ପିଲା ପାଠ ପଢ଼ୁ ନାହିଁ କି ତା’ହେଲେ ଆପଣାନ୍ତୁ ଏହି ଉପାୟ

ସବୁ ଅଭିଭାବକ ମାନଙ୍କର ସ୍ବପ୍ନ ଥାଏ ଯେ ସେମାନଙ୍କର ପିଲା ପାଠ ପଢ଼ି ଭଲ ମଣିଷ ହେବ। ହେଲେ ଆଜିକାଲି ଅଧିକରୁ ଅଧିକ ପିଲା ପାଠପଢ଼ାରେ କମ ଡିଜିଟାଲ ଦୁନିଆରେ ଅଧିକ ମନ ଲଗାଉଛନ୍ତି। ତେଣୁ ଅଭିଭାବକ ମାନଙ୍କର ଚିନ୍ତା ବଢିଯାଉଛି।କିଛି ପିଲାଙ୍କ ମନରେ ପାଠ ପଢିବାକୁ ନେଇ ଡର ବା ଫୋବିଆ ଥାଏ। ତାକୁ ରିଡିଂ ଫୋବିଆ ବୋଲି କୁହାଯାଏ। ସାଇକୋଲୋଜିଷ୍ଟମାନଙ୍କ ମତରେ ଏହାର କାରଣ ହେଲା ପିଲା ଯେକୌଣସି ବିଷୟରେ ଦୁର୍ବଳ ରହିବା। ଅଭିଭାବକ ଭାବେ ଆପଣଙ୍କୁ ସେ ବିଷୟ କ’ଣ ତାହା ଚିହ୍ନଟ କରିବାକୁ ପଡ଼ିବ। ସେ ବିଷୟ ପ୍ରତି ଅଧିକ ଗୁରୁତ୍ୱ ମଧ୍ୟ ଦେବାକୁ ପଡ଼ିବ। ଆବଶ୍ୟକ ହେଲେ ଆପଣ ତାର ଶିକ୍ଷକ ବା ଶିକ୍ଷୟତ୍ରୀଙ୍କ ସହାୟତା ନେଇପାରିବେ। ଏହା ଜାଣିବା ପରେ ତାକୁ ଖେଳ ମାଧ୍ୟମରେ ସେହି ପାଠ ପଢ଼ିବାକୁ ପ୍ରୋତ୍ସାହିତ କରିପାରିବେ।
*ଚାପ ପକାନ୍ତୁ ନାହିଁ: ପିଲା ଉପରେ କେବେହେଲେ ପାଠ ପଢ଼ିବାକୁ ଚାପ ପକାନ୍ତୁନାହିଁ। ବରଂ ସମୟ ସୁବିଧା ଦେଖି ପାଠ ପଢ଼ିବାର ମହତ୍ତ୍ୱ କଥା ବୁଝାନ୍ତୁ। ତାକୁ ପଢ଼ିବାକୁ ପ୍ରେରିତ କରନ୍ତୁ, ଯେପରିକି ସେ ନିଜେ ବହି ପାଖରେ ବସିବ। ଏଥିପାଇଁ ଆପଣ ଗପବହି, କାର୍ଟୁନ ସିରିଜ୍‌ର ବି ସାହାଯ୍ୟ ନେଇପାରିବେ।
*ପିଲାର ମାନସିକତାକୁ ବୁଝନ୍ତୁ: ପିଲାର ମାନସିକତା ବୁଝିଲେ ଯାଇ ଆପଣ ଏ କ୍ଷେତ୍ରରେ କିଛିଟା ସୁଫଳ ପାଇପାରିବେ। ଯେପରିକି ପିଲାଟି କ’ଣ ପାଇଁ ପଢ଼ିବାକୁ ଚାହୁଁନାହିଁ, ଦିନର କେଉଁ ସମୟରେ ସେ ପଢ଼ିବାକୁ ଆଗ୍ରହ ଦେଖାଉଛି ଇତ୍ୟାଦି। ସେ ହିସାବରେ ତାକୁ ପଢ଼ିବା ପାଇଁ ସହଯୋଗ କରନ୍ତୁ।
*ରୁଟିନ କରନ୍ତୁ: ସବୁବେଳେ ପିଲାକୁ ପାଠପଢ଼ ବୋଲି କୁହନ୍ତୁ ନାହିଁ। ତା’ ବଦଳରେ କିଛି ନିର୍ଦ୍ଧିଷ୍ଟ ସମୟରେ ପଢ଼ିବା ଉପରେ ଗୁରୁତ୍ୱ ଦିଅନ୍ତୁ। ଦିନରେ ୩-୪ ଘଣ୍ଟା ଜବରଦସ୍ତ ବହି ପାଖରେ ବସିବା ବଦଳରେ ଅଧ ଘଣ୍ଟା ବି ମନଦେଇ ପଢ଼ିଲେ ବି ସେ ସବୁକିଛି ମନେ ରଖିପାରିବ। ଅଭିଭାବକ ହିସାବରେ ପ୍ରତିଦିନ କାର୍ଟୁନ ଦେଖିବା, ବାହାର ଯାଇ ଖେଳିବା ଭଳି ପାଠପଢ଼ିବା ବି ଜରୁରୀ ବୋଲି ବୁଝାନ୍ତୁ। ଆବଶ୍ୟକସ୍ଥଳେ ତାର ରୁଟିନ କରି ଦିଅନ୍ତୁ। ଏପରିସ୍ଥଳେ ସେ ଆଉ ପଢ଼ିବାକୁ ବିରକ୍ତ ହେବନାହିଁ।
* ଲେଖିବା ଅଭ୍ୟାସ କରାନ୍ତୁ: ପାଠ ପଢି ମନେ ରଖିବାକୁ କଷ୍ଟ ହେଉଥିଲେ ପିଲାକୁ ବାରମ୍ବାର ଲେଖାଇ ତାକୁ ମନେ ରଖିବାକୁ ଅଭ୍ୟାସ କରାନ୍ତୁ। କାରଣ ୧୦ ଥର ପଢ଼ିବା ଅପେକ୍ଷା ଥରେ ଲେଖିଲେ ଅଧିକ ସୁଫଳ ମିଳେ।
*ପାଠ ପଢ଼ିବାର ବାତାବରଣ ବି ଜରୁରୀ:ପିଲାକୁ ଖାଲି ପାଠ ପଢ଼ିବାକୁ କହିଦେଲେ ହେବନାହିଁ। ତାର ପଢ଼ିବା ପାଇଁ ଉପଯୁକ୍ତ ବାତାବରଣ ବି ଜରୁରୀ। ଏପରି ବହୁତ ଅଭିଭାବକ ଥାଆନ୍ତି ଯେଉଁମାନେ ପିଲାକୁ ପାଠ ପଢ଼ିବାକୁ କହି ନିଜେ ଘରେ ବସି ଟିଭି ଦେଖୁଥାନ୍ତି ଏବଂ ବଡ଼ ପାଟିରେ କଥା କୁହନ୍ତି। ଏହି ଅଭ୍ୟାସ ପିଲାକୁ ନକରାତ୍ମକ ବାତାବରଣ ଦିଏ। ତା’ ବଦଳରେ ଘରର ସବୁଠାରୁ ଶାନ୍ତିପୂର୍ଣ୍ଣ କୋଠରୀରେ ପିଲାର ପଢ଼ିବା ପାଇଁ ବ୍ୟବସ୍ଥା କରନ୍ତୁ। ପାଠ ପଢ଼ିବା ସମୟରେ ପିଲାର ଏକାଗ୍ରତା ଯେପରି ଭଙ୍ଗ ନ ହେବ ସେଥିପ୍ରତି ଦୃଷ୍ଟି ଦିଅନ୍ତୁ। ଅନ୍ୟ କୌଣସି ପିଲା ସହ ପିଲାକୁ ତୁଳନା କରିବା ଅନୁଚିତ।


Enter your email to get our daily news in your inbox.

All Right Reserved By Dharitri.Com

୫ ବର୍ଷରେ ମୋଦିଙ୍କ ପ୍ରଥମ ଖବରଦାତା ସମ୍ମିଳନୀ: ପୂର୍ଣ୍ଣ ବହୁମତ ସହ ଫେରିବ ଭାଜପା

ନୂଆଦିଲ୍ଲୀ,୧୭।୫:୨୦୧୯ ସାଧାରଣ ନିର୍ବାଚନର ସପ୍ତମ ତଥା ଚୂଡାନ୍ତ ପର୍ଯ୍ୟାୟ ମତଦାନ ପାଇଁ ପ୍ରଚାର ଶେଷ ହୋଇଛି। ଆସନ୍ତା ରବିବାର ୧୯ରେ ସପ୍ତମ ପର୍ଯ୍ୟାୟ ଭୋଟ ଗ୍ରହଣ...

ଏସବୁ ଖାଇଲେ ଖୁବ୍‌ଶୀଘ୍ର ବଢ଼ିବ ପିଲାଙ୍କ ଉଚ୍ଚତା

ପିଲାଙ୍କ ଉଚ୍ଚତା ବଢ଼ିବା ନେଇ ଅନେକ ମା’ ବାପା ଚିନ୍ତାରେ ଥାନ୍ତି। ଏଥିପାଇଁ କ’ଣ ଖାଇବା ପିଇବାକୁ ଦେବେ ଦ୍ୱନ୍ଦ୍ୱରେ ପଡ଼ିଥାନ୍ତି। ତେବେ ପିଲାଙ୍କୁ ପ୍ରତିଦିନ...

‘ଭାରତ ଯୋଡୋ ଯାତ୍ରା’ରେ ସାମିଲ ହେଲେ ହାସ୍ୟ ଅଭିନେତା କୁନାଲ କାମ୍‌ରା

ନୂଆଦିଲ୍ଲୀ,୧୪।୧୨: କଂଗ୍ରେସର ଭାରତ ଯୋଡୋ ଯାତ୍ରା ବର୍ତ୍ତମାନ ରାଜସ୍ଥାନ ଦେଇ ଯାଉଛି। ବୁଧବାର ହାସ୍ୟ ଅଭିନେତା କୁନାଲ କାମ୍‌ରା ଏହି ଯାତ୍ରାରେ ଭାଗ ନେଇଥିଲେ। ସେ...

ଛାଡ଼ପତ୍ର ପୂର୍ବରୁ ଘର ଛାଡ଼ୁଥିବା ମହିଳା ପରେ ରହିବାକୁ ଦାବି କରିପାରିବେ ନାହିଁ

ମୁମ୍ବାଇ,୪।୧୦: ଛାଡ଼ପତ୍ର ପୂର୍ବରୁ ସ୍ବାମୀ ଘର ଛାଡ଼ୁଥିବା ମହିଳା ପରବର୍ତ୍ତୀ ସମୟରେ ଘରୋଇ ହିଂସାରୁ ସୁରକ୍ଷା ଆଇନରେ ସେଠାରେ ରହିବାର ଅଧିକାର ଦାବି କରିପାରିବେ ନାହିଁ।...

ବେଲୁର ମଠରେ ମୋଦି

କୋଲକାତା,୧୨।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ତାଙ୍କର ଦୁଇ ଦିନିଆ ପଶ୍ଚିମବଙ୍ଗ ଗସ୍ତ କରିଛନ୍ତି। ଦ୍ୱିତୀୟ ଦିନ ଅର୍ଥାତ୍‌ ରବିବାର ହାଓ୍ବଡାରେ ଥିବା ରାମକ୍ରିଷ୍ଣ ପରମହଂସଙ୍କ...

ଅକ୍ସିଜେନ୍‌ ଓ ମେଡିକାଲ କିଟ୍‌ ସହ ଯାତ୍ରା ମାର୍ଗରେ ମୁତୟନ ହେଲେ ଆଇଟିବିପିର ଯବାନ

ନୂଆଦିଲ୍ଲୀ,୧।୭: ମହାଦେବଙ୍କ ଦର୍ଶନ ପାଇଁ ପହଞ୍ଚିଥିବା ଶ୍ରଦ୍ଧାଳୁଙ୍କ ସୁରକ୍ଷାକୁ ନଜରରେ ରଖି ଆଇଟିବିପି ନିଜର ୫ହଜାରରୁ ଊର୍ଦ୍ଧ୍ୱ ଯବାନଙ୍କୁ ଅମରନାଥ ଯାତ୍ରା ମାର୍ଗରେ ମୁତୟନ କରିଛି।...

ଅକ୍ସିଜେନ୍‌ ଯୋଗାଣ ବନ୍ଦ କରିଦେଲେ: ୨୪ ମୃତ

ନାସିକ/ମୁମ୍ବାଇ,୨୨ା୪: ସର୍ବାଧିକ କରୋନା ପ୍ରଭାବିତ ମହାରାଷ୍ଟ୍ରରେ ଘୋର ଅକ୍ସିଜେନ ସଙ୍କଟ ଦେଖାଦେଇଥିବାବେଳେ ବୁଧବାର ନାସିକର ଏକ ହସ୍ପିଟାଲରେ ଅମ୍ଳଜାନ ଭର୍ତ୍ତି ଟ୍ୟାଙ୍କର ଲିକ୍‌ ହୋଇଛି। କିନ୍ତୁ...

ଶରଦ ଅରବିନ୍ଦ ବୋବଡେ ହେବେ ସୁପ୍ରିମକୋର୍ଟର ପରବର୍ତ୍ତୀ ପ୍ରଧାନ ବିଚାରପତି

ନୂଆଦିଲ୍ଲୀ,୧୮।୧୦: ସୁପ୍ରିମକୋର୍ଟ ନୂଆ ପ୍ରଧାନ ବିଚାରପତି ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଆସନ୍ତା ନଭେମ୍ବର ୧୭ ତାରିଖରେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇ...

Advertisement
Archives

Model This Week