ପୁରୀ ଜିଲା ମୁଖ୍ୟ ଚିକିତ୍ସାଳୟରେ ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟସେବା: ମୃତ ବ୍ୟକ୍ତିଙ୍କୁ ଏକ ଘଣ୍ଟା ପର୍ଯ୍ୟନ୍ତ ଚାଲିଥିଲା ସାଲାଇନ

ପୁରୀ ଅଫିସ,୩।୧୨: ପୁରୀ ଜିଲା ମୁଖ୍ୟ ଚିକିତ୍ସାଳୟରେ ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟସେବା। ମୃତ ବ୍ୟକ୍ତିଙ୍କଠାରେ ଏକ ଘଣ୍ଟା ପର୍ଯ୍ୟନ୍ତ ସାଲାଇନ ଚାଲିଥିବା ଅଭିଯୋଗ ଆସିଛି। ଚିକିତ୍ସାରେ ଅବହେଳା ନେଇ ପରିବାର ଲୋକେ ମଙ୍ଗଳବାର ସିଡିଏମଓଙ୍କ ନିକଟରେ ଅଭିଯୋଗ କରିଛନ୍ତି। ଚିକିତ୍ସାରେ ଅବହେଳା କରିଥିବା ଡାକ୍ତର, ଷ୍ଟାଫ୍‌ ନର୍ସଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଅନ୍ୟପଟେ ପୋଲିସ ତାଙ୍କୁ ଦୁର୍ବ୍ୟବହାର କରିଥିବା ଗଣମାଧ୍ୟମ ଆଗରେ କହିଛନ୍ତି।
ସୂଚନାଯୋଗ୍ୟ, ସତ୍ୟବାଦୀ ଥାନା ଅନ୍ତର୍ଗତ ବରାଳ ଗ୍ରାମର ମନୋରଞ୍ଜନ ଦୀକ୍ଷିତ(୫୫)ଙ୍କ ରକ୍ତଚାପ ବୃଦ୍ଧି ଯୋଗୁ ଡିଏଚ୍‌ଏଚ୍‌ରେ ଭୋର ସାଢ଼େ ୩ଟାରେ ମେଡିସିନ ୱାର୍ଡରେ ଭର୍ତ୍ତି ହୋଇଥିଲେ। ସକାଳ ସମୟରେ ତାଙ୍କ ଦେହ ଭୀଷଣ ଖରାପ ହେବାରୁ ଡାକ୍ତରଙ୍କୁ ଡାକିବାକୁ ନର୍ସଙ୍କୁ ଅନୁରୋଧ କରିଥିଲେ। ନର୍ସ ତାଙ୍କୁ ସାଲାଇନ ଦେଇ ଚାଲିଯାଇଥିଲେ। ସାଲାଇନ ଚାଲିଥିବା ବେଳେ ତାଙ୍କ ଦେହ ଖରାପ ହେବାରୁ ପରିବାର ଲୋକେ ଡାକ୍ତରଙ୍କୁ ଡାକିବାକୁ କହିଥିଲେ। ତେବେ ଡାକ୍ତର ଆସି ନ ଥିଲେ। ପରେ ଏକ ଘଣ୍ଟା ବିଳମ୍ବରେ ଡାକ୍ତର ଆସିଥିଲେ। ଡାକ୍ତରଙ୍କ ସହ ଯୋଗାଯୋଗ କରିବା ବେଳେ ଘଣ୍ଟାକ ପୂର୍ବରୁ ତାଙ୍କର ମୃତ୍ୟୁ ଘଟିଥିବା ନେଇ ସେ ପରିବାର ଲୋକଙ୍କୁ କହିଥିଲେ। ତେବେ ମୃତ ବ୍ୟକ୍ତିଙ୍କୁ କିପରି ଏକ ଘଣ୍ଟା ଧରି ସାଲାଇନ ଦିଆଯାଇଛି ବୋଲି ପରିବାର ଲୋକେ ପ୍ରଶ୍ନ କରିଥିଲେ। ପରେ ଡାକ୍ତରଙ୍କ ପରାମର୍ଶ କ୍ରମେ ଜଣେ ନର୍ସ ତାଙ୍କ ସାଲାଇନ ଖୋଲିଦେଇଥିଲେ ବୋଲି କହିଛନ୍ତି। ଏନେଇ ସଂପୃକ୍ତ ଏଡିଏମଓ(ମେଡିକାଲ)ଙ୍କ ନିକଟରେ ଅଭିଯୋଗ ସତ୍ତ୍ୱେ ସେ କୌଣସି ଅଭିଯୋଗ ଗ୍ରହଣ କରିନଥିଲେ। ଏଡିଏମଓଙ୍କ ସହ ଆଲୋଚନା କରୁଥିବା ବେଳେ ମେଡିକାଲ ଫାଣ୍ଡିର ଜନୈକ କନଷ୍ଟେବଲ ତାଙ୍କୁ ଦୁର୍ବ୍ୟବହାର କରିଥିଲେ ବୋଲି ସେ କହିଛନ୍ତି। ପରିବାରଙ୍କୁ ତାଙ୍କ ମୃତ୍ୟୁ ଘୋଷଣା ସମ୍ପର୍କରେ ଡାକ୍ତର ଜଣାଇ ନ ଥିବା ଅଭିଯୋଗ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

କାୟା ବିସ୍ତାରିଛି ବେଆଇନ ଚିଙ୍ଗୁଡ଼ି ଘେରି

ଜଗତ୍‌ସିଂହପୁର ଅଫିସ, ୨୪।୭: ଚିଙ୍ଗୁଡ଼ି ରପ୍ତାନି କ୍ଷେତ୍ରରେ ଜଗତ୍‌ସିଂହପୁର ଜିଲାର ନାଁ ଅଛି। ବିଶେଷକରି ଏରସମା, ବାଲିକୁଦା ଓ କୁଜଙ୍ଗ ତହସିଲ ଅନ୍ତର୍ଗତ ବ୍ୟାପକ ଅଞ୍ଚଳରେ...

ସରକାରୀ ଯୋଜନାଠାରୁ ବହୁ ଦୂରରେ ବେତାଗଣ୍ଡା ଗାଁ

ଆର.ଉଦୟଗିରି,୧୧ା୫(ଡି.ଏନ.ଏ.): ମୋହନା ବ୍ଲକ ଗୁରୁଝୁଳୀ ପଞ୍ଚାୟତର ଘଞ୍ଚ ଜଙ୍ଗଲ ମଧ୍ୟରେ ଅବସ୍ଥିତ ବେତାଗଣ୍ଡା ଗାଁ। ଏହି ଗାଁକୁ ଯିବାକୁ ହେଲେ ଅଡ଼ବା ହରଭଙ୍ଗି ଡ୍ୟାମ୍‌ ନିକଟ...

୧୮ରୁ ଊଦ୍ଧର୍‌ବ ଗ୍ରାମ ଜଳମଗ୍ନ

କୋରେଇ,୪ା୮(ଚନ୍ଦ୍ରକାନ୍ତ ପତି): ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ ବୈତରଣୀ ନଦୀରେ ଚଳିତବର୍ଷ ପ୍ରଥମ ବନ୍ୟା ଆସିଛି। ବନ୍ୟା ଯୋଗୁ କୋରେଇ ବ୍ଲକ ଅଧୀନ ରଣପୁର,...

ଭୁଶୁଡ଼ିଲା ଦୁଇ ମହଲା କୋଠା ସମେତ ୩ ଚାଳ ଛପର ଘର

ଦିଗପହଣ୍ଡି,୨୩।୩(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସହଦେବ ଟିକରପଡ଼ା ଗାଁରେ ରବିବାର ରାତିରେ ରଜନୀକାନ୍ତ ଗୌଡ଼,ଚନ୍ଦ୍ରମା ଗୌଡ଼ଙ୍କ ୨ଟି ଦୁଇ ମହଲା ଘର ଏବଂ ପଡ଼ୋଶୀ...

କିଡ଼୍‌ନୀ ରୋଗ୍‌ ବହପିବାର ଘଟନା:ପିତବାସପୁରରେ ପୁହୁଁଚିଲା ଡାକ୍‌ତରି ଦଲ

କୋକସରା, ୯ା୭ (ଡି.ଏନ୍‌.ଏ): କଳାହାଣ୍ଡି ଜିଲା କୋକସରା ବ୍ଲକ ଲଡ଼ୁଗଁା ପଁଚେତ୍‌ ପିତବାସପୁରରେ ଗଲା ବଛ୍‌ରେ ହେଲା କିଡ଼୍‌ନୀ ରୋଗ୍‌ ବହପିବାରେ ଲାଗିଛେ। କିଡ଼୍‌ନୀ ରୋଗ୍‌ରେ...

ବଳିଆରସିଂହପୁରରେ ହାତୀ ଉପଦ୍ରବ, ୫ ଏକର ଜମିର ଫସଲ ନଷ୍ଟ

ଶେରଗଡ,୩ା୨(ଡି.ଏନ.ଏ.)-ଶେରଗଡ଼ ବ୍ଲକ ବଳିଆରସିଂହପୁର ଗ୍ରାମରେ ସୋମବାର ଭୋର୍‌ରେ ହାତୀପଲ ପଶି ପ୍ରାୟ ୫ ଏକର ଜମିର ପରିବା ଫସଲ ନଷ୍ଟ କରିଦେଇଛନ୍ତି। ଅଲାରିଗଡ଼ ଲଣ୍ଡା ପାହାଡରେ...

ବାଲ୍ୟବିବାହ ସୂଚନା ଦେଲେ ମିଳିବ ୫ ହଜାର ପୁରସ୍କାର

ଛତ୍ରପୁର,୨୨ା୧(ଡି.ଏନ୍‌.ଏ.)- ଗଞ୍ଜାମ ଜିଲା ନିର୍ଭୟକଢି ଟାସ୍କଫୋର୍ସ କମିଟି ବୈଠକ ଶୁକ୍ରବାର ଜିଲାପାଳଙ୍କ ସମ୍ମିଳନୀ ଗୃହରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ...

ଗଞ୍ଜାମରେ ହେବ ୧୩୩ ସ୍ମାର୍ଟ ହାଇସ୍କୁଲ: ଛାତ୍ରୀଛାତ୍ରଙ୍କ ସହ କଥା ହେଲେ ୫ଟି ସଚିବ

ଛତ୍ରପୁର,୮।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲାର ୧୩୩ଟି ହାଇସ୍କୁଲକୁ ସ୍ମାର୍ଟ ହାଇସ୍କୁଲରେ ପରିଣତ ପାଇଁ କାମ ଚାଲିଛି। ଏହାର ଅଗ୍ରଗତି ନେଇ ଗୁରୁବାର ୫ଟି ସଚିବ ଭି. କାର୍ତ୍ତିକେୟ...

Advertisement
Archives

Model This Week