ପାଣି କାଦୁଅ ଯୋଗୁ ଜମୁନି ବେପାର

ବଅଁରପାଳ,୧୭ା୬(ଡି.ଏନ.ଏ.)

କରୋନା କଟକଣା ଯୋଗୁ ବଅଁରପାଳ ସାପ୍ତାହିକ ହାଟକୁ ଦୁଇଭାଗ କରିଦିଆଯାଇଛି। ଗୋଟିଏ ହାଟ ପୁରୁଣା ସ୍ଥାନରେ ବସୁଥିବା ବେଳେ ଅନ୍ୟଟି ବଅଁରପାଳ ହାଇସ୍କୁଲ ପଡିଆରେ ବସୁଛି। ତେବେ ହାଇସ୍କୁଲ ପଡ଼ିଆରେ ବ୍ୟବସାୟ ପାଇଁ ବିଶେଷକିଛି ସୁବିଧା ନ ଥିବାରୁ ଏହାକୁ ନେଇ ବ୍ୟବସାୟୀ ଓ ଗ୍ରାହକମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ବିଶେଷକରି ବର୍ତ୍ତମାନ ବର୍ଷା ସମୟରେ ପଡ଼ିଆଟି ପାଣି କାଦୁଅରେ ଭରିଯାଉଛି। ଏପରି ଅବସ୍ଥାରେ ବ୍ୟବସାୟ କରିବା କଷ୍ଟକର ହୋଇପଡ଼ିଥିବା ବ୍ୟବସାୟୀମାନେ ଅଭିଯୋଗ କରିଛନ୍ତି।
ବ୍ୟବସାୟୀମାନଙ୍କ କହିବା ଅନୁଯାୟୀ, ପ୍ରତ୍ୟେକ ମଙ୍ଗଳବାର ବଅଁରପାଳ ସାପ୍ତାହିକ ହାଟ ବସିଥାଏ। ଏଠାରେ ପନିପରିବାଠାରୁ ଆରମ୍ଭ କରି ମନୋହରି ସାମଗ୍ରୀ ଆଦି ବିକ୍ରି କରାଯାଏ। ଗୋତମରା, ବନ୍ଦା, ନୂଆହତା, ବୁଢ଼ାପଙ୍କ, କୁଲାଡ଼, ଗିରାଙ୍ଗ, ତଳମୂଳ, ସନ୍ତ୍ରୀ, ବଉଳିଗଡ଼, କଲଣ୍ଡାପାଳ ସମେତ ଆଖପାଖ ଅଞ୍ଚଳର ଲୋକେ ଏହା ଉପରେ ନିର୍ଭର କରନ୍ତି। କିନ୍ତୁ ଲକ୍‌ଡାଉନ୍‌ ପରଠାରୁ ଏହି ପୁରୁଣା ହାଟକୁ ୨ ଭାଗ କରାଯାଇଛି। ପୂର୍ବ ସ୍ଥାନରେ ଥିବା ହାଟରେ ପିଣ୍ଡିଠାରୁ ପାନୀୟ ଜଳ ଓ କଂକ୍ରିଟ୍‌ ସଡ଼କର ସୁବିଧା ରହିଛି। ଫଳରେ ସେଠାରେ ଭଲ ବ୍ୟବସାୟ ହେଉଥିବା ବେଳେ ନୂଆ ସ୍ଥାନ ହାଇସ୍କୁଲ ପଡ଼ିଆକୁ ଅଧିକ ଗ୍ରାହକ ଆସୁନାହାନ୍ତି। ଏହାଛଡ଼ା ବର୍ଷା ଯୋଗୁ ଏହି ପଡ଼ିଆରେ ପାଣି ଓ କାଦୁଅ ଭରିଯାଇଛି। ଫଳରେ ବ୍ୟବସାୟୀ ଓ ଗ୍ରାହକମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପାଣିରେ ପଶି କିଏ ପରିବା କିଣିବ ବୋଲି ବ୍ୟବସାୟୀମାନେ ପ୍ରଶ୍ନ କରିଛନ୍ତି। ବ୍ୟବସାୟୀ ପ୍ରଦୀପ ବେହେରା ଓ କାଠିଆ ପରିଡା କହିଛନ୍ତି, ପୁରୁଣା ହାଟରେ ଯେଉଁଭଳି ବେପାର ହେଉଥିଲା ଏଠାରେ ତାହା ହେଉନାହିଁ। ସେଠାରେ ବହୁ ସୁବିଧା ରହିଥିଲା। କିନ୍ତୁ ଏଠାରେ ପାଣି ଓ କାଦୁଅ। ତେଣୁ ଦିନମାନ ବସି ରହିଲେ ବି ସେପରି ବେପାର ହେଉନାହିଁ। ଏଥିଯୋଗୁ କ୍ଷତି ସହିବାକୁ ପଡ଼ୁଛି। ଗ୍ରାହକ ପ୍ରକାଶ ଧୀର କହିଛନ୍ତି, ପୂର୍ବରୁ ଗୋଟିଏ ସ୍ଥାନରେ ହାଟ ବସୁଥିଲା। ଏବେ ୨ ମାସ ହେଲା ୨ଟି ସ୍ଥାନରେ ବସୁଛି। ବର୍ଷା କାଦୁଅ ଭିତରେ ଆସି ସ୍କୁଲ ପଡିଆରୁ ପନିପରିବା କିଣିବାକୁ ଆଗ୍ରହ ହେଉନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟ ଯୋଜନା ବୋର୍ଡ ପୁନର୍ଗଠନ ଚର୍ଚ୍ଚା

ଭୁବନେଶ୍ୱର,୧୨।୮(ବ୍ୟୁରୋ): ରାଜ୍ୟ ସରକାର କେତେକ ପ୍ରମୁଖ ପରିଷଦ ଗୁଡ଼ିକର ପୁନର୍ଗଠନ କରିବାକୁ ଯାଉଛନ୍ତି। ଯୋଜନା ଓ ସଂଯୋଜନା ବିଭାଗ ପକ୍ଷରୁ ଏ ନେଇ ତତ୍ପରତା ପ୍ରକାଶ...

୨୪ ଘଣ୍ଟା ମଧ୍ୟରେ ଓଡ଼ିଶା ଛୁଇଁବ ମୌସୁମୀ

ଭୁବନେଶ୍ୱର, ୨୦।୬(ବ୍ୟୁରୋ): ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଓଡ଼ିଶା ଛୁଇଁବ ମୌସୁମୀ ବାୟୁ। ପ୍ରାଥମିକ ପର୍ଯ୍ୟାୟରେ ଏହା ଦକ୍ଷିଣ ଓଡ଼ିଶାରେ ସକ୍ରିୟ ହେବା ପରେ ସାରା...

ବୁଲେଟ୍‌ ପ୍ରୁଫ୍‌ ସଂଗ୍ରହାଳୟ ସୁରକ୍ଷା ଢିଲା

ଚଣ୍ଡିଖୋଲ,୧୦।୧(ଡି.ଏନ.ଏ.): ଯାଜପୁର ଜିଲାର ବୌଦ୍ଧ ହୀରକ ତ୍ରିଭୁଜ ଭାବେ ପରିଗଣିତ ଲଳିତଗିରି, ରତ୍ନଗିରି ଓ ଉଦୟଗିରି ସାରାବିଶ୍ୱରେ ଓଡ଼ିଶାର ପରିଚୟ ସୃଷ୍ଟି କରିଛି। ଏହା ମଧ୍ୟରୁ...

CORONAVIRUS UPDATE: ରାଜ୍ୟରେ ପୁଣି ୧୧୨ ପଜିଟିଭ୍‌ ଚିହ୍ନଟ: ଆକ୍ରାନ୍ତଙ୍କ ସଂଖ୍ୟା ୩,୪୯୮ରେ ପହଞ୍ଚିଲା

ଭୁବନେଶ୍ୱର,୧୨ା୬(ବ୍ୟୁରୋ): ଶୁକ୍ରବାର ରାଜ୍ୟରେ ଆଉ ୧୧୨ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୩,୪୯୮ରେ ପହଞ୍ଚିଥିବା ରାଜ୍ୟ ସୂଚନା...

ବଳକା ରଥକାଠ ପାଇଁ ଜାଗା ନାହିଁ: ଖରା ବର୍ଷାରେ ନଷ୍ଟ ହେଉଛି ରଥଚକ

ପୁରୀ ଅଫିସ, ୧୫ା୬: ପ୍ରତିବର୍ଷ ମହାପ୍ରଭୁଙ୍କ ରଥଯାତ୍ରା ଲାଗି ତିିନୋଟି ରଥ ନିର୍ମାଣ କରାଯାଉଛି। ଏଥିପାଇଁ ଆବଶ୍ୟକ କାଠ ନୟାଗଡ଼ ଏବଂ ଖୋର୍ଦ୍ଧା ବନମଣ୍ଡଳରୁ ଅଣାଯାଇଥାଏ।...

୩୧ ପର୍ଯ୍ୟନ୍ତ ଅଙ୍ଗନଓ୍ବାଡ଼ି କେନ୍ଦ୍ର ବନ୍ଦ

ଭୁବନେଶ୍ୱର,୨।୭ (ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ଦିନକୁ ଦିନ ବଢୁଥିବାରୁ ଓ ବର୍ତ୍ତମାନର ସ୍ଥିତିକୁ ନଜରରେ ରଖି ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ଅଙ୍ଗନଓ୍ବାଡ଼ି କେନ୍ଦ୍ରଗୁଡ଼ିକୁ...

ନୀତି ବିଳମ୍ବ, ଭକ୍ତ ହଇରାଣ

ପୁରୀ ଅଫିସ, ୫ା୧୧: କାର୍ତ୍ତିକ ମାସ ଶୁକ୍ଳପକ୍ଷ ଏକାଦଶୀ ତିଥିରେ ଶୁକ୍ରବାରଠାରୁ ପବିତ୍ର ପଞ୍ଚକ ଆରମ୍ଭ ହୋଇଛି। ପଞ୍ଚକର ପ୍ରଥମ ଦିନରେ ମହାପ୍ରଭୁଙ୍କ ଲକ୍ଷ୍ମୀନାରାୟଣ ବେଶ...

ପରଲୋକରେ ଗୀତିକାର କୁଳମଣି ଦାସ

କଟକ ଅଫିସ, ୩୧ା୧୨- ଗୀତିକବି, ନୃତ୍ୟ ବିଷାରଦ, ଶିଶୁ ସାହିତି୍ୟକ, ଅବସରପ୍ରାପ୍ତ ପ୍ରଧାନଶିକ୍ଷକ, ଆକାଶବାଣୀ ଓ ଦୂରଦର୍ଶନର ସ୍ବୀକୃତିପ୍ରାପ୍ତ ଗୀତିକାର ଏବଂ ମର୍ଦ୍ଦଳ ବାଦକ କୁଳମଣି...

Advertisement
Archives

Model This Week