ପିଡିଏସ୍‌ ଚାଉଳ ବଣ୍ଟନ ବେଳେ ସାମାଜିକ ଦୂରତ୍ୱକୁ ଉଲ୍ଲଂଘନ

ବଲାଙ୍ଗୀର ଅଫିସ, ୮।୪: କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଓ ଜିଲା ପ୍ରଶାସନ ପକ୍ଷରୁ ଲକ୍‌ଡାଉନକୁ କଡ଼ାକଡ଼ି କରିବା ସହ ସାମାଜିକ ଦୂରତ୍ୱ ବଜାୟ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଉଛି। ମାତ୍ର ଏହି ନିୟମକୁ ବଲାଙ୍ଗୀର ଜିଲାରେ ଖୋଲାଖୋଲି ଭାବେ ଉଲ୍ଲଂଘନ କରାଯାଉଛି। ପିଡିଏସ୍‌ ହିତାଧିକାରୀଙ୍କୁ ଚାଉଳ ବଣ୍ଟନ ବେଳେ ସାମାଜିକ ଦୂରତ୍ୱ ପାଳନ କରାଯାଉ ନ ଥିବା ଦେଖିବାକୁ ମିଳୁଛି। ଚାଉଳ ନେବାବେଳେ ହିତାଧିକାରୀମାନେ ପ୍ରବଳ ଭିଡ଼ କରୁଥିବା ଦେଖାଯାଇଛି। ଫଳରେ କରୋନା ସଂକ୍ରମଣ ଭୟ ବଢ଼ିବାରେ ଲାଗିଛି । ଅନ୍ୟ ଅଞ୍ଚଳ ଭଳି ବଲାଙ୍ଗୀର ରୁଗୁଡ଼ିପଡା ଲିଟିଲ ଫ୍ଲାଓ୍ବାର ନର୍ସରୀ ସ୍କୁଲ ସମ୍ମୁଖରେ ପିଡିଏସ୍‌ ଚାଉଳ ବଣ୍ଟନ ବେଳେ ହିତାଧିକାରୀମାନେ ସାମାଜିକ ଦୂରତ୍ୱକୁ ମାନୁ ନ ଥିବା ଦେଖାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଛାତ୍ର ର଼୍ୟାଗିଂ ଘଟଣା: ସିଡବ୍ଲୁସିଙ୍କୁ ଭେଟିଲେ ପରିବାରବର୍ଗ; ଅଧ୍ୟକ୍ଷଙ୍କୁ ଗିରଫ ନ କଲେ ରାସ୍ତାରୋକୋ ଚେତାବନୀ

ସମ୍ବଲପୁର,୧୮।୯(ବ୍ୟୁରୋ): ସମ୍ବଲପୁର ଜିଲା ଶାସନ ଥାନା ଅନ୍ତର୍ଗତ ପରଧିଆପାଲି ବୈଦିକ ଇଣ୍ଟରନ୍ୟାଶନାଲ ସ୍କୁଲରେ ଜଣେ ଛାତ୍ରଙ୍କୁ ର଼୍ୟାଗିଂ କରାଯାଇଥିବା ମଙ୍ଗଳବାର ଶାସନ ଥାନାରେ ଅଭିଯୋଗ ହୋଇଥିଲ।...

ଅଗ୍ନିକାଣ୍ଡରେ ଦୋକାନ ଜଳିଗଲା

ଖଲ୍ଲିକୋଟ,୧ା୬(ଡି.ଏନ.ଏ.)- ଖଲ୍ଲିକୋଟ ସହର ଧରାକୋଟ ସାହିରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ବାଇଣ୍ଡିଙ୍ଗ୍‌ ଦୋକାନରେ ଅଗ୍ନିକାଣ୍ଡ ଘଟିଛି। ଦୋକାନରେ ଥିବା ଲକ୍ଷାଧିକ ଟଙ୍କାର ବିଦ୍ୟୁତ୍‌ ସାମଗ୍ରୀ...

ଝୁଲୁଛି ବିପଦ

ବାରିପଦା ଅଫିସ,୭ା୩- ବିଦ୍ୟୁତ୍‌ ବିଭାଗର ବେଫିକର ମନୋଭାବ ଯୋଗୁ ବାରିପଦା ସହରର ବିଭିନ୍ନ ସ୍ଥାନରେ ଧନ ଜୀବନର ସୁରକ୍ଷା ନେଇ ଆଶଙ୍କା ସୃଷ୍ଟି ହୋଇଛି। ମୁଣ୍ଡ...

ଭୁବନେଶ୍ୱର ପାଇଁ ଆଗକୁ ବଢ଼ିପାରେ ବିପଦ

ଭୁବନେଶ୍ୱର,୨୭ା୬(ବ୍ୟୁରୋ): ରାଜଧାନୀରେ ସ୍ଥାନୀୟ ଆକ୍ରାନ୍ତ ଓ ବସ୍ତି ସଂକ୍ରମଣ ଚିନ୍ତା ବଢ଼ାଇଲାଣି। ଦିନକୁ ଦିନ ଭୁବନେଶ୍ୱରରେ ସଂକ୍ରମଣ ମାଡ଼ୁଥିବାବେଳେ ବର୍ତ୍ତମାନର ସ୍ଥିତିରୁ ଗୋଷ୍ଠୀ ସଂକ୍ରମଣ ଆଶଙ୍କା...

ଟୋକନ ବ୍ୟବସ୍ଥାକୁ ବିରୋଧ: ୩ ବିଧାୟକଙ୍କ ଘର ଆଗରେ ଧାନ ଗାଡ଼ି ରଖି ଚାଷୀଙ୍କ ବିକ୍ଷୋଭ

ସମ୍ବଲପୁର,୧୯ା୧୧(ବ୍ୟୁରେ): ଧାନ ସଂଗ୍ରହରେ ଟୋକନ ବ୍ୟବସ୍ଥାକୁ ବିରୋଧ କରି ସମ୍ବଲପୁର ଜିଲାର ଚାଷୀମାନେ ଆନ୍ଦୋଳନ ଜାରି ରଖିଛନ୍ତି। ଆନ୍ଦୋଳନର ଦ୍ୱିତୀୟ ଦିନରେ ଅର୍ଥାତ୍‌ ମଙ୍ଗଳବାର ସକାଳୁ...

ପରିବା ଦର ଆକାଶଛୁଆଁ

କେନ୍ଦୁଝର, ୨୮ା୯(ଡି.ଏନ.ଏ.)- କେନ୍ଦୁଝର ପରି ଏକ କୃଷିଭିତ୍ତିକ ଜିଲାରେ ଏବେ ପନିପରିବାର ଦର ଆକାଶଛୁଆଁ ହୋଇଥିବାବେଳେ ଏହାର ସିଧାସଳଖ ପ୍ରଭାବ ଖାଉଟିଙ୍କ ଉପରେ ପଡିଛି। ଲୋକେ...

କିଶୋରନଗର ବ୍ଲକ: କ୍ୱାରାଣ୍ଟାଇନରେ ରହିଲେ ୨୬

ବଇଣ୍ଡା,୧୭।୫(ଡି.ଏନ.ଏ.)-କିଶୋରନଗର ବ୍ଲକ ନୁନୁକାପଶି ପଞ୍ଚାୟତ ବଇଣ୍ଡା ରାମଦେଓ ହାଇସ୍କୁଲଠାରେ ହୋଇଥିବା କ୍ୱାରାଣ୍ଟାଇନ ଗୃହରେ ଶନିବାର ବିଭିନ୍ନ ଜିଲାରୁ ୨୬ ଜଣଙ୍କୁ ରଖାଯାଇଛି। ସେମାନଙ୍କ ମଧ୍ୟରେ ୨୪...

ବିଭିନ୍ନ ହାଟ ବନ୍ଦ, ଯାନବାହନ ଯାଞ୍ଚ

ଆର.ଉଦୟଗିରି,୨୫ା୩(ଡି.ଏନ.ଏ.)- ଆର୍‌.ଉଦୟଗିରି ଓ ସେରଙ୍ଗ ଥାନା ଖଜୁରିପଦା ଫାଣ୍ଡି ପକ୍ଷରୁ ଲକ୍‌ଡାଉନ ଯୋଗୁ ଯାନବାହନ ଯାଞ୍ଚ କଡ଼ାକଡ଼ି କରିବା ସହ ସଚେତନତା ଜାରି ରଖାଯାଇଛି। ସୋମବାର...

Play 250+ Trending Games
Archives

Model This Week

Why Dharitri