ପିଲା ପାଠ ପଢ଼ୁ ନାହିଁ କି ତା’ହେଲେ ଆପଣାନ୍ତୁ ଏହି ଉପାୟ

ସବୁ ଅଭିଭାବକ ମାନଙ୍କର ସ୍ବପ୍ନ ଥାଏ ଯେ ସେମାନଙ୍କର ପିଲା ପାଠ ପଢ଼ି ଭଲ ମଣିଷ ହେବ। ହେଲେ ଆଜିକାଲି ଅଧିକରୁ ଅଧିକ ପିଲା ପାଠପଢ଼ାରେ କମ ଡିଜିଟାଲ ଦୁନିଆରେ ଅଧିକ ମନ ଲଗାଉଛନ୍ତି। ତେଣୁ ଅଭିଭାବକ ମାନଙ୍କର ଚିନ୍ତା ବଢିଯାଉଛି।କିଛି ପିଲାଙ୍କ ମନରେ ପାଠ ପଢିବାକୁ ନେଇ ଡର ବା ଫୋବିଆ ଥାଏ। ତାକୁ ରିଡିଂ ଫୋବିଆ ବୋଲି କୁହାଯାଏ। ସାଇକୋଲୋଜିଷ୍ଟମାନଙ୍କ ମତରେ ଏହାର କାରଣ ହେଲା ପିଲା ଯେକୌଣସି ବିଷୟରେ ଦୁର୍ବଳ ରହିବା। ଅଭିଭାବକ ଭାବେ ଆପଣଙ୍କୁ ସେ ବିଷୟ କ’ଣ ତାହା ଚିହ୍ନଟ କରିବାକୁ ପଡ଼ିବ। ସେ ବିଷୟ ପ୍ରତି ଅଧିକ ଗୁରୁତ୍ୱ ମଧ୍ୟ ଦେବାକୁ ପଡ଼ିବ। ଆବଶ୍ୟକ ହେଲେ ଆପଣ ତାର ଶିକ୍ଷକ ବା ଶିକ୍ଷୟତ୍ରୀଙ୍କ ସହାୟତା ନେଇପାରିବେ। ଏହା ଜାଣିବା ପରେ ତାକୁ ଖେଳ ମାଧ୍ୟମରେ ସେହି ପାଠ ପଢ଼ିବାକୁ ପ୍ରୋତ୍ସାହିତ କରିପାରିବେ।
*ଚାପ ପକାନ୍ତୁ ନାହିଁ: ପିଲା ଉପରେ କେବେହେଲେ ପାଠ ପଢ଼ିବାକୁ ଚାପ ପକାନ୍ତୁନାହିଁ। ବରଂ ସମୟ ସୁବିଧା ଦେଖି ପାଠ ପଢ଼ିବାର ମହତ୍ତ୍ୱ କଥା ବୁଝାନ୍ତୁ। ତାକୁ ପଢ଼ିବାକୁ ପ୍ରେରିତ କରନ୍ତୁ, ଯେପରିକି ସେ ନିଜେ ବହି ପାଖରେ ବସିବ। ଏଥିପାଇଁ ଆପଣ ଗପବହି, କାର୍ଟୁନ ସିରିଜ୍‌ର ବି ସାହାଯ୍ୟ ନେଇପାରିବେ।
*ପିଲାର ମାନସିକତାକୁ ବୁଝନ୍ତୁ: ପିଲାର ମାନସିକତା ବୁଝିଲେ ଯାଇ ଆପଣ ଏ କ୍ଷେତ୍ରରେ କିଛିଟା ସୁଫଳ ପାଇପାରିବେ। ଯେପରିକି ପିଲାଟି କ’ଣ ପାଇଁ ପଢ଼ିବାକୁ ଚାହୁଁନାହିଁ, ଦିନର କେଉଁ ସମୟରେ ସେ ପଢ଼ିବାକୁ ଆଗ୍ରହ ଦେଖାଉଛି ଇତ୍ୟାଦି। ସେ ହିସାବରେ ତାକୁ ପଢ଼ିବା ପାଇଁ ସହଯୋଗ କରନ୍ତୁ।
*ରୁଟିନ କରନ୍ତୁ: ସବୁବେଳେ ପିଲାକୁ ପାଠପଢ଼ ବୋଲି କୁହନ୍ତୁ ନାହିଁ। ତା’ ବଦଳରେ କିଛି ନିର୍ଦ୍ଧିଷ୍ଟ ସମୟରେ ପଢ଼ିବା ଉପରେ ଗୁରୁତ୍ୱ ଦିଅନ୍ତୁ। ଦିନରେ ୩-୪ ଘଣ୍ଟା ଜବରଦସ୍ତ ବହି ପାଖରେ ବସିବା ବଦଳରେ ଅଧ ଘଣ୍ଟା ବି ମନଦେଇ ପଢ଼ିଲେ ବି ସେ ସବୁକିଛି ମନେ ରଖିପାରିବ। ଅଭିଭାବକ ହିସାବରେ ପ୍ରତିଦିନ କାର୍ଟୁନ ଦେଖିବା, ବାହାର ଯାଇ ଖେଳିବା ଭଳି ପାଠପଢ଼ିବା ବି ଜରୁରୀ ବୋଲି ବୁଝାନ୍ତୁ। ଆବଶ୍ୟକସ୍ଥଳେ ତାର ରୁଟିନ କରି ଦିଅନ୍ତୁ। ଏପରିସ୍ଥଳେ ସେ ଆଉ ପଢ଼ିବାକୁ ବିରକ୍ତ ହେବନାହିଁ।
* ଲେଖିବା ଅଭ୍ୟାସ କରାନ୍ତୁ: ପାଠ ପଢି ମନେ ରଖିବାକୁ କଷ୍ଟ ହେଉଥିଲେ ପିଲାକୁ ବାରମ୍ବାର ଲେଖାଇ ତାକୁ ମନେ ରଖିବାକୁ ଅଭ୍ୟାସ କରାନ୍ତୁ। କାରଣ ୧୦ ଥର ପଢ଼ିବା ଅପେକ୍ଷା ଥରେ ଲେଖିଲେ ଅଧିକ ସୁଫଳ ମିଳେ।
*ପାଠ ପଢ଼ିବାର ବାତାବରଣ ବି ଜରୁରୀ:ପିଲାକୁ ଖାଲି ପାଠ ପଢ଼ିବାକୁ କହିଦେଲେ ହେବନାହିଁ। ତାର ପଢ଼ିବା ପାଇଁ ଉପଯୁକ୍ତ ବାତାବରଣ ବି ଜରୁରୀ। ଏପରି ବହୁତ ଅଭିଭାବକ ଥାଆନ୍ତି ଯେଉଁମାନେ ପିଲାକୁ ପାଠ ପଢ଼ିବାକୁ କହି ନିଜେ ଘରେ ବସି ଟିଭି ଦେଖୁଥାନ୍ତି ଏବଂ ବଡ଼ ପାଟିରେ କଥା କୁହନ୍ତି। ଏହି ଅଭ୍ୟାସ ପିଲାକୁ ନକରାତ୍ମକ ବାତାବରଣ ଦିଏ। ତା’ ବଦଳରେ ଘରର ସବୁଠାରୁ ଶାନ୍ତିପୂର୍ଣ୍ଣ କୋଠରୀରେ ପିଲାର ପଢ଼ିବା ପାଇଁ ବ୍ୟବସ୍ଥା କରନ୍ତୁ। ପାଠ ପଢ଼ିବା ସମୟରେ ପିଲାର ଏକାଗ୍ରତା ଯେପରି ଭଙ୍ଗ ନ ହେବ ସେଥିପ୍ରତି ଦୃଷ୍ଟି ଦିଅନ୍ତୁ। ଅନ୍ୟ କୌଣସି ପିଲା ସହ ପିଲାକୁ ତୁଳନା କରିବା ଅନୁଚିତ।


Enter your email to get our daily news in your inbox.

All Right Reserved By Dharitri.Com

ହୋଟେଲରେ ନିଆଁ ଲାଗି ୬ ମୃତ, ୧୨ ଆଇସିୟୁରେ ଭର୍ତ୍ତିି

ପାଟନା,୨୫ା୪: ଗୁରୁବାର ପାଟନାରେ ଥିବା ଏକ ହେଟେଲରେ ନିଆଁ ଲାଗିବାରୁ ୬ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୨ ଜଣ ଆଇସିୟୁରେ ଭର୍ତ୍ତି ହୋଇଛନ୍ତି। ଏହି...

ଭାଜପାରେ ଯୋଗଦେଲେ ପ୍ରସିଦ୍ଧ ୟୁଟ୍ୟୁବର: ମା’ଙ୍କ କଥାରେ ଧରିଲେ ପଦ୍ମ

ନୂଆଦିଲ୍ଲୀ,୨୫।୪: ବିହାରର ପ୍ରସିଦ୍ଧ ୟୁଟ୍ୟୁବର ମନୀଷ କାଶ୍ୟପ ଗୁରୁବାର ଭାଜପାରେ ଯୋଗ ଦେଇଛନ୍ତି। ସେ ଦିଲ୍ଲୀରେ ଦଳର ଜାତୀୟ ସଭାପତି ଜେପି ନଡାଙ୍କୁ ଭେଟି ପଦ୍ମ...

ଦ୍ୱିତୀୟ ପର୍ଯ୍ୟାୟ ଭୋଟିଂରେ ନଜର ଆସିବେ ହେଭିଓ୍ବେଟ ନେତା, ଭାଗ୍ୟ ପରୀକ୍ଷା କରିବେ ରାହୁଲ-ଶଶୀ ଥରୁର୍‌

ନୂଆଦିଲ୍ଲୀ,୨୫।୪: ଲୋକ ସଭା ନିର୍ବାଚନକୁ ନେଇ ଦେଶରେ ସୃଷ୍ଟି ହୋଇଛି ଏକ ଭିନ୍ନ ପରିବେଶ । ପ୍ରଥମ ପର୍ଯ୍ୟାୟ ପରେ ସବୁ ରାଜନୈତିକ ଦଳ ଏବେ...

ପ୍ରଧାନ ବିଚାରପତି କଲେ ବଡ଼ ଘୋଷଣା, ହ୍ବାଟ୍ସଆପ୍‌ରେ ଓକିଲଙ୍କୁ ମାମଲା ସମ୍ପର୍କିତ ସୂଚନା ପ୍ରଦାନ କରିବେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୫।୪: ଭାରତର ପ୍ରଧାନ ବିଚାରପତି ଡି.ୱାୟୀ ଚନ୍ଦ୍ରଚୁଡ଼ ଘୋଷଣା କରିଛନ୍ତି ଯେ ସୁପ୍ରିମକୋର୍ଟ ହ୍ବାଟ୍ସଆପ୍‌ ଜରିଆରେ ଓକିଲଙ୍କ ସହ ଶୁଣାଣି ହେବାକୁ ଥିବା ମାମଲା, ମାମଲା...

ପରଦା ପଛରେ ଚାଇନା ସହ କଥାବାର୍ତ୍ତା କରୁଛି ତିବ୍ବତ: ଭାରତକୁ କଲା ଏମିତି ଅପିଲ୍‌

ଧର୍ମଶାଳା,୨୫।୪: ତିବ୍ଦତ ସରକାର ପରଦା ପଛରେ ଚାଇନା ସରକାରଙ୍କ ସହ କଥାବାର୍ତ୍ତା କରୁଛନ୍ତି। ଉଭୟ ପକ୍ଷ ଦୀର୍ଘ ବିଚାରାଧୀନ ଦ୍ୱିପାକ୍ଷିକ ଆଲୋଚନାକୁ ପୁଣି ଆରମ୍ଭ କରିବାକୁ...

ମୋଦି, ରାହୁଲଙ୍କୁ ନୋଟିସ ଜାରି କଲେ ନିର୍ବାଚନ ଆୟୋଗ

ନୂଆଦିଲ୍ଲୀ,୨୫ା୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବିରୋଧରେ ନିର୍ବାଚନ ଆୟୋଗ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ମୋଦି ଏବଂ ରାହୁଲଙ୍କ ଭାଷଣକୁ...

ଅରୁଣାଚଳ-ଚାଇନା ସୀମାରେ ପ୍ରବଳ ବର୍ଷା, ଭୂସ୍ଖଳନରେ ଧୋଇଗଲା ରାଜପଥ

ଇଟାନଗର,୨୫ା୪: ଦେଶର ଅଧିକାଂଶ ଅଞ୍ଚଳରେ ପ୍ରବଳ ଖରାଗରମ ହେଉଥିବା ବେଳେ ଅରୁଣାଚଳ ପ୍ରଦେଶରେ ପ୍ରବଳ ବର୍ଷା ହୋଇଛି। ଚାଇନା ସୀମାନ୍ତ ଅରୁଣାଚଳ ପ୍ରଦେଶରେ ଲଗାତର ବର୍ଷା...

ଚାଣକ୍ୟ କୁହନ୍ତି ଏସବୁ ଖାଦ୍ୟ ଖାଇଲେ ମିଳିବ ୧୦ଗୁଣା ଅଧିକ ଶକ୍ତି, ବୃଦ୍ଧାବସ୍ଥାରେ ରୋଗ ପାଖ ମାଡ଼ିବନି…

ହିନ୍ଦୁ ଧର୍ମରେ ଅନେକ ଜିନିଷ ଅଛି ଯାହାକୁ ଖାଇବା ସମ୍ପୂର୍ଣ୍ଣ ନିଷେଧ ଏବଂ କିଛି ଜିନିଷ ଅଛି ଯାହାକୁ ଖାଇଲେ ୧୦ ଗୁଣ ଅଧିକ ଶକ୍ତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri