Posted inଜାତୀୟ

ପୁଲ୍‌ଓ୍ବାମାରେ ପୁଣି ଆତଙ୍କବାଦୀ ଆକ୍ରମଣ

ଶ୍ରୀନଗର,୧୮ା୬(ଆଇଏଏନ୍‌ଏସ୍‌): ଜମ୍ମୁ-କଶ୍ମୀରର ପୁଲ୍‌ଓ୍ବାମା ଜିଲାରେ ଆତଙ୍କବାଦୀମାନେ ପୁଣି ଥରେ ସୁରକ୍ଷା କର୍ମୀଙ୍କୁ ଆକ୍ରମଣ କରିଛନ୍ତି। ସେମାନଙ୍କ ଆକ୍ରମଣରେ ୪ ଜଣ ଯବାନ ଆହତ ହୋଇଛନ୍ତି। ସୋମବାର ୪୪ ରାଷ୍ଟ୍ରୀୟ ରାଇଫଲ୍ସର ଗାଡ଼ିଗୁଡିକୁ ଆତଙ୍କବାଦୀମାନେ ଟାର୍ଗେଟ କରି ଆଇଇଡି (ଉନ୍ନତ ମାନର ବିସ୍ଫୋରକ)ରେ ଆକ୍ରମଣ କରିଥିଲେ। ଅରିହାଲ-ଲସିପୋରା ରାସ୍ତା ଦେଇ ଯବାନମାନଙ୍କ ଯାନ ଯାଉଥିବାବେଳେ ଅରିହାଲ ଗ୍ରାମ ନିକଟରେ ଆଇଇଡି ବିସ୍ଫୋରଣ ହୋଇଥିଲା ବୋଲି ପୋଲିସ କହିଛି। ବିସ୍ଫୋରଣରେ ସେନାର ବୁଲେଟ ଓ ଲ୍ୟାଣ୍ଡମାଇନ୍‌ ନିରୋଧୀ କାସ୍‌ପର ଯାନ କ୍ଷତିଗ୍ରସ୍ତ ହୋଇଛି। ଏହା ପରେ ସୁରକ୍ଷା ବଳ ଓ ଆତଙ୍କବାଦୀଙ୍କ ମଧ୍ୟରେ ଦୀର୍ଘ ସମୟ ଧରି ଗୁଳି ବିନିମୟ ହୋଇଥିଲା। ଲ୍ୟାଣ୍ଡମାଇନ ଆକ୍ରମଣରୁ ଅନ୍ୟ ଗାଡ଼ିଗୁଡିକୁ ସୁରକ୍ଷା ଦେବା ଲାଗି କାସ୍‌ପର ଯାନ ଆଗରେ ଯାଇଥାଏ। ତେବେ ବିସ୍ଫୋରକ ଏତେ ଶକ୍ତିଶାଳୀ ଥିଲା ଯେ ତାହା କାସ୍‌ପର ଯାନକୁ ମଧ୍ୟ କ୍ଷତିଗ୍ରସ୍ତ କରିଦେଇଛି। ସେନା ଉକ୍ତ ଅଞ୍ଚଳକୁ ଘେରାବନ୍ଦୀ କରିଛି। ଗତ ଫେବୃୟାରୀ ୧୪ରେ ସିଆରପିଏଫର ଏକ ବସ୍‌କୁ ଆତଙ୍କବାଦୀ ଆତ୍ମଘାତୀ ବିସ୍ଫୋରରଣରେ ଉଡାଇ ଦେଇଥିଲେ। ଏଥିରେ ୪୦ରୁ ଊର୍ଦ୍ଧ୍ୱ ଯବାନ ଶହୀଦ ହୋଇଥିଲେ। ଉକ୍ତ ଆକ୍ରମଣସ୍ଥଳଠାରୁ ୨୭ କିଲୋମିଟର ଦୂରରେ ସୋମବାର ବିସ୍ଫୋରଣ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ହାଥରସ ମାମଲା: ଅଭିଯୁକ୍ତ ପରିବାର ସଦସ୍ୟଙ୍କୁ ଭେଟିଲେ ନିର୍ଭୟା ମାମଲାର ଓକିଲ ଏପି ସିଂ

ହାଥରସ,୧୦ ।୧୦: ଉତ୍ତର ପ୍ରଦେଶ ହାଥରସ ଜିଲା ଚମ୍ପଦା କୋତବାଲି ଅଞ୍ଚରେ ହୋଇଥିବା ଗଣ ବଳାତ୍କାର ମାମଲାରେ ଦିନକୁ ଦିନ ନୂଆ ତଥ୍ୟ ସାମନାକୁ ଆସୁଛି...

ଅପରାହ୍ନ ୫ରେ ଦେଶକୁ ସମ୍ବୋଧନ କରିବେ ମୋଦି

ନୂଆଦିଲ୍ଲୀ,୭।୬: କରୋନାର ଦ୍ୱିତୀୟ ଲହରରେ ନୂଆ ସଂକ୍ରମଣ ହ୍ରାସ ପାଇବା ପରେ ଆଜି ଦେଶର ଅନେକ ସ୍ଥାନରେ ଅନଲକ ପ୍ରକ୍ରିୟା ଆରମ୍ଭ ହୋଇଛି। ଏଭଳି ପରିସ୍ଥିତିରେ...

ସାମନ୍ତ ଗୋଏଲ ‘ର’ ଚିଫ୍‌ ନିଯୁକ୍ତ

ନୂଆଦିଲ୍ଲୀ,୨୬।୬: ରିସର୍ଚ୍ଚ ଆଣ୍ଡ ଆନାଲିସିସ୍‌ ଓ୍ବିଙ୍ଗ୍‌(ର) ଚିଫ୍‌ ଭାବେ ସାମନ୍ତ ଗୋଏଲଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାର ନିଯୁକ୍ତ କରିଛନ୍ତି। ୧୯୮୪ ବ୍ୟାଚ୍‌ର ଏହି ଆଇପିଏସ୍‌...

ବିଏଚ୍‌ୟୁରେ ‘ଭୂତ ବିଦ୍ୟା’ ଉପରେ ଆରମ୍ଭ ହେବ ୬ ମାସିଆ ପାଠ୍ୟକ୍ରମ

ବାରାଣସୀ,୨୫।୧୨: ବିଏଚ୍‌ୟୁରେ ଖୁବ୍‌ ଶୀଘ୍ର ‘ଭୂତ ବିଦ୍ୟା’ ଉପରେ ୬ ମାସିଆ ପାଠ୍ୟକ୍ରମ ଆରମ୍ଭ ହେବ। ଲୋକମାନଙ୍କ ମଧ୍ୟରେ ରହିଥିବା ଅନ୍ଧବିଶ୍ୱାସକୁ କିପରି ଦୂର କରାଯାଇପାରିବ...

‘ମୋତେ ବିଶ୍ୱାସ କରିଥିବାରୁ ହୃଦୟରୁ ଧନ୍ୟବାଦ’

ଚଣ୍ଡିଗଡ,୬।୨: ପଞ୍ଜାବ ବିଧାନସଭା ପୂର୍ବରୁ ରାଜ୍ୟରେ କଂଗ୍ରେସ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ରବିବାର ଘୋଷଣା କରିଛି। ପଞ୍ଜାବର ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଚରଣଜିତ୍‌ ସିଂ ଚନ୍ନି ରାଜ୍ୟରେ କଂଗ୍ରେସର...

ଦାୟିତ୍ୱ ଗ୍ରହଣ କରିବା ପରେ ଭାଇଙ୍କୁ ଭେଟିଲେ ନଡ୍ଡା

ନୂଆଦିଲ୍ଲୀ,୨୦।୧: ଦୀର୍ଘ ପ୍ରାୟ ୬ ବର୍ଷ ପରେ ଭାରତୀୟ ଜନତା ପାର୍ଟି(ଭାଜପା)କୁ ମିଳିଲା ନୂଆ ଅଧ୍ୟକ୍ଷ। ପୂର୍ବରୁ ଏହି ଆସନରେ ଏବେକାର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା...

ଦିଲ୍ଲୀରେ ନିଆଁ: ୨୬ ମୃତ

ନୂଆଦିଲ୍ଲୀ,୧୪।୫: ପଶ୍ଚିମ ଦିଲ୍ଲୀର ମୁଣ୍ଡ୍‌କା ମେଟ୍ରୋ ଷ୍ଟେଶନ ନିକଟରେ ଥିବା ଏକ ୩ ମହଲା ବିଲ୍ଡିଂରେ ଶୁକ୍ରବାର ଭୟାବହ ଅଗ୍ନିକାଣ୍ଡ ଘଟି ୨୬ ଜଣଙ୍କ ମୃତ୍ୟୁ...

ନିର୍ଭୟା ମାମଲା: ଡେଥ୍‌ ଓ୍ବାରେଣ୍ଟ ଜାରି ପରେ ବିଚଳିତ ହୋଇପଡିଲେ ଓକିଲ ଏ.ପି. ସିଂ

ନୂଆଦିଲ୍ଲୀ,୫।୩: ନିର୍ଭୟା ଗଣବଳାତ୍କାର ମାମଲାରେ ୪ ଦୋଷୀଙ୍କୁ ଫାଶୀ ଦେବାଲାଗି ଗୁରୁବାର ନୂଆ ଡେଥ୍‌ ଓ୍ବାରେଣ୍ଟ ଜାରି କରାଯାଇଛି। ମାର୍ଚ୍ଚ ୨୦ ଭୋର ୫ଟା ୩୦ରେ...

Advertisement
Archives

Model This Week