ପୁଣି ଚର୍ଚ୍ଚାକୁ ଆସିଲା ‘ଦସ ବହାନେ’

ମୁମ୍ବାଇ: ୨୦୦୫ରେ ରିଲିଜ୍‌ ହୋଇଥିବା ଫିଲ୍ମ ‘ଦସ’ର ଗୀତ ‘ଦସ ବହାନେ କରକେ ଲେ ଗୟା ଦିଲ’ ଆଜିବି ଦର୍ଶକଙ୍କୁ ମତୁଆଲା କରେ। ଏବେ ପୁଣିଥରେ ଏହା ନୂଆ ରୂପରେ ରିଲିଜ୍‌ ହୋଇଛି। ଫିଲ୍ମ ‘ବାଗି ୩’ ପାଇଁ ଏହାର ରିମେକ୍‌ କରାଯାଇଛି। ଏଥିରେ ଟାଇଗର ଶ୍ରଫ ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏହି ଗୀତର ସଙ୍ଗୀତକାର, ଗୀତିକାର ଓ ଗାୟକଙ୍କୁ ପରିବର୍ତ୍ତନ କରାଯାଇ ନାହିଁ। ସେଥିପାଇଁ ଏହାର ଗୀତିକାର ପଞ୍ଛି ଜଲୋନବି ଏହି ରିମିକ୍ସକୁ ନେଇ ଖୁସି ପ୍ରକାଶ କରିଛନ୍ତି। ସାଧାରଣତଃ ରିମିକ୍ସ ସମୟରେ ପୂର୍ବରୁ ସଙ୍ଗୀତକାର, ଗୀତିକାର ଓ ଗାୟକ ଆଦିଙ୍କୁ ବଦଳାଇ ଦିଆଯାଇଥାଏ। ଏହାକୁ ନେଇ ପଞ୍ଛି କହିଛନ୍ତି ମୋ ପାଇଁ ଏହା ଗର୍ବର ବିଷୟ ଯେ ରିମିକ୍ସରେ ବି ମୋତେ ସୁଯୋଗ ଦିଆଯାଇଛି। ଏଥିରେ ବିଶେଷ କିଛି ପରିବର୍ତ୍ତନ କରାଯାଇ ନ ଥିଲେ ମଧ୍ୟ ଏହା ଦର୍ଶକ ତଥା ଶ୍ରୋତାଙ୍କୁ ମନୋରଞ୍ଜନ ଦେବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଲିଉଡରେ ଡ୍ରଗ୍ସ କାରବାର ଲିଙ୍କ୍: ସମ୍ମୁଖକୁ ଆସିଲା ଦୀପିକାଙ୍କ ନାମ

ବଲିଉଡରେ ଡ୍ରଗ୍ସ ଲିଙ୍କ ନେଇ ଅଭିନେତ୍ରୀ ରିୟା ଚକ୍ରବର୍ତୀ ଗିରଫ ହେବ ପରେ ସାରା ଅଲ୍ଲୀ ଖାନ, ରକୁଳ ପ୍ରୀତି ସିଂ ଏବଂ ଶ୍ରଦ୍ଧା କପୁରଙ୍କ...

ସାରା ଯାହା ଚାହୁଁଥିଲେ

ସାରା ଅଲ୍ଲୀ ଖାନ ଯାହା ଚାହୁଁଥିଲେ ତାହା ଯେ ଏମିତି ହଠାତ୍‌ ପୂରଣ ହୋଇଯିବ ତାହା ସେ ବିଶ୍ୱାସ କରିପାରୁନାହାନ୍ତି। ବଲିଉଡ୍‌ରେ ଏଣ୍ଟ୍ରି କରିବା ପୂର୍ବରୁ...

ସାଉଥ୍‌ ସ୍କ୍ରିନ୍‌ରେ ସୁନିଲ

ମୁମ୍ବାଇ: ବଲିଉଡ୍‌ ନାୟକ ସୁନିଲ ସେଟ୍ଟି ଏବେ ସାଉଥ୍‌ ଷ୍ଟାରଙ୍କ ସହ ନଜର ଆସିବେ। କିଛିଦିନ ହେବ ବଲିଉଡ୍‌ରୁ ଦୂରେଇ ଯାଇଥିବା ସୁନିଲ ଏବେ ଏକ...

ଏୟାର ହୋସ୍‌ଟେସ ହେବେ ଶ୍ରଦ୍ଧା

ଅଭିନେତ୍ରୀ ଶ୍ରଦ୍ଧା କପୁର ନିଜ ଅଭିନୟ କ୍ୟାରିୟର ମଧ୍ୟରେ ଅନେକ ଚରିତ୍ରରେ ଦର୍ଶକଙ୍କ ସାମ୍ନାକୁ ଆସିସାରିଛନ୍ତି। ଏବେ ତାଙ୍କୁ ରୂପେଲି ପରଦାରେ ଏୟାର ହୋସେ୍‌ଟେସ୍‌ ଚରିତ୍ରରେ...

ପାକିସ୍ତାନବାସୀ ଏବଂ ସୋଏବଙ୍କ ପ୍ରଶଂସା କଲେ ସ୍ବରା; କହିଲେ‘ ବିଶାଳ ହୃଦୟ ପାଇଁ…’

ବମ୍ବେ: ଦିନକୁ ଦିନ ନୂଆ ରେକର୍ଡ କରୁଛି କରୋନାର ଦ୍ୱିତୀୟ ଲହର। ସାରା ଦେଶରେ ପ୍ରତ୍ୟେହ ତିନି ଲକ୍ଷରୁ ଅଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି। ସେହିଭଳି...

ଶୈଫ ଦେଲେ ପ୍ରଶଂସକଙ୍କୁ ଆଉ ଏକ ସର୍‌ପ୍ରାଇଜ

ମୁମ୍ବାଇ: ଛୋଟେ ନଓ୍ବାବ ଶୈଫ ଅଲି ଖାଁଙ୍କ ପରିବାର ଏବେ ଖୁବ୍‌ ଚର୍ଚ୍ଚାରେ। ୨୦୨୦ ବଲିଉଡ୍‌ ଇଣ୍ଡଷ୍ଟ୍ରି ପାଇଁ ଭଲ କଟି ନ ଥିବା ବେଳେ...

ଘରର ଏହି ସବୁ କାମ କରିନ୍ତି ଟାଇଗର

ମୁମ୍ବାଇ: ସାଧାରଣତଃ ବଲିଉଡ୍‌ ଷ୍ଟାରମାନେ ଘରେ ଆରାମରେ ଜୀବନ କାଟୁଥିବା କୁହାଯାଏ। ଏମିତିକି ତାଙ୍କର ସବୁକାମ ପାଇଁ କେହି ନା କେହି ନିୟୋଜିତ ଥିବା ଦେଖିବାକୁ...

ପ୍ରସ୍ତୁତି ପଥେ ‘ଗୁଲାବୋ ସିତାବୋ’

ଲକ୍ଷ୍ନୌ: ଅଭିନେତା ଆୟୁଷ୍ମାନ୍‌ ଖୁରାନା ତାଙ୍କର ପରବର୍ତ୍ତୀ ଫିଲ୍ମ ‘ଗୁଲାବୋ ସିତାବୋ’ ଶୁଟିଂ ପାଇଁ ପ୍ରସ୍ତୁତ ହେଉଛନ୍ତି। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଅମିତାଭ ବଚ୍ଚନ ଅଭିନୟ...

Advertisement
Seven Jackpot


Archives

Model This Week