ପୁଣି ରିଲିଜ ହେବ ‘ଗୁଡ୍‌ ନ୍ୟୁଜ୍‌’ ଓ ‘ଡ୍ରିମ୍‌ ଗର୍ଲ’

ମୁମ୍ବାଇ: ବଲିଉଡ୍‌ର ଖିଲାଡି ବୟ ଅକ୍ଷୟ କୁମାର ଏବଂ ଆୟୁଷ୍ମାନ ଖୁରାନାଙ୍କ ପ୍ରଶଂସକଙ୍କ ପାଇଁ ଖୁସି ଖବର। କଥା କ’ଣ କି, ଅକ୍ଷୟ କୁମାର ଏବଂ ତାଙ୍କ ସାଥୀ କଳାକାର କରୀନା କପୁର, ଦିଲଜିତ ଦୋସାଞ୍ଜ ଏବଂ କିଆରା ଆଡଭାଣୀଙ୍କ କମେଡି ଭିତ୍ତିକ ଡ୍ରାମା ଫିଲ୍ମ ‘ଗୁଡ୍‌ ନ୍ୟୁଜ୍‌’ ପୁଣି ଥରେ ସିନେମା ଘରେ ମୁକ୍ତିଲାଭ କରିବ। ଏଥିସହ ଆୟୁଷ୍ମାନ ଖୁରାନାଙ୍କ ଗତବର୍ଷ ମୁକ୍ତିଲାଭ କରିଥିବା ଫିଲ୍ମ ‘ଡ୍ରିମ୍‌ ଗର୍ଲ’ ମଧ୍ୟ ଏଥିରେ ସାମିଲ ହୋଇଛି। ତେବେ ଏହା ଭାରତରେ ନୁହେଁ ବରଂ ୟୁଏଇରେ ମୁକ୍ତିଲାଭ କରିବ। କରୋନା ମହାମାରୀ ପାଇଁ ସାରା ବିଶ୍ୱରେ ଲକ୍‌ଡାଉନ୍‌ ଯୋଗୁ ସର୍ବାଧିକ ପ୍ରଭାବିତ ହୋଇଥିବା ସ୍ଥାନ ମଧ୍ୟରେ ସାଉଦୀ ଆରବ ମଧ୍ୟ ଗୋଟିଏ। ଦୁବାଇରେ ଧୀରେ ଧୀରେ ଜନଜୀବନ ସାମାନ୍ୟ ହୋଇଥିବା ବେଳେ ମେ’ ୨୭ ତାରିଖରୁ ସେଠାରେ ସିନେମା ଘର ଗୁଡ଼ିକ ଖୋଲାଯାଇଛି। ଏବେ ଏହି ସିନେମା ଘରେ ଉଭୟ ହଲିଉଡ୍‌ ଏବଂ ବଲିଉଡ୍‌ ଫିଲ୍ମ ଧୁମ୍‌ ମଚାଇବା ଲାଗି ପ୍ରସ୍ତୁତ ଅଛି। ଗତବର୍ଷ ରିଲିଜ୍‌ ହୋଇଥିବା ବଲିଉଡ୍‌ ଫିଲ୍ମ ‘ଗୁଡ ନ୍ୟୁଜ୍‌’ ଏବଂ ‘ଡ୍ରିମ୍‌ ଗର୍ଲ’ ଭାରତୀୟ ସିନେମା ଘରେ ୧୦୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ବ୍ୟବସାୟ କରିଥିଲା। ଗୁଡ୍‌ ନ୍ୟୁଜ୍‌ର ମୁଖ୍ୟ ଭୂମିକାରେ ଅଭିନୟ କରିଥିବା ଅଭିନେତା ଅକ୍ଷୟ କୁମାର କହିଛନ୍ତି ଯେ, ଦୁବାଇରେ ତାଙ୍କର ଫିଲ୍ମ ଗୁଡ଼ିକ ସର୍ବଦା ଦର୍ଶକ ପସନ୍ଦ କରିଥାନ୍ତି। ତେବେ ଏହି ଘଡିସନ୍ଧି ମୁହୂର୍ତ୍ତରେ ତାଙ୍କ ଅଭିନୀତ ଫିଲ୍ମ ଦର୍ଶକଙ୍କୁ ବେଶ୍‌ ମନୋରଞ୍ଜନ ଯୋଗାଇବ ବୋଲି ସେ ଆଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍‌ଙ୍କ ବାପା ଥିଲେ ବସ୍‌ କଣ୍ଡକ୍ଟର; ଫ୍ୟାକ୍ଟ୍ରିରେ କାମ କରୁଥିଲେ ମା’: ଶିଳ୍ପା

ବମ୍ବେ: ଅଶ୍ଳିଳ ଭିଡିଓ ନିର୍ମାଣ ମାମଲାରେ ଛନ୍ଦି ହୋଇ ଏବେ ହରଡଘଣାରେ ଫସିଛନ୍ତି ବଲିଉଡ୍‌ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ବାମୀ ରାଜ କୁନ୍ଦ୍ରା। ମଙ୍ଗଳବାର ତାଙ୍କୁ...

ବାପା ହେବାକୁ ଯାଉଛନ୍ତି ଏହି ଲୋକପ୍ରିୟ ଅଭିନେତା

ଟିଭି ଶୋ’ ‘ଇଶ୍କବାଜ’ର ଅଭିନେତା ନକୁଲ ମେହତା ବାପା ହେବାକୁ ଯାଉଛନ୍ତି। ନକୁଲଙ୍କ ସ୍ତ୍ରୀ ଜାନକୀ ଗର୍ଭବତୀ ଅଛନ୍ତି। ଏ ନେଇ ନକୁଲ ନିଜ ଇନ୍‌ଷ୍ଟାଗ୍ରାମ୍‌ରେ...

ଦେଶର ପ୍ରଥମ ନାଜାଲ ଭାକ୍ସିନକୁ ଡିସିଜିଆଇ ମଞ୍ଜୁରୀ…

ନୂଆଦିଲ୍ଲୀ, ୬।୯ : କରୋନା ମହାମାରୀ ବିରୋଧରେ ଭାରତକୁ ଆଉ ଏକ ବଡ଼ ସଫଳତା ମିଳିଛି। ଜରୁରୀକାଳୀନ ବ୍ୟବହାର ପାଇଁ ଦେଶର ପ୍ରଥମ ନାଜାଲ ଭାକ୍ସିନକୁ...

ସାଂଘାଇ ପାଲଟିଲାଣି କରୋନାର ହଟସ୍ପଟ

ବେଜିଂ,୧୯ ।୪: ଚାଇନାକୁ ପୁଣିଥରେ ଫେଣିଲାଣି କରୋନା । ଗତ ୨୪ ଘଣ୍ଟାରେ ୨,୭୨୩ ନୂଆ ମାମଲା ସାମ୍ନାକୁ ଆସିଛି । ଏଥିମଧ୍ୟରୁ କେବଳ ସାଂଘାଇରେ...

ବେବି ରୁମ୍‌ର ପ୍ରଥମ ଫଟୋ ଶେୟାର କଲେ ପ୍ରିୟଙ୍କା

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବଂ ସ୍ବାମୀ ନିକ୍‌ ଜୋନାସ୍‌ ଆଜିକାଲି ମାତାପିତା ହେବାର ସୌଭାଗ୍ୟକୁ ବେଶ୍‌ ଉପଭୋଗ କରୁଛନ୍ତି। ନିକଟରେ ସରୋଗେସି ମାଧ୍ୟମରେ...

କରୋନାକୁ ଶକ୍ତିଶାଳୀ କରୁଥିବା ଆଣବିକ ସଂରଚନା ଚିହ୍ନଟ…

ଶିମଲା, ୬।୪ : ହିମାଚଳ ପ୍ରଦେଶର ଆଇଆଇଟିର ମଣ୍ଡିସ୍ଥିତ ସ୍କୁଲ ଅଫ ବେସିକ ସାଇନ୍ସର ବୈଜ୍ଞାନିକମାନେ କରୋନାକୁ ପ୍ରଭାବଶାଳୀ କରାଉଥିବା ଆଣବିକ ସଂରଚନା (ମଲିକୁଲାର କନଫିଗ୍ୟୁରେଶନ)କୁ...

ମାତ୍ର ପାଞ୍ଚ ଜଣ ବରଯାତ୍ରୀ

ବଲିଉଡ୍‌ର ଲୋକପ୍ରିୟ ଅଭିନେତାଙ୍କ ମଧ୍ୟରେ ଅମିତାଭ ବଚ୍ଚନଙ୍କ ସ୍ଥାନ କେଉଁଠି ତାହା କହିବା ବାହୁଲ୍ୟ। ଦିନ ଥିଲା, ସିନେମାଟିଏ ପାଇବାକୁ ତାଙ୍କୁ ବେଶ୍‌ ପରିଶ୍ରମ କରିବାକୁ...

ତୁମ ଫୋନ୍‌ ନଂକୁ ଅପେକ୍ଷା କରି କରି ବାହା ହୋଇଗଲି: କପିଲ

ବମ୍ବେ: କପିଲ ଶର୍ମାଙ୍କ ଉପରେ ରାଗିଲେ ସନି ଲିଓନି। ସେ ବି ଫୋନ୍‌ କରୁ ନାହାନ୍ତି ବୋଲି। କିଛି ଏଭଳି ଦୃଶ୍ୟ କଏଦ ହୋଇଛି କ୍ୟାମେରାରେ।...

Advertisement
Archives

Model This Week