ପୁଣି ଟୁଇନ୍‌ସିଟିରୁ ଧରାହେଲେ ୧୩୫୫ ଅମାନିଆ ଚାଳକ

ଭୁବନେଶ୍ୱର,୯ା୪(ବ୍ୟୁରୋ): ସଂକ୍ରମଣ ରୋକିବାକୁ କମିଶନରେଟ ପୋଲିସ ଯେତେ କଡ଼ା ଆଭିମୁଖ୍ୟ ଗ୍ରହଣ କଲେ ମଧ୍ୟ ଅମାନିଆଙ୍କୁ କାଟୁ କରୁନି। ଲକ୍‌ଡାଉନ୍‌ ସତ୍ତ୍ୱେ ଗାଡ଼ି ଧରି ରାସ୍ତାକୁ ବାହାରୁଛନ୍ତି। ନିୟମ ଓ କଟକଣା ନ ମାନି ନାନା ବାହାନାରେ ଘୂରି ବୁଲୁଛନ୍ତି। ଇତିମଧ୍ୟରେ ଭୟ ଦେଖାଇବାକୁ ପୋଲିସ କେତେଜଣଙ୍କୁ ଲାଠିରେ ପିଟିବା ସହ ବସ୍‌ଉଠ କରିବା, ଗାଡ଼ି ଜବତ ଓ ଜରିମାନା କରିଛି। ତଥାପି ସେମାନେ ସୁଧୁରୁନାହାନ୍ତି। ବୁଧବାର କଟକ ଓ ଭୁବନେଶ୍ବର ଟୁଇନ୍‌ସିଟିରୁ ୧୩୫୫ ଅମାନିଆ ଗାଡ଼ି ଚାଳକ ଧରାପଡିଛନ୍ତି। ଭୁବନେଶ୍ୱରରେ ୭୩୩ ଗାଡି ଓ କଟକରେ ୬୨୨ ଗାଡି ଜବତ ହୋଇଛି। ନିୟମ ଉଲ୍ଲଂଘନ କରିଥିବା ଚାଳକଙ୍କଠାରୁ ୧୫୦୦ରୁ ୨ ହଜାର ପର୍ଯ୍ୟନ୍ତ ଜରିମାନା ଆଦାୟ କରାଯାଇଛି। ତେବେ ଲକ୍‌ଡାଉନ୍‌ଠାରୁ ଏପର୍ଯ୍ୟନ୍ତ ଭୁବନେଶ୍ବରରେ ୬୨୩୫ ଗାଡି ଜବତ ହୋଇଥିବା କମିଶନରେଟ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ଏଥିମଧ୍ୟରେ ଦୁଇଚକିଆ ଓ ଚାରି ଚକିଆ ଯାନ ରହିଛି।
ବୁଧବାର ରାଜଧାନୀର ବିଭିନ୍ନ ସ୍ଥାନରେ ଯାଞ୍ଚ ଚାଲିଥିବାବେଳେ ଅମାନିଆ ଚାଳକ ଧରାପଡିବା ପରେ ଖସିବାକୁ ଚେଷ୍ଟା କରିଥିଲେ। କୌଣସି ଜରୁରୀ କାର୍ଯ୍ୟ ନ ଥିଲେ ଘରୁ ଗାଡି ଧରି ନ ବାହାରିବା ପାଇଁ ଭୁବନେଶ୍ୱର ଡିସିପି ଅନୁପ କୁମାର ସାହୁ ଲୋକମାନଙ୍କୁ ପରାମର୍ଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ନେତା ମଙ୍ଗୁଳି ଜେନାଙ୍କ ହତ୍ୟା ମାମଲା: ତଦନ୍ତ କରିବ କ୍ରାଇମବ୍ରାଞ୍ଚ

ଭୁବନେଶ୍ୱର,୧୬।୪(ବ୍ୟୁରୋ): ଖୋର୍ଦ୍ଧା ଭାଜପା ନେତା ମଙ୍ଗୁଳି ଜେନାଙ୍କ ହତ୍ୟା ମାମଲା। ଏହି ମାମଲାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ। ଏନେଇ ସୂଚନା ଦେଇଛନ୍ତି ଭାରପ୍ରାପ୍ତ ଡିଜି ବିକେ...

କରୋନା ଭାଇରସ୍‌କୁ ନଷ୍ଟ କରିବ ନୂଆ ମାସ୍କ

ନୂଆଦିଲ୍ଲୀ, ୧୮ା୪: କରୋନା ଭାଇରସ୍‌ ଏବେ ସାରା ବିଶ୍ୱରେ ତା’ର କାୟା ମେଲାଇଛି। ଏହି ରୋଗ ନିୟନ୍ତ୍ରଣ ପାଇଁ ଔଷଧ ବାହାର କରିବାକୁ ସବୁ ଦେଶର...

ନିରାଶ୍ରୟଙ୍କ ସାହାରା ସାଜିଲେ ଯୁବକ

ମାର୍ଶାଘାଇ, ୨୯।୩ (ଡି.ଏନ୍‌.ଏ.)-କରୋନା ଭୂତାଣୁ ସଂକ୍ରମଣକୁ ପ୍ରତିହତ କରିବା ପାଇଁ ସାରାଦେଶରେ ୨୧ ଦିନ ପାଇଁ ଲକ୍‌ଡାଉନ୍‌ କରାଯାଇଛି। ଓଷଧ, ପନିପରିବା, ମାଛ, ମାଂସ ଆଦି...

ପୋଲିସ କମିଶନରଙ୍କ ସମସ୍ତ କୋର୍ଟ ବନ୍ଦ

ଭୁବନେଶ୍ୱର,୧୯।୩ (ବ୍ୟୁରୋ): ମହାମାରୀ କରୋନାର ସଫଳ ମୁକାବିଲା ପାଇଁ ପରସ୍ପରଠାରୁ ଦୂରତା ବଜାୟ ରଖିବା ଅତ୍ୟନ୍ତ ଜରୁରୀ। ଏହି ପରିପ୍ରେକ୍ଷୀରେ ପୋଲିସ କମିଶନରଙ୍କ ସମସ୍ତ କୋର୍ଟ...

ଆଜି ଆରୋଗ୍ୟରେ ରେକର୍ଡ: ରାଜ୍ୟରେ ସୁସ୍ଥ ହେଲେ ୧,୪୦୯ ଆକ୍ରାନ୍ତ, ଅଛନ୍ତି ଗଞ୍ଜାମର ସର୍ବାଧିକ

ଭୁବନେଶ୍ୱର,୪।୮(ବ୍ୟୁରୋ): ରାଜ୍ୟରେ ମଙ୍ଗଳବାର ରେକର୍ଡ ସଂଖ୍ୟକ ୧୪୦୯ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆରୋଗ୍ୟ ସଂଖ୍ୟା ୨୪,୪୮୨କୁ ବୃଦ୍ଧି ପାଇଛି।...

ଜିଲାପାଳଙ୍କ ନିୟମ ନ ମାନି ଘରକୁ ପଳାଇଥିଲେ: ବିଇଓଙ୍କୁ ସଙ୍ଗରୋଧରେ ରଖିଲେ ତହସିଲଦାର

ଦାରିଙ୍ଗବାଡି,୧୬।୭(ଡି.ଏନ୍‌.ଏ.)-ଜିଲା ପ୍ରଶାସନର ନିୟମ ନ ମାନି ଘରକୁ ପଳାଇବା ମହଙ୍ଗା ପଡିଛି ଜଣେ ଶିକ୍ଷା ବିଭାଗ ଅଧିକାରୀଙ୍କୁ। ସୀମା ସିଲ୍‌ ସତ୍ତ୍ୱେ ଗଳାବାଟ ଦେଇ ଘରକୁ...

ଖରସ୍ରୋତା ନଦୀବନ୍ଧ ରାସ୍ତା ଶୋଚନୀୟ: ଯାତାୟାତରେ ଅସୁବିଧା

ବିଞ୍ଝାରପୁର,୭।୭(ଡି.ଏନ.ଏ)- ବିଞ୍ଝାରପୁର ବ୍ଲକ ଅନ୍ତର୍ଗତ ଖରସ୍ରୋତା ନଦୀବନ୍ଧ ରାସ୍ତା ମରାମତି ଅଭାବରୁ ଶୋଚନୀୟ ହୋଇଛି। ନଦୀରୁ ବାଲି ଉଠାଇ ଟ୍ରାକ୍ଟର ଓ ଟ୍ରକ୍‌ଗୁଡିକ ଏହି ରାସ୍ତାଦେଇ...

କରୋନା ଲଢ଼େଇ: ରାଜସ୍ଥାନ-କେରଳ ସୃଷ୍ଟି କଲେ ନୂଆ ଉଦାହରଣ

ନୂଆଦିଲ୍ଲୀ,୧୮।୪: କରୋନା ସଂକ୍ରମଣ ଯୋଗୁ ସାରା ପୃଥିବୀରେ ପ୍ରତିଦିନ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ସେହିପରି ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି। ଏପରିସ୍ଥଳେ ଭାରତର...

Coronavirus Update

Archives

Model This Week

Why Dharitri