Posted inଖେଳ

ପୂଜାରାଙ୍କୁ ବୋଲିଂ କରିବା କଷ୍ଟକର: କୁମିନ୍ସ

ମେଲବୋର୍ନ,୨୬।୪(ପି.ଟି.): ଭାରତୀୟ ଟେଷ୍ଟ ମିଡଲଅର୍ଡର ବ୍ୟାଟ୍ସମ୍ୟାନ ଚେତେଶ୍ୱର ପୂଜାରାଙ୍କୁ ବୋଲିଂ କରିବା କଷ୍ଟକର ବୋଲି ବିଶ୍ୱର ୧ ନମ୍ବର ଦ୍ରୁତ ବୋଲର ଅଷ୍ଟ୍ରେଲିଆର ପ୍ୟାଟ କୁମିନ୍ସ କହିଛନ୍ତି। ଟେଷ୍ଟ ସ୍ପେଶାଲିଷ୍ଟ କୁହାଯାଉଥିବା ପୂଜାରା ପ୍ରତିପକ୍ଷ ଦଳ ପାଇଁ ମୁଣ୍ଡ ବ୍ୟଥାର କାରଣ ସାଜିଥାନ୍ତି। ୩ ନମ୍ବରରେ ବ୍ୟାଟିଂ କରିବାକୁ ଆସୁଥିବା ପୂଜାରାଙ୍କ ବ୍ୟାଟିଂ ବେଶ୍‌ ଦମ୍‌ଦାର। ୨୦୧୮-୧୯ ଅଷ୍ଟ୍ରେଲିଆରେ ଭାରତର ଐତିହାସିକ ସିରିଜ ବିଜୟରେ ତାଙ୍କର ବେଶ୍‌ ପ୍ରଭାବୀ ଭୂମିକା ରହିଥିଲା ଓ ପୂଜାରାଙ୍କ ପ୍ରତି ମୋର ଯଥେଷ୍ଟ ସମ୍ମାନ ରହିଛି ବୋଲି କୁମିନ୍ସ କହିଛନ୍ତି। ବିଶ୍ୱରେ ଏକାଧିକ ଉଚ୍ଚକୋଟୀର ବ୍ୟାଟ୍ସମ୍ୟାନ ରହିଛନ୍ତି। କିନ୍ତୁ ପୂଜାରା ଆମକୁ ବହୁତ ଯନ୍ତ୍ରଣା ଦେଇଛନ୍ତି ବୋଲି ସେ କୁହନ୍ତି। ଘରୋଇ ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜରେ ପୂଜାରା ୭୪ ରନ ହାରରେ ୫୨୧ ରନ ସଂଗ୍ରହ କରି ଦଳ ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ଏହି ସିରିଜରେ ସେ ୩ଟି ଶତକ ଓ ଗୋଟିଏ ଅର୍ଦ୍ଧଶତକ ହାସଲ କରିଥିଲେ। ପୂଜାରାଙ୍କୁ ଆଉଟ୍‌ କରିବା ପାଇଁ ଅଷ୍ଟ୍ରେଲିଆ ବୋଲରଙ୍କୁ ବେଶ୍‌ କଷ୍ଟ କରିବାକୁ ପଡିଥିଲା। ଟେଷ୍ଟ କ୍ରିକେଟରେ ସେ ସବୁଠାରୁ କଠିନତମ ବ୍ୟାଟ୍ସମ୍ୟାନ ବୋଲି କୁମିନ୍ସ କୁହନ୍ତି। ଦମ୍‌ଦାର ପ୍ରଦର୍ଶନ କରି ପୂଜାରା ମ୍ୟାନ୍‌ ଅଫ୍‌ ଦି ସିରିଜ ବିବେଚିତ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପଞ୍ଜାବକୁ ଦିଗହରା ହେବାକୁ ଦେଲେନି ଶାହାରୁଖ ଖାନ

ଦୁବାଇ,୨।୧୦: ଲୋକେଶ ରାହୁଲଙ୍କ ଅର୍ଦ୍ଧଶତକୀୟ ପାଳି ବଳରେ ପଞ୍ଜାବ କିଙ୍ଗ୍ସ ୫ ଉଇକେଟରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର୍‌)କୁ ହରାଇ ଦେଇଛି। କେକେଆର୍‌ ପକ୍ଷରୁ ଧାର୍ଯ୍ୟ...

କୋଭିଡ୍‌-୧୯: ଇଂଲଣ୍ଡ ବିପକ୍ଷ ଘରୋଇ ସୀମିତ ଓଭର ସିରିଜ ବାତିଲ ହେବ

ନୂଆଦିଲ୍ଲୀ,୧୬।୭(ପି.ଟି.): ଇଂଲଣ୍ଡ ବିପକ୍ଷରେ ଖେଳାଯିବାକୁ ଥିବା ୬ ମ୍ୟାଚ୍‌ ବିଶିଷ୍ଟ ଘରୋଇ ସୀମିତ ଓଭର ସିରିଜ ବାତିଲ ହେବା ନିଶ୍ଚିତ ହୋଇଛି। କୋଭିଡ୍‌-୧୯ ମହାମାରୀ କାରଣରୁ...

ଦୃଢ଼ ସ୍ଥିତିରେ ଭାରତ

ମୋହାଲି,୫।୩: ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟେଷ୍ଟର ଦ୍ୱିତୀୟ ଦିନର ଖେଳ ସମାପ୍ତ ହୋଇଛି। ଭାରତୀୟ ଦଳ ଶନିବାର ୮ ଉଇକେଟ ହରାଇ ୫୭୪ ରନ୍‌ କରି...

ଅଲିମ୍ପିକ୍‌ ପୂର୍ବରୁ ବିସିସିଆଇର ବଡ଼ ଘୋଷଣା

ନୂଆଦିଲ୍ଲୀ,୨୦।୬: ଅଲିମ୍ପିକ୍‌ ଯୋଗ୍ୟତାଧାରୀ ଭାରତୀୟ ଖେଳାଳିଙ୍କ ଟ୍ରେନିଂ ଓ ପ୍ରସ୍ତୁତି ପାଇଁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ୧୦ କୋଟି ଟଙ୍କା ଦାନ କରିବ।...

କ୍ଲିନ୍‌ ସୁଇପ୍‌ ଲକ୍ଷ୍ୟରେ ଭାରତ

ଇନ୍ଦୋର,୨୪ା୧: ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ସିରିଜ୍‌ର ଅନ୍ତିମ ମ୍ୟାଚ୍‌ ମଙ୍ଗଳବାର ଇନ୍ଦୋରର ହୋଲ୍‌କର କ୍ରିକେଟ ଷ୍ଟାଡିୟମରେ ଖେଳାଯିବ। ୨-୦ରେ ଆଗୁଆ ରହିଥିବା ଭାରତ ଏହି ମ୍ୟାଚ୍‌ରେ...

ଦ୍ୱିତୀୟ ଟେଷ୍ଟରେ ଦଳକୁ ଫେରିବେ କି ରୋହିତ ଶର୍ମା: ରାହୁଲ ଦେଲେ ଅପ୍‌ଡେଟ୍‌

ଚଟ୍ଟଗ୍ରାମ,୧୮।୧୨: ଦୁଇ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚରେ ବାଂଲାଦେଶକୁ ୧୮୮ ରନ୍‌ରେ ପରାସ୍ତ କରିଛି। ଚଟ୍ଟଗ୍ରାମରେ ପ୍ରଥମ ଟେଷ୍ଟ ମ୍ୟାଚରେ ବିଜୟ ସହ ଭାରତ ବର୍ତ୍ତମାନ...

ସବୁ ଥାଇ ଶ୍ରୀହୀନ

ଢେଙ୍କାନାଳ ଅଫିସ, ୨୯।୮: ଢେଙ୍କାନାଳ ଜିଲାର ଯୁବ କ୍ରୀଡ଼ାବିତ୍‌ଙ୍କ ମଧ୍ୟରେ ହକି ପ୍ରତି ଆଗ୍ରହ ବଢ଼ିବାରେ ଲାଗିଛି। ଆବଶ୍ୟକ ପ୍ରୋତ୍ସାହନ ଅଭାବ ସତ୍ତ୍ୱେ ନିଜ ଉଦ୍ୟମରେ...

ଅଶ୍ୱିନଙ୍କୁ ଜରିମାନା

ନୂଆଦିଲ୍ଲୀ,୨୨।୪(ପିଟି)- ଆଇପିଏଲ ଫ୍ରାଞ୍ଚାଇଜ କିଙ୍ଗ୍ସ ଇଲେଭେନ ପଞ୍ଜାବ ଅଧିନାୟକ ରବିଚନ୍ଦ୍ରନ ଅଶ୍ୱିନଙ୍କୁ ୧୨ ଲକ୍ଷ ଟଙ୍କା ଜରିମାନା ହୋଇଛି। ଏଠାରେ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ଖେଳାଯାଇଥିବା...

Advertisement
Archives

Model This Week