ପାଠପଢ଼ା ଚିନ୍ତାରେ..

କରୋନା ଲକ୍‌ଡାଉନରେ ପିଲାଙ୍କ ପାଠପଢ଼ାରେ ବି ଯେମିତି ଲାଗିଯାଇଛି ତାଲା। ଯଦିଓ କେତେକ ଶିକ୍ଷାନୁଷ୍ଠାନ ପକ୍ଷରୁ ଏ ସମୟରେ ଅନ୍‌ଲାଇନ୍‌ ପାଠପଢ଼ା ଜାରି ରହିଛି, ହେଲେ ତାହା ପିଲାଙ୍କୁ ସମ୍ପୂର୍ଣ୍ଣ ଭାବେ ପାଠପଢା ସହ ଯୋଡି ରଖିବା ଲାଗି ଯଥେଷ୍ଟ ନୁହେଁ। ପ୍ରାୟ ଅଢ଼େଇ ମାସର ଲକ୍‌ଡାଉନ ପରେ ଆରମ୍ଭ ହୋଇଛି ଅନ୍‌ଲକ୍‌-୧। କିନ୍ତୁ ଜୁଲାଇ ଶେଷ ଯାଏ ଶିକ୍ଷାନୁଷ୍ଠାନ ଖୋଲିବନି। ତେବେ ଏଭଳି ସମୟରେ ପିଲାଙ୍କ ପାଠପଢ଼ାକୁ ନେଇ ଚିନ୍ତାରେ ମାଆମାନେ…

କରୋନା ଲକ୍‌ଡାଉନ୍‌ ପାଇଁ ଖରାଛୁଟିର ଢେର ଦିନ ଆଗରୁ ସ୍କୁଲ, କଲେଜ, କୋଚିଂ ସେଣ୍ଟର ଆଦି ବନ୍ଦ ହୋଇଯାଇଛି। ଆଗକୁ ସ୍କୁଲ ଖୋଲିବ କି ନାହିଁ ସେ ନେଇ କିଛି ସ୍ପଷ୍ଟ ସୂଚନା ମିଳିପାରୁନାହିଁ। ୟା ଭିତରେ ପିଲାଙ୍କ ପାଠପଢ଼ା ପୂରା ଠପ୍‌। ଅବଶ୍ୟ ଅନ୍‌ଲାଇନ୍‌ରେ ପିଲାଙ୍କର ପାଠପଢ଼ା ହେଉଛି, ହେଲେ ଏନେଇ ସନ୍ତୁଷ୍ଟ ନୁହନ୍ତି ଅଭିଭାବକ। ସେଥିପାଇଁ ତ ଏବେ ପିଲାଙ୍କ ପାଠପଢ଼ା ଚିନ୍ତା ଘାରିଛି ମା’ମାନଙ୍କ। ଯଦିଓ ଅନ୍‌ଲକ୍‌-୧ ଆରମ୍ଭ ହୋଇଛି ତଥାପି ସ୍ଥିତି ସୁଧୁରି ନ ଥିବାରୁ କରୋନା ସଂକ୍ରମଣ ଭୟରେ ମା’ମାନେ ବାହାରକୁ ପାଠ ପଢ଼ାଇବା ପାଇଁ ପିଲାଙ୍କୁ ଛାଡ଼ିବାକୁ ଭୟ କରୁଛନ୍ତି। ଆଉ ଏ ସମୟରେ ସ୍କୁଲରେ ପାଠପଢ଼ା ନେଇ ବି ଅନିଶ୍ଚିତତା ଜାରି ରହିଛି। କେବେ ସ୍କୁଲ ଖୋଲିବ ଆଉ ସ୍କୁଲ ଖୋଲିଲେ ପାଠପଢ଼ା କେମିତି ହେବ ସେ କଥା ଭାବି ହେଉନି। ଏପଟେ ଅନେକ ଦିନ ଧରି ପିଲାଙ୍କୁ ଘରେ ଖେଳାବୁଲା କରିବା ପାଇଁ ବି ତ ଛାଡ଼ି ହେବନି। ତେଣୁ କରୋନା ସଂକ୍ରମଣ ନେଇ ସଚେତନ ରହିବା ସହ କିପରି ପାଠ ପଢ଼ାଇହେବ ସେ ନେଇ ଏବେ ଧୀରେ ଧୀରେ ବିକଳ୍ପ ଖୋଜିବା ଆରମ୍ଭ କଲେଣି କିଛି ଗୃହିଣୀ।
ଅନ୍‌ଲାଇନ୍‌ ପାଠପଢ଼ା ସାହାରା: ଏବେ ଅଧିକାଂଶ ସ୍କୁଲରେ ଅନ୍‌ଲାଇନ୍‌ରେ ପାଠପଢ଼ା ହେଉଛି। କଲେଜ ବା ବିଶ୍ୱ ବିଦ୍ୟାଳୟ ସ୍ତରରେ ଅନ୍‌ଲାଇନ୍‌ରେ ଶିକ୍ଷକଙ୍କ ସହ ଯୋଗାଯୋଗ ବା ଇଣ୍ଟରାକ୍ଟିଭ କ୍ଲାସ ହେଉଛି। କିନ୍ତୁ ସ୍କୁଲ ପିଲାଙ୍କୁ ପ୍ରି-ରେକର୍ଡ କ୍ଲାସ କରାଯାଉଛି। ଅଧିକାଂଶ ସ୍ଥାନରେ ହ୍ବାଟ୍ସଆପ୍‌ ବା ଅନ୍ୟ କୌଣସି ଆପ୍‌ ମାଧ୍ୟମରେ ଗ୍ରୁପ ମେସେଜରେ କେବଳ ସିଲାବସ୍‌ ଯୋଗାଇ ଦିଆଯାଇଛି। ହୋମ୍‌ ୱାର୍କ କରି ନିର୍ଦ୍ଦିିଷ୍ଟ ସମୟ ମଧ୍ୟରେ ଦେବାକୁ କୁହାଯାଉଛି। କିନ୍ତୁ ଏହା ଦ୍ୱାରା ଇଣ୍ଟରାକ୍ଟିଭ ବା ପ୍ରଶ୍ନୋତ୍ତର ତଥା ବର୍ଣ୍ଣନା ଓ ଉଦାହରଣ ଦେବା ସମ୍ଭବ ହେଉ ନ ଥିବାରୁ ପିଲାଙ୍କ ବୁଦ୍ଧି ଓ ମାନସିକ ବିକାଶ ବାଧାପ୍ରାପ୍ତ ହେବା ଆଶଙ୍କା ରହିଛି। ବିଶେଷଜ୍ଞଙ୍କ କହିବା କଥା ପ୍ରତ୍ୟକ୍ଷ ଶିକ୍ଷାଦାନ ତୁଳନାରେ ପରୋକ୍ଷ ଅନ୍‌ଲାଇନ୍‌ ଶିକ୍ଷାଦାନ ସେତେଟା ପ୍ରଭାବୀ ନୁହେଁ।
ଚାଲିଛି ଘରୋଇ ଟ୍ୟୁଶନ: ଜୁଲାଇ ପୂର୍ବରୁ ସ୍କୁଲ କଲେଜ ଖୋଲିବାର ନାହିଁ। ଜୁଲାଇ ପରେ ଖୋଲିଲେ ବି ସେତେବେଳକୁ ସ୍ଥିତି କ’ଣ ଥିବ ତାହା କହି ହେଉନି। ତେଣୁ ହୁଏତ ମାସେ ଦି’ମାସ ସ୍ଥିତି ଦେଖିଲା ପରେ ପିଲାଙ୍କୁ ସ୍କୁଲ ପଠାଇ ପାରନ୍ତି ବାପା ମାଆ। ଏଭଳି ସ୍ଥିତିରେ ପାଠକୁ ଛାଡ଼ି ହେବନି। ତେଣୁ ଘରୋଇ ଟ୍ୟୁଶନ୍‌ ଉପରେ ଗୁରୁତ୍ୱ ଦେବା ଆରମ୍ଭ କଲେଣି ମା’ମାନେ। ସାମୂହିକ ଟ୍ୟୁଶନ୍‌ ବଦଳରେ ଶିକ୍ଷକଙ୍କୁ ଘରକୁ ଡାକିବାକୁ ପସନ୍ଦ କରୁଛନ୍ତି ଏମାନେ। ପରେ ସାର୍‌ଙ୍କ ବସିବା ସ୍ଥାନରେ ସୋସିଆଲ୍‌ ଡିଷ୍ଟାନ୍ସ ଓ ସାନିଟାଇଜର ବ୍ୟବସ୍ଥା ମଧ୍ୟ କରୁଥିବା ଦେଖିବାକୁ ମିଳୁଛି।
କ’ଣ କରନ୍ତି ଏମାନେ…
ଆରମ୍ଭ ହେଲାଣି ଟ୍ୟୁଶନ୍‌: -ସୂର୍ଯ୍ୟକାନ୍ତି ସାହୁ, କଣ୍ଟାପଡ଼ା, ଅଡ଼ଶପୁର, କଟକ
ମୋ ପୁଅ ସପ୍ତମ ଶ୍ରେଣୀରେ ପଢୁଛି। ଲକ୍‌ଡାଉନ୍‌ ପାଇଁ ଏତେ ଦିନ ସ୍କୁଲ ପଢ଼ା ପୂରା ବନ୍ଦ। ଅନ୍‌ଲାଇନ୍‌ କ୍ଲାସର ସେମିତି ବିଶେଷ ପ୍ରଭାବ ନାହିଁ। ପିଲାର ଭବିଷ୍ୟତ କଥା ଚିନ୍ତା କରି ଆମେ ଏବେ ତାକୁ ଟ୍ୟୁଶନ୍‌ ପାଇଁ ଗାଁର ଜଣେ ପରିଚିତ ଲୋକଙ୍କ ପାଖକୁ ପଠାଉଛୁ। ବିଶେଷକରି ଗଣିତ ଓ ଇଂଲିଶ ଦୁଇଟି ବିଷୟରେ ସେ ଗତ ମାସରୁ ଟ୍ୟୁଶନ୍‌ ହେଉଛି। ସେଠାରେ ତା’ର ସୁରକ୍ଷା ପ୍ରତି ଟ୍ୟୁଶନ ଶିକ୍ଷକ ବେଶ୍‌ ସଚେତନ। ଏହା ସହିତ ଆମେ ବି ତାକୁ ସାନିଟାଇଜର ସାଙ୍ଗରେ ଦେଇ ପଠାଉଛୁ। ଏହା ବ୍ୟତୀତ ଘରେ ମଧ୍ୟ ମୁଁ ନିଜେ ବି ଅନ୍ୟ ବିଷୟଗୁଡିକୁ ପଢ଼ାଉଛି।
ସ୍କୁଲ ଖୋଲିବାକୁ ଅପେକ୍ଷା:
-ସୀମା ପାଣି,
ଚକେଇସିହାଣୀ, ଭୁବନେଶ୍ୱର
କରୋନା ଡରରେ ପିଲାଙ୍କ ପାଠ ପଢା ଏତେଦିନ ଧରି ବନ୍ଦ ରହିବା ବି ଠିକ୍‌ ନୁହେଁ। ତା’ଛଡା ମୋ ପୁଅର ଅନ୍‌ଲାଇନ୍‌ ପାଠପଢ଼ା ବି ହେଉନି। ସେମାନଙ୍କର କେବଳ ହୋମୱାର୍କ ଦିଆଯାଇଥିଲା। ସେସବୁ ସରିବା ପରେ ଘରେ ଏକା ଏକା ପଢିଲେ ପାଠ ପଢାରେ ମନ ଲାଗିବ ନାହିଁ। ସେଥିପାଇଁ ତାକୁ ଏବେ ଟ୍ୟୁଶନ୍‌ ସାର୍‌ଙ୍କ ପାଖକୁ ପଠାଉଛି। ସେଠାରେ ସେ ସବୁ ବିଷୟ ପଢୁଛି। ଯଦିଓ ଜୁଲାଇ ଶେଷ ଯାଏ ସ୍କୁଲ ବନ୍ଦ ରହିବ, ତେବେ କେବେ ଖୋଲିବ ତାହା ନେଇ ମନରେ ଦ୍ୱନ୍ଦ୍ୱ ସୃଷ୍ଟି ହେଲାଣି। ତା’ ଛଡ଼ା ପିଲାଙ୍କୁ ସ୍କୁଲକୁ ପଠାଇବାକୁ ବି ଡର ଲାଗୁଛି। ସ୍କୁଲ ଖୋଲିଲେ ପରିସ୍ଥିତି କ’ଣ ଅଛି ଦେଖିବା ପରେ ପିଲାଙ୍କୁ ସ୍କୁଲ ପଠେଇବି କି ନାହିଁ ଚିନ୍ତା କରିବି।

ଡିଜିଟାଲ୍‌ ନୁହେଁ ଫିଜିକାଲ ଏନ୍‌ଗେଜ୍‌ମେଣ୍ଟ ଜରୁରୀ
ପିଲାଙ୍କର ମାନସିକ ଆଉ ଶାରୀରିକ ବିକାଶରେ ମା’ମାନଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ। ବର୍ତ୍ତମାନ ଲକ୍‌ଡାଉନ୍‌ ସମୟରେ ପିଲାଙ୍କର ସମସ୍ତ ପ୍ରକାରର ନେଗେଟିଭ୍‌ ଗୁଣକୁ ମା’ମାନେ ହିଁ ଅଧିକ ସାମ୍ନା କରନ୍ତି। ତେଣୁ ଛୁଆଙ୍କର ଭବିଷ୍ୟତ କିପରି ଗଢ଼ିବେ ସେନେଇ ସେମାନଙ୍କର ଭୂମିକା ବେଶ୍‌ ଗୁରୁତ୍ୱପୂର୍ଣ୍ଣ। ଏବେ ମା’ମାନେ ବିଶେଷଭାବେ ପିଲାଙ୍କର ପାଠପଢ଼ାକୁ ନେଇ ଚିନ୍ତିତ। କିନ୍ତୁ ପିଲାମାନଙ୍କୁ ସିଧାସଳଖ ପାଠ ପଢ଼ କହିଲେ ସେମାନେ ପଢ଼ିବା ପାଇଁ ସେତେଟା ଆଗ୍ରହ ଦେଖାଇବେ ନାହିଁ ବୋଲି କହନ୍ତି ମନୋବିଜ୍ଞାନୀ । ତେଣୁ ପିଲାମାନଙ୍କୁ ଏଡୁଏଣ୍ଟରଟେନମେଣ୍ଟ ସିଷ୍ଟମରେ ପାଠ ପଢାଇବାକୁ ପଡ଼ିବ। କାରଣ ଅନ୍‌ଲାଇନ୍‌ରେ ପାଠପଢ଼ା ଏକ ତରଫା ହେଉଥିବାରୁ ଏହା ପିଲାଙ୍କ ପାଇଁ ବହୁତ ବୋରିଂ। ସେଥିପାଇଁ ଅନ୍‌ଲାଇନ୍‌ରେ ପିଲା ପାଠ କମ୍‌ ପଢ଼ି ବେଶି ସମୟ ଭିଡିଓ ଗେମ୍‌ ଦେଖିବ। ତେଣୁ ଏ ସମୟରେ ମା’ମାନେ କେତେଗୁଡ଼ିଏ ଦିଗ ପ୍ରତି ଧ୍ୟାନଦେବା ଉଚିତ।
– ପିଲାଙ୍କୁ ଡିଜିଟାଲ୍‌ ଏନ୍‌ଗେଜ୍‌ମେଣ୍ଟ ବଦଳରେ ଫିଜିକାଲ୍‌ ଏନ୍‌ଗେଜ୍‌ମେଣ୍ଟ କରନ୍ତୁ। ପିଲାଙ୍କୁ ଯେଉଁ ସ୍ଥାନକୁ ପଠାଇହେବ ସେଠାକୁ ଖେଳିବା ପାଇଁ ପଠାନ୍ତୁ ଓ ନିଜ ପାଖରେ ଘରର ଛୋଟ ମୋଟ କାମରେ ସାହାଯ୍ୟ ପାଇଁ କୁହନ୍ତୁ। ଏହା ଫଳରେ ପିଲାଙ୍କର ଦାୟିତ୍ୱବୋଧ ସୃଷ୍ଟି ହେବ ଓ ସେମାନଙ୍କର ବ୍ରେନକୁ ଏକ ଗ୍ୟାପ ମିଳିବ। ତେଣୁ ସେମାନଙ୍କ ବ୍ରେନ ଅଧିକ ଇନ୍‌ଫରମେଶନ୍‌ ନେଇପାରିବ।
– ପିଲାଙ୍କର ବିଶ୍ୱାସ ଜିତିବାକୁ ଚେଷ୍ଟା କରନ୍ତୁ। କାରଣ ସବୁ ବୟସରେ ପିଲାଙ୍କୁ ନିଜ ପାଇଁ ଏକ ସ୍ବତନ୍ତ୍ରତା ଦରକାର। ତେଣୁ ମା’ମାନେ ସେଭଳି କାମ କରିବା ଉଚିତ, ଯାହାଫଳରେ ପିଲାମାନେ ସେମାନଙ୍କୁ ରୋଲ ମଡେଲ ଭାବିପାରିବେ। ଏଥିପାଇଁ ମା’ମାନେ ପିଲାମାନଙ୍କ ରୁଚିର ଖାଦ୍ୟ କରିବା କିମ୍ବା ସେମାନଙ୍କ ପାଇଁ କିଛି ଜିନିଷ କିଣିବା ଭଳି କାମ କଲେ ସେମାନଙ୍କୁ ଭଲ ଲାଗିବ।
– ମା’ମାନେ ଏବେ ଲକ୍‌ଡାଉନ୍‌ରେ ପିଲାଙ୍କ ସହ ବେଶି ସମୟ କଟାଇବାର ସୁଯୋଗ ପାଉଛନ୍ତି। ତେଣୁ ସେମାନଙ୍କ କାର୍ଯ୍ୟକଳାପକୁ ଲକ୍ଷ୍ୟ କଲେ ସେମାନଙ୍କର କେଉଁ କାମରେ ଅଧିକ ଆଗ୍ରହ ରହିଛି ଜାଣିପାରିବେ। ସେମାନଙ୍କ ରୁଚି ଅନୁସାରେ ସେମାନଙ୍କୁ ସୁବିଧା ସୁଯୋଗ ଦେବାପାଇଁ ଚେଷ୍ଟା କରନ୍ତୁ। ଫଳରେ ସେମାନଙ୍କର ସୃଜନାତ୍ମକ ଶକ୍ତି ବୃଦ୍ଧି ପାଇବ।
– ପ୍ରଫେସର କଳ୍ପନା ସାହୁ, ମନୋବିଜ୍ଞାନୀ, ଜାଭିୟର ବିଶ୍ୱବିଦ୍ୟାଳୟ


Enter your email to get our daily news in your inbox.

All Right Reserved By Dharitri.Com

ବାହୁଡ଼ା ଯାତ୍ରାରେ ଅନନ୍ତଙ୍କ ଘରେ ଅଲୌକିକ ଦୃଶ୍ୟ: ପାଣି ଗରାରେ ଦର୍ଶନ ଦେଲେ ମହାପ୍ରଭୁ ଜଗନ୍ନାଥ

କୃଷ୍ଣପ୍ରସାଦ,୨୫ା୭(କୈଳାଶ ଚନ୍ଦ୍ର ପଟ୍ଟନାୟକ ): ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ସହାବାଜପୁର ଗ୍ରାମରେ ଏକ ଅଲୌକିକ ଘଟଣା ଦେଖିବାକୁ ମିଳିଛି। ବାହୁଡ଼ା ଯାତ୍ରା ଦିନ ସେହି…

କଳାହାଣ୍ଡିରେ ବିଜେଡିକୁ ବଡ଼ ଝଟ୍‌କା: ପଦ୍ମ ଧରିଲେ ଜିଲା ପରିଷଦ ଅଧ୍ୟକ୍ଷଙ୍କ ସହ ଶତାଧିକ ନେତା

ଭବାନୀପାଟଣା,୨୫ା୭(ଉତ୍ତମ କୁମାର ଦାଶ): କଳାହାଣ୍ଡିରେ ଦୁର୍ବଳ ହେଉଛି ବିଜୁ ଜନତା ଦଳ (ବିଜେଡି)। ଜିଲାରେ କ୍ଷମତାରୁ ଅପସାରିତ ହୋଇଥିବା ବିଜେଡିକୁ ଏକ ବଡ଼ଧରଣର ରାଜନୈତିକ ଝଟ୍‌କା ଲାଗିଛି।…

କିଏ ହେବେ ଦେଶର ନୂଆ ଶିକ୍ଷାମନ୍ତ୍ରୀ? ଧର୍ମେନ୍ଦ୍ରଙ୍କ ଇସ୍ତଫା ପରେ ମୋଦୀ କ୍ୟାବିନେରେ ହଲଚଲ, ସାମ୍ନାକୁ ଆସିଲା ବଡ଼ ନାଁ!

ନୂଆଦିଲ୍ଲୀ,୨୫।୭: ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ପରେ ଏବେ ଚର୍ଚ୍ଚା ହେଉଛି ଯେ ଦେଶର ପରବର୍ତ୍ତୀ ଶିକ୍ଷାମନ୍ତ୍ରୀ କିଏ ହେବେ। ମୋଦୀ କ୍ୟାବିନେଟ୍‌ରେ କେତେକ ନାମକୁ ନେଇ ବିଚାର-ବିମର୍ଶ…

ରାଜ୍ୟଗୋଷ୍ଠୀ କ୍ରୀଡ଼ା: ସ୍ବାନ ଜିତିଲେ ପ୍ରଥମ ସ୍ବର୍ଣ୍ଣ

ଗ୍ଲାସଗୋ,୨୫ା୭: ଇଂଲଣ୍ଡର ମାର୍କ ସ୍ବାନ ଚଳିତ ଗ୍ଲାସ୍‌ଗୋ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ପ୍ରଥମ ସ୍ବର୍ଣ୍ଣ ବିଜେତା ହୋଇଛନ୍ତି। ଲାଇଟ୍‌ଓ୍ବେଟ୍‌ ପାଓ୍ବାରଲିଫ୍ଟିଙ୍ଗ ପ୍ରତିଯୋଗିତାରେ ସେ ୨୨୨କେଜି ଉତ୍ତୋଳନ କରି ପ୍ରଥମ…

କୁଲାଡ ରଥଯାତ୍ରା: ତିନି ଠାକୁରଙ୍କ ସୁନାବେଶ: ପ୍ରଥମ ଥର ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ

ଭଞ୍ଜନଗର, ୨୫।୭ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଅନ୍ତର୍ଗତ କୁଲାଡ଼ସ୍ଥିତ ଭଞ୍ଜ ରାଜବଂଶ ପକ୍ଷରୁ ପ୍ରତିଷ୍ଠିତ ଶ୍ରୀଜଗନ୍ନାଥ ମନ୍ଦିର ଏକ ଇତିହାସ ପ୍ରସିଦ୍ଧ ଧାର୍ମିକ…

ରଥ ଉପରେ ସୁନାବେଶରେ ଦର୍ଶନ ଦେଉଛନ୍ତି ଶ୍ରୀବିଗ୍ରହ

ପୁରୀ,୨୫ା୭: ଆଜି ଆଷାଢ଼ ଶୁକ୍ଳ ଏକାଦଶୀ ତିଥି। ଶ୍ରୀମନ୍ଦିର ସ୍ବତ୍ୱଲିପି ଅନୁଯାୟୀ, ତିନିରଥରେ ମହାପ୍ରଭୁଙ୍କ ସୁନାବେଶ ତଥା ରାଜରାଜେଶ୍ୱର ବେଶ ଆରମ୍ଭ ହୋଇଯାଇଛି। ରଥାରୂଢ଼ ଚତୁର୍ଦ୍ଧାବିଗ୍ରହ ମହଣ…

ଯୌତୁକ ପାଇଁ ସ୍ତ୍ରୀ ଙ୍କୁ ହତ୍ୟା ଉଦ୍ୟମ, ମୁହଁରେ ତକିଆ ଚାପିଥିବା ଅଭିଯୋଗ : ସ୍ବାମୀ ଗଲେ ଜେଲ                                        

ଦିଗପହଣ୍ଡି,୨୫|୭(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ଖଜୁରୀପଲ୍ଲୀ ଗ୍ରାମର ପୁଷ୍ପା ସେଠୀ(୨୭) ଙ୍କୁ ଅଧିକା ଯୌତୁକ ପାଇଁ ଶାରୀରିକ ଓ ମାନସିକ…

ଗୋଟେ ପଟେ ଇସ୍ତଫା ଦେଲେ ଧର୍ମେନ୍ଦ୍ର ପ୍ରଧାନ, ଅନ୍ୟପଟେ ଭାଇରାଲ ହେଉଛି ମୋଦିଙ୍କ ପୋଷ୍ଟ

ନୂଆଦିଲ୍ଲୀ,୨୫।୭: ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ଏବଂ ଏହା ସହିତ, ‘କକ୍ରୋଚ ଜନତା ପାର୍ଟି’ – ଯାହା ଏକ ମାସରୁ ଅଧିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri