ପୁଣି ମୁହଁ।ମୁହିଁ ଇରାନ-ଆମେରିକା

ବାଗ୍‌ଦାଦ/ତେହେରାନ,୧୪ା୩(ଏଏଫ୍‌ପି): ପୁଣିଥରେ ମୁହଁ।ମୁହିଁ ହୋଇଛନ୍ତି ଦୁଇ ପାରମ୍ପରିକ ଶତ୍ରୁରାଷ୍ଟ୍ର ଆମେରିକା ଓ ଇରାନ। ଇରାକରେ ଥିବା ଇରାନ ସପକ୍ଷବାଦୀ ଏକ ସେନା ଶିବିରରେ ଗୁରୁବାର ବିଳମ୍ବିତ ରାତିରେ ଆମେରିକା ପକ୍ଷରୁ ଆକ୍ରମଣ କରାଯାଇଛି। ଏହି ଏୟାର ଷ୍ଟ୍ରାଇକ୍‌ରେ ଜଣେ ସାଧାରଣ ନାଗରିକ ଓ ୫ ସୈନ୍ୟ ନିହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ଇରାକ ସେନାର ୩ ସୈନ୍ୟ ଓ ୨ ପୋଲିସ କର୍ମୀ ଅଛନ୍ତି। ଏହାସହ ଇରାକର ୧୧ ଫାଇଟର ମଧ୍ୟ ଆହତ ହୋଇଛନ୍ତି। କ୍ୟାମ୍ପ୍‌ ତାଜି ସେନା ଶିବିରରେ ବୁଧବାର ଇରାନ ପକ୍ଷରୁ ରକେଟ ମାଡ଼ କରାଯାଇଥିଲା। ଏଥିରେ ଆମେରିକାର ୨ ଓ ବ୍ରିଟେନର ଜଣେ ସୈନ୍ୟ ନିହତ ହୋଇଥିଲେ। ଆମେରିକା ଏହାର ପ୍ରତିଶୋଧ ନେବାକୁ ଯାଇ ଇରାକର ବାବିଲ ପ୍ରଦେଶସ୍ଥିତ କର୍ବାଲା ସହରରେ ନିର୍ମାଣାଧୀନ ଏକ ବିମାନବନ୍ଦରକୁ ଟାର୍ଗେଟ କରିଛି। ରାତି ଗୋଟାଏରେ ଆକାଶମାର୍ଗରୁ ୫ଟି ମିଶାଇଲ ମାଡ଼ କରାଯିବା ପରେ ୧୮ଟି କାର୍‌ ଧ୍ୱଂସ ହୋଇଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବତନ୍ତ୍ର ଟ୍ରିବ୍ୟୁନାଲରେ ହେଉ ପୁଟିନ୍‌ଙ୍କ ବିଚାର

ମସ୍କୋ,୫ା୩: ଆକ୍ରମଣକାରୀ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କୁ ଦଣ୍ଡିତ କରିବା ଲାଗି ଏକ ସ୍ବତନ୍ତ୍ର ଟ୍ରିବ୍ୟୁନାଲରେ ତାଙ୍କର ବିଚାର କରାଯାଉ ବୋଲି ଶୁକ୍ରବାର ୟୁକ୍ରେନ୍‌ ପକ୍ଷରୁ...

ଚାଇନାରେ ବଢୁଛି ଓମିକ୍ରନ ଭାରିଆଣ୍ଟଙ୍କ ସଂଖ୍ୟା

ବେଜିଂ,୧୯ା୩: ସମଗ୍ର ବିଶ୍ୱରେ କରୋନା ମାମଲା ପୁଣି ଥରେ ବୃଦ୍ଧି ପାଇଲାଣି। ଦୁଇ ବର୍ଷ ପରେ ଚାଇନା ସବୁଠାରୁ ଖରାପ କରୋନା ପରିସ୍ଥିତିର ମୁକାବିଲା କରୁଛି।...

ଆମେରିକାରେ ଭିନ୍ନ ବିବାହ: ଦମ୍ପତି ପରସ୍ପରକୁ ଡିଜିଟାଲରେ ପିନ୍ଧାଇଲେ ରିଙ୍ଗ୍‌

ଆମେରିକାର କାଲିଫର୍ନିଆ ରାଜ୍ୟରେ ଏକ ଭିନ୍ନ ବିବାହ ଦେଖିବାକୁ ମିଳିଛି। ଏଠାରେ ଏକ ଦମ୍ପତି ରେବେକୋ ରୋଜ ଏବଂ ପିଟର କାଚେରଗିନସ୍କି ଆମେରିକାର କ୍ରିପ୍ଟୋ କରେନ୍ସି...

ଶେଷ ଭାଷଣରେ ଟ୍ରମ୍ପ୍‌ଙ୍କର କଡ଼ା ସ୍ବର: କ୍ଷମତା ହସ୍ତାନ୍ତର ପରେ ବି ଲଢ଼େଇ ରହିବ ଜାରି

ଓ୍ବାଶିଂଟନ,୨୦।୧: ଆମେରିକାର ବିଦାୟୀ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କର ସ୍ବର ଏବେ ବି ନରମି ନାହିଁ। ହ୍ବାଇଟ୍‌ ହାଉସ୍‌ରୁ ବିଦାୟ ନେବା ପୂର୍ବରୁ ଟ୍ରମ୍ପ୍‌ କଡ଼ା ସ୍ବରରେ...

ଭାରତକୁ କରୋନା ଭ୍ୟାକ୍ସିନ ମାଗିଲେ କାମ୍ବୋଡିଆ ପ୍ରଧାନମନ୍ତ୍ରୀ

ନୋମ ପେନହ,୧୯ ।୧: ଭାରତରେ ନିର୍ମିତ ଦୁଇଟି କୋଭିଡ ଭ୍ୟାକ୍ସିନକୁ କରୋନା ମୁକାବିଲା ଲାଗି ଜରୁରୀ ପରିସ୍ଥିତିରେ ବ୍ୟବହାର ପାଇଁ ଅନୁମତି ମିଳିଯିବା ପରେ ୧୬...

ଆମେ ଶାନ୍ତି ଚାହୁଁ: ଜେଲେନ୍‌ସ୍କି

ଓ୍ବାଶିଂଟନ୍‌, ୨୩।୧୨: ୟୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣକୁ ୧୦ ମାସରୁ ଊର୍ଦ୍ଧ୍ୱ ଦିନ ବିତିଯାଇଥିବାବେଳେ ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ବୁଧବାର ଆମେରିକା ଗସ୍ତ କରିଛନ୍ତି।...

କରୋନା ଆତଙ୍କ ନ ସରୁଣୁ ପୃଥିବୀ ଉପରେ ପୁଣି ମାଡ଼ି ଆସୁଛି ବିପଦ: ଏବର୍ଷ ୧୬ରୁ ଅଧିକ ସାମୁଦ୍ରିକ ଝଡ଼ !

ୱାଶିଂଟନ, ୪ ।୪: ପୃଥିବୀରେ କରୋନ ସଂକ୍ରମଣ ଯୋଗୁ ଆତଙ୍କ ଜାରି ରହିଛି । ଏପରିସ୍ଥଳେ କଲୋରାଡୋ ବିଶ୍ୱବିଦ୍ୟାଳୟର ପାଣିପାଗ ବିଭାଗ ହୋଇଥିବା ଏକ ଅନୁଧ୍ୟାନରୁ...

ପୋଷା ଘୋଡ଼ା ସହିତ ବିମାନରେ ଯାତ୍ରା କଲେ ମହିଳା

ଓ୍ବାଶିଂଟନ,୧୮।୨: ଆମେରିକାରେ ଜଣେ ମହିଳା ନିଜ ପୋଷା ଘୋଡ଼ା ସହିତ ବିମାନରେ ଯାତ୍ରା କରିଛନ୍ତି। ସ୍ଥାନୀୟ ମିସିଗାନରେ ବାସ କରୁଥିବା ରୋନିକା ଫ୍ରୋଇସେ ନିଜ ଘୋଡ଼ା...

Advertisement
Archives

Model This Week