ପୁଅର ପାପ ଧୋଉଛନ୍ତି ୯୭ ବର୍ଷୀୟା ମା’

ପ୍ରୟାଗରାଜ: ଗଙ୍ଗାଜଳ ବାଣ୍ଟିଲେ ପାପ ଦୂର ହେବ। ଏଇ ବିଶ୍ୱାସରେ୧୫ ବର୍ଷ ହେଲାଣି ବିଭିନ୍ନ ସ୍ଥାନ ବୁଲି ବୁଲି ଗଙ୍ଗାଜଳ ବାଣ୍ଟୁଛନ୍ତି ପାର୍ବତୀ । ଅବଶ୍ୟ ପାର୍ବତୀ ନିଜ ପାପ ଦୂର କରିବା ପାଇଁ ଏଇ କାମ କରୁନାହାନ୍ତି ବରଂ ତାଙ୍କ ପୁଅର ପାପ ଧୋଇବା ପାଇଁ ସେ ସମସ୍ତଙ୍କୁ ଗଙ୍ଗାଜଳ ଦେଉଛନ୍ତି । ବିହାରର ଭୋଜପୁର ଅଞ୍ଚଳରେ ରହନ୍ତି ପାର୍ବତୀ ପାଣ୍ଡେ। ୯୭ ବର୍ଷର ଏଇ ମହିଳା ଜଣକ ପୋଲିସ୍‌ ଷ୍ଟେଶନ୍‌, ହାଇକୋର୍ଟ ତଥା ବିଭିନ୍ନ ଅନୁଷ୍ଠାନ ବୁଲି ବୁଲି ଗଙ୍ଗାଜଳ ଆଉ ପ୍ରସାଦ ବାଣ୍ଟିଥାନ୍ତି । ୧୫ ବର୍ଷ ହେଲାଣି ସେ ଏଇ କାମ କରୁଛନ୍ତି ଆରପାରିରେ ଥିବା ତାଙ୍କ ପୁଅ ପାଇଁ । ପ୍ରକୃତ କଥା ହେଉଛି, ତାଙ୍କ ପୁଅ ବହୁ ଅପରାଧ କାର୍ଯ୍ୟକଳାପ ସହିତ ଜଡ଼ିତ ଥିଲା । ସେଥିପାଇଁ ତାକୁ ପୋଲିସ୍‌ ଏନ୍‌କାଉଣ୍ଟର କରି ମାରି ଦେଇଥିଲା। କିନ୍ତୁ ପୁଅ ତାଙ୍କଠାରୁ ଅଲଗା ରହୁଥିବାରୁ ସେ ଏହା ଜାଣି ପାରି ନ ଥିଲେ। ପୋଲିସ୍‌ ତାଙ୍କୁ ଏଇ ଖବର ଦେବା ପରେ ପାର୍ବତୀ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ ଓ ଭାଙ୍ଗି ପଡ଼ିଥିଲେ। ଏହା ପରଠାରୁ ସେ ତାଙ୍କ ପୁଅ କରିଥିବା ଭୁଲ କାମର ପ୍ରାୟଶ୍ଚିତ୍ତ କରିବା ପାଇଁ ଗଙ୍ଗାଜଳ ବାଣ୍ଟିବା ଆରମ୍ଭ କରିଥିଲେ । ପାର୍ବତୀଙ୍କ ପତି ବହୁ ଆଗରୁ ମରି ଯାଇଥିଲେ । ଏକମାତ୍ର ପୁଅ ଶ୍ଳୋକଙ୍କୁ ଚାହିଁ ସେ ବଞ୍ଚି ରହିଥିଲେ। କିନ୍ତୁ ୧୯ ବର୍ଷ ହେବା ପରେ ଶ୍ଳୋକ ତାଙ୍କ ଠାରୁ ଅଲଗା ରହୁଥିଲା । ଦିନେ ହଠାତ୍‌ ପୋଲିସ୍‌ଠାରୁ ପୁଅର ମୃତ୍ୟୁ ସମ୍ପର୍କରେ ଖବର ପାଇଁ ସେ ପ୍ରାୟଶ୍ଚିତ୍ତ କରିବାକୁ ନିଷ୍ପତ୍ତି ନେଇଥିଲେ । ସେଇ ଦିନ ଠାରୁ ସେ ପ୍ରତିଦିନ ଶିବକୁଟି ଘାଟରେ ଗଙ୍ଗାସ୍ନାନ କରି ପୁଅ ପାଇଁ ପୂଜା କରନ୍ତି ଓ ଗଙ୍ଗାଜଳ ନେଇ ବିଭିନ୍ନ କାର୍ଯ୍ୟାଳୟରେ ବାଣ୍ଟିଥାନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଡ୍ରଗ୍ସ ମାମଲା: ଭାରତୀ ସିଂ ତାଙ୍କ ସ୍ବାମୀଙ୍କ ନାଁରେ ଚାର୍ଜସିଟ ଦାଖଲ କଲା ଏନ୍‌ସିବି

ମୁମ୍ବାଇ,୨୯।୧୦: ଡ୍ରଗ୍ସ ମାମଲାରେ ହାସ୍ୟ ଅଭିନେତ୍ରୀ ଭାରତୀ ସିଂ ଏବଂ ସ୍ବାମୀ ହର୍ଷ ଲିମ୍ବାଚିଆଙ୍କ ବିରୋଧରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନ୍‌ସିବି) ଏକ ଚାର୍ଜସିଟ ଦାଖଲ...

ରାମମନ୍ଦିର ପାଇଁ ଆଧାରଶିଳା

ଅଯୋଧ୍ୟା,୬ା୮: ଅଯୋଧ୍ୟା ଅଧ୍ୟାୟରେ ଭାରତ ଏକ ସ୍ବର୍ଣ୍ଣିମ ଫର୍ଦ୍ଦ ଯୋଡ଼ିଛି। ଲୋକଙ୍କ ଶତାବ୍ଦୀ ପୁରୁଣା ପ୍ରତୀକ୍ଷାର ଅନ୍ତ ଘଟିଛି। ବର୍ଷ ବର୍ଷ ଧରି ଅସ୍ଥାୟୀ ତମ୍ବୁ...

ମୁଲାୟମଙ୍କ ପରଲୋକ…

ନୂଆଦିଲ୍ଲୀ/ଗୁରୁଗ୍ରାମ,୧୦।୧୦ : ସମାଜବାଦୀ ପାର୍ଟିର ସଂସ୍ଥାପକ ତଥା ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂ ଯାଦବଙ୍କ ପରଲୋକ ଘଟିଛି। ଦୀର୍ଘଦିନ ଧରି ସେ ଅସୁସ୍ଥଥିଲେ। ମୃତ୍ୟୁ...

ସାପ ବି କରିପାରେ ମରିବାର ଅଭିନୟ, ଭିଡିଓ ଦେଖିଲେ…

ଆଜି ପର୍ଯ୍ୟନ୍ତ ଆପଣ କେବଳ ମଣିଷର ଅଭିନୟ ଦେଖିଥିବେ। ଅନେକ ଫିଲ୍ମରେ କୁକୁର ଏବଂ ବିଲେଇମାନଙ୍କୁ ମଧ୍ୟ ତାଲିମ ଦେଇ ଅଭିନୟ ଶିଖାଯାଏ। କିନ୍ତୁ ଆପଣ...

ଅସ୍ମିତାର ପୁନରୁଦ୍ଧାର ଅପରିହାର୍ଯ୍ୟ

ଯୁଗ ବଦଳୁଛି, ସମୟ ବଦଳୁଛି । ସମୟର ତାଳେ ତାଳେ ଲୋକଙ୍କ ମଧ୍ୟରେ ପରିବର୍ତ୍ତନ ବି ଆସୁଛି । ଏପରିସ୍ଥଳେ ଆଦିବାସୀ ସମ୍ପ୍ରଦାୟର ଲୋକେ ଆଜି...

ପ୍ରଥମ ଦରମା ଥିଲା ୨୦ଟଙ୍କା: ଲୋକପ୍ରିୟ ବିଜ୍ଞାନ ଲେଖକ ଶରତ ଚନ୍ଦ୍ର ମିଶ୍ର

ବାଲେଶ୍ୱର ଜିଲା ରେମୁଣା ବ୍ଲକ ଅନ୍ତର୍ଗତ ଆର୍ମଳା ଗାଁରେ ମୋ ଜନ୍ମ। ରେମୁଣା ହାଇସ୍କୁଲ୍‌ରୁ ୧୯୭୧ ମସିହାରେ ମାଟ୍ରିକ୍‌ ପାସ୍‌ କରି ଫକୀର ମୋହନ କଲେଜରେ...

କାନ୍ଦିଲେ ମୁଖ୍ୟମନ୍ତ୍ରୀ ବାଘେଲା

ରାୟପୁର,୩୦।୬: ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲା କାନ୍ଦିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଏହାର ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ଶନିବାର...

ଏମିତି ରିପୋର୍ଟିଂ କଲେ କୁନି ଶିଶୁ, ଖୁସିରେ ଭିଡିଓ ଶେୟାର କଲେ ମୁଖ୍ୟମନ୍ତ୍ରୀ

ଇମ୍ଫାଲ,୧୨ା୮: ମଣିପୁରର ଜଣେ କୁନି ଶିଶୁଙ୍କ ଭିଡିଓ ଭାଇରାଲ ହେଉଛି। ଏହି ଶିଶୁ ଜଣକ ରିପୋର୍ଟିଂ କରୁଥିବା ଦେଖିବାକୁ ମିଳିଛି। ଭାଇରାଲ ଭିଡିଓରେ ମଣିପୁରର ମୁଖ୍ୟମନ୍ତ୍ରୀ...

Advertisement
Archives

Model This Week