Posted inଜାତୀୟ

ପାକିସ୍ତାନକୁ ଚେତାଇଲା ଭାରତ :ଆତଙ୍କବାଦ ବିରୋଧରେ ଶକ୍ତ ହୁଅ

ନୂଆଦିଲ୍ଲୀ,୨୩ା୬(ପି.ଟି.) : ପାକିସ୍ତାନ ଆତଙ୍କବାଦ ବିରୋଧରେ ଶକ୍ତହୋଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଭାରତ କହିଛି। ଆତଙ୍କବାଦୀଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବା ଓ ସେମାନଙ୍କୁ ନିଜ ମାଟିରେ ପ୍ରୋତ୍ସାହନ ଦେବା ବନ୍ଦ ନ କଲେ ପରିଣାମ ଭୟାବହ ହେବ ବୋଲି ଭାରତ ଚେତାଇ ଦେଇଛି। ଏଫ୍‌ଏଟିଏଫ୍‌ (ଫାଇନାନ୍ସିଆଲ ଆକ୍ସନ୍‌ ଟାସ୍କଫୋର୍ସ)ର ୨୭ ସୂତ୍ରୀ ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବା ସହ ସେପ୍ଟେମ୍ବର ମାସ ସୁଦ୍ଧା ନିଜକୁ ଆତଙ୍କବାଦ ବିରୋଧୀ ଦେଶଭାବେ ପ୍ରମାଣିତ କରିବାକୁ ଭାରତର ବହିର୍ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ରବୀଶ କୁମାର କହିଛନ୍ତି।
ଆମେରିକାର ଫ୍ଲୋରିଡାରେ ଏଫ୍‌ଏଟିଏଫ୍‌ର ଶେଷ ହୋଇଥିବା ସପ୍ତାହବ୍ୟାପୀ ବୈଠକରେ ମଧ୍ୟ ପାକିସ୍ତାନକୁ ଚେତାବନୀ ଦିଆଯାଇ ଆତଙ୍କବାଦ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପରାମର୍ଶ ଦିଆଯାଇଥିଲା। ଆମେରିକା, ୟୁ.କେ., ଫ୍ରାନ୍ସ ଭଳି ଦେଶଗୁଡ଼ିକ ଆତଙ୍କବାଦୀ ହାଫିଜ୍‌ ସୟିଦ, ମାସୁଦ୍‌ ଆଝାର ବିରୋଧରେ ପାକିସ୍ତାନ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବା ଓ ଆତଙ୍କବାଦକୁ ପ୍ରୋତ୍ସାହନ ଦେଉଥିବା ଆଦି ପ୍ରସଙ୍ଗ ଉଠାଇଥିଲେ। ଏବେ ପାକିସ୍ତାନକୁ ‘ଗ୍ରେ ଲିଷ୍ଟ’ରେ ରଖାଯାଇଥିବାବେଳେ ସେପ୍ଟେମ୍ବର ସୁଦ୍ଧା ଏଲ୍‌ଇଟି, ଜେଇଏମ୍‌ ଓ ଅନ୍ୟ ଆତଙ୍କବାଦୀ ଗୋଷ୍ଠୀଙ୍କୁ ଆର୍ଥିକ ସହାୟତା ଦେବା ବନ୍ଦ ନ କଲେ ଓ ଆତଙ୍କବାଦ ବିରୋଧରେ କଠୋର ପଦକ୍ଷେପ ନ ନେଲେ ବିଭିନ୍ନ ଆଡୁ ବିରୋଧର ସମ୍ମୁଖୀନ ହେବାକୁ ପଡ଼ିବ ବୋଲି କୁହାଯାଇଛି। ବିଭିନ୍ନ ଅନ୍ତର୍ଜାତୀୟ ସଙ୍ଗଠନରୁ ସହାୟତା ବନ୍ଦ କରାଯିବା ସହ ଆଇଏମ୍‌ଏଫ୍‌, ଡବ୍ଲ୍ୟୁବି,ଏଡିବି,ଇୟୁ ଆଦିରୁ ପାଉଥିବା ସହଯୋଗ ପାକିସ୍ତାନ ହରାଇବ ବୋଲି କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମହଙ୍ଗା ମାଡ଼: ବଢ଼ିଲା ଅଣ୍ଡା ଦର, ଏତିକି ଟଙ୍କା ହେବ ଚିକେନ ଦାମ୍

ନୂଆଦିଲ୍ଲୀ,୨୬।୮: ଦୈନନ୍ଦିନ ଖାଦ୍ୟସାମଗ୍ରୀର ବୃଦ୍ଧିପାଉଥିବା ଦରଦାମ୍ ମଧ୍ୟରେ ଏବେ ଅଣ୍ଡା ଦର ସାଧାରଣ ଖାଉଟିଙ୍କ ଚିନ୍ତା ବଢ଼ାଇଦେଇଛି । ବିଗତ ଗୋଟିଏ ବର୍ଷ ମଧ୍ୟରେ ଅଣ୍ଡା ମୂଲ୍ୟରେ…

ବୋମା ଗିଳିଦେଲା ଷଣ୍ଢ, ଚାଲିଗଲା ଜୀବନ

ବାଙ୍କୀ,୨୬ା୮(ଶୁଭେନ୍ଦୁ ମହାପାତ୍ର): ବାର୍‌ହା ଶିକାର ପାଇଁ ଖଞ୍ଜା ହୋଇଥିଲା ବୋମା। କିନ୍ତୁ ବାର୍‌ହା ବଦଳରେ ଶିକାର ସାଜିଲା ଷଣ୍ଢ। ଏମିତି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କଟକ…

ବଡ଼ ଆଲର୍ଟ ଜାରି କଲା RBI, ଚିନି-ପିଆଜ ପରେ ଆହୁରି ମହଙ୍ଗା ହେବ…

ନୂଆଦିଲ୍ଲୀ, ୨୬।୮: ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ୨୫ ଅଗଷ୍ଟ ୨୦୨୬ରେ ଜାରି କରିଥିବା ନିଜର ମାସିକ ବୁଲେଟିନ୍‌ରେ ଅଗଷ୍ଟ ମାସ ମଧ୍ୟରେ ଦ୍ୱିତୀୟ ଥର ପାଇଁ…

ସ୍ବାମୀଜୀଙ୍କ ଲକ୍ଷ୍ୟ କାର୍ଯ୍ୟକାରୀ କରିବ ବିଶ୍ୱ ହିନ୍ଦୁ ପରିଷଦ: ଅକ୍ଟୋବର ୩୦ରେ…

ଭଞ୍ଜନଗର, ୨୬।୮(ବାବୁଲା ପ୍ରଧାନ):ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ଅଧୁରା ଲକ୍ଷ୍ୟକୁ ବିଶ୍ୱ ହିନ୍ଦୁ ପରିଷଦ କାର୍ଯ୍ୟକାରୀ କରିବ ବୋଲି ଘୁମୁସର ଜିଲା ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ କୁହାଯାଇଛି।…

ପୂର୍ବତନ ବ୍ଲକ ଅଧ୍ୟକ୍ଷଙ୍କ ପରଲୋକ: ଖେଳିଗଲା ଶୋକର ଛାୟା

କର୍ଲାମୁଣ୍ଡା,୨୬।୮(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକର ପୂର୍ବତନ ବ୍ଲକ ଅଧ୍ୟକ୍ଷ ଉତ୍କଳମଣି ସାହୁଙ୍କ ବୁଧବାର ଭୋର ପ୍ରାୟ ୪ଟା ସମୟରେ ୭୫ ବର୍ଷ ବୟସରେ…

ସୂର୍ଯ୍ୟ-ବୁଧ-କେତୁଙ୍କ ଅଦ୍ଭୁତ ସଂଯୋଗ: ସୁନା ଭଳି ଚମକିବ ୩ ରାଶିଙ୍କ ଭାଗ୍ୟ, ଯାହା ଚାହିଁବେ ତାହା ହେବ!

ବର୍ତ୍ତମାନ ଗ୍ରହମାନଙ୍କ ରାଜା ସୂର୍ଯ୍ୟ ଏବଂ ରାଜକୁମାର ବୁଧ ମଘା ନକ୍ଷତ୍ରରେ ଅବସ୍ଥାନ କରୁଛନ୍ତି। ସଂଯୋଗବଶତଃ କେତୁ ମଧ୍ୟ ଏହି ନକ୍ଷତ୍ରରେ ରହିଥିବାରୁ ଏକ ବିଶେଷ ଗ୍ରହ…

ଭାରତ ଠାରୁ ପାକିସ୍ତାନରେ ଏତେ ଶସ୍ତା ଚିନି! ତା’ ହେଲେ ଭାରତରେ ମହଙ୍ଗା କାହିଁକି?

ନୂଆଦିଲ୍ଲୀ, ୨୬।୮: ଚିନିକୁ ନେଇ ଭାରତ ଏବଂ ପାକିସ୍ତାନରେ ଆଜିକାଲି ସମ୍ପୂର୍ଣ୍ଣ ବିପରୀତ ଚିତ୍ର ଦେଖିବାକୁ ମିଳୁଛି। ଯେଉଁଠି ଭାରତର ଖୁଚୁରା ବଜାରରେ ଚିନିର ଦର କିଲୋଗ୍ରାମ…

ଶ୍ରୀମନ୍ଦିର ପରିସରରେ ଦୁଇ ଭକ୍ତ ଗୋଷ୍ଠୀ ମଧ୍ୟରେ ହାତାହାତି

ପୁରୀ,୨୬ା୮(ଅଜିତ କୁମାର ମହାନ୍ତି): ଶ୍ରୀମନ୍ଦିର ପରିସରରେ ବୁଧବାର ସକାଳେ ସମୟରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଦର୍ଶନକୁ ନେଇ ଦୁଇ ଗୋଷ୍ଠୀ ଭକ୍ତଙ୍କ ମଧ୍ୟରେ ହାତାହାତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri