ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ସନାତନ ବିସିଙ୍କ ବିୟୋଗରେ ବିଜୁ ଜନତା ଦଳର ଶୋକ ପ୍ରକାଶ

ଭୁବନେଶ୍ୱର/ସମ୍ବଲପୁର,୧୪।୪(ବ୍ୟୁରୋ): ଓଡିଶାର ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ, ପ୍ରାକ୍ତନ ରାଜ୍ୟସଭା ସଦସ୍ୟ, କ୍ରୀଡାବିତ, କ୍ରୀଡ଼ା ସଙ୍ଗଠକ ତଥା ପଶ୍ଚିମ ଓଡିଶାର ବର୍ଷିଆନ ରାଜନେତା ସନାତନ ବିସିଙ୍କର ମଙ୍ଗଳବାର ସକାଳେ ପରଲୋକ ଘଟିଛି। ସମ୍ବଲପୁରସ୍ଥିତ ତାଙ୍କର ନିଜସ୍ବ ବାସଭବନରେ ବିସିଙ୍କ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୭ ବର୍ଷ ବୟସ ହୋଇଥିଲା। ସନାତନ ବିସିଙ୍କ ବିୟୋଗରେ ରାଜ୍ୟ ଯୋଜନା ବୋର୍ଡ଼ ଉପାଧ୍ୟକ୍ଷ ତଥା ବିଜେଡି ସାଧାରଣ ସମ୍ପାଦକ ସଞ୍ଜୟ ଦାସବର୍ମା ଗଭୀର ଶୋକ ବ୍ୟକ୍ତ କରିବା ସହ ସ୍ବର୍ଗତ ଆତ୍ମାର ସଦଗତି କାମନା କରିଛନ୍ତି। ଏଭଳି ଦୁଖଦ ସମୟରେ ଈଶ୍ୱର ତାଙ୍କ ପରିବାରବର୍ଗକୁ ଶକ୍ତି ପ୍ରଦାନ କରନ୍ତୁ ବୋଲି ଦାସବର୍ମା ଶୋକବାର୍ତାରେ ଉଲ୍ଲେଖ କରିଛନ୍ତି। ସୂଚନାଯୋଗ୍ୟ, ସ୍ବର୍ଗତ ସନାତନ ବିଶି ରେଢ଼ାଖୋଲ ବିଧାନସଭା ନିର୍ବାଚନମଣ୍ଡଳୀରୁ ଓଡ଼ିଶା ବିଧାନସଭାକୁ ଦୁଇଥର ବିଜେଡି ପକ୍ଷରୁ ନିର୍ବାଚିତ ହୋଇଥିଲେ। ଏଥିସହ ସେ ରାଜ୍ୟରେ ସ୍ବାସ୍ଥ୍ୟମନ୍ତ୍ରୀ ଭାବେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ମଧ୍ୟ ତୁଲାଇଥିଲେ। ଜନତା ଦଳ ପକ୍ଷରୁ ରାଜ୍ୟସଭାକୁ ନିର୍ବାଚିତ ହେବା ସହ ସ୍ବର୍ଗତ ବିସି ଜଣେ ବିଶିଷ୍ଟ ରାଜନେତା, କ୍ରୀଡାବିତ ଓ କ୍ରୀଡା ସଙ୍ଗଠକ ରହି ଆସିଥିଲେ। ସମ୍ବଲପୁର ଷ୍ଟାଡିୟମ ନିର୍ମାଣରେ ତାଙ୍କର ପ୍ରମୁଖ ଭୂମିକା ରହିଥିଲା। ସେ ଓଡ଼ିଶା ଅଲମ୍ପିକ ଆସୋସିଏଶନ ସହ ଜଡିତ ଥିଲେ। ଶ୍ରମିକ କଲ୍ୟାଣ ନିମନ୍ତେ ତାଙ୍କର ଜୀବନ ବ୍ୟାପି ସଂଗ୍ରାମକୁ ଆମେ ସ୍ମରଣ କରୁଛୁ। ସେ ଛାତ୍ର ଆନ୍ଦୋଳନରୁ ନିଜର ରାଜନୈତିକ ଜୀବନ ଆରମ୍ଭ କରି ସମ୍ବଲପୁର ଜିଲା ଜନତା ଦଳର ସଭାପତି ହୋଇଥିଲେ। ବିଜୁ ଜନତା ଦଳ ପଶ୍ଚିମ ଓଡ଼ିଶାର ବିକାଶର ଜଣେ ଧୁରିଣ ନେତାଙ୍କୁ ହରାଇଲା ବୋଲି ବିଜେଡି ପକ୍ଷରୁ ଜାରି କରାଯାଇଥିବା ପ୍ରେସ ଇସ୍ତାହାରରେ ସଞ୍ଜୟ ଦାସବର୍ମା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗର୍ଭବତୀଙ୍କ ପାଇଁ କୋଭିଡ୍‌ ଟିକା ସୁରକ୍ଷିତ

ଭୁବନେଶ୍ୱର,୯।୭(ବ୍ୟୁରୋ):ଗର୍ଭବତୀଙ୍କ ପାଇଁ କୋଭିଡ୍‌ ଟିକା ସୁରକ୍ଷିତ। ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ଗାଇଡ୍‌ଲାଇନ ଅନୁସାରେ ଖୁବ୍‌ଶୀଘ୍ର ରାଜ୍ୟରେ ଗର୍ଭବତୀଙ୍କୁ ଟିକା ଦିଆଯିବ ବୋଲି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର...

ବିଧାୟକ ବ୍ୟୋମକେଶ ରାୟ କରୋନା ସଂକ୍ରମିତ

ଭଦ୍ରକ ଅଫିସ, ୩୧।୮: ଚାନ୍ଦବାଲି ବିଧାୟକ ତଥା ଜିଲା ଯୋଜନା ବୋର୍ଡ ଅଧକ୍ଷ ବ୍ୟୋମକେଶ ରାୟ କରୋନା ସଂକ୍ରମିତ ହୋଇଥିବା ନିଜ ଟୁଇଟର ମାଧ୍ୟମରେ ସୂଚନା...

ଭୁବନେଶ୍ୱରର ଐତିହ୍ୟସ୍ଥଳ ଅଞ୍ଚଳରେ ୟୁନିଫର୍ମ ରହିବ ସାଇନ୍‌ବୋର୍ଡ

ଭୁବନେଶ୍ୱର, ୨୩।୯(ବ୍ୟୁରୋ):ଏଣିକି ରାଜଧାନୀରେ ଥିବା ଐତିହ୍ୟସ୍ଥଳୀଗୁଡ଼ିକରେ ଅସମାନ ସାଇନ୍‌ ବୋର୍ଡ ରହିବ ନାହିଁ। ସେହିପରି ଐତିହ୍ୟସ୍ଥଳର ନିର୍ଦ୍ଧାରିତ ପରିସୀମା ଭିତରେ କେହି ମନଇଚ୍ଛା ସାଇନ୍‌ବୋର୍ଡ ଲଗାଇପାରିବେ...

ରୋଗ ରୋକିଦେଲା ରୋଜଗାର

(ଦିନେଶ ଦେହୁରୀ) ବନ୍ତଳା,୧୬ା୫ – ବାଳୁତରୁ ଆସି ପାକଳ ହେଲୁଣି, ହେଲେ ଏମିତି ସମୟ କେବେ ଆସି ନ ଥିଲା। ବନ୍ୟା, ବାତ୍ୟା ପରି ଆସିଥିବା...

ଶ୍ରୀମନ୍ଦିର ସୁରକ୍ଷା ବଳୟ ଉନ୍ନତିକରଣ: ଜମି ଅଧିଗ୍ରହଣ ଜନଶୁଣାଣି ଆରମ୍ଭ

ପୁରୀ ଅଫିସ,୯ା୧୦: ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ଶ୍ରୀମନ୍ଦିର ଚତୁଃପାର୍ଶ୍ୱ ସୁରକ୍ଷା ବଳୟ ଉନ୍ନତିକରଣ କରାଯିବ। ଏହି ପ୍ରକଳ୍ପ ନିମନ୍ତେ ଜମି ଅଧିଗ୍ରହଣ ପାଇଁ ଓଡ଼ିଶା...

୪ ଆଇଏଏସ୍‌ଙ୍କୁ ଅତିରିକ୍ତ ଦାୟିତ୍ୱ

ଭୁବନେଶ୍ୱର,୧୬।୩(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣରୁ ସାଧାରଣ ଜନତାଙ୍କୁ ରକ୍ଷା କରିବା ପାଇଁ ପ୍ରଶାସନ ଯଥାସମ୍ଭବ ପଦକ୍ଷେପ ନେଇଛି। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ...

ଆରମ୍ଭ ହୋଇପାରିଲାନି ତଦନ୍ତ

ଖଇରା, ୨୩।୫(ଡି.ଏନ.ଏ.): ବାଲେଶ୍ୱର ଜିଲା ଖଇରା ଥାନା ଅଧୀନ କୁପାରୀ ଅମ୍ବିକା ମନ୍ଦିର ନିକଟରେ ଜଣେ ବ୍ୟକ୍ତିଙ୍କ ଘରେ ରହି ଛେଳି ଚରାଉଥିବା ପିଲା ୧୭ତାରିଖରେ ବିଦ୍ୟୁତ...

ଫାଇଟର ପାଇଲଟ୍‌ ହେବା ରୋନିତ୍‌ଙ୍କ ଲକ୍ଷ୍ୟ

ଭୁବନେଶ୍ୱର, (ବ୍ୟୁରୋ)/ପଦ୍ମପୁର(ଡିଏନ୍‌ଏ)୧୧।୩:ନ୍ୟାଶନାଲ୍‌ ଡିଫେନ୍ସ ଏକାଡେମୀ (ଏନ୍‌ଡିଏ) ପ୍ରବେଶିକା ପରୀକ୍ଷାରେ ଓଡ଼ିଆ ପୁଅ ରୋନିତ୍‌ ରଞ୍ଜନ ନାୟକ ଟପ୍ପର ହୋଇଛନ୍ତି। ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଜଗନ୍ନାଥପୁର...

Advertisement
Archives

Model This Week