏ ପୁଅ ଓ ଦୁଇଟି ଝିଅ ଅଛନ୍ତି। ପୁଅ କମଲବୀର ସିଂ କହିଛନ୍ତି ବାପାଙ୍କର ମୋ ସହିତ ଆମେରିକା ଗସ୍ତ କରିବାର କାର୍ଯ୍ୟକ୍ରମ ଥିଲା। ମାତ୍ର ହଠାତ୍‌ ତାଙ୍କର ହୃଦ୍‌ଘାତ ହୋଇଥିଲା। ଜଳନ୍ଧର ଜିଲାର ସଂସାରପୁରସ୍ଥିତ ବାସଭବନରେ ତାଙ୍କର ଦେହାନ୍ତ ହୋଇଥିଲା। ବଲ୍‌ବୀର ୧୯୬୩ରେ ଫ୍ରାନ୍ସର ଲିଅନଠାରେ ଭାରତ ତରଫରୁ ତାଙ୍କ ପଦାର୍ପଣ ମ୍ୟାଚ ଖେଳିଥିଲେ। ସେ ଭାରତୀୟ ଦଳ ସହିତ ବେଲଜିୟମ, ଇଂଲଣ୍ଡ, ନେଦରଲାଣ୍ଡ୍ସ, ନ୍ୟୁଜିଲାଣ୍ଡ ଏବଂ ତତ୍‌କାଳୀନ ପଶ୍ଚିମଜର୍ମାନୀ ଗସ୍ତ କରିଛନ୍ତି। ସେ ୧୯୬୬ (ବ୍ୟାଙ୍କକ୍‌) ଏସିଆନ ଗେମ୍ସ ସ୍ବର୍ଣ୍ଣ ଏବଂ ୧୯୬୮ (ମେକ୍ସିକୋ) ଅଲିମ୍ପିକ ବ୍ରୋଞ୍ଜ ଜିତିଥିବା ଭାରତୀୟ ହକି ଦଳର ଅନ୍ୟତମ ସଦସ୍ୟ ଥିଲେ। ବଲବୀର ଆହୁରି ମଧ୍ୟ ୧୯୬୬ ବ୍ୟାଙ୍କକ୍‌ ଏସିଆନ ଗେମ୍ସ ସ୍ବର୍ଣ୍ଣ ଜିତିଥିବା ଭାରତୀୟ ଦଳର ସଦସ୍ୟ ଥିଲେ। ସେ ଜାତୀୟ ଦଳର ଚୟନକର୍ତ୍ତା ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି। କୁଲାରଙ୍କ ଦେହାନ୍ତ ପାଇଁ ହକି ଇଣ୍ଡିଆ ଗଭୀର ୋୟଶାକ ପ୍ରକାଶ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଧମକ ଦେଲେ ପାକିସ୍ତାନ କ୍ରିକେଟ୍‌ର: କହିଲେ, ଆମେ ଛାଡିବୁ ନାହିଁ

ଇସଲାମାବାଦ,୨୨।୯: ପାକିସ୍ତାନର ପୂର୍ବତନ ଦ୍ରୁତ ବୋଲର ଶୋଏବ ଅଖତର ନ୍ୟୁଜିଲାଣ୍ଡ କ୍ରିକେଟ ଦଳକୁ ଧମକ ଦେଇଛନ୍ତି। ପାକିସ୍ତାନ ଟୁରରୁ ହଠାତ୍‌ ପ୍ରତ୍ୟାହାର କରିବା ପରେ ରାଗରେ...

ଡି ଭିଲର୍ସଙ୍କୁ ଏହି କାରଣ ଲାଗି ଅଭିନନ୍ଦନ ଜଣାଇଲେ ଅନୁଷ୍କା

ନୂଆଦିଲ୍ଲୀ, ୧୫।୭- ଦକ୍ଷିଣ ଆଫ୍ରିକା କ୍ରିକେଟ୍‌ ଦଳର ପୂର୍ବତନ ବିସ୍ଫୋରକ ବ୍ୟାଟ୍ସମ୍ୟାନ ଏବି ଡି ଭିଲର୍ସ ୩ୟ ସନ୍ତାନର ବାପା ହେବାକୁ ଯାଉଛନ୍ତି। ତାଙ୍କ ସ୍ତ୍ରୀ...

ଶ୍ରୀଲଙ୍କା ପାଇଁ ବିଜୟ ଲକ୍ଷ୍ୟ ୧୬୮ ରନ…

ମେଲବୋର୍ନ,୨୯।୧୦ : ଟି-୨୦ ବିଶ୍ୱକପରେ ଶନିବାର ସିଡନୀ କ୍ରିକେଟ ଗ୍ରାଉଣ୍ଡରେ ନ୍ୟୁଜିଲାଣ୍ଡ ଶ୍ରୀଲଙ୍କା ମଧ୍ୟରେ ମ୍ୟାଚ୍‌ ଖେଳାଯାଉଛି। ଦୁଇ ଦଳ ମଧ୍ୟରେ ପ୍ରଥମ ସ୍ଥାନ ପାଇଁ...

ହାଇଭୋଲଟେଜ୍‌ ମ୍ୟାଚ୍‌ରେ ଟସ୍‌ ଜିତିଲା ପାକିସ୍ତାନ

ଦୁବାଇ,୪।୯:ଏସିଆ କପରେ ରବିବାର ଦୁଇ ଚିରପ୍ରତିଦ୍ୱନ୍ଦୀ ଭାରତ ଏବଂ ପାକିସ୍ତାନ ପରସ୍ପରକୁ ଭେଟୁଛନ୍ତି। ସୁପର୍‌-୪ର ଏହି ହାଇଭୋଲଟେଜ୍‌ ମ୍ୟାଚ୍‌ରେ ପାକିସ୍ତାନ ଟସ୍‌ ଜିତି ପ୍ରଥମେ ବୋଲିଂ...

ଅଷ୍ଟ୍ରେଲିଆରେ ପୂର୍ଣ୍ଣ ସିରିଜ ଖେଳିବ ଭାରତ

ମେଲବୋର୍ନ, ୨୯।୫(ପି.ଟି.)-କଳ୍ପନା ଜଳ୍ପନାର ଅବସାନ ଘଟାଇ କ୍ରିକେଟ ଅଷ୍ଟ୍ରେଲିଆ ଗୁରୁବାର ଭାରତ ବିପକ୍ଷ ସିରିଜର କାର୍ଯ୍ୟସୂଚୀ ପ୍ରକାଶ କରିଛି। ଫଳରେ ଏହି ଗସ୍ତରେ ଭାରତ ଏକ...

ଆଇଏସ୍‌ଏଲ୍‌ରେ ଓଡ଼ିଶା ଏଫ୍‌ସିର ୯ମ ମ୍ୟାଚ; କେରଳ ବିପକ୍ଷରେ ବିଜୟ ଆଶା

ଭୁବନେଶ୍ୱର, ୭।୧(କ୍ରୀଡ଼ା ପ୍ରତିନିଧି)- ଗୋଆରେ ଚାଲିଥିବା ଚଳିତ ଇଣ୍ଡିଆନ ସୁପରଲିଗ୍‌ (ଆଇଏସ୍‌ଏଲ୍‌)ରେ ଓଡ଼ିଶା ଏଫ୍‌ସି ଗୁରୁବାର ଏହାର ୯ମ ମ୍ୟାଚ ଖେଳିବ। ଭୁବନେଶ୍ୱରଭିତ୍ତିକ ଦଳର ପରବର୍ତ୍ତୀ...

ରୋହିତ-ରାହୁଲଙ୍କ ୪ର୍ଥ ଶତକୀୟ ଭାଗୀଦାରି

ବିଶାଖାପାଟଣା,୧୮।୧୨- ଏଠାରେ ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ଚାଲିଥିବା ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚ୍‌ରେ ଭାରତୀୟ ଓପନର ଲୋକେଶ ରାହୁଲ ଓ ରୋହିତ ଶର୍ମାଙ୍କ ଓପନିଂ ଯୋଡ଼ି ୧୪୫ ରନ୍‌ର...

ଋତୁରାଜ, ଦୀପକଙ୍କ ମେଡିକାଲ ରିପୋର୍ଟକୁ ଅପେକ୍ଷା କରିଛୁ

ନୂଆଦିଲ୍ଲୀ,୧୪।୩: ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ଟିମ୍‌ ମ୍ୟାନେଜମେଣ୍ଟ ଏବେ ବି ଦଳର ପ୍ରମୁଖ ଖେଳାଳି ଋତୁରାଜ ଗାଏକ୍ୱାଡ ଏବଂ ଦୀପକ ଚହରଙ୍କ ମେଡିକାଲ ରିପୋର୍ଟକୁ...

Advertisement
Archives

Model This Week