ପୂର୍ବତନ ବାଚସ୍ପତି ଚିନ୍ତାମଣିଙ୍କ ପ୍ରସ୍ତାବ: ବଂଶଧାରାକୁ ସଂଯୋଗୀକରଣ ହେଉ ଋଷିକୁଲ୍ୟା ନଦୀ

ବ୍ରହ୍ମପୁର ଅଫିସ,୧୬ା୧-ଗଜପତି ଜିଲା ବଂଶଧାରା ଓ ଗଞ୍ଜାମ ଜିଲାର ଋଷିକୁଲ୍ୟା ନଦୀ ସଂଯୋଗୀକରଣ କରାଯାଉ। ଏହାଦ୍ୱାରା ଦୁଇ ନଦୀ ବନ୍ୟା ନିୟନ୍ତ୍ରଣରେ ସହାୟକ ହେବ ଏବଂ ଗ୍ରୀଷ୍ମ ଓ ଶୀତଋତୁରେ ଶୁଷ୍କ ହୋଇଯାଉଥିବା ଋଷିକୁଲ୍ୟା ଚିରସ୍ରୋତା ହୋଇପାରିବ। କେବଳ ସେତିକି ନୁହେଁ, ନିଅଣ୍ଟିଆ ଜଳସେଚନ ବ୍ୟବସ୍ଥାରେ ସୁଧାର ଆସିବ ଏବଂ ପିଇବା ପାଣି ସଙ୍କଟର ସମାଧାନ ମଧ୍ୟ ହୋଇପାରିବ। ଏହି ପ୍ରସ୍ତାବ ଦେଇଛନ୍ତି ପୂର୍ବତନ ବାଚସ୍ପତି ଚିନ୍ତାମଣି ଦ୍ୟାନ ସାମନ୍ତରା । ରାଜ୍ୟ ସରକାର ଏହାକୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ ଗୁରୁତ୍ୱ ଦେଇଛନ୍ତି। ବିଭିନ୍ନ ଯୋଜନା ବାବଦରେ ସରକାର ଶହ ଶହ କୋଟି ଟଙ୍କା ବ୍ୟୟ କରୁଛନ୍ତି। ତେଣୁ ଆନ୍ଧ୍ର ସୀମାନ୍ତର ଉପରୋକ୍ତ ଦୁଇ ଜିଲାବାସୀଙ୍କ ସ୍ବାର୍ଥ ଦୃଷ୍ଟିରୁ ଏହାକୁ କାର୍ଯ୍ୟକାରୀ କରାଯିବାକୁ ସେ ପରାମର୍ଶ ଦେଇଛନ୍ତି।
ଦୁଇ ନଦୀ ସଂଯୋଗୀକରଣ କରାଗଲେ ଗଜପତି ଜିଲା ମୋହନା ଓ ଆର.ଉଦୟଗିରି ବ୍ଲକ ଅଧୀନ ଅନେକ ଅଞ୍ଚଳର ଚାଷଜମିକୁ ସୁବିଧାରେ ସେଚ ବ୍ୟବସ୍ଥା ଉପଲବ୍ଧ ହେବ। ସେହିପରି ଗଞ୍ଜାମ ଜିଲାର ବଡ଼ଗଡ଼, ସୋରଡ଼ା ଓ ଅନ୍ୟ ଅଞ୍ଚଳ ପାଇଁ ପିଇବା ପାଣି ଏବଂ ଜଳସେଚନ ଲାଗି ବେଶ ସହାୟକ ହୋଇପାରିବ। ଗଜପତି ଜିଲା କାଶୀନଗରରୁ କେନାଲ ଦ୍ୱାରା ବଂଶଧାରା ନଦୀ ପାଣି ଅଣାଯାଇ ଅଡ଼ବା ନିକଟ ପଦ୍ମା ନଦୀରେ ପକାଯିବ। ହରଭଙ୍ଗୀ ଡ୍ୟାମ ପାଣି ବଡ଼ଗଡ଼ ପର୍ଯ୍ୟନ୍ତ ଯାଉଥିବାରୁ ସେହି କେନାଲକୁ ଋଷିକୁଲ୍ୟାକୁ ସଂଯୋଗ କରାଯାଇ ପାରିବ। ଫଳରେ ଗଞ୍ଜାମର ଅନେକ ଅଞ୍ଚଳବାସୀ ଉପକୃତ ହେବେ ଏବଂ ଫସଲ ଉତ୍ପାଦନ ବୃଦ୍ଧି ସହ ହଜାର ହଜାର ଚାଷୀଙ୍କ ଆର୍ଥିକ ବିକାଶ ଘଟିବ।
ପୂର୍ବତନ ବାଚସ୍ପତି କହିଛନ୍ତି, ୧୯୮୫ରୁ ସେ ଏହି ପ୍ରସ୍ତାବ ସରକାରଙ୍କୁ ଦେଇଥିଲେ। ପରବର୍ତ୍ତୀ ସମୟରେ ଋଷିକୁଲ୍ୟା ସହ ବଂଶଧାରା ଓ ମହାନଦୀ ସଂଯୋଗୀକରଣ ପ୍ରସଙ୍ଗ ଉଠିଲା। ପୂର୍ବ କଂଗ୍ରେସ ଶାସନରେ ଏହା କାର୍ଯ୍ୟକାରୀ ହୋଇ ନ ଥିବା ବେଳେ ବର୍ତ୍ତମାନର ବିଜେଡି ସରକାରଙ୍କ ୨୦ ବର୍ଷର ଶାସନରେ ମଧ୍ୟ ଅଣଦେଖା କରାଯାଇଛି। ନଦୀ ସଂଯୋଗୀକରଣ ଯୋଜନାକୁ ମୁଖ୍ୟମନ୍ତ୍ରୀ କାର୍ଯ୍ୟକାରୀ କରିବାକୁ ଦ୍ୟାନ ସାମନ୍ତରା ଗୁରୁତ୍ୱାରୋପ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାର୍‌ହା ମାଂସ ଜବତ, ଶିକାରୀ ଗିରଫ

ବୁଗୁଡ଼ା,୧୧ା୧(ଡି.ଏନ.ଏ.)-ବୁଗୁଡ଼ା ବନାଞ୍ଚଳ ଜିଲିବା ଛକରେ ବାଲିପଦର ବନପାଳ ଓ ବନରକ୍ଷୀ ଶନିବାର ବାର୍‌ହା ମାଂସ ବିକ୍ରି କରୁଥିବା ଜଣେ ଯୁବକଙ୍କୁ କୋର୍ଟ ଚାଲାଣ କରିଛନ୍ତି। ସେ...

ଋଷିକୂଲ୍ୟାରେ ଜଳସ୍ତର ବୃଦ୍ଧି

ଗଞ୍ଜାମ,୧୪।୧୧(ଡି.ଏନ୍‌.ଏ.): ଉପର ମୁଣ୍ଡରେ ଲଘୁଚାପ ଲଗାଣ ବର୍ଷା ଫଳରେ ଗଞ୍ଜାମ ସହର ନିକଟ ଋଷିକୂଲ୍ୟା ନଦୀରେ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ସମୁଦ୍ରରେ ମଧ୍ୟ ଉଚ୍ଚ...

କୋର୍ଟରେ ଦାଖଲ ହେଲା ବନ୍ଧୁକ

ବ୍ରହ୍ମପୁର ଅଫିସ,୧୯ା୭: ଜଣେ ବିଲ୍‌ଡରଙ୍କୁ ବ୍ରହ୍ମପୁର ମହାନଗର ନିଗମର ପୂର୍ବତନ ମେୟର ପିଣ୍ଟୁ ଓରଫ ଶିବଶଙ୍କର ଦାସ ଓ ତାଙ୍କ ସହଯୋଗୀମାନେ ବନ୍ଧୁକ ଦେଖାଇ ୧୬ଲକ୍ଷ...

ଡେଙ୍ଗୁ କବଳରେ ଲକ୍ଷ୍ମୀପୁର, ୩ ଦିନରେ ୧୫ ଚିହ୍ନଟ

କୋରାପୁଟ,୧୯ା୬(ସ୍ବ.ପ୍ର.): କୋରାପୁଟ ଜିଲା ଲକ୍ଷ୍ମୀପୁର ବ୍ଲକରେ ଏବେ ଡେଙ୍ଗୁ ଜ୍ୱରରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଡାକ୍ତରଖାନାରେ ସବୁବେଳେ ରୋଗୀଙ୍କ ଭିଡ଼ ଜମୁଛି। କିଛିଦିନ ତଳେ...

ଗୋଟିଏ ଦିନରେ ୧୦୨ କରୋନା ପଜିଟିଭ ଚିହ୍ନଟ: ଗଞ୍ଜାମରେ ଆକ୍ରାନ୍ତଙ୍କ ସଂଖ୍ୟା ୧୪୭୨କୁ ବୃଦ୍ଧି

ଛତ୍ରପୁର,୧।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ ବୁଧବାର ଗୋଟିଏ ଦିନରେ ୧୦୨ ନୂଆ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୪୭୨ରେ...

ଭଡ଼ା ଘରେ ୭ ଦିନ ଏକାଠି ରହିବେ ତପସ୍ବିନୀ- ସୁମିତ

ବ୍ରହ୍ମପୁର ଅଫିସ ,୨ା୧୨: ନ୍ୟାୟ ପାଇଁ ବଧୂ ତପସ୍ବିନୀ ଦାଶ ଗଞ୍ଜାମ ଜିଲା ବ୍ରହ୍ମପୁର ବ୍ରହ୍ମାନଗରସ୍ଥିତ ଶ୍ବଶୁର ଘର ଆଗରେ ୧୦ ଦିନ ଧରି ଧାରଣା...

ପରିମଳ ସଚେତନତା: ଝାଡୁ ଧରିଲେ ଜିଲାପାଳ

ଶେରଗଡ଼,୧୪।୮(ଡି.ଏନ.ଏ.): ଗଞ୍ଜାମ ଜିଲା ଶେରଗଡ଼ରୁ ବୁଧବାର ସକାଳେ ଗଞ୍ଜାମ ଜିଲାପାଳ ବିଜୟ ଅମୃତ କୁଲାଙ୍ଗେ ଝାଡୁଧରି ପରିମଳ ସଚେତନତାର ଶୁଭାରମ୍ଭ କରିଛନ୍ତି। ସକାଳ ସାଢ଼େ ୬ଟାରେ...

ପୋଲସରାରେ ସିରିଜ୍‌ ବୋମାମାଡ଼

ହାତୀଓଟ,୨୭ା୧୦-ଗଞ୍ଜାମ ଜିଲା ପୋଲସରାସ୍ଥିତ ବଜାରସାହି ଛକରେ ଶନିବାର ରାତି ପ୍ରାୟ ୯ଟାରେ ସିରିଜ୍‌ ବୋମାମାଡ ହୋଇଛି। ଏକ ବିଦେଶୀ ମଦ ଦୋକାନ ଆଗରେ ଦୁର୍ବୃତ୍ତମାନେ ବାଇକରେ...

Advertisement
Archives

Model This Week