ପୁଣି ସୁସ୍ଥ ହେଲେ ଏନ୍‌ଡିଆରଏଫ୍‌ର ୩୬ ଯବାନ

ନରାଜ,୨୦ା୬ (ଡି.ଏନ.ଏ.): କଟକ ମୁଣ୍ଡଳୀସ୍ଥିତ ତୃତୀୟ ବାଟାଲିୟନ ଏନ୍‌ଡିଆରଏଫ୍‌ର ୫୧ ଯବାନ କରୋନାରେ ଆକ୍ରାନ୍ତ ହୋଇଥିଲେ। ସେମାନଙ୍କ ମଧ୍ୟରୁ ଗୁରୁବାର ୧୩ଜଣ ସୁସ୍ଥ ହୋଇ ଫେରିଥିବାବେଳେ ଶୁକ୍ରବାର ପୁଣି ୩୬ ଯବାନ ସୁସ୍ଥ ହୋଇ ଫେରିଛନ୍ତି। ଯବାନମାନେ ଭୁବନେଶ୍ୱରସ୍ଥିତି କୋଭିଡ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ। ଶୁକ୍ରବାର ସୁସ୍ଥ ହୋଇଥିବା ଯବନାଙ୍କୁ ସ୍ବତନ୍ତ୍ର ଗାଡିରେ ମୁଣ୍ଡଳୀ ଏନ୍‌ଡିଆରଏଫ୍‌ ପରିସରକୁ ଅଣାଯାଇଥିଲା। ପରେ ପ୍ରତ୍ୟେକଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା। ପ୍ରବେଶଦ୍ୱାର ନିକଟରେ ଏନ୍‌ଡିଆରଏଫ୍‌ର ସିନିୟର କମାଣ୍ଡାଣ୍ଟ ଜାକବ୍‌ କିସ୍‌ପୋଟା ଓ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ଏ.କେ ପଟ୍ଟନାୟକଙ୍କ ତତ୍ତ୍ୱାବଧାନରେ ସମସ୍ତ ଅଧିକାରୀ ଓ କର୍ମଚାରୀ ସମବେତ ହୋଇଥିଲେ। ପ୍ରଶାସନିକ କାର୍ଯ୍ୟାଳୟରେ ଭିଡିଓ କନ୍‌ଫରେନ୍ସ ଜରିଆରେ ଏନ୍‌ଡିଆରଏଫ ଡିଜି ସତ୍ୟନାରାୟଣ ପ୍ରଧାନ ସମସ୍ତଙ୍କୁ କୃତଜ୍ଞତା ଜଣାଇବା ସହ ଆଇସୋଲେଶନରେ ରହିବାକୁ ପରାମର୍ଶ ଦେଇଥିଲେ। ସୂଚନାଯୋଗ୍ୟ, ଏନ୍‌ଡିଆରଏଫ୍‌ର ୧୭୮ ଯବାନ ଅମ୍ଫନ ମୁକାବିଲା ନିମନ୍ତେ ପଶ୍ଚିମବଙ୍ଗ ଯାଇଥିଲେ। ସେଠାରୁ ଫେରିବା ପରେ ୫୧ ଜଣ କରୋନା ପଜିଟିଭ ବୋଲି ଜଣାପଡିଥିଲା। ଦୁଇ ଜଣ କଟକସ୍ଥିତ କୋଭିଡ୍‌ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ୪୯ଜଣଙ୍କୁ ଭୁବନେଶ୍ୱରରେ ଚିକିତ୍ସା କରାଯାଉଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଚାଇନା ବିଶେଷଜ୍ଞଙ୍କ ଦାବି: କରୋନା ଭାଇରସ ମାନବ ନିର୍ମିତ

ୱାଶିଂଟନ,୧୨ ।୯: କରୋନା ଭାଇରସକୁ ନେଇ ଲଗାତାର ଭାବେ ଚାଇନା ଉପରେ ପ୍ରଶ୍ନ ଉଠୁଛି । ଆମେରିକାଠାରୁ ଆରମ୍ଭ କରି ୟୁରୋପ ପର୍ଯ୍ୟନ୍ତ କରୋନା ମହାମାରୀ...

ଜଗତ୍‌ସିଂହପୁରରେ ହେବ ଗାମ୍ବୁସିଆ ମାଛ ଚାଷ

ଜଗତ୍‌ସିଂହପୁର ଅଫିସ, ୧୦ା୯: ଜଗତ୍‌ସିଂହପୁର ଜିଲାରେ ସନ୍ତୋଷଜନକ ଭାବେ ଅଲ୍‌ଟ୍ରାସାଉଣ୍ଡ ସେବା ଉପଲବ୍ଧ ହେଉନାହିଁ। ବିଶେଷକରି ସରକାରୀ ଡାକ୍ତରଖାନାରେ ଏହି ଅଭାବ ଚିନ୍ତାର କାରଣ ହୋଇଛି।...

ଏଠାରେ ଲୋକେ ଜାରି କଲେ ୨ ଦିନିଆ ଲକ୍‌ଡାଉନ୍‌…

ଦାମୋହ,୧୨।୪: ମଧ୍ୟପ୍ରଦେଶରେ କରୋନା ସଂକ୍ରମଣ ବଢ଼ି ଚାଲିଛି। ପ୍ରତି ଦିନ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ବାନ ରାଜ୍ୟର କେତେକ...

ରାସ୍ତାରୁ ଉଠାଇ ବ୍ୟକ୍ତିଙ୍କୁ ଏସ୍‌ଆଇଙ୍କ ମାଡ଼

କୋଣାର୍କ,୨୬ା୮(ଡି.ଏନ୍‌.ଏ.): କୋଣାର୍କ ଏନ୍‌ଏସିର ୧୦ନଂ. ଓ୍ବାର୍ଡରେ ରହୁଥିବା ଜ୍ଞାନରଞ୍ଜନ ପଣ୍ଡାଙ୍କୁ ରାସ୍ତାରୁ ଉଠାଇ ନେଇ ମଦ୍ୟପ ଆଖ୍ୟା ଦେଇ କୋଣାର୍କ ଥାନା ଏସ୍‌ଆଇ ଦିଲୀପ କୁମାର...

ମୁଖ୍ୟ ଚିକିତ୍ସାଳୟରେ ସୁଧୁରୁନି ସ୍ବାସ୍ଥ୍ୟସେବା: ଫନୀ ପରଠାରୁ ଲିଫ୍ଟ ଅଚଳ, ନିୟମିତ ହେଉନି ସଫେଇ

ପୁରୀ ଅଫିସ,୧୯ା୧: ମୋ ସରକାର ଯୋଜନାରେ ସ୍ବାସ୍ଥ୍ୟସେବାକୁ ପ୍ରାଥମିକତା ଦେଉଛନ୍ତି ରାଜ୍ୟ ସରକାର। ମାତ୍ର ପୁରୀ ଜିଲା ମୁଖ୍ୟ ଚିକିତ୍ସାଳୟ (ଡିଏଚ୍‌ଏଚ୍‌)ରେ ଏହାର କୌଣସି ପ୍ରଭାବ...

କୋଭିଡ୍‌ କେୟାର ସେଣ୍ଟରରେ ଅଗ୍ନିକାଣ୍ଡ: ୧୬ ମୃତ…

ଅହମଦାବାଦ୍‌,୧।୫: ଗୁଜରାଟର ଭାରୁଚ୍‌ ସ୍ଥିିତ ଏକ କୋଭିଡ୍‌ କେୟାର ସେଣ୍ଟରରେ ଅଗ୍ନିକାଣ୍ଡ ଘଟି ୧୪ଜଣ ଆକ୍ରାନ୍ତଙ୍କ ସମେତ ୨ ଜଣ ଷ୍ଟାଫ୍‌ ନର୍ସଙ୍କ ମୃତ୍ୟୁ ଘଟିଛି।...

ସୋରଡ଼ାରେ ବନ୍ଦର ପ୍ରଭାବ: ସରକାରୀ କାର୍ଯ୍ୟାଳୟ ବନ୍ଦ କଲେ କର୍ମୀ

ସୋରଡ଼ା,୧୫।୨(ଡି.ଏନ୍‌.ଏ.): ରାଜ୍ୟରେ ବିଭିନ୍ନ ଅତ୍ୟାବଶ୍ୟକ ଜିନିଷ ତଥା ପେଟ୍ରୋଲ ଓ ଡିଜେଲର ଅହେତୁକ ଦରଦାମ ବୃଦ୍ଧି ଲାଗି ରାଜ୍ୟ କଂଗ୍ରେସ ଦୃଢ଼ ନିନ୍ଦା କରିବା ସହ...

ସ୍କୁଟି ଉପରେ ଚଢ଼ିଗଲା ଟ୍ରକ୍‌: ମା’ଝିଅଙ୍କ ସମେତ ୩ ମୃତ

ପରଜଙ୍ଗ/ତାଳଚେର, (ଡି.ଏନ.ଏ./ନି.ପ୍ର.)- ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ସରାଙ୍ଗ ଫାଣ୍ଡି ଅଧୀନ ୫୩ନଂ. ଜାତୀୟ ରାଜପଥର ସରାଙ୍ଗ ବିଦ୍ୟୁତ୍‌ ସବ୍‌ଷ୍ଟେଶନ ନିକଟରେ ଶନିବାର ସା ୬ଟାରେ...

Advertisement
Archives

Model This Week