ପାଓ୍ବାର ଟିଲର ନ ପାଇ ସୁଧ ଦେଉଛନ୍ତି ଗଜେନ୍ଦ୍ର: ନ୍ୟାୟ ନ ମିଳିବାରୁ କରିବେ ଅନଶନ

କେନ୍ଦୁଝର , ୮ା୮ (ସ୍ବ.ପ୍ର.)-ଦୀର୍ଘ ୧୦ ମାସ ହେଲା ଋଣ ଅନୁମୋଦିତ ହୋଇଛି ା ଏଥିପାଇଁ ସୁଧ ଆଦାୟ ଦେଉଛନ୍ତି କିନ୍ତୁ ପାଓ୍ବାର ଟିଲର ମିଳୁନଥିବାରୁ କେନ୍ଦୁଝର ଜିଲା ପାଟଣା ବ୍ଲକ ବଳିଆପଶି ଗ୍ରାମର ଜଣେ ଯୁବ ଆଦିବାସୀ ଚାଷୀ ଚାଷ କାମ କରିପାରୁନାହାନ୍ତି। ତାଙ୍କ ନାମ ଗଜେନ୍ଦ୍ର ନାଏକ ା ସେ ଏକ ପାଓ୍ବାର ଟିଲର ପାଇଁ ଚେମଣା ଗ୍ରାମ ସ୍ଥିତ ରାଜନଗର ଲ୍ୟାମ୍ପରେ ଆବେଦନ କରିଥିଲେ ା ତାଙ୍କ ନାମରେ ଲୋନ ଆକାଉଣ୍ଟ ୧୪୭୩/୩୩୧, ୨୯ ଅକ୍ଟୋବର ୨୦୧୮ ତାରିଖରେ ଖୋଲାଯାଇ ୭୦ ହଜାର ଟଙ୍କା ମଞ୍ଜୁର ହୋଇଥିଲା ା ଏଥିପାଇଁ ଗଜେନ୍ଦ୍ର ଅଗ୍ରୀମ ଧାର କରି ୧୫ ହଜାର ଟଙ୍କା ଯୋଗାଡ କରି ଜମା ଦେଇଥିଲେ। ପାଓ୍ବାର ଟିଲର ମିଳିଲେ ଚାଷ କରିବେ ବୋଲି ଆଶା କରିଥିଲେ। ତେବେ ଉକ୍ତ ଡିଲର ଟିଲର ନ ଦେଇ ଲ୍ୟାମ୍ପରୁ ଋଣ ଟଙ୍କା ନେଇ ପଳାଇଯାଇଥିବାରୁ ଗଜେନ୍ଦ୍ର ଚିନ୍ତାରେ ରହିଛନ୍ତି। ଏନେଇ ଲ୍ୟାମ୍ପ ଓ ଡିଲରକୁ ଧାଇଁ ଧାଇଁ ନୟାନ୍ତ ହେବା ପରେ ସେ ଫେବୃୟାରୀ ମାସରେ ଜିଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠରେ ଗୁହାରୀ କରିଥିଲେ। ଜିଲାପାଳଙ୍କ ପ୍ରକୋଷ୍ଠରୁ ସଦର ଥାନାକୁ ପଦକ୍ଷେପ ନେବାକୁ ଆଦେଶ ହୋଇଥିବା ଜଣାପଡିଛି।
ସରକାର ଚାଷୀ ମାନଙ୍କ ବିକାଶ ପାଇଁ ବହୁ ଯୋଜନା ପ୍ରସ୍ତୁତ କରି ସହାୟତା କରୁଥିବା ଦାବି କରୁଥିବା ବେଳେ ତଳ ସ୍ତରରେ କିପରି ଚାଷୀ ମାନେ ପ୍ରତାରିତ ହେଉଛନ୍ତି ତାହା ଏହି ଘଟଣାରୁ ସ୍ପଷ୍ଟ ଜଣାପଡୁଛି ା ଏସମ୍ପର୍କରେ ଚେମଣା ଲ୍ୟାମ୍ପ ଏମଡି ଜିତେନ୍ଦ୍ର ସିଂ କହିଛନ୍ତି ଯେ ଉକ୍ତ ବ୍ୟକ୍ତି ଯେଉଁ ସୋ ରୁମରୁ ଟିଲର ନେବେ ତାହାର କୋଟେସନ ଆଣିବା ପରେ ଆମେ ଋଣ ବ୍ୟବସ୍ଥା କରିଥାଉ ା ତାପରେ ଡେଲିଭରୀ ଅର୍ଡର ଚାଷୀଙ୍କୁ ଦେଇଥାଉ ା ଉକ୍ତ ଅର୍ଡର ନେଇ ଚାଷୀ ପାଓ୍ବାର ଟିଲର ଆଣିଥାନ୍ତି। ଡେଲିଭରୀ ହେବା ପରେ ସୋ ରୁମକୁ ଋଣ ଟଙ୍କା ପୈଠ କରିଥାଉ। ଏଥିରେ ତାଙ୍କର କୌଣସି ଭୂଲ ନାହିଁ ା ତେବେ ଟିଲର ନ ପାଇ ଡେଲିଭରୀ ଅର୍ଡର ଦେବା କଥା ନୁହେଁ। ବିଶେଷ ସୂତ୍ରରୁ ଜଣାପଡିଛି ଯେ ଗଜେନ୍ଦ୍ରଙ୍କ ସରଳତାର ସୁଯୋଗ ନେଇ ଉକ୍ତ ଡିଲର ଡେଲିଭରି ଅର୍ଡର ସହିତ ଦସ୍ତଖତ ନେବା ପରେ ଲ୍ୟାମ୍ପରେ କାଗଜପତ୍ର ଦେଇ ଟଙ୍କା ନେଇଯାଇ ଫେରାର ହୋଇଯାଇଛନ୍ତି। ଏଭଳି ଜିଲାର ବହୁ ଚାଷୀଙ୍କ ଠାରୁ ଏଭଳି ଟିଲର ନ ଦେଇ ଟଙ୍କା ନେଇ ଫେରାର ହୋଇଯାଇଥିବା ଆଲୋଚନା ହେଉଛି। ଏଣୁ ଏନେଇ ପ୍ରଶାସନ ତୁରନ୍ତ ପଦକ୍ଷେପ ନେଇ ଚାଷୀଙ୍କୁ ନ୍ୟାୟ ପ୍ରଦାନ କରିବାକୁ ଦାବି ହୋଇଛି। ନଚେତ୍‌ ଚାଷୀ ମାନେ ଆନ୍ଦୋଳନକୁ ଓହ୍ଲାଇବାକୁ ବାଧ୍ୟ ହେବେ ବୋଲି ମତ ପ୍ରକାଶ ପାଉଛି ା


Enter your email to get our daily news in your inbox.

All Right Reserved By Dharitri.Com

ରାସ୍ତାରେ ଗିଲିରି ଫୁଲର ପସରା

କେନ୍ଦୁଝର,୨୨ା୨(ସ୍ବ.ପ୍ର.): କେନ୍ଦୁଝର ଜିଲାର ବାଟେଘାଟେ ଓ ହାଟବଜାରରେ ଏବେ ଗିଲିରି ଫୁଲର ଆସର ଦେଖିବାକୁ ମିଳୁଛି। ଏହି ଋତୁରେ ଗିଲିରି ଫୁଲ ଫୁଟେ। ଏହି ଫୁଲ...

୫ ଚୋରା ମଦ ବେପାରି ଗିରଫ

ପାଟଣା,୨୧।୪(ସ୍ବ.ପ୍ର.)-କେନ୍ଦୁଝର ଜିଲା ପାଟଣା ଅବକାରୀ ବିଭାଗ ପକ୍ଷରୁ ମଙ୍ଗଳବାର ତୁରୁମୁଙ୍ଗା ଥାନାର ଖିରେଇଟାଙ୍ଗିରି ଓ ଦାଶରଥୀପୁର ଗ୍ରାମରେ ଚଢ଼ାଉ କରି ୧୩୦ ଲିଟର ମହୁଲି ମଦ...

ଚାଷୀଙ୍କୁ ଦୁଃଖ ଦେଲା ଓସ୍ତପୁରା ଡ୍ୟାମ

ଘସିପୁରା,୧୯।୧୧(ଡି.ଏନ.ଏ.)-ଘସିପୁରା ବ୍ଲକ ଗୋହିରା ପଞ୍ଚାୟତ ଓସ୍ତପୁରା ଠାରେ ଥିବା କ୍ଷୁଦ୍ର ଜଳସେଚନ ବିଭାଜନର ଡ୍ୟାମ ଏବେ ଅମଳ ପାଇଁ ଚାହିଁ ବସିଥିବା ଚାଷୀଙ୍କ ପାଇଁ ଦୁଃଖର...

‘ପରିଶ୍ରମର ମୂଲ୍ୟ ମିଳୁନି’ , ୩୦ବର୍ଷ ହେଲା ଗାଁ ଗାଁ ବୁଲି କାମ କରୁଛନ୍ତି ଇସଲାମ

କେନ୍ଦୁଝର, ୭ା୧୦(ସ୍ବ.ପ୍ର.): ପେଟପାଟଣା ପାଇଁ ଅନେକ ଲୋକ ବିଭିନ୍ନ ପ୍ରକାରର କାମ କରୁଛନ୍ତି। ଏଭଳି ଝୁମ୍ପୁରା ବ୍ଲକର ଇସଲାମ ଭାରତୀ, ଅନଓ୍ବାର ଖାନ ଗାଁ ଗାଁ...

ପାରିବାରିକ କଳିର କରୁଣ ପରିଣତି: ବାପା ଠେଙ୍ଗା ମାଡ଼ରେ ୪ବର୍ଷର ପୁଅ ମୃତ, ସ୍ତ୍ରୀ ଗୁରୁତର

ଯୋଡ଼ା,୩୦।୯(ଡି.ଏନ.ଏ.)-କେନ୍ଦୁଝର ଜିଲା ବାମେବାରୀ ଥାନା ଅନ୍ତର୍ଗତ ପିଢପୋଖରୀ ଗ୍ରାମରେ ରବିବାର ଏକ ଅଭାବନୀୟ ଘଟଣା ଘଟିଛି ା ପାରିବାରିକ କଳହକୁ କେନ୍ଦ୍ର କରି ଜଣେ ଯୁବକଙ୍କ...

କିଶୋରୀ, ବାଳକଙ୍କ ବିକାଶ ପ୍ରତି ଗୁରୁତ୍ୱାରୋପ

ପାଟଣା,୨୬।୧୧(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ମୁଖ୍ୟାଳୟ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ଶନିବାର କନ୍ୟା ଓ ବାଲ୍‌ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନ ଆଚାର୍ଯ୍ୟ ଗଣେଶ୍ୱର...

ମହିଳା ମାଛ ବ୍ୟବସାୟୀ: ଚିଲିକା ମାଛର କେନ୍ଦୁଝରରେ ଚାହିଦା

କେନ୍ଦୁଝର, ୧୩ା୧(ସ୍ବ.ପ୍ର.)- କେନ୍ଦୁଝର ସହରରେ ଚିଲିକା ମାଛର ଚାହିଦା ବଢୁଛି ା କମ୍‌ ଦାମ୍‌ରେ ଚିଲିକା ମାଛ ମିଳୁଥିବାରୁ କେନ୍ଦୁଝରବାସୀ ବେଶ୍‌ ଖୁସି ା ଚିଲିକାର...

ମୁଖ୍ୟ ଶାସନ ସଚିବଙ୍କ ବଡବିଲ ଗସ୍ତ, ଉଦଘାଟନ କଲେ ଉସୁ ଇଣ୍ଡୋର ଷ୍ଟାଡିୟମ

ବଡବିଲ, ୧୯।୧୨(ସ୍ବ.ପ୍ର.): ରାଜ୍ୟ ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀଙ୍କ ବଡବିଲ ଗସ୍ତରେ ଯାଇଛନ୍ତି। ସେଠାରେ ଉସୁ ଇଣ୍ଡୋର ଷ୍ଟାଡିୟମ ଉଦଘାଟନ କରିବା ସହ...

Advertisement
Archives

Model This Week