ପୁଲଓ୍ବାମା ଏନ୍‌କାଉଣ୍ଟରରେ ୨ ଆତଙ୍କବାଦୀ ନିହତ

ପୁଲଓ୍ବାମା,୨।୫: ଜମ୍ମୁ-କଶ୍ମୀର ପୁଲଓ୍ବାମା ଜିଲାର ଡଙ୍ଗରପୋରା ଅଞ୍ଚଳରେ ଶନିବାର ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି। ଏହି ଗୁଳିବିନିମୟରେ ୨ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ଶନିବାର ପୁଲଓ୍ବାମା ଜିଲାର ଡଙ୍ଗରପୋରା ଅଞ୍ଚଳରେ କିଛି ଆତଙ୍କବାଦୀ ଲୁଚି ରହିଥିବା ଖବର ବିଶ୍ୱସ୍ତ ସୂତ୍ରରୁ ସୁରକ୍ଷାକର୍ମୀଙ୍କୁ ମିଳିଥିଲା। ଏହାପରେ ସୁରକ୍ଷାକର୍ମୀ ଉକ୍ତ ଅଞ୍ଚଳକୁ ଘେରାବନ୍ଦୀ କରି ସର୍ଚ୍ଚ ଅପରେଶନ୍‌ କରିଥିଲେ। ଆତଙ୍କବାଦୀମାନେ ଭୟଭୀତ ହୋଇ ପ୍ରଥମେ ସୁରକ୍ଷାକର୍ମୀଙ୍କ ଉପରେ ଆଖିବୁଜା ଗୁଳିଚାଳନା କରିଥିଲେ। ଏହାର ପ୍ରତି ଜବାବରେ ସୁରକ୍ଷାକର୍ମୀ ମଧ୍ୟ ଆକ୍ରମଣ କରିଥିଲେ। ତେବେ ସୁରକ୍ଷାକର୍ମୀଙ୍କ ଏହି ଏନ୍‌କାଉଣ୍ଟରରେ ୨ଆତଙ୍କବାଦୀ ନିହତ ହୋଇଛନ୍ତି। ଅପରପକ୍ଷେ ଆହୁରି ଆତଙ୍କବାଦୀ ଲୁଚି ରହିଥିବା ସନ୍ଦେହରେ ସ୍ଥାନୀୟ ଅଞ୍ଚଳକୁ ଘେରାବନ୍ଦୀ କରାଯାଇ ସର୍ଚ୍ଚ ଅପରେଶନ୍‌ ଜାରି ରହିଛି ବୋଲି ଜମ୍ମୁ-କଶ୍ମୀର ପୋଲିସ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨୦ ବର୍ଷ ଜେଲରେ ରହିବା ପରେ ନିର୍ଦ୍ଦୋଷ ସାବ୍ୟସ୍ତ ହେଲେ ବଳାତ୍କାର ଅଭିଯୁକ୍ତ

ଲଳିତପୁର,୨୩।୨: ବିନା ଦୋଷରେ ଜଣେ ଲୋକଙ୍କୁ ୨୦ ବର୍ଷ ଜେଲରେ ବିତାଇବାକୁ ପଡ଼ିଛି। ଏଭଳି ଏକ ଅଭାବନୀୟ ଘଟଣା ଉତ୍ତରପ୍ରଦେଶର ଲଳିତପୁରରେ ଘଟିଛି। ୧୬ ବର୍ଷ...

ମୋଦିଙ୍କ ବୟାନକୁ ନେଇ କ’ଣ କହିଲା ଚାଇନା

ନୂଆଦିଲ୍ଲୀ,୩।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଚାନକ ଲେହକୁ ଗସ୍ତ କରି ସମସ୍ତଙ୍କୁ ଚକିତ କରିଦେଇଛନ୍ତି। ସେଠାରେ ସେନାଙ୍କୁ ମୋଦି ସମ୍ବୋଧିତ କରି ଚାଇନା ଉପରେ ବର୍ଷିଛନ୍ତି।...

CORONAVIRUS UPDATE: ଆଜି ଚିହ୍ନଟ ହୋଇଛନ୍ତି ୨୬୦୨ ପଜିଟିଭ୍‌, ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧,୦୩,୫୩୬କୁ ବୃଦ୍ଧି

ଭୁବନେଶ୍ୱର,୩୧ା୮(ବ୍ୟୁରୋ): ସୋମବାର ୩୦ ଜିଲାରୁ ୨୬୦୨ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୧,୦୩,୫୩୬ରେ ପହଞ୍ଚିଥିବା ରାଜ୍ୟ ସୂଚନା...

ଦିଲ୍ଲୀର ନାମ ବଦଳାଇ ଇନ୍ଦ୍ରପ୍ରସ୍ଥ ରଖିଲେ ବଦଳିବ ମୌସୁମୀ, ହେବ ବର୍ଷା: ସ୍ୱାମୀ ଚକ୍ରପାଣି ମହାରାଜ

ନୂଆଦିଲ୍ଲୀ,୨୯ ।୪: ଗୋଟିଏ ପଟେ ଅସହ୍ୟ ଗରମରେ ରାଜଧାନୀ ଦିଲ୍ଲୀରେ ଲୋକେ ଘରୁ ବାହାରକୁ ବାହାରି ପାରୁ ନ ଥିବା ବେଳେ ବେଳକୁ ବେଳ ତାତି...

ଅଧିକ ସମୟ ବଜେଟ ଭାଷଣ ପଢ଼ି ରେକର୍ଡ କଲେ ସୀତାରମଣ

ନୂଆଦିଲ୍ଲୀ,୧।୨: ଚଳିତ ୨୦୨୦-୨୧ ବଜେଟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୭୩ ବର୍ଷର ରେକର୍ଡ ଭାଙ୍ଗିଛନ୍ତି। ସେ ଦୀର୍ଘ ୨ ଘଣ୍ଟା ୪୧ ମିନିଟ୍‌ର ବଜେଟ ଭାଷଣ...

ଭାକ୍ସିନ୍‌ ବୋହିନେବ ଡ୍ରୋନ୍‌: ମିଳିଲା ମଞ୍ଜୁରୀ…

ହାଇଦ୍ରାବାଦ୍‌,୮।୫: ଦେଶରେ କରୋନା ମହାମାରୀ ସଂକ୍ରମଣ ତାଣ୍ଡବ ରଚିିଛି। ଏପରିସ୍ଥଳେ ଭାକ୍ସିନ୍‌ ଯୋଗାଣ କାର୍ଯ୍ୟ ଡ୍ରୋନ୍‌ ଦ୍ୱାରା କରାଯିବା ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ବିମାନ ଚଳାଚଳ...

ଦିଲ୍ଲୀ ଏମ୍ସ୍‌ର କରୋନା ଯୋଦ୍ଧା ନେଲେ ପ୍ରଥମ ଟିକା

ନୂଆଦିଲ୍ଲୀ,୧୬।୧: ଦେଶରେ ଶନିବାରଠାରୁ ସାର୍ବଜନୀକ କରୋନା ଟିକାକରଣ ଅଭିଯାନ ଆରମ୍ଭ ହୋଇଛି। ପ୍ରଥମ ଟିକା ଦିଲ୍ଲୀ ଏମ୍ସ୍‌ର କରୋନା ଯୋଦ୍ଧାଙ୍କୁ ଦିଆଯାଇଛି। ହସ୍ପିଟାଲର ସଫେଇ କର୍ମଚାରୀ...

ମଧୁମେହ, କିଡ୍‌ନୀ, ହୃଦ୍‌ରୋଗୀଙ୍କୁ ବିଶେଷଜ୍ଞଙ୍କ ପରାମର୍ଶ

ଭୁବନେଶ୍ୱର,୨୫ା୯(ବ୍ୟୁରୋ): କୌଣସି ଜଟିଳ ରୋଗ ଥିବା କରୋନା ଆକ୍ରାନ୍ତ ହୋମ୍‌ ଆଇସୋଲେଶନରେ ରହିପାରିବେ। କିନ୍ତୁ ଏଥିପାଇଁ ଅଧିକ ସତର୍କ ରହିବାକୁ ପଡ଼ିବ। ଏହି ପରିପ୍ରେକ୍ଷୀରେ ବିଶେଷକରି...

Advertisement
Archives

Model This Week