ପୂର୍ବତନ ବିଧାୟକ ଭରତ ପାଇକଙ୍କ ପରଲୋକ

ପାରଳାଖେମୁଣ୍ଡି,୯ା୪(ସ୍ବ.ପ୍ର.): ଗଜପତି ଜିଲା ରାମଗିରି ନିର୍ବାଚନମଣ୍ଡଳୀ (୨୦୦୯ ପୂର୍ବର)ର ପୂର୍ବତନ ବିଧାୟକ ଭରତ ପାଇକ (୬୧)ଙ୍କ ମଙ୍ଗଳବାର ପରଲୋକ ହୋଇଛି। ସେ କିଛିଦିନ ଧରି ଅସୁସ୍ଥ ଥିଲେ। ଆନ୍ଧ୍ରର ଶ୍ରୀକାକୁଲମ ଜିଲା ରେଗୁଲୁସ୍ଥିତ ଘରୋଇ ଚିକିତ୍ସାଳୟରେ ଚିକିତ୍ସା ଚାଲିଥିଲା। ମଙ୍ଗଳବାର ଘରକୁ ଫେରାଇ ଅଣାଯାଉଥିବା ବେଳେ ରାସ୍ତାରେ ତାଙ୍କର ମୃତ୍ୟୁ ଘଟିଛି। ବୁଧବାର ଗଜପତି ଜିଲା ଗୁମ୍ମା ବ୍ଲକସ୍ଥିତ କୁଜାସିଂ ଗ୍ରାମରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି। ସେ ୨୦୦୪ରୁ ୨୦୦୯ ପର୍ଯ୍ୟନ୍ତ ରାମଗିରି ନିର୍ବାଚନମଣ୍ଡଳୀରୁ ଭାଜପା ପ୍ରାର୍ଥୀ ଭାବେ ବିଧାୟକ ନିର୍ବାଚିତ ହୋଇଥିଲେ। ୨୦୦୯ରେ ବ୍ରହ୍ମପୁରରୁ ଭାଜପା ଲୋକସଭା ପ୍ରାର୍ଥୀ, ୨୦୧୪ରେ ମୋହନା ନିର୍ବାଚନମଣ୍ଡଳୀରୁ ବିଧାୟକ ପ୍ରାର୍ଥୀ ହୋଇ ସେ ନିର୍ବାଚନ ହାରିଥିଲେ। ୨୦୧୯ରେ ସେ ଭାଜପା ଛାଡ଼ି ବିଜେଡିରେ ଯୋଗ ଦେଇଥିଲେ। ଛାତ୍ର ଜୀବନରୁ ରାଜନୀତି ସହ ଜଡ଼ିତ ଥିବା ପାଇକ ଶ୍ରୀକୃଷ୍ଣଚନ୍ଦ୍ର ଗଜପତି ସ୍ବୟଂଶାସିତ ମହାବିଦ୍ୟାଳୟର ଛାତ୍ର ସଂସଦ ସଭାପତି ହୋଇଥିଲେ। ଜଣେ ଦକ୍ଷ ଆଇନଜୀବୀ ଭାବେ ତାଙ୍କର ସ୍ବତନ୍ତ୍ର ପରିଚୟ ରହିଥିଲା। ଜିଲା ବିଜେଡି ସଭାପତି ପ୍ରଦୀପ ନାୟକ, ବିଜେଡି ନେତା ଅନ୍ତର୍ଯ୍ୟାମୀ ଗମାଙ୍ଗ ତାଙ୍କର ଶେଷ ଦର୍ଶନ କରି ଶୋକ ପ୍ରକାଶ କରିଛନ୍ତି। ପାରଳାଖେମୁଣ୍ଡି ବିଧାୟକ କେ. ନାରାୟଣ ରାଓ, ପୂର୍ବତନ ନଗରପାଳ ପି. କ୍ରିଷ୍ଣା ମଧ୍ୟ ଶୋକବ୍ୟକ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବରଯାତ୍ରୀଙ୍କୁ ପେଟ୍ରୋଲ ବଣ୍ଟା ଯାଉଥିଲା ବେଳେ ଲାଗିଲା ନିଆଁ : ୫ ବର୍ଷର ଶିଶୁ ଜୀବନ୍ତ ଦଗ୍ଧ

ଭୁବନେଶ୍ୱର,୭।୧୨: କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଥାନା ଅଞ୍ଚଳରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। ବରଯାତ୍ରୀଙ୍କୁ ପେଟ୍ରୋଲ ବାଣ୍ଟିବା ବେଳେ ନିଆଁ ଲାଗି ୫ ବର୍ଷର...

ବାତ୍ୟା ମିଗ୍‌ଜୋମ୍‌ ପ୍ରଭାବ: ପାହାଡ଼ରୁ ଧସିଲା ମାଟି ଅତଡ଼ା

କୋରାପୁଟ/ନାରାୟଣପାଟଣା,୭।୧୨(ଅମିତାଭ ବେହେରା/ରାଜକିଶୋର ଜେନା): ବାତ୍ୟା ମିଗ୍‌ଜୋମ୍‌ର ଭୟ ଟଳି ଯାଇଥିବା ବେଳେ ଦେଇଯାଇଛି ଦୁଃଖ l ଏହାର ପ୍ରଭାବରେ କୋରାପୁଟ ଜିଲାରେ ୨ ଦିନ ହେଲା...

ସରକାରୀ ଜାଗା ପ୍ରଦାନ ପାଇଁ ଓଡ଼ିଶା ଡ୍ରାଇଭର ମହାସଂଘ ପକ୍ଷରୁ ସ୍ମାରକପତ୍ର

ଛତ୍ରପୁର,୭ା୧୨(ଦିଲ୍ଲୀପ ସାମଲ): ଓଡ଼ିଶା ଡ୍ରାଇଭର ମହାସଂଘ କବିସୂର୍ଯ୍ୟନଗର ଶାଖାର ନିଜସ୍ବ କାର୍ଯ୍ୟାଳୟ ପାଇଁ ସରକାରୀ ଜାଗା ପ୍ରଦାନ ନିମନ୍ତେ ଗଞ୍ଜାମ ଜିଲାପାଳଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର...

ଖେଳ ଦେଖି ଘରକୁ ଫେରୁଥିଲେ ସେନା କର୍ମଚାରୀ, ସଂଘବଦ୍ଧ ଆକ୍ରମଣରେ ଚାଲିଗଲା ଜୀବନ

ଛତ୍ରପୁର,୭ା୧୨(ଦିଲ୍ଲୀପ ସାମଲ): ଖେଳ ଦେଖି ଘରକୁ ଫେରୁଥିବା ବେଳେ ଦୁର୍ବୃତ୍ତଙ୍କ ସଂଘବଦ୍ଧ ଆକ୍ରମଣର ଶିକାର ହୋଇ ଜୀବନ ହାରିଛନ୍ତି ଜଣେ ଭାରତୀୟ ସେନା କର୍ମଚାରୀ ।...

ରାଜ୍ୟର ବିଭିନ୍ନ ସ୍ଥାନରେ ଆୟକରଚଢ଼ାଉ: ମିଳିଲା ନଗଦ ୫୦ କୋଟି ଟଙ୍କା

ବୌଦ୍ଧ/ଭୁବନେଶ୍ୱର(ଅଜିତ କୁମାର ବାରିକ/ସତ୍ୟଜିତ୍‌ ରାଉତ), ୭।୧୨ଓଡ଼ିଶାରେ ସାଧାରଣ ନିର୍ବାଚନ ପୂର୍ବରୁ ଆକ୍ସ ମୋଡରେ ଆୟକର ବିଭାଗ। ରାଜ୍ୟର ବିଭିନ୍ନ ସ୍ଥାନରେ ଛାପା ମାରିଛି ଆୟକର ବିଭାଗ।...

ଅମଳ ବେଳେ ଭିଜିଲା ଧାନ ଫସଲ

ଲାଠୋର/ଖପ୍ରାଖୋଲ, ୭ା୧୨(ଭୁବନେଶ୍ୱର ବାରିକ/ଅଭୟ ତ୍ରିପାଠୀ): ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଳକ ଅଞ୍ଚଳରେ ମଙ୍ଗଳବାର ରାତିରୁ ଲଗାଣ ବର୍ଷା ଚାଷୀଙ୍କ ଚିନ୍ତା ବଢାଇ ଦେଇଛି। କ୍ଷେତରେ ଅମଳ...

ଫସଲ ଉଜାଡ଼ିଦେଲା ଅଦିନିଆ ବର୍ଷା: ବ୍ୟାପକ ଧାନ, କପା ଫସଲ ନଷ୍ଟ

ରାୟଗଡ଼ା,୭।୧୨(ଆଶିଷ ରଞ୍ଜନ ପଣ୍ଡା): ମିଗ୍‌ଜୋମ୍‌ ପ୍ରଭାବରେ ରାୟଗଡ଼ା ଜିଲାର ପ୍ରତ୍ୟେକ ଅଞ୍ଚଳରେ ବୁଧବାର ଦିନସାରା ବର୍ଷା ଲାଗି ରହିଛି । ମଙ୍ଗଳବାର ସକାଳୁ ପାଗ କୋହଲା...

ପୁନରୁଦ୍ଧାର ଅପେକ୍ଷାରେ ଗୌରଚରଣଙ୍କ ସ୍ମୃତିପୀଠ

ବେଗୁନିଆ,୭।୧୨(ହର ପ୍ରସନ୍ନ ପଣ୍ଡା)କବି ଦ୍ୱିଜ ଗୌରଚରଣ ଅଧିକାରୀ ଜନସାଧାରଣଙ୍କ ମାନସ ପଟରେ ଉଭେଇ ଯିବାକୁ ବସିଛନ୍ତି। ଏପରିକି ତାଙ୍କର ସ୍ମୃତି ପୀଠ ମଧ୍ୟ ମାଟିରେ ଲୀନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri