ପିପିଇ କିଟ୍‌ ମାଗିଦେଲେ, ଏବେ ରଖୁନାହାନ୍ତି

ଭୁବନେଶ୍ୱର,୧ା୬(ବ୍ୟୁରୋ): ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢୁଥିବାବେଳେ ଏମାନଙ୍କ ଚିକିତ୍ସା କରୁଥିବା ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀଙ୍କ ସୁରକ୍ଷା ପାଇଁ ପର୍ସନାଲ ପ୍ରୋଟେକ୍ଟିଭ୍‌ ଇକ୍ୟୁପ୍‌ମେଣ୍ଟ(ପିପିଇ) କିଟ୍‌ ଜରୁରୀ ହୋଇପଡିଛି। ତେବେ ଉଚ୍ଚକୋଟୀର ପିପିଇ କିଟ୍‌ ପାଇବା ଏବେ ରାଜ୍ୟଗୁଡ଼ିକ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି। ଏଭଳିସ୍ଥଳେ କିନ୍ତୁ ହାତକୁ ଆସିଥିବା ପିପିଇ କିଟ୍‌ ରଖୁନି ଓଡ଼ିଶା। ଏକାଧିକ ସଂସ୍ଥାକୁ ଲକ୍ଷାଧିକ ପିପିଇ କିଟ୍‌ ପାଇଁ ଅର୍ଡର ଦିଆଯାଇଥିଲେ ମଧ୍ୟ ଏବେ ତାହାକୁ ରଖିବାକୁ ମନା କରିଦେଇଛି ଓଡ଼ିଶା ରାଜ୍ୟ ମେଡିକାଲ କର୍ପୋରେଶନ ଲିମିଟେଡ୍‌ (ଓଏସ୍‌ଏମ୍‌ସିଏଲ୍‌)। ଫଳରେ ରାଜ୍ୟ ବାହାରୁ କିଟ୍‌ ନେଇ ଆସିଥିବା ୪୦ରୁ ଊର୍ଦ୍ଧ୍ୱ ଟ୍ରକ୍‌ ଏବେ ରାମମନ୍ଦିର ନିକଟ ଓଏସ୍‌ଏମ୍‌ସିଏଲ୍‌ ଓ୍ବେର୍‌ହାଉସ୍‌ ସାମ୍ନାରେ ୭ଦିନରୁ ଊର୍ଦ୍ଧ୍ୱ ହେବ ଅଟକି ରହିଛି। ଯଥାର୍ଥ କାରଣ ନ ଦର୍ଶାଇ ଓଡ଼ିଶା ସରକାର କିଟ୍‌ଗୁଡ଼ିକ ଗ୍ରହଣ କରିବାକୁ ମନା କରିଦେଇଥିବା କିଟ୍‌ ନିର୍ମାଣକାରୀ ଏମ୍‌ଏସ୍‌ଏମ୍‌ଇଗୁଡ଼ିକ ଅଭିଯୋଗ କରିଛନ୍ତି।
କରୋନା ମୁକାବିଲା କ୍ଷେତ୍ରରେ ଓଏସ୍‌ଏମ୍‌ସିଏଲ୍‌ ପ୍ରମୁଖ ଭୂମିକା ଗ୍ରହଣ କରିଛି। କୋଭିଡ୍‌ ଟେଷ୍ଟ୍‌ କିଟ୍‌ରୁ ଆରମ୍ଭ କରି ପିପିଇ ପର୍ଯ୍ୟନ୍ତ ସବୁକିଛି ଆଣିବା ଦାୟିତ୍ୱ କର୍ପୋରେଶନ ଉପରେ ନ୍ୟସ୍ତ ରହିଛି। ନିକଟରେ ଓଏସ୍‌ଏମ୍‌ସିଏଲ୍‌ ପ୍ରାୟ ୧୫ଲକ୍ଷ ୭୦ ହଜାର ପିପିଇ କିଟ୍‌ ପାଇଁ ରାଜ୍ୟ ବାହାରର ଏକାଧିକ ବିତରକ ସଂସ୍ଥାକୁ ଅର୍ଡର ଦେଇଥିଲା। ଏହାସହ ୨.୨ କୋଟି ଟ୍ରିପଲ୍‌-ଲେୟାର ମାସ୍କ, ୭ ଲକ୍ଷ ୫୦ ହଜାର ଏନ୍‌୯୫ ମାସ୍କ, ୧.୭ କୋଟି ନୋଜ୍‌ କ୍ଲିପ୍‌ ଆଡପ୍ଟେବୁଲ୍‌ ମାସ୍କ ଏବଂ ସ୍ବାସ୍ଥ୍ୟକର୍ମୀଙ୍କ ପାଇଁ ଆବଶ୍ୟକ ଅନ୍ୟ ସାମଗ୍ରୀ ଲାଗି ଅର୍ଡର ଦିଆଯାଇଥିଲା। ଅର୍ଡର ନେଇଥିବା ଏକ କମ୍ପାନୀର ଜଣେ ଅଧିକାରୀ କହିଛନ୍ତି, ଟେଣ୍ଡର ଅନୁଯାୟୀ ଜୁଲାଇ ଶେଷ ତାରିଖ ରହିଥିଲେ ମଧ୍ୟ ପରେ ଏହାକୁ ପରିବର୍ତ୍ତନ କରି ମେ’ ୨୬ ତାରିଖ ପରେ ଡେଲିଭରି ଗ୍ରହଣ କରିବୁନି ବୋଲି ଓଏସ୍‌ଏମ୍‌ସିଏଲ୍‌ କହିଥିଲା। ହେଲେ ନିର୍ଦ୍ଧାରିତ ସମୟରେ ଟ୍ରକ୍‌ଗୁଡ଼ିକ ସମସ୍ତ ଅର୍ଡର ନେଇ ଓ୍ବେର୍‌ହାଉସ୍‌ରେ ପହଞ୍ଚତ୍ଥିଲେ ବି କେହି ଏହାକୁ ରଖୁ ନ ଥିବା ସେ କହିଛନ୍ତି। ଉତ୍ତରାଖଣ୍ଡରୁ ସାମଗ୍ରୀ ଧରି ଆସିଥିବା ଜଣେ ଟ୍ରକ୍‌ ଡ୍ରାଇଭର ରୋଶନ କହିଛନ୍ତି, ଲକ୍‌ଡାଉନ୍‌ ସମୟରେ ଅନ୍ୟ ଏକ ରାଜ୍ୟରେ ଆସି ସପ୍ତାହେରୁ ଅଧିକ ଦିନ ହେବ ଫସି ରହିବା କଷ୍ଟଦାୟକ। ଖାଇବା ପିଇବାରେ ଆମକୁ ବହୁ ସମସ୍ୟା ହେଉଛି। ନା କମ୍ପାନୀ ଏଠାରୁ ଯିବାକୁ ଦେଉଛି ନା ଏମାନେ ଆମ ଅର୍ଡର ରଖୁଛନ୍ତି। ଟ୍ରକ୍‌ରେ ସେମିତି ପଡ଼ିରହିଛୁ।
ଏ ସମ୍ପର୍କରେ ସ୍ବାସ୍ଥ୍ୟ ବିଭାଗ ଅତିରିକ୍ତ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର କହିଛନ୍ତି, ଆମ ପାଖରେ ପର୍ଯ୍ୟାପ୍ତ ସଂଖ୍ୟାରେ ପିପିଇ କିଟ୍‌ ଗଚ୍ଛିତ ଅଛି। ତେଣୁ ଆମେ ଆଉ କିଟ୍‌ ନ ପଠାଇବାକୁ ବିତରକମାନଙ୍କୁ କହିଥିଲୁ। ହେଲେ ଏହାମଧ୍ୟରେ ଅନେକ ଟ୍ରକ୍‌ ସାମଗ୍ରୀ ନେଇ ପହଞ୍ଚତ୍ସାରିଛନ୍ତି। ସୋମବାରଦିନ ଚୂଡାନ୍ତ ନିଷ୍ପତ୍ତି ନିଆଯିବ ବୋଲି ସେ କହିଛନ୍ତି। ତେବେ ଏନେଇ ଆମେ ଓଏସ୍‌ଏମ୍‌ସିଏଲ୍‌ ଏମ୍‌ଡି ଯାମିନୀ ଷଡ଼ଙ୍ଗୀଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ ସେ ଫୋନ୍‌ ଉଠାଇ ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରାମ୍‌କୋ ସିମେଣ୍ଟ ପାଇଁ ନିୟମ ଭିନ୍ନ

ଯାଜପୁର ଅଫିସ,୧୬।୩: ପ୍ରଭାବିତ ଓ କ୍ଷତିଗ୍ରସ୍ତ ଲୋକଙ୍କ ସହିତ ଜନଶୁଣାଣି ନ କରି ସିମେଣ୍ଟ ପ୍ରସ୍ତୁତକାରୀ କମ୍ପାନୀ ରାମ୍‌କୋକୁ ରାଜ୍ୟ ସରକାର ସମସ୍ତ ପ୍ରକାର ଅନୁମତି...

ବିଦେଶରେ ମୟୂରଭଞ୍ଜ ଛତୁ

ବାରିପଦା ଅଫିସ,୧୧।୬-ରାଜ୍ୟ ତଥା ବିଦେଶକୁ ଏବେ ରପ୍ତାନୀ ହେଉଛି ‘ମୟୂରଭଞ୍ଜ ମସୃମ’। ଜିଲା ତଥା ରାଜ୍ୟ ବାହାରେ ଛତୁ ଓ ମଞ୍ଜିର ବେଶ୍‌ ଚାହିଦା ରହଛି।...

ବିଧାୟକଙ୍କ ଲେଟର ପ୍ୟାଡ୍‌ରେ ନକଲି ଚିଠି

ଯାଜପୁର ଅଫିସ,୧୪ା୯: ରାଜ୍ୟ ସରକାର ନୀତି ପ୍ରଣୟନ କରି ସାଧାରଣ ଲୋକଙ୍କୁ ବିଭିନ୍ନ ସୁବିଧା ସୁଯୋଗ ଯୋଗାଇ ଦେଉଛନ୍ତି। ରାଜନୀତି କ୍ଷେତ୍ରରେ ବିଧାୟକମାନଙ୍କୁ ଏଥିପାଇଁ ସ୍ବତନ୍ତ୍ର...

ପ୍ରଧାନମନ୍ତ୍ରୀଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୫ା୪(ବ୍ୟୁରୋ): ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରାକୁ ନେଇ ଆଶଙ୍କା ଦେଖାଦେଇଛି। କୋଭିଡ୍‌-୧୯ ସଂକ୍ରମଣକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ସାମାଜିକ ଦୂରତ୍ୱ ବଜାୟ ରଖିବା ସହ ସମସ୍ତ...

କୃତ୍ରିମ ବନ୍ୟାକୁ ବର୍ଷେ ବିତିବାକୁ ବସିଲାଣି:ଏଯାଏ ଚାଷୀଙ୍କୁ ମିଳିନି କ୍ଷତିପୂରଣ

ଆନନ୍ଦପୁର,୨୪।୭ (ସ୍ବ.ପ୍ର.)-କୃଷି ଓ କୃଷକଙ୍କ ସମସ୍ୟା ପ୍ରତି ସରକାର ଓ ପ୍ରଶାସନ ସ୍ତରରେ କିଭଳି ଅବହେଳା କରାଯାଉଛି ତାହାର ଏକ ନଜିର ପଦାକୁ ଆସିଛି। ଗତ...

ଭେରିଫିକେଶନ ପାଇଁ ସାର୍ଟିଫିକେଟ ମାଗିବାରୁ ଇସ୍ତଫା ଦେଲେ ଶିକ୍ଷକ

କଣ୍ଟାବାଞ୍ଜି,୨୯ା୯(ଡି.ଏନ.ଏ.): ବଲାଙ୍ଗୀର ଜିଲା ତୁରେକେଲା ବ୍ଲକର ବିଭିନ୍ନ ସରକାରୀ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଜାଲ ସିଟି ଓ ଶିକ୍ଷାଗତ ସାର୍ଟିଫିକେଟ ଦେଇ ନିଯୁକ୍ତି...

ବେଳାଭୂମିରେ ଗହଳି ମନା

ପୁରୀ ଅଫିସ,୧୬।୩: କରୋନାକୁ ନେଇ ବିଶ୍ୱବ୍ୟାପୀ ଭୟଙ୍କର ସ୍ଥିତି। ଦିନକୁ ଦିନ ଏହି ମାରାତ୍ମକ ଭୂତାଣୁ ନୂଆ ନୂଆ ଦେଶରେ ତା’ର ଉପସ୍ଥିତି ଜାହିର କରୁଛି।...

ଓଡ଼ିଶାର ଅର୍ଥନୀତି ସ୍ଥିତି ଭଲ ଅଛି: ୮ହଜାର ୧୨୬ କୋଟି ଟଙ୍କାର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍‌ ଅନୁମୋଦିତ

ଭୁବନେଶ୍ୱର,୨୬ା୧୧(ବ୍ୟୁରୋ): ବିଧାନସଭାରେ ସୋମବାର ୮ ହଜାର ୧୨୬ କୋଟି ଟଙ୍କାର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍‌କୁ ଅନୁମୋଦନ ମିଳିଛି। ଏହାକୁ ଆଗତ କରି ଅର୍ଥମନ୍ତ୍ରୀ ନିରଞ୍ଜନ...

Advertisement
Archives

Model This Week