ପୁଣି ଫୁଟ୍‌ପାଥ୍‌ରେ ଫଳ ବେପାର

ଭୁବନେଶ୍ୱର, ୨୬ା୫(ବ୍ୟୁରୋ): ବୋଲ ମାନୁନାହାନ୍ତି ଭୁବନେଶ୍ୱରର ଫଳ ବେପାରୀ। ରାଜମହଲରୁ ଏଜି ଛକ ଯାଏ ଥିବା ଫୁଟ୍‌ପାଥ୍‌କୁ କବ୍‌ଜା କରି ଫଳ ବେପାର କରୁଛନ୍ତି। ସାମାଜିକ ଦୂରତ୍ୱ ନିୟମକୁ ଉଲ୍ଲଂଘନ କରୁଥିବାରୁ ଗତ ୧୮ ତାରିଖ ଦିନ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ସେମାନଙ୍କୁ ପରିବା ହାଟକୁ ସ୍ଥାନାନ୍ତରିତ କରିବା ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦେଇଥିଲା। ହେଲେ ସୋମବାର ପୁନର୍ବାର ଫଳ ବ୍ୟବସାୟୀମାନେ ଫୁଟ୍‌ପାଥକୁ ଚାଲି ଆସି ଦୋକାନ ଖୋଲି ବ୍ୟବସାୟ କରୁଥିବା ଦେଖିବାକୁ ମିଳିଛି। ତେବେ ପୂର୍ବପରି ସାମାଜିକ ଦୂରତ୍ୱ ରହୁ ନ ଥିବା ଦେଖିବାକୁ ମିଳିଛି। ଗ୍ରାହକମାନେ ମଧ୍ୟ ସେପରି ସଚେତନ ରହୁ ନ ଥିବାରୁ ସଂକ୍ରମଣ ଆଶଙ୍କା ରହୁଛି।
ଅନ୍ୟପକ୍ଷରେ ଫଳ ବ୍ୟବସାୟୀ ପବିତ୍ର ସେଠ୍‌ଙ୍କ ସମେତ ଅନ୍ୟମାନେ କହିଛନ୍ତି, ପରିବା ହାଟରେ ବେପାର ହେଉନି। ମୁଖ୍ୟ ରାସ୍ତାରୁ ପରିବା ହାଟ ଦୂର ହେଉଥିବାରୁ ଲୋକେ ଫଳ କିଣିବାକୁ ପସନ୍ଦ କରୁନାହାନ୍ତି। ବେପାର ନ ହେଲେ ପରିବାର ଚଳାଇବୁ କେମିତି? ପୁଣି ଫଳ ନଷ୍ଟ ହେଉଥିବାରୁ କ୍ଷତି ସହବାକୁ ପଡୁଛି। ତେଣୁ ବାଧ୍ୟହୋଇ ପୁଣି ଫୁଟ୍‌ପାଥ୍‌ରେ ବସି ବ୍ୟବସାୟ କରୁଛୁ। ବିଏମ୍‌ସି ପ୍ରକୃତ ସମସ୍ୟା ବୁଝି ବେପାର ପାଇଁ ଆବଶ୍ୟକ ପଦକ୍ଷେପ ନେଲେ ଭଲ ହେବ ବୋଲି ବ୍ୟବସାୟୀମାନେ କହିଛନ୍ତି। ବିଏମ୍‌ସି ଜୋନାଲ ଡେପୁଟି କମିଶନର ଅଂଶୁମାନ ରଥ କହିଛନ୍ତି. ବ୍ୟବସାୟୀଙ୍କ ବିଭିନ୍ନ ସମସ୍ୟା ଉପରେ ଆଲୋଚନା ଚାଲିଛି। ଏନେଇ କମିଶନର ପ୍ରେମ୍‌ଚନ୍ଦ୍ର ଚୌଧାରୀ ଯାହା ନିଷ୍ପତ୍ତି ନେବେ ବୋଲି ସେ କହିଛନ୍ତି।
ଉଲ୍ଲେଖଯୋଗ୍ୟ, ୟୁନିଟ୍‌-୧ ହାଟ ସମ୍ମୁଖରେ ଥିବା ୭୦ ଫଳ ଦୋକାନୀଙ୍କୁ ବିଏମ୍‌ସି ୟୁନିଟ୍‌-୧ ପରିବା ହାଟକୁ ସ୍ଥାନାନ୍ତରିତ କରିଥିଲା। ରାସ୍ତା ଉପରେ ଫଳ ବିକ୍ରି କରିବା ସମୟରେ ସାମାଜିକ ଦୂରତ୍ୱ ନ ମାନିବା, ଗହଳି କରିବା ଆଦି କାରଣ ହେତୁ ବିଏମ୍‌ସି ଦକ୍ଷିଣ ପୂର୍ବ ଜୋନ୍‌ର ସ୍କ୍ବାଡ୍‌ ଓ ବିଡିଏ ଉଚ୍ଛେଦକାରୀ ଟିମ୍‌ ଫଳ ବ୍ୟବସାୟୀଙ୍କ କାଠ ପିଣ୍ଡିକୁ ଭାଙ୍ଗି ଦେଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

୧.୩୦ଲକ୍ଷ ଟଙ୍କାରେ ପ୍ରଥମ ମରୀଚି କୁଣ୍ଡ ପାଣି ନିଲାମ

ଭୁବନେଶ୍ୱର,୯।୪(ବ୍ୟୁରୋ) : ରୁକୁଣା ରଥ ପ୍ରତିଷ୍ଠା ପାଇଁ ମୁକ୍ତେଶ୍ୱର ମନ୍ଦିର ପରିସରରେ ଥିବା ମରୀଚି କୁଣ୍ଡରୁ ପାଣି ଆସିଥିଲା। ଶୁକ୍ରବାର ବିଳମ୍ବିତ ରାତିରେ ଏହି ପାଣି...

ଓୟୁଏଟିର ହେବ ବିକାଶ

ଭୁବନେଶ୍ୱର,୨୦ା୨(ବ୍ୟୁରୋ): ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ(ଓୟୁଏଟି)ର ବିକାଶ ହେବ। ଏଥିପାଇଁ ଗତ ୧୭ତାରିଖରେ କୃଷି ଭବନଠାରେ କୃଷି ବିଭାଗ ପ୍ରମୁଖ ଶାସନ ସଚିବ ସୌରଭ...

କଂଗ୍ରେସ ପ୍ରଭାରୀ ଚେଲ୍ଲା କୁମାରଙ୍କୁ କରୋନା

ଭୁବନେଶ୍ୱର ୧୨।୯(ବ୍ୟୁରୋ)-ଓଡିଶା ନୂତନ ପ୍ରଭାରୀ ଚେଲ୍ଲା କୁମାର କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏ ନେଇ ସେ ଟୁଇଟ୍‌ କରି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ,...

କଙ୍କଡ଼ାରେ ନୃସିଂହ ଅବତାର ଚର୍ଚ୍ଚା

ପୁରୀ ଅଫିସ, ୨୨।୯: ପୁରୀ ସମୁଦ୍ରରୁ ମିଳିଛି ଏକ ଭିନ୍ନ ପ୍ରଜାତିର କଙ୍କଡ଼ା। ପୂର୍ବରୁ ଏମିତି କଙ୍କଡ଼ା ଦେଖି ନ ଥିବା ମତ୍ସ୍ୟଜୀବୀମାନେ କହିଛନ୍ତି। କଙ୍କଡ଼ାରେ...

ସହରାଞ୍ଚଳ ରାସ୍ତାକଡ଼ ଖାଦ୍ୟ ନିରାପତ୍ତାକୁ ଗୁରୁତ୍ୱ: ରାସ୍ତାକଡ଼, ଭେଣ୍ଡିଂ ଜୋନ ଖାଦ୍ୟ ବ୍ୟବସାୟୀଙ୍କୁ ତାଲିମ ଦିଆଯିବ

ଭୁବନେଶ୍ୱର,୫।୧(ବ୍ୟୁରୋ)-ରାସ୍ତାକଡ ଠେଲା ଗାଡିରେ କିମ୍ବା ଭେଣ୍ଡିଂ ଜୋନରେ ଖାଦ୍ୟ ସାମଗ୍ରୀ ବିକ୍ରି କରୁଥିବା ବ୍ୟବସାୟୀଙ୍କୁ ତାଲିମ ଦିଆଯିବ। ଖାଦ୍ୟ ପ୍ରସ୍ତୁତି, ପରିବେଶ ଓ ପରିଚ୍ଛନ୍ନତା ଆଦି...

ଟିକାକରଣ ନେଇ ମହାରାଷ୍ଟ୍ର ସରକାରଙ୍କୁ କେନ୍ଦ୍ରର ଟାର୍ଗେଟ

ନୂଆଦିଲ୍ଲୀ,୧୭।୩: ମହାରାଷ୍ଟ୍ରରେ କରୋନା ସଂକ୍ରମଣ ବେକାବୁ ହେବାରେ ଲାଗିଛି। ଏପରିସ୍ଥଳେ କେନ୍ଦ୍ର ସରକାରଙ୍କ ପକ୍ଷରୁ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ସରକାରଙ୍କୁ ଟାର୍ଗେଟ୍‌ କରାଯାଇଛି। ଏହି...

ପୂର୍ବତନ ସିଡିଭିଓଙ୍କୁ ୨ ବର୍ଷ ଜେଲ ସହ ୫ ହଜାର ଜରିମାନା

ବ୍ରହ୍ମପୁର ଅଫିସ,୧୨।୫ : ଗଜପତି ଜିଲା ପାରଳାଖେମୁଣ୍ଡି ପୂର୍ବତନ ସିଡିଭିଓ ଡକ୍ଟର ଜଳଧର ମଲ୍ଲିକଙ୍କୁ ୨ବର୍ଷ କାରାଦଣ୍ଡ ସହିତ ୫ ହଜାର ଟଙ୍କା ଜରିମାନା। ବ୍ରହ୍ମପୁର...

କୋଣାର୍କ ହେବ ‘ସୂର୍ଯ୍ୟ ନଗରୀ’: ସ୍ଥାପନ ହେବ ୧୦ ମେଗାଓ୍ବାଟର ସୌର ଶକ୍ତି ପ୍ଲାଣ୍ଟ 

ଭୁବନେଶ୍ୱର,୨୦।୫(ବ୍ୟୁରୋ): ପୁରୀ ଜିଲାର କୋଣାର୍କ ଅଞ୍ଚଳକୁ ସୂର୍ଯ୍ୟ ନଗରୀରେ ପରିଣତ କରାଯିବ। କୋଣାର୍କ ମନ୍ଦିର ସମେତ ଏହାର ଚତୁଃପାର୍ଶ୍ୱ ଏବଂ ଏଠାରେ ଗଢି ଉଠିଥିବା ସହର...

Advertisement
Archives

Model This Week