ପାକିସ୍ତାନକୁ ଧୋକା ଦେଲା ଚାଇନା

ଇସ୍‌ଲାମାବାଦ,୫ ।୪: ଚାଇନାରୁ ଆରମ୍ଭ ହୋଇଥିବା କରୋନା ଭାଇରସ ଏବେ ଏକ ପ୍ରକାର ସାରା ବିଶ୍ୱକୁ ବ୍ୟାପି ଗଲାଣି କହିଲେ ଚଳେ । ତେବେ ଏହି ଭାଇରସଠାରୁ ଦୂରେଇ ରହିବାକୁ ମାସ୍କ ଓ ସାନିଟାଇଜର ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଥିବା ବେଳେ ଏହାର ଚାହିଦା ବଢିଯାଇଥିଲା । ପାକିସ୍ତାନରେ ବହୁପରିମାଣରେ ମାସ୍କ ଆବଶ୍ୟକ ପଡିବାରୁ ଚାଇନା ତା’ର ବନ୍ଧୁ ପାକିସ୍ତାନକୁ ମାସ୍କ ଦେବାକୁ କହିଥିଲା । ହେଲେ ଏଥିରେ ଚାଇନା ପାକିସ୍ତାନକୁ ଧୋକା ଦେଇଛି ବୋଲି ଜଣାପଡିଛି । କାହିଁକିନା ଚାଇନାରୁ ପାକିସ୍ତାନକୁ ଯେଉଁ ମାସ୍କ ଆସିଛି ତାହା ଅଣ୍ଡରଗାର୍ମେଣ୍ଟରେ ତିଆରି ବୋଲି କହିଛି ପାକିସ୍ତାନ । ଏହା ପହଞ୍ଚିବା ପରେ ଏହି ଖବର ପାକିସ୍ତାନ ଗଣମାଧ୍ୟମର ଶିରୋନାମାକୁ ଚାଲି ଆସିଥିବା ଜଣାପଡିଛି । ଏମିତି ମାସ୍କ ବ୍ୟବହାର କରିବାକୁ ପାକିସ୍ତାନର ଡାକ୍ତରମାନେ ମଧ୍ୟ ମନା କରିଦେଇଥିବା ଜଣାପଡିଛି । ତେବେ ଏନ୍‌-୯୫ ମାସ୍କ ପରିବର୍ତ୍ତେ ପାକିସ୍ତାନ ଏହି ମାସ୍କକୁ ନେଇ ଚାଇନା ଉପରେ ଖପ୍ପା ହୋଇଛି । ଏହା ଆଦୌ ସୁରକ୍ଷିତ ନୁହେଁ ବୋଲି କହିଛି ପାକିସ୍ତାନ । ସୂଚନାଯୋଗ୍ୟ, ଏହା ପୂର୍ବରୁ ମାସ୍କକୁ ନେଇ ଚାଇନା ଉପରେ ଅଭିଯୋଗ ଆଣିଥିଲା ୟୁରୋପ । ଏହାକୁ ଦେଖି ନେଦରଲ୍ୟାଣ୍ଡସ୍ ଓ ସ୍ପେନ ଚାଇନାରୁ ମାସ୍କ ମଗାଇବାକୁ ମନା କରି ଦେଇଥିଲା ବୋଲି କୁହାଯାଏ ।


Enter your email to get our daily news in your inbox.

All Right Reserved By Dharitri.Com

କରୋନା ଯୋଗୁ ଫିକା ପଡିଲା ବୌଦ୍ଧର ପ୍ରସିଦ୍ଧ ରାମଲୀଳା

ବୌଦ୍ଧ, ୨ା୪(ସ୍ବ.ପ୍ର):  ବୌଦ୍ଧ ଜିଲାର ଗଣପର୍ବ ରାମଲୀଳା କରୋନା ଯୋଗୁ ଫିକା ପଡିଛି। ରାମଲୀଳା ଯାତ୍ରା ଆୟୋଜନ ସମ୍ଭବ ନ ଥିବାରୁ ନାଟକ ପ୍ରଦର୍ଶନକୁ ବନ୍ଦ...

ବିସିଜି ଟୀକା ଦିଆଯାଇଥିବା ଦେଶରେ କରୋନା ଆତଙ୍କ ହେବ କମ୍‌: ଭାରତରେ ଅଧିକ କ୍ଷତିର ନାହିଁ ଆଶଙ୍କା !

ନୂଆଦିଲ୍ଲୀ/ମେଲବୋର୍ନ,୧।୪: ଯେଉଁ ଦେଶରେ ଟିବି ପାଇଁ  ପ୍ରତିଷେଧକ ଟୀକା ବିସିଜି(ବାସଲି କାଲାମେଟ୍‌-ଗ୍ୟୁରିନ୍‌)ର ବ୍ୟବହାର କରାଯାଇଛି ସେସବୁ ଦେଶରେ କରୋନା ଆତଙ୍କ କମ ଦେଖାଯିବ ବୋଲି ନ୍ୟୁୟର୍କ...

୩ ହଜାର ବର୍ଷ ପୁରୁଣା ମମି କଣ୍ଠରୁ ସୃଷ୍ଟି ହେଲା ଶବ୍ଦ

ବର୍ଲିନ୍‌,୨୦।୨: ଜୀବନ୍ତ ମଣିଷ କଣ୍ଠରୁ ଶବ୍ଦ ସୃଷ୍ଟି ହୋଇଥାଏ। ତେବେ ଏବେ କିଛି ଗବେଷକ ୩ ହଜାର ବର୍ଷ ତଳର ଇଜିପ୍ଟର ଏକ ମମି କଣ୍ଠରୁ...

ଆମେରିକା, ଚାଇନାଠାରୁ ଭାରତରେ କରୋନା ମୃତ୍ୟୁହାର ଅଧିକ !

ନୂଆଦିଲ୍ଲୀ,୧୨।୪: କରୋନା ଭାଇରସ ଏବେ ୨ଶହରୁ ଊର୍ଦ୍ଧ୍ୱ ଦେଶକୁ ତା’ କବଳକୁ ନେଇ ସାରିଥିବା ବେଳେ ଭାରତ ମଧ୍ୟ ଏଥିରୁ ବାଦ୍‌ ପଡିନାହିଁ। ଚାଇନାରୁ ଆରମ୍ଭ...

ଶ୍ରୀଲଙ୍କା ଆକ୍ରମଣରେ ମୃତକଙ୍କ ଭାଇରାଲ ହୋଇଥିବା ଫଟୋ ୧୩ ବର୍ଷର ପୁରୁଣା

କଲମ୍ବୋ,୨୯।୪: ଶ୍ରୀଲଙ୍କାରେ ଏପ୍ରିଲ ୨୧ ଇଷ୍ଟର ଉତ୍ସବ ପାଳିତ ହେଉଥିବା ବେଳେ ସିରିଏଲ ବିସ୍ଫୋରଣ ହୋଇଥିଲା। ଏହି ଆକ୍ରମଣରେ ୨୫୩ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫ଶହରୁ...

ଇରାନ ଉପରେ କଠୋର କଟକଣା

ଓ୍ବାଶିଂଟନ,୯ା୧: ଇରାନ ଉପରେ ଆମେରିକା ପୂର୍ବରୁ କେତେକ କଟକଣା ଜାରି କରିଥିବାବେଳେ ବୁଧବାର ରାତିରେ ଆହୁରି କେତୋଟି କଠୋର କଟକଣା ଲାଗୁ କରିବା ପାଇଁ ଘୋଷଣା...

ଗର୍ଭିଣୀ ମଇଁଷିର ଜୀବନ ଭିକ୍ଷା

ବେଜିଂ: ଲୁହରେ ଲତପତ ଆଖି। ମୁହଁରେ ସ୍ପଷ୍ଟ ଭାବେ ବାରି ହୋଇପଡୁଛି ବଞ୍ଚତ୍ବାର ଅଭିଳାଷ। ସେଇଥିପାଇଁ ଗୋଡ଼ ଭାଙ୍ଗି ଜୀବନ ଫେରାଇ ଦେବାକୁ କଂସେଇଖାନାର କର୍ମଚାରୀଙ୍କୁ...

କରୋନା ଟେଷ୍ଟ କଲେ ମୁଖ୍ୟମନ୍ତ୍ରୀ

ଅମରାବତୀ,୧୭।୪: ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଓ୍ବାଇଏସ୍‌ ଜଗନମୋହନ ରେଡ୍ଡୀ ଶୁକ୍ରବାର ତାଙ୍କର କୋଭିଡ-୧୯ ଟେଷ୍ଟ କରାଇଛନ୍ତି। ତେବେ ତାଙ୍କର ରିପୋର୍ଟ ନେଗେଟିଭ ଆସିଥିବା ଜଣାପଡିଛି। ରାପିଡ ଟେଷ୍ଟ...

Coronavirus Update


Archives

Model This Week

Why Dharitri