ପୁରୀ ଜିଲା ମୁଖ୍ୟ ଚିକିତ୍ସାଳୟରେ ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟସେବା: ମୃତ ବ୍ୟକ୍ତିଙ୍କୁ ଏକ ଘଣ୍ଟା ପର୍ଯ୍ୟନ୍ତ ଚାଲିଥିଲା ସାଲାଇନ

ପୁରୀ ଅଫିସ,୩।୧୨: ପୁରୀ ଜିଲା ମୁଖ୍ୟ ଚିକିତ୍ସାଳୟରେ ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟସେବା। ମୃତ ବ୍ୟକ୍ତିଙ୍କଠାରେ ଏକ ଘଣ୍ଟା ପର୍ଯ୍ୟନ୍ତ ସାଲାଇନ ଚାଲିଥିବା ଅଭିଯୋଗ ଆସିଛି। ଚିକିତ୍ସାରେ ଅବହେଳା ନେଇ ପରିବାର ଲୋକେ ମଙ୍ଗଳବାର ସିଡିଏମଓଙ୍କ ନିକଟରେ ଅଭିଯୋଗ କରିଛନ୍ତି। ଚିକିତ୍ସାରେ ଅବହେଳା କରିଥିବା ଡାକ୍ତର, ଷ୍ଟାଫ୍‌ ନର୍ସଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଅନ୍ୟପଟେ ପୋଲିସ ତାଙ୍କୁ ଦୁର୍ବ୍ୟବହାର କରିଥିବା ଗଣମାଧ୍ୟମ ଆଗରେ କହିଛନ୍ତି।
ସୂଚନାଯୋଗ୍ୟ, ସତ୍ୟବାଦୀ ଥାନା ଅନ୍ତର୍ଗତ ବରାଳ ଗ୍ରାମର ମନୋରଞ୍ଜନ ଦୀକ୍ଷିତ(୫୫)ଙ୍କ ରକ୍ତଚାପ ବୃଦ୍ଧି ଯୋଗୁ ଡିଏଚ୍‌ଏଚ୍‌ରେ ଭୋର ସାଢ଼େ ୩ଟାରେ ମେଡିସିନ ୱାର୍ଡରେ ଭର୍ତ୍ତି ହୋଇଥିଲେ। ସକାଳ ସମୟରେ ତାଙ୍କ ଦେହ ଭୀଷଣ ଖରାପ ହେବାରୁ ଡାକ୍ତରଙ୍କୁ ଡାକିବାକୁ ନର୍ସଙ୍କୁ ଅନୁରୋଧ କରିଥିଲେ। ନର୍ସ ତାଙ୍କୁ ସାଲାଇନ ଦେଇ ଚାଲିଯାଇଥିଲେ। ସାଲାଇନ ଚାଲିଥିବା ବେଳେ ତାଙ୍କ ଦେହ ଖରାପ ହେବାରୁ ପରିବାର ଲୋକେ ଡାକ୍ତରଙ୍କୁ ଡାକିବାକୁ କହିଥିଲେ। ତେବେ ଡାକ୍ତର ଆସି ନ ଥିଲେ। ପରେ ଏକ ଘଣ୍ଟା ବିଳମ୍ବରେ ଡାକ୍ତର ଆସିଥିଲେ। ଡାକ୍ତରଙ୍କ ସହ ଯୋଗାଯୋଗ କରିବା ବେଳେ ଘଣ୍ଟାକ ପୂର୍ବରୁ ତାଙ୍କର ମୃତ୍ୟୁ ଘଟିଥିବା ନେଇ ସେ ପରିବାର ଲୋକଙ୍କୁ କହିଥିଲେ। ତେବେ ମୃତ ବ୍ୟକ୍ତିଙ୍କୁ କିପରି ଏକ ଘଣ୍ଟା ଧରି ସାଲାଇନ ଦିଆଯାଇଛି ବୋଲି ପରିବାର ଲୋକେ ପ୍ରଶ୍ନ କରିଥିଲେ। ପରେ ଡାକ୍ତରଙ୍କ ପରାମର୍ଶ କ୍ରମେ ଜଣେ ନର୍ସ ତାଙ୍କ ସାଲାଇନ ଖୋଲିଦେଇଥିଲେ ବୋଲି କହିଛନ୍ତି। ଏନେଇ ସଂପୃକ୍ତ ଏଡିଏମଓ(ମେଡିକାଲ)ଙ୍କ ନିକଟରେ ଅଭିଯୋଗ ସତ୍ତ୍ୱେ ସେ କୌଣସି ଅଭିଯୋଗ ଗ୍ରହଣ କରିନଥିଲେ। ଏଡିଏମଓଙ୍କ ସହ ଆଲୋଚନା କରୁଥିବା ବେଳେ ମେଡିକାଲ ଫାଣ୍ଡିର ଜନୈକ କନଷ୍ଟେବଲ ତାଙ୍କୁ ଦୁର୍ବ୍ୟବହାର କରିଥିଲେ ବୋଲି ସେ କହିଛନ୍ତି। ପରିବାରଙ୍କୁ ତାଙ୍କ ମୃତ୍ୟୁ ଘୋଷଣା ସମ୍ପର୍କରେ ଡାକ୍ତର ଜଣାଇ ନ ଥିବା ଅଭିଯୋଗ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନାଗାବଳୀ କୂଳରେ ଝଲସୁଛି କାଶତଣ୍ଡି, ଧରାପୃଷ୍ଠକୁ ଆସିବେ ଜଗତଜନନୀ

କଲ୍ୟାଣସିଂହପୁର,୨୩ା୯(ଦୀପକ କୁମାର ପରିଡା ): ​ପ୍ରକୃତିର କୋଳରେ ଏବେ ଉତ୍ସବର ଋତୁ । ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ବେଲକନା ଗାଁ ନିକଟସ୍ଥ ନାଗାବଳୀ ନଦୀ…

ଗଞ୍ଜାମ ଜିଲାରେ ଲଗାଣ ବର୍ଷା; ମା’ ତାରାତାରିଣୀ ପାହାଡ଼ରୁ ଧସିଲା ମାଟି ଆତଡା-ପଥର ଖଣ୍ଡ

ପୁରୁଷୋତ୍ତମପୁର,୨୩ା୯(ସବିତା ମିଶ୍ର): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ପ୍ରଭାବରେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ଦୁଇଦିନ ହେଲା ବର୍ଷା ଲାଗିରହିଛି । ଏହାର ପ୍ରଭାବରେ ଦକ୍ଷିଣ…

ଫୁଲୁଛି ତାମ୍ପରା ହ୍ରଦ, ତୁରନ୍ତ ଗେଟ୍‌ ଲଗାଇବାକୁ ଚାଷୀଙ୍କ ଦାବି

ଛତ୍ରପୁର,୨୩ା୯(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ବଙ୍ଗୋପସାଗରରେ ସୃଷ୍ଟି ଗଭୀର ଅବପାତ ପ୍ରଭାବରେ ଛତ୍ରପୁର ଏବଂ ଏହାର ଆଖପାଖ ଅଞ୍ଚଳରେ ତୁହାକୁତୁହା ବର୍ଷା ଲାଗିରହିଛି। ଛତ୍ରପୁର ଉପକଣ୍ଠରେ ଥିବା ତାମ୍ପରା…

କଳାହାଣ୍ଡିରେ ପ୍ରବଳ ବର୍ଷା; ଗୁରୁବାର ସବୁ ସ୍କୁଲ ଛୁଟି, NH୨୬ରେ ଗଛ ପଡିବାରୁ ରାସ୍ତା ଜାମ୍

ଭବାନୀପାଟଣା ୨୩।୯(ଉତ୍ତମ କୁମାର ଦାଶ): ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ଯୋଗୁଁ ମଙ୍ଗଳବାର ଠାରୁ କଳାହାଣ୍ଡି ଜିଲାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେଉଛି । ଏହି…

ଲଗାଣ ବର୍ଷା ନେଲା ଜୀବନ: ରେମୁଣାରେ ମାଟି କାନ୍ଥ ଭୁଷୁଡ଼ି ବାପା ମୃତ, ପୁଅ ଗୁରୁତର

ବାଲେଶ୍ୱର,୨୩ା୯(ମୃତ୍ୟୁଞ୍ଜୟ ପଟ୍ଟନାୟକ): ଲଘୁଚାପ ଜନିତ ଲଗାଣ ବର୍ଷା ଫଳରେ ରେମୁଣାରେ ବଡ଼ ଅଘଟଣ ଘଟିଯାଇଛି । ଖରିଦମୁଖୁରା ଗ୍ରାମରେ ମାଟି କାନ୍ଥ ଭୁଶୁଡ଼ି ପଡ଼ି ବାପାଙ୍କ ମୃତ୍ୟୁ…

ଭାଙ୍ଗିଲା ପାଚେରି, ବିଦ୍ୟାଳୟ ଭିତରେ ପଶିଲା ଗାଁର ମଇଳା ପାଣି

ପାତ୍ରପୁର,୨୩ା୯(ଉମାଚରଣ ନେପାକ): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଗଞ୍ଜାମ ଜିଲା ପାତ୍ରପୁର ଅଞ୍ଚଳରେ ପ୍ରବଳ ବର୍ଷା ଲାଗି ରହିଛି। ତୁହାକୁ ତୁହା ବର୍ଷା ସହ ପନ…

ଅବପାତ ମୁକାବିଲା ପାଇଁ ଜିଲା ପ୍ରଶାସନର ବ୍ୟାପକ ପଦକ୍ଷେପ, ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର

ଛତ୍ରପୁର,୨୩ା୯(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲାରେ ଗଭୀର ଅବପାତ ଯୋଗୁ ସମ୍ଭାବ୍ୟ ପ୍ରତିକୂଳ ପାଣିପାଗକୁ ଦୃଷ୍ଟିରେ ରଖି ଜନସାଧାରଣଙ୍କ ସୁରକ୍ଷା ଓ ଜରୁରୀ ସେବା ସୁନିଶ୍ଚିତ କରିବା…

ଅଭିନବ ଉପାୟରେ ଗଞ୍ଜେଇ ଚାଲାଣ: ପର୍ଦ୍ଦାଫାଶ କଲା ପୋଲିସ

ବଲାଙ୍ଗୀର, ୨୩।୯ (ବୀରେନ୍ଦ୍ର କୁମାର ଝାଙ୍କର): ଅଭିନବ ଉପାୟରେ ରାଜ୍ୟ ବାହାରକୁ ଚାଲାଣ ହେଉଥିଲା ଗଞ୍ଜେଇ। ଆଚାର କଣ୍ଟେନରରେ ଗଞ୍ଜେଇ ଭର୍ତ୍ତି କରାଯାଇ ଟ୍ରେନ ଯୋଗେ ରାଜ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?