ପୁଣି ବଡ଼ ପରଦାରେ ଦର୍ଶକଙ୍କୁ ହସାଇବେ ଅଜୟ

ମୁମ୍ବାଇ: ପ୍ରଯୋଜକ ଇନ୍ଦ୍ର କୁମାରଙ୍କ ସୁପରହିଟ୍‌ ଫିଲ୍ମ ‘ଟୋଟାଲ ଧମାଲ୍‌’ ବକ୍ସ ଅଫିସ୍‌ରେ ଧମାଲ ମଚାଇବା ପରେ ପୁଣି ବଡ଼ ପରଦାରେ ଦର୍ଶକଙ୍କୁ ହସାଇବାକୁ ଯାଉଛନ୍ତି ବଲିଉଡ୍‌ ଅଭିନେତା ଅଜୟ ଦେବଗନ। ସୋମବାର ଇନ୍ଦ୍ର କୁମାରଙ୍କ ନିର୍ମିତ ଆଉ ଏକ କମେଡି ଫିଲ୍ମ ‘ଥ୍ୟାଙ୍କ୍‌ ଗଡ୍‌’ର ଔପଚାରିକ ଘୋଷଣା ହୋଇଛି। ଏଥିରେ ଅଜୟ ଦେବଗନ, ସିଦ୍ଧାର୍ଥ ମଲହୋତ୍ରା ଓ ରକୁଲପ୍ରୀତ ସିଂହଙ୍କ ଯୋଡି ଦେଖିବାକୁ ମିଳିବ। ଜଣେ ପୁରୁଷ ସମାଜରେ ସୁଧାର ଆଣିବା ପାଇଁ ମୋର୍ଚ୍ଚା ଉଠାଇଥିବା ବେଳେ ତାଙ୍କ ସହ କିଭଳି ମଜାଳିଆ ଘଟଣା ଘଟିଛି ସେନେଇ ଫିଲ୍ମଟି ଆଧାରିତ ହୋଇଛି। ଗତ କିଛି ବର୍ଷରୁ ଇନ୍ଦ୍ର କୁମାର ଏହି ପ୍ରୋଜେକ୍ଟ ଉପରେ କାମ କରୁଛନ୍ତି। ସୂଚନା ମୁତାବକ ଏହି ଫିଲ୍ମର ଶୁଟିଂ ଏପ୍ରିଲ ୧୦ରୁ ଆରମ୍ଭ ହେବାକୁ ଥିଲା। ହେଲେ କରୋନା ଭାଇରସ୍‌ ଯୋଗୁ ଫିଲ୍ମର ଶୁଟିଂକୁ ସ୍ଥଗିତ ରଖାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମୁଲାୟମ ସିଂ ଯାଦବଙ୍କ ଉପରେ ଆସୁଛି ଫିଲ୍ମ: ପୋଷ୍ଟର ରିଲିଜ୍‌

ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଭାରତୀୟ ରାଜନୀତିରେ ଜଣେ ଅଗ୍ରଣୀ ନେତା ଭାବେ ପରିଚିତ ମୁଲାୟମ ସିଂ ଯାଦବଙ୍କ ଉପରେ ଏକ ଫିଲ୍ମ ନିର୍ମାଣ ହେବାକୁ...

‘ବେଲ୍‌ ବଟମ୍‌’ର ଫାଷ୍ଟ ଲୁକ୍‌ ରିଲିଜ୍‌: ଡିଫରେଣ୍ଟ ଲୁକ୍‌ରେ ଅକ୍ଷୟ

ମୁମ୍ବାଇ: ବଲିଉଡ୍‌ ବକ୍ସ ଅଫିସ୍‌ରେ ଗୋଟିଏ ପରେ ଗୋଟିଏ ସୁପରହିଟ ଫିଲ୍ମ ଦେଇଆସୁଛନ୍ତି ବଲିଉଡ୍‌ ଖିଲାଡି ବୟ ଅକ୍ଷୟ କୁମାର। ବକ୍ସ ଅଫିସରେ ଫିଲ୍ମ ହାଉସ୍‌ଫୁଲ-୪...

ବଡ଼ ପରଦାରେ ମମତା କୁଲକର୍ଣ୍ଣିଙ୍କ ଜୀବନୀ

ବଲିଉଡ୍‌ର ନବେ ଦଶକର ଚର୍ଚ୍ଚିତ ଅଭିନେତ୍ରୀ ମମତା କୁଲକର୍ଣ୍ଣିଙ୍କ ଜୀବନୀ ଏବେ ବଡ଼ ପରଦାରେ ଦେଖିବାକୁ ମିଳିବ। ତାଙ୍କ ଜୀବନୀ ଉପରେ ଆଧାରିତ ବିଲାଲ ସିଦ୍ଦିକିଙ୍କ...

ବାପା ହେବାକୁ ମନ ବଳାଇଲେଣି ଦବଙ୍ଗ ଖାଁ

ବମ୍ବେ: ବାପା ହେବାକୁ ମନ ବଳାଇଲେଣି ଦବଙ୍ଗ ଖାଁ। କଥାଟି ଆମେ ମନକୁ କହୁନାହୁଁ। ବରଂ ସେ ନିଜେ ଏହା କହିଛନ୍ତି। ଶୁକ୍ରବାର ନିଜର ଜନ୍ମଦିନ...

ଉତ୍ତର ବଦଳରେ ପ୍ରଶଂସକଙ୍କୁ ୧ ଲକ୍ଷ ମାଗିଲେ କାର୍ତ୍ତିକ: ସୋସିଆଲ ମିଡିଆରେ ପୋଷ୍ଟ ଭାଇରାଲ

ବଲିଉଡ୍‌ ଅଭିନେତା କାର୍ତ୍ତିକ ଆର୍ର଼୍ୟାନ୍‌ ଫିଲ୍ମ ସମେତ ଫ୍ୟାଶନ ଏବଂ ଲୁକ୍‌ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାଆନ୍ତି। ସୋସିଆଲ ମିଡିଆରେ ମଧ୍ୟ ତାଙ୍କର ଅନେକ ଫ୍ୟାନ୍‌...

କରନ୍‌ଙ୍କ ଶୋ’ରେ କ୍ରିତି କହିଥିଲେ ‘ସୁଶାନ୍ତ ସବୁଠୁ ଦକ୍ଷ ଅଭିନେତା’

ବମ୍ବେ: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟାକୁ ଏବେ ବି ଗ୍ରହଣ କରିପାରୁନାହାନ୍ତି ପ୍ରଶଂସକ। ଅପରପକ୍ଷେ ତାଙ୍କ ସହ କାମ କରିଥିବା ଅଭିନେତା/ଅଭିନେତ୍ରୀଙ୍କ ସମାନ ଅବସ୍ଥା।...

ରିୟାଙ୍କ ଉପରେ ବର୍ଷିଲେ ସୁଶାନ୍ତଙ୍କ ଭଉଣୀ: କହିଲେ ‘ତୁମେ ସବୁ ସୀମା ପାର କଲଣି’

ବମ୍ବେ: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ପ୍ରେମିକା ରିୟା ଚର୍କବର୍ତ୍ତୀଙ୍କୁ ପ୍ରମୁଖ ଦୋଷୀ ବୋଲି କୁହାଯାଉଛି। ପ୍ରଥମେ ମାମଲା ବମ୍ବେ ପୋଲିସ...

ଏମ୍‌ପି ହେବା ପରେ ନୁସରତଙ୍କ ପୂଜା ଲୁକ୍‌

ସମଗ୍ର ଦେଶରେ ଏବେ ଦୁର୍ଗାପୂଜାର ମାହୋଲ। ଖାସ୍‌କରି ପ୍ରିୟ ଅଭିନେତ୍ରୀଙ୍କ ପୂଜା ଲୁକ୍‌ ଦେଖିବା ପାଇଁ ପ୍ରଶଂସକମାନେ ବି ଚାହିଁବସିଛନ୍ତି। ଏଥିପାଇଁ ନିଜକୁ ପ୍ରସ୍ତୁତ କରିସାରିଲେଣି...


Coronavirus Update

Archives

Model This Week

Why Dharitri