Posted inଖେଳ

ପାକିସ୍ତାନରେ ଅନଅଫିସିଆଲ ଭାରତୀୟ କବାଡ଼ି ଦଳ

ଅମ୍ରିତସର,୧୦।୨- ଭାରତରୁ ୬୦ ଜଣିଆ ସର୍କଲ କବାଡ଼ି ଦଳ ପାକିସ୍ତାନ ଦ୍ୱାରା ଆୟୋଜିତ ପ୍ରଥମ କବାଡ଼ି ବିଶ୍ୱକପ୍‌ ୨୦୨୦ରେ ଭାଗ ନେଇଛନ୍ତି। ଏହି ଇଭେଣ୍ଟ ସର୍କେଲ ଫର୍ମାଟରେ ଖେଳାଯାଏ। କ୍ରୀଡ଼ା ମନ୍ତ୍ରଣାଳୟଠାରୁ କୌଣସି ଅନୁମତି ନ ନେଇ ପାକିସ୍ତାନ ଗସ୍ତ କରିଥିବାରୁ ବିବାଦ ଦେଖାଦେଇଛି। ଇଭେଣ୍ଟ ପାଇଁ ଭାରତ ତା’ର କୌଣସି ଅଫିସିଆଲ ଦଳ ପଠାଇବାକୁ ମନା କରି ଦେଇଥିଲା। ଆମେଚର କବାଡ଼ି ଫେଡେରେଶନ ଅଫ୍‌ ଇଣ୍ଡିଆ (ଏକେଏଫ୍‌ଆଇ) ମଧ୍ୟ ମନ୍ତ୍ରଣାଳୟ ନିଷ୍ପତ୍ତିକୁ ବିରୋଧ କରି ନ ଥିଲା। ପ୍ରଥମ ଥର ପାକିସ୍ତାନ ଏଭଳି ଇଭେଣ୍ଟ ଆୟୋଜନ କରୁଛି। ଟୁର୍ନାମେଣ୍ଟ ପୋଷ୍ଟରରେ ୧୦ ଦେଶ ଅଂଶଗ୍ରହଣ କରୁଥିବା ଦେଖାଯାଇଛି। ଏଥିରେ ଭାରତ, ଅଷ୍ଟ୍ରେଲିଆ, ଇଂଲଣ୍ଡ, କାନାଡା, ଜର୍ମାନୀ, ଇରାନ, କେନିୟା, ସିରା ଲେଓନ ଓ ଆଜରବାଇଜାନ ଅଂଶଗ୍ରହଣ କରିବେ ବୋଲି କୁହାଯାଇଥିଲା। ୮ ଦିନ ଧରି ଚାଲିବାକୁ ଥିବା ଟୁର୍ନାମେଣ୍ଟ ରବିବାର ଲାହୋରସ୍ଥିତ ପଞ୍ଜାବ ଷ୍ଟାଡିୟମରୁ ଆରମ୍ଭ ହୋଇଛି। ଚାମ୍ପିୟନ ଦଳକୁ ୧ କୋଟି ପାକିସ୍ତାନ ଟଙ୍କା ପୁରସ୍କାର ସ୍ବରୂପ ଦିଆଯିବ। ସର୍କେଲ ଫର୍ମାଟର କବାଡ଼ି ପ୍ରାୟତଃ ପଞ୍ଜାବରେ ଖେଳାଯାଏ। ଏଥିରେ ୧୦ ଜଣ ଖେଳାଳି ଥାଆନ୍ତି। ୪ ଜଣ ବଦଳ ଖେଳାଳିଙ୍କୁ ମଧ୍ୟ ରଖାଯାଇଥାଏ। ଭାରତରୁ ୬୦ ଖେଳାଳିଙ୍କୁ ଆମନ୍ତ୍ରଣ ଦିଆଯାଇଥିବାରୁ ପାକିସ୍ତାନରେ ମଧ୍ୟ ବିବାଦ ଦେଖାଦେଇଛି। ଏ ନେଇ ପାକିସ୍ତାନ ସ୍ପୋଟର୍‌ସ ବୋର୍ଡ (ପିଏସ୍‌ବି)କୁ ଦାୟୀ କରିଛି ପାକିସ୍ତାନ ଆମେଚର ସର୍କେଲ କବାଡି ଫେଡେରେଶନ (ପିଏସିକେଏଫ୍‌)।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

୪୪ତମ ଚେସ୍‌ ଅଲିମ୍ପିଆଡ୍‌ରୁ ଓହରିଲା ପାକିସ୍ତାନ

ଇସ୍‌ଲାମାବାଦ୍‌/ନୂଆଦିଲ୍ଲୀ,୨୮ା୭: ଚେନ୍ନାଇରେ ଗୁରୁବାରଠାରୁ ଆରମ୍ଭ ହୋଇଥିବା ୪୪ତମ ଚେସ୍‌ ଅଲିମ୍ପିଆଡ୍‌ରୁ ଓହରିଯାଇଛି ପାକିସ୍ତାନ। ଜମ୍ମୁ-କଶ୍ମୀର ବାଟ ଦେଇ ପ୍ରତିଯୋଗିତାର ଟର୍ଚ୍ଚ ରିଲେ ଯାଇଥିବାରୁ ପ୍ରତିବାଦ ସ୍ବରୂପ...

ଆସନ୍ତାବର୍ଷ ଜୁନ୍‌ରେ ଏସିଆ କପ୍‌ ଆୟୋଜନ ସମ୍ଭାବନା

ନୂଆଦିଲ୍ଲୀ,୧୦।୭: ଚଳିତ ବର୍ଷ ଏସିଆକପ୍‌ କ୍ରିକେଟ ଟୁର୍ନାମେଣ୍ଟ ସ୍ଥଗିତ ରହିବା ସ୍ପଷ୍ଟ ହୋଇଛି। ଏହି ଟୁର୍ନାମେଣ୍ଟ ଆସନ୍ତାବର୍ଷ ଜୁନ୍‌ରେ ଆୟୋଜନ କରିବାକୁ ଯୋଜନା ହେଉଛି ଓ...

ଟାଏକୋଣ୍ଡୋ ବ୍ୟାପାର ବୁଝିବା ଲାଗି ଆଡହକ୍‌ କମିଟି

ନୂଆଦିଲ୍ଲୀ, ୧୩ା୭ (ପି.ଟି.)-ଦେଶରେ ଟାଏକୋଣ୍ଡୋ ବ୍ୟାପାର ବୁଝାଶୁଝା କରିବା ଲାଗି ଭାରତୀୟ ଅଲିମ୍ପିକ ଆସୋସିଏଶନ (ଆଇଓଏ) ଏକ ଆଡହକ୍‌ କମିଟି ଗଠନ କରିଛି। ଏହା ୬ମାସ...

ମା’ଙ୍କ ଜନ୍ମଦିନରେ ବଡ ଉପହାର ଭେଟି ଦେଲେ ସିନ୍ଧୁ

ବାସେଲ, ୨୫।୮: ସୁଇଜରଲାଣ୍ଡର ବାସେଲଠାରେ ଚାଲିଥିବା ବ୍ୟାଡମିଣ୍ଟନର ବିଡବ୍ଲୁଏଫ ବିଶ୍ୱ ଚାମ୍ପିୟନଶିପରେ ସ୍ବର୍ଣ୍ଣ ପଦକ ଜିତି ଇତିହାସ ସୃଷ୍ଟି କରିଛନ୍ତି ଭାରତୀୟ ମହିଳା ବ୍ୟାଡମିଣ୍ଟନ ଖେଳାଳି...

ବାଧାଦୌଡ଼ ବିଶ୍ୱ ରେକର୍ଡ ଭାଙ୍ଗିଲେ ମହମ୍ମଦ

ଡେସ ମୋଇନେସ(ଆମେରିକା),୨୯।୭(ଏଏଫ୍‌ପି)- ଅଲିମ୍ପିକ୍‌ ଚାମ୍ପିୟନ ଦାଲିଲା ମହମ୍ମଦ ଦୀର୍ଘଦିନ ହେଲା ତିଷ୍ଠି ରହିଥିବା ରେକର୍ଡ ଭଙ୍ଗ କରିଛନ୍ତି। ୟୁଏସ୍‌ ଚାମ୍ପିୟନଶିପ ୪୦୦ ମିଟର ମହିଳା ବାଧାଦୌଡ଼...

ଲକ୍‌ଡାଉନ ପରେ ବୋଲରମାନେ ଲୟକୁ ଫେରିବା କଷ୍ଟକର: ଲି

ମୁମ୍ବାଇ,୨୭।୫(ପି.ଟି.): ଲକ୍‌ଡାଉନ ଉଠିବା ପରେ ବୋଲରମାନେ ସେମାନଙ୍କ ଲୟ ଫେରିପାଇବା ପାଇଁ ସଂଘର୍ଷ କରିବେ ଓ ଏହା କଷ୍ଟକର ବୋଲି ପୂର୍ବତନ ଅଷ୍ଟ୍ରେଲିଆ ଦ୍ରୁତ ବୋଲର...

ଭାରତ ଫେରିବା ପରେ ବିଏମ୍‌ଡବ୍ଲୁ କିଣିଲେ ଏହି ଖେଳାଳି

ଟିମ ଇଣ୍ଡିଆର ଦ୍ରୁତ ବୋଲର ମହମ୍ମଦ ସିରାଜ ଅଷ୍ଟ୍ରେଲିଆରୁ ଆସିବା ମାତ୍ରେ ବିଏମଡବ୍ଲୁ କାର କିଣଛନ୍ତି। ବର୍ଡର-ଗାଭାସ୍କର ଟ୍ରଫିର ଦ୍ୱିତୀୟ ଟେଷ୍ଟରେ ଡେବ୍ୟୁ କରିଥିବା ସିରାଜ...

ମେକ୍‌ଟିକ-ପାଭିକ୍‌ଙ୍କୁ ଟାଇଟଲ

ଲଣ୍ଡନ,୧୧।୭: ଓ୍ବିମ୍ବେଲଡନ ପୁରୁଷ ଡବଲ୍ସ ଇଭେଣ୍ଟରେ କ୍ରୋଏସିଆ ଯୋଡି ନିକୋଲା ମେକ୍‌ଟିକ ଓ ମାଟେ ପାଭିକ୍‌ ଟାଇଟଲ ହାସଲ କରିଛନ୍ତି। ଟପ୍‌ ସିଡ୍‌ ମାନ୍ୟତା ପାଇଥିବା...

Advertisement
Archives

Model This Week