ପିିପିଇ ଅଭାବରୁ ଅସୁବିଧା ଭୋଗୁଛନ୍ତି ସ୍ବାସ୍ଥ୍ୟକର୍ମୀ

ନୂଆଦିଲ୍ଲୀ,୨୩।୫: କୋଭିଡ-୧୯ ମହାମାରୀ ଯୁଦ୍ଧରେ ସ୍ବାସ୍ଥ୍ୟକର୍ମୀମାନେ ଆଗଧାଡ଼ିର ଯୋଦ୍ଧା ଭାବେ କାମ କରୁଛନ୍ତି। ସରକାରୀ ସ୍ବାସ୍ଥ୍ୟକର୍ମୀଙ୍କ ବ୍ୟତୀତ ବେସରକାରୀସ୍ତରରେ ହଜାର ହଜାର ସ୍ବାସ୍ଥ୍ୟକର୍ମୀ କରୋନା ମୁକାବିଲା ପାଇଁ କାର୍ଯ୍ୟ କରୁଛନ୍ତି। ନିଜ ଜୀବନକୁ ବାଜି ଲଗାଇ ସେମାନେ କରୋନା ସଂକ୍ରମିତଙ୍କୁ ଚିକିତ୍ସା କରୁଛନ୍ତି। ହେଲେ ସେମାନଙ୍କୁ ଉପଯୁକ୍ତ ସୁବିଧା ସୁଯୋଗ ମିଳିପାରୁ ନାହିଁ। କମ୍‌ ଦରମା ଓ ବ୍ୟକ୍ତିଗତ ସୁରକ୍ଷା ଉପକରଣ(ପିପିଇ) ଠିକ୍‌ ଭାବେ ମିଳୁ ନ ଥିବାରୁ ଠିକାରେ କାମ କରୁଥିବା ସ୍ବାସ୍ଥ୍ୟକର୍ମୀ ନାନାଦି ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଅଣସଂଗଠିତ କ୍ଷେତ୍ରରେ ବୃହତ ପରିମାଣରେ କାର୍ଯ୍ୟକରୁଥିବା ଏହି ସ୍ବାସ୍ଥ୍ୟକର୍ମୀମାନେ ଅସୁବିଧାର ସମ୍ମୁଖୀନ ହେଉଥିଲେ ମଧ୍ୟ ଏଭଳି ପରିସ୍ଥିତିରେ ନିଜ ପାଇଁ ମୁହଁ ଖୋଲି ପାରୁନାହାନ୍ତି।
ସ୍ବାସ୍ଥ୍ୟକର୍ମୀମାନେ ଉପଯୁକ୍ତ ସରଞ୍ଜାମ ବିନା ନିଜ ଜୀବନକୁ ବାଜି ଲଗାଇ ସ୍ବାସ୍ଥ୍ୟ ସେବା ଯୋଗାଉଛନ୍ତି। ସେମାନଙ୍କୁ ସଂକ୍ରମଣ ହେବାର ଅଧିକ ଆଶଙ୍କା ରହିଛି। କରୋନା ସଂକ୍ରମଣକାରୀଙ୍କ ଚିକିତ୍ସା ନିମନ୍ତେ ହସ୍ପିଟାଲଗୁଡ଼ିକରେ ଅନେକ ଗୁରୁତ୍ୱପୂର୍ଣ୍ଣ ବ୍ୟବସ୍ଥା ଗ୍ରହଣ କରିବାର ଆବଶ୍ୟକ ରହିଛି। ଆଇସୋଲେଶନ ଓ୍ବାର୍ଡ ଏବଂ ଇଣ୍ଟେନ୍‌ସିଭ କେୟାର ୟୁନିଟ ସୁବିଧା, ଭେଣ୍ଟିଲେଟର ଏବଂ ଚିକିତ୍ସା ପାଇଁ ଆବଶ୍ୟକ ସରଞ୍ଜାମ ଏପରିକି ସଂକ୍ରମଣ ନିୟନ୍ତ୍ରଣ ଓ ସ୍ବାସ୍ଥ୍ୟକର୍ମୀଙ୍କ ନିମନ୍ତେ ବ୍ୟକ୍ତିଗତ ସୁରକ୍ଷା ଉପକରଣ(ପିପିଇ) ଆଦି ଯୋଗାଇ ଦିଆଯିବା ଆବଶ୍ୟକ ରହିଛି। ହେଲେ ଅନେକ ହସ୍ପିଟାଲଗୁଡ଼ିକରେ ସର୍ବନିମ୍ନ ପିପିଇ ବ୍ୟବସ୍ଥାରେ ସାନିଟାଇଜର, ମାସ୍କ, ଗ୍ଲୋବ୍‌ସ ଏବଂ ଗାଉନ୍ସର ଅଭାବ ଦେଖିବାକୁ ମିଳୁଛି। ଏହି ପ୍ରତିଷେଧମୂଳକ ବ୍ୟବସ୍ଥାର ଅଭାବ ଯୋଗୁ ଡାକ୍ତର, ନର୍ସ, ଟେକ୍ନିସିଆନ ଏବଂ ସ୍ବାସ୍ଥ୍ୟକର୍ମୀମାନେ ବିଶେଷମାତ୍ରାରେ ପ୍ରଭାବିତ ହେଉଛନ୍ତି। ଆବଶ୍ୟକ ପିପିଇ ଅଭାବରୁ ଦିଲ୍ଲୀ ଓ ବମ୍ବେର ଅନେକ ବଡ଼ ବଡ଼ ହସ୍ପିଟାଲରେ ମଧ୍ୟ ଡାକ୍ତର ଓ ନର୍ସମାନେ କରୋନା ସଂକ୍ରମିତ ହେଉଥିବା ଦେଖିବାକୁ ମିଳୁଛି। ଏପ୍ରିଲ ପ୍ରଥମ ଭାଗରେ ଦେଶରେ ପିପିଇ ପ୍ରସ୍ତୁତ କରିବା ପାଇଁ ଆବଶ୍ୟକ ବ୍ୟବସ୍ଥା ନ ଥିବାରୁ ଚାଇନା ଉପରେ ନିର୍ଭର କରାଯାଉଥିଲା ହେଲେ ଚାଇନାରୁ ଯୋଗାଣ ହେଉଥିବା ପିପିଇ ନିମ୍ନମାନର ହୋଇଥିବା ଜଣାପଡ଼ିବା ପରେ ଏହାକୁ ଫେରାଇ ଦିଆଯିବା ସହ ସେଠାରୁ ପିପିଇ ଆମଦାନୀକୁ ବନ୍ଦ କରିଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ହେମ୍ବ୍ରମଙ୍କ ମୃତ୍ୟୁ ଘଟଣା: ଆଗୁଆ ଜାମିନ ପାଇଁ ହାଇକୋର୍ଟରେ ପୁରୁଷବନ୍ଧୁ

କଟକ,୧୦।୬(କାର୍ତ୍ତିକ ସାହୁ): ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ହେମ୍ବ୍ରମଙ୍କ ମୃତ୍ୟୁ ଘଟଣାରେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଥିବା ବେଳେ ପୋଲିସ ଗିରଫଦାରିରୁ ରକ୍ଷା ପାଇବା ପାଇଁ ତାଙ୍କ…

ମାରପିଟ୍ ସହିନପାରି ଘର ଛାଡ଼ିଥିଲେ ସ୍ତ୍ରୀ, ରାଗରେ ପେଟ୍ରୋଲ ଢାଳି ଶାଶୁ-ଶ୍ୱଶୁରଙ୍କୁ ଜାଳିଦେବାକୁ ଜ୍ୱାଇଁଙ୍କ ଉଦ୍ୟମ

ବାରିପଦା/ମୋରଡା,୧୦/୬(ନୀଳାଦ୍ରି ବିହାରୀ ଦଣ୍ଡପାଟ/ସ୍ମାରକ ମାଜୀ)- ମୟୂରଭଞ୍ଜ ଜିଲା ଶୁଳିଆପଦା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ଜ୍ୱାଇଁ ନିଜ ଶାଶୁ ଓ ଶ୍ୱଶୁରଙ୍କୁ…

ନନ୍ଦପୁରରେ କାଳବୈଶାଖୀର ତାଣ୍ଡବଲୀଳା: ୩ ଘର ଭାଙ୍ଗିଲା, ୭ ସ୍ଥାନରେ ଗଛ ଉପୁଡ଼ି ଯାତାୟାତ ଠପ୍

ନନ୍ଦପୁର, ୧୦।୬(ତୁଷାର କାନ୍ତ ମହାନ୍ତି): ନନ୍ଦପୁରରେ କାଳବୈଶାଖୀର ତାଣ୍ଡବଲୀଳା ଦେଖିବାକୁ ମିଳିଛି। ବୁଧବାର ଅପରାହ୍ନରେ ପ୍ରାୟ ଘଣ୍ଟାଏ ଧରି ଚାଲିଥିବା ପ୍ରବଳ ବର୍ଷା ଓ ପବନ ଯୋଗୁ…

ତଦନ୍ତ କମିଶନ ଫାଇଲ ଗାଏବ, କ୍ୟାପିଟାଲ ଥାନାରେ FIR ଦେଲେ…

ଭୁବନେଶ୍ବର,୧୦।୬:  ତଦନ୍ତ କମିଶନ ଫାଇଲ ଗାଏବକୁ ନେଇ ବର୍ତ୍ତମାନ ଚର୍ଚ୍ଚା ବଢ଼ିବାରେ ଲାଗିଛି । ଏନେଇ କ୍ୟାପିଟାଲ ଥାନାରେ ମାମଲା ରୁଜୁ ହୋଇଛି । ଗୃହ ବିଭାଗ…

ଛାତ୍ରୀଛାତ୍ରଙ୍କ ପାଇଁ ବଡ଼ ଖବର: ବଢ଼ିଲା ସ୍ନାତକ ନାମଲେଖା ଅବଧି, ୨୨ରେ ପ୍ରକାଶ ପାଇବ ପ୍ରଥମ ମେଧା ତାଲିକା

ଭୁବନେଶ୍ବର,୧୦।୬: ସ୍ନାତକ ପାଠ୍ୟକ୍ରମରେ ନାମଲେଖା ପାଇଁ ଆବେଦନ ସମୟସୀମା ବୃଦ୍ଧି ପାଇଛି । ଜୁନ୍‌ ୧୬ ତାରିଖ ଯାଏଁ ସାମ୍ସ ପୋର୍ଟାଲରେ ଆବେଦନ କରିପାରିବେ ଛାତ୍ରୀଛାତ୍ର ।…

ଜୁନ୍ ୩୦ରୁ ବନ୍ଦ ହେବକି କାଗଜ ନୋଟ୍? ଆସିଲା କେନ୍ଦ୍ର ସରକାରଙ୍କ ବଡ଼ ବୟାନ

ନୂଆଦିଲ୍ଲୀ,୧୦।୬: ଗତ କିଛି ଦିନ ଧରି ସୋସିଆଲ ମିଡିଆରେ RBI ସମ୍ପର୍କରେ ବିଭିନ୍ନ ରିପୋର୍ଟ ଭାଇରାଲ ହେଉଛି । ଏପରି ଏକ ରିପୋର୍ଟରେ ଦାବି କରାଯାଇଛି ଯେ RBI…

ସଂଘାପଶି ଗ୍ରାମରେ ହାତୀ ଆତଙ୍କ: ଯୁବକଙ୍କୁ ମାରିବା ପରେ ମୃତଦେହ ଜଗି ରହିଛନ୍ତି ୧୮ ହାତୀ !

ରିଆମାଳ, ୧୦ା୬ (ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ବନାଞ୍ଚଳ ଅନ୍ତର୍ଗତ କୁଣ୍ଢେଇଗୋଳା ସେକ୍ସନ ସଂଘାପଶି ଗ୍ରାମରେ ବୁଧବାର ସନ୍ଧ୍ୟାରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ହାତୀ…

ନେହେରୁଙ୍କ ରେକର୍ଡ ଭାଙ୍ଗିବା ପରେ ଆସିଲା ମୋଦିଙ୍କ ପ୍ରଥମ ପ୍ରତିକ୍ରିୟା, କଂଗ୍ରେସର ପ୍ରତାରଣା ପରେ ଦେଶବାସୀ…

ନୂଆଦିଲ୍ଲୀ,୧୦।୬: କେନ୍ଦ୍ରରେ ମୋଦି ସରକାରଙ୍କ ୧୨ ବର୍ଷ ପୂରଣ ଉପଲକ୍ଷେ ନୂଆଦିଲ୍ଲୀର ଭାରତ ମଣ୍ଡପମରେ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (NDA)ର ଏକ ପ୍ରମୁଖ ବୈଠକ ଅନୁଷ୍ଠିତ ହୋଇଥିଲା।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri