Posted inଜାତୀୟ

ପୁନର୍ବିଚାର ପାଇଁ ପିଟିଶନ ଦାଏର

ନୂଆଦିଲ୍ଲୀ/ ପୁରୀ ଅଫିସ୍‌, ୨୦ା୬ : ଏବର୍ଷ ପୁରୀ ସମେତ ସାରା ଓଡ଼ିଶାରେ ରଥଯାତ୍ରା ଉପରେ ସୁପ୍ରିମକୋର୍ଟ ରୋକ ଲଗାଇବାର ଦିନକ ପରେ ଉକ୍ତ ରାୟରେ ପରିବର୍ତ୍ତନ ପାଇଁ ପିଟିଶନ ଦାଏର ହୋଇଛି। କେବଳ ପୁରୀରେ ସେବାୟତମାନଙ୍କୁ ନେଇ ରଥଯାତ୍ରା କରିବାକୁ ଅନୁମତି ପ୍ରଦାନ ପାଇଁ ଆବେଦନକାରୀ ସର୍ବୋଚ୍ଚ ଅଦାଲତଙ୍କୁ ନିବେଦନ କରିଛନ୍ତି। ଆବେଦନକାରୀ ନୟାଗଡ଼ ଜିଲା ଇଟାମାଟି ଅଞ୍ଚଳର ଅଫତାଭ ହୁସେନ ନିଜ ପିଟିଶନରେ ଉଲ୍ଲେଖ କରିଛନ୍ତି ଯେ, ସୁପ୍ରିମକୋର୍ଟ ଗୁରୁବାର ଦେଇଥିବା ରାୟର ପୁନର୍ବିଚାର କରନ୍ତୁ। ପୁରୀ ଗ୍ରୀନ୍‌ ଜୋନରେ ରହିଛି। ସହରରେ ଯେଉଁମାନେ ବି କରୋନା ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇଛନ୍ତି, ତାହା କେବଳ ବାହାର ରାଜ୍ୟରୁ ଆସିଥିବା ପ୍ରବାସୀଙ୍କ ଯୋଗୁ ହୋଇଛି। ତେଣୁ ଉକ୍ତ ରାୟରେ ପରିବର୍ତ୍ତନ ଆଣି ଶ୍ରୀମନ୍ଦିରରୁ ଶ୍ରୀଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରା କେବଳ ସେବାୟତମାନଙ୍କ ଦ୍ୱାରା କରାଇବା ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦିଅନ୍ତୁ। ରଥଯାତ୍ରା ବେଳେ ସମଗ୍ର ପୁରୀ ଜିଲାକୁ ଶଟ୍‌ଡାଉନ୍‌ କରାଯାଉ। ରଥଯାତ୍ରାରେ ସର୍ବସାଧାରଣଙ୍କ ଯୋଗଦାନ ଉପରେ କଟକଣା ଲଗାଯାଉ। ରଥଯାତ୍ରା ଦିନ ପୁରୀ ସହରକୁ ସମ୍ପୂର୍ଣ୍ଣ ଶଟ୍‌ଡାଉନ୍‌ କରାଗଲେ ସେବାୟତମାନେ ସୁରୁଖୁରୁରେ ଯାତ୍ରା ପାଇଁ ସେବା କରିପାରିବେ। ସାଧାରଣ ଲୋକ ସଂକ୍ରମିତ ହେବେ ନାହିଁ ଏବଂ ନ୍ୟାୟ ମିଳିବ ବୋଲି ଆବେଦନକାରୀ ଦର୍ଶାଇଛନ୍ତି। ସର୍ବସାଧାରଣଙ୍କ ବିନା ଉପସ୍ଥିତିରେ ବିନା ବାଧାରେ ରଥଯାତ୍ରା କରାଇବା ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବାରୁ ମାତ୍ର ୭୫୦ ଜଣଙ୍କ ଯୋଗଦାନ ପର୍ଯ୍ୟାପ୍ତ। କିନ୍ତୁ ୧୧୭୨ ଜଣ ସେବାୟତଙ୍କ କରୋନା ନେଗେଟିଭ୍‌ ବାହାରିଥିବାରୁ ସେମାନେ ରଥଯାତ୍ରା ପରିଚାଳନା କରିପାରିବେ ବୋଲି ଆବେଦନକାରୀ ଉକ୍ତ ପିଟିଶନରେ ଉଲ୍ଲେଖ କରିଛନ୍ତି। ସେହିପରି ଶୁକ୍ରବାର ଶ୍ରୀମନ୍ଦିର ଦଇତାପତି ନିଯୋଗ ମଧ୍ୟ ସୁପ୍ରିମ୍‌କୋର୍ଟରେ ମୋଡିଫିକେଶନ ପିଟିଶନ ଦାଏର କରିଛନ୍ତି। ରାୟରେ ପରିବର୍ତ୍ତନ କରିବାକୁ ପିଟିଶନରେ ଆବେଦନ କରାଯାଇଛି। ସେହିପରି ଅନ୍ତଃରାଷ୍ଟ୍ରୀୟ ହିନ୍ଦୁ ମହାସଂଘ ମଧ୍ୟ ରାୟର ପୁନର୍ବିଚାର ପାଇଁ ସୁପ୍ରିମ୍‌କୋର୍ଟରେ ରିଭ୍ୟୁ ପିଟିଶନ ଦାଖଲ କରିଛି। ମହାସଂଘ ଅଧ୍ୟକ୍ଷ ଡ. ବଦ୍ରିନାଥ ପଟ୍ଟନାୟକ ଏହି ପିଟିଶନ ଫାଇଲ କରିଛନ୍ତି। ଡ. ପଟ୍ଟନାୟକ ଗଣମାଧ୍ୟମକୁ କହିଛନ୍ତି, ମହାପ୍ରଭୁଙ୍କ ନୀତିକୁ ବନ୍ଦ କରିବା ଅହିତଜନକ। ଶ୍ରୀଜଗନ୍ନାଥଙ୍କ ମୂଳପୀଠରେ କିଭଳି ବିଧି ରକ୍ଷା ହେବ ସେଥିପାଇଁ ସମସ୍ତେ ସହଯୋଗ କରିବା ଆବଶ୍ୟକ। ମହାପ୍ରଭୁଙ୍କ କରୁଣାରୁ ସ୍ନାନଯାତ୍ରା ସୁରୁଖୁରୁରେ ଶେଷ ହୋଇଛି। ରଥଯାତ୍ରା ନ କରିବା ଉଦ୍ଦେଶ୍ୟ ପଛରେ କ’ଣ ରହସ୍ୟ ତାହା ସମୟ କହିବ। ମହାପ୍ରଭୁଙ୍କ ରଥଯାତ୍ରା କେତେକ ନିର୍ଦ୍ଦିଷ୍ଟ ସେବାୟତଙ୍କୁ ନେଇ ଅନୁଷ୍ଠିତ ହେଉ। ବିଶ୍ୱବାସୀ ଯେପରି ଘରେ ବସି ଦେଖିପାରିବେ ସେଥିପାଇଁ ବ୍ୟବସ୍ଥା କରାଯାଉ ବୋଲି ଡ. ପଟ୍ଟନାୟକ ମତ ରଖିଛନ୍ତି।
ପୁରୀ ସମେତ ସାରା ରାଜ୍ୟରେ ଜୁନ ୨୩ରେ ରଥଯାତ୍ରା ହୋଇଥାନ୍ତା। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଗୁରୁବାର ସୁପ୍ରିମକୋର୍ଟ ଚଳିତବର୍ଷ ଓଡ଼ିଶାରେ ରଥଯାତ୍ରା ହେବ ନାହିଁ ବୋଲି ରାୟ ଦେଇଥିଲେ। ଭାରତର ପ୍ରଧାନ ବିଚାରପତି (ସିଜେଆଇ) ଏସ୍‌. ଏ. ବୋବ୍‌ଡେଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଏହି ଐତିହାସିକ ପରମ୍ପରା ଉପରେ ସ୍ଥଗିତାଦେଶ ଜାରି କରିଥିଲେ। ଲକ୍ଷ ଲକ୍ଷ ଲୋକଙ୍କ ସମାଗମ ହେଉଥିବାରୁ ରଥଯାତ୍ରା ପାଇଁ ଅନୁମତି ଦେଇଥିଲେ ପ୍ରଭୁ ଶ୍ରୀଜଗନ୍ନାଥ ଆମକୁ କ୍ଷମା କରି ନ ଥାନ୍ତେ ବୋଲି ସିଜେଆଇ ବୋବ୍‌ଡେ କହିଥିଲେ। ରଥଯାତ୍ରା ବନ୍ଦ କରିବା ଲାଗି ‘ଓଡ଼ିଶା ବିକାଶ ପରିଷଦ’ ପକ୍ଷରୁ ଏକ ଜନସ୍ବାର୍ଥ ମାମଲା (ପିଆଇଏଲ୍‌) ଦାଏର ହୋଇଥିଲା। ସେହିପରି ‘ଭାରତୀୟ ବିକାଶ ପରିଷଦ’ ତରଫରୁ ସୁରେନ୍ଦ୍ର ପାଣିଗ୍ରାହୀ ଓଡ଼ିଶା ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ଏକ ଅପିଲ୍‌ ପିଟିଶନ ଦାଏର କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜଙ୍ଗଲରୁ ମିଳିଲା ୪୦ରୁ ଊର୍ଦ୍ଧ୍ୱ ମାଙ୍କଡଙ୍କର ମୃତଦେହ

ଅମରାବତୀ,୨୬।୧୦: ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ ଜିଲାର କବିତା ମଣ୍ଡଳର ଶିଲାଗାମ ଅଞ୍ଚଳରେ ୪୦ରୁ ଊର୍ଦ୍ଧ୍ୱ ମାଙ୍କଡଙ୍କର ମୃତଦେହ ଉଦ୍ଧାର କରାଯାଇଛି। ବିଷାକ୍ତ ଖାଦ୍ୟ ଖାଇ ଏଭଳି ଘଟିଥିବା...

୨୪ ଘଣ୍ଟିଆ କରୋନା ଟେଷ୍ଟ ବୁଥ ଖୋଲିବାକୁ ରାଜ୍ୟକୁ କେନ୍ଦ୍ରର ନିର୍ଦ୍ଦେଶ

ନୂଆଦିଲ୍ଲୀ,୧ ।୧: ଦେଶରେ କରୋନା ସଂକ୍ରମଣ ବେଳକୁ ବେଳ ବୃଦ୍ଧି ପାଉଥିବା ବେଳେ ଏବେ ଏହା ଉଭୟ ଜନସାଧାରଣ ଓ ସରକାରଙ୍କ ପାଇଁ ଚିନ୍ତାର କାରଣ...

ପୋଲିସକୁ ଝଟକା, ଓକିଲଙ୍କ ଉପରେ ନିଆଯିବନି କାର୍ଯ୍ୟାନୁଷ୍ଠାନ: ହାଇକୋର୍ଟ

ନୂଆଦିଲ୍ଲୀ,୬।୧୧: ଦିଲ୍ଲୀରେ ପୋଲିସ ଓ ଓକିଲଙ୍କ ବିବାଦ ଥମିବାର ନାଁ ନେଉନି। ତିସ୍‌ ହଜାରୀ ହିଂସା ମାମଲାରେ ବୁଧବାର ହାଇକୋର୍ଟରୁ ପୋଲିସକୁ ଆଉ ଏକ ଝଟକା...

ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦୭୧, ସୁସ୍ଥ ହେଲେ ୯୯

ନୂଆଦିଲ୍ଲୀ,୩୦।୩: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି। ସୋମବାର ସକାଳ ସୁଦ୍ଧା ମିଳିଥିବା ସୂଚନା ଅନୁଯାୟୀ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ପହଞ୍ଚିଛି ୧୦୭୧ରେ।...

ଦ୍ୱାଦଶ ପରୀକ୍ଷା ବାତିଲ କରିବାକୁ କେନ୍ଦ୍ର ସରକାରଙ୍କୁ ନିବେଦନ କଲେ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ, ୧।୬: ଦ୍ୱାଦଶ ବୋର୍ଡ ପରୀକ୍ଷା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ସନ୍ଧ୍ୟାରେ ଏକ ବୈଠକ ବସିବ। ଏଥିରେ ପରୀକ୍ଷା ହେବ କି...

ଓମିକ୍ରନ୍‌ ବିରୋଧରେ ଟିକା କାମ ଦେବନି, ନୂଆ ଟିକା ଆବଶ୍ୟକ…

ନୂଆଦିଲ୍ଲୀ, ୧୫।୧୨: ଦେଶରେ କରୋନା ମହାମାରୀ ଯୋଗୁ ଆତଙ୍କ ସୃଷ୍ଟି ହୋଇଛି। ଅପରପକ୍ଷରେ ନୂଆ ଭାରିଆଣ୍ଟର ସଂକ୍ରମଣ ବଢ଼ିଚାଲିଛି। ଏପରିସ୍ଥଳେ ସର୍ବାଧିକ ଟିକାକରଣ ଉପରେ ଧ୍ୟାନ...

କେରଳ ବିଧାନସଭାରେ ରାଜ୍ୟପାଳ ହଟହଟା

ଥିରୁଭାନନ୍ଥପୁରମ୍‌,୩୦ା୧(ପି.ଟି.): କେରଳ ବିଧାନସଭାରେ ବୁଧବାର ଅଭୂତପୂର୍ବ ଘଟଣା ଦେଖିବାକୁ ମିଳିଥିଲା। ବିରୋଧୀ ଦଳ କଂଗ୍ରେସ ନେତୃତ୍ୱରେ ୟୁଡିଏଫ୍‌ ବିଧାୟକମାନେ ରାଜ୍ୟପାଳ ଅରିଫ୍‌ ମହମ୍ମଦ ଖାନଙ୍କୁ ବିଧାନସଭା...

କେନାଲରୁ ପାଣି ଚୋରି ରୋକିବା ପାଇଁ ପହରା ଦେବେ ୬୦ ଯବାନ…

ଜୟପୁର,୬।୬: ପାଣି ଚୋରି ରୋକିବା ପାଇଁ ରାଜସ୍ଥାନର ହନୁମାନଗଡ଼ ଜିଲାରେ ପ୍ରଥମ ପୋଲିସ ଥାନା ପ୍ରତିଷ୍ଠା କରାଯିବ। ସ୍ଥାନୀୟ ଇନ୍ଦିରା ଗାନ୍ଧୀ କେନାଲରୁ ବାରମ୍ବାର ପାଣି...

Advertisement
Archives

Model This Week