ଟାଟା ସ୍ପଞ୍ଜ କାରଖାନା କର୍ତ୍ତୃପକ୍ଷ ଦୁଃଖ ଶୁଣିଲେନି: ଧାରଣାସ୍ଥଳରେ ସ୍ବାମୀଙ୍କୁ ଶ୍ରାଦ୍ଧ ଦେଲେ ମହିଳା

ଯୋଡ଼ା, ୮।୮(ଡି.ଏନ.ଏ.)-କେନ୍ଦୁଝର ଜିଲା ଯୋଡ଼ା ଥାନା ବିଲେଇପଦାସ୍ଥିତ ଟାଟାସ୍ପଞ୍ଜ କାରଖାନା ଫାଟକ ସମ୍ମୁଖରେ ଗତ ୮୩ ଦିନ ଧରି ଧାରଣାରେ ବସିଛନ୍ତି ବିଳାସୀ କାରୁଆ। ପୁଅ ଦୀପକ କାରୁଆ ବି ମାଆଙ୍କ ସହିତ ଏହି ଧାରଣାରେ ସାମିଲ ହୋଇଛନ୍ତି ା ହେଲେ ତାଙ୍କୁ ଏ ଯାଏ ନ୍ୟାୟ ମିଳିନି ା କମ୍ପାନୀରେ କାର୍ଯ୍ୟରତ ସ୍ବାମୀଙ୍କ ମୃତ୍ୟୁଜନିତ କ୍ଷତିପୂରଣ ଓ ପରିବାରର ସଦସ୍ୟଙ୍କୁ ନିଯୁକ୍ତି ଦାବି କରି ବିଳାସୀ ଏହି ଆନ୍ଦୋଳନ ଚଳାଇ ଆସିଛନ୍ତି। ଏହାପରେ ବି କମ୍ପାନୀ କର୍ତ୍ତୃପକ୍ଷ କୌଣସି ପଦକ୍ଷେପ ନେଇ ନାହାନ୍ତି। ଏହାକୁ ନେଇ ଦୁଃଖରେ ଭାଙ୍ଗିପଡିଛନ୍ତି ବିଳାସୀ ା ମଙ୍ଗଳବାର ଥିଲା ସ୍ବାମୀ ମହାନ୍ତି କାରୁଆଙ୍କ ୧୬ତମ ଶ୍ରାଦ୍ଧ ବାର୍ଷିକୀ ା ଏଥିପାଇଁ ସେ ଧାରଣାସ୍ଥଳରେ ହିଁ ପୁଅ ଦୀପକଙ୍କ ସହିତ ସ୍ବାମୀଙ୍କୁ ଶ୍ରାଦ୍ଧ ଅର୍ପଣ କରିବା ସହିତ କମ୍ପାନୀ କର୍ତ୍ତୃପକ୍ଷଙ୍କ ପାଇଁ ପିଣ୍ଡ ପକାଇ ନିଜର ଅଭିମାନକୁ ପ୍ରକାଶ କରିଛନ୍ତି ା
ବିଲେଇପଦାସ୍ଥିତ ଟାଟାସ୍ପଞ୍ଜ ଲୌହ କାରଖାନାରେ ଯୋଡ଼ା ପୌରାଞ୍ଚଳ ଅନ୍ତର୍ଗତ ଗୋପ ମହାନ୍ତି ହଟିଂ ବାସିନ୍ଦା ମହାନ୍ତି କାରୁଆ ଜଣେ ବରିଷ୍ଠ ସଫେଇ କର୍ମଚାରୀ ଭାବେ କାମ କରୁଥିଲେ ା ୨୦୦୪ ଅଗଷ୍ଟ ୬ରେ ସେ କମ୍ପାନୀକୁ ଆସି ଆଉ ଘରକୁ ଫେରି ନ ଥିଲେ ା କମ୍ପାନୀରେ କୁଆଡ଼େ ତାଙ୍କର ସନ୍ଦେହଜନକ ମୃତ୍ୟୁ ହୋଇଥିଲା। କମ୍ପାନୀ କର୍ତ୍ତୃପକ୍ଷ ପରିବାରର ସଦସ୍ୟଙ୍କୁ ନ ଜଣାଇ ମୃତଦେହ ବ୍ୟବଚ୍ଛେଦ କରାଇ କାରଖାନାର କେତେଜଣ ଶ୍ରମିକଙ୍କ ସାହାଯ୍ୟରେ ମୃତଦେହ ତାଙ୍କ ପରିବାରକୁ ହସ୍ତାନ୍ତର କରିଥିଲେ। ଏହାର କିଛିଦିନ ପରେ କମ୍ପାନୀ ପକ୍ଷରୁ ବିଳାସୀଙ୍କୁ କ୍ଷତିପୂରଣ ଦିଆଯିବାର ପ୍ରତିଶ୍ରୁତି ମିଳିଥିଲା ା ମାତ୍ର କମ୍ପାନୀ କର୍ତ୍ତୃପକ୍ଷଙ୍କ ସେହି ପ୍ରତିଶ୍ରୁତି ପ୍ରତାରଣାରେ ପରିଣତ ହୋଇଥିଲା। ବିଳାସୀ ଓ ପୁଅ ଦୀପକ ବାରମ୍ବାର କାରଖାନା କର୍ତ୍ତୃପକ୍ଷଙ୍କୁ ସମସ୍ୟା ସମ୍ପର୍କରେ ଦୃଷ୍ଟି ଆକର୍ଷଣ କରିଥିଲେ ହେଁ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନ ଥିଲା ା ଶ୍ରମ ଆଇନ୍‌ ଅନୁଯାୟୀ କ୍ଷତିଗ୍ରସ୍ତ ପରିବାରକୁ ମୃତ୍ୟୁଜନିତ କ୍ଷତିପୂରଣ ପ୍ରଦାନ ଓ ଶ୍ରମିକ ସାମାଜିକ ସୁରକ୍ଷା ବ୍ୟବସ୍ଥା ଅନୁଯାୟୀ ପରିବାରର ଜଣେ ସଦସ୍ୟଙ୍କୁ କମ୍ପାନୀରେ ନିଯୁକ୍ତି ଦାବି କରି ବିଳାସୀ, ପୁଅ ଦୀପକ ଓ ତାଙ୍କ ପରିବାର ସଦସ୍ୟମାନେ ଗତ ମେ ୧୬ରୁ କାରଖାନା ଫାଟକ ସମ୍ମୁଖରେ ଧାରଣାରେ ବସିଥିଲେ ା ମଙ୍ଗଳବାର ମହାନ୍ତି କାରୁଆଙ୍କ ୧୬ତମ ଶ୍ରାଦ୍ଧ ଦିବସ ଥିବାରୁ ଧାରଣା ସ୍ଥଳରେ ସ୍ବାମୀଙ୍କ ନାମରେ ବିଳାସୀ ଓ ଦୀପକ ଶ୍ରାଦ୍ଧ ଦେବା ସହିତ କମ୍ପାନୀ ପରିଚାଳନା ନିର୍ଦ୍ଦେଶକଙ୍କ ସମେତ ଅନ୍ୟ ଅଧିକାରୀଙ୍କ ନାମରେ ମଧ୍ୟ ପିଣ୍ଡ ପକାଇ ନିଜ ଦୀର୍ଘ ଦିନର ଅଭିମାନକୁ ଜାହିର କରିଛନ୍ତି ା ଏହି ଘଟଣା ଏଠାରେ ଚର୍ଚ୍ଚାର ବିଷୟ ପାଲଟିଛି ା କମ୍ପାନୀ କର୍ପୋରେଟ କମ୍ୟୁନିକେଶନ ଅଧିକାରୀ ଶୀତଳ ସ୍ବାଇଁଙ୍କୁ ପଚାରିବାରୁ ମୃତ ମହାନ୍ତି କାରୁଆଙ୍କର କମ୍ପାନୀରେ ଥିବା ପ୍ରାପ୍ୟ ସୁଧ ସହିତ ଦେବାକୁ ପ୍ରସ୍ତୁତ ବୋଲି କମ୍ପାନୀ ତରଫରୁ ତାଙ୍କ ପତ୍ନୀଙ୍କୁ ଚିଠି ଦିଆଯାଉଥିଲେ ମଧ୍ୟ ସେ ଏକ ଚାକିରି ଦେବା ଲାଗି ଧାରଣା ଦେଉଛନ୍ତି। ତେବେ ଚାକିରି ଦେବା ବର୍ତ୍ତମାନ କମ୍ପାନୀ ପକ୍ଷେ ସମ୍ଭବରପର ନୁହେଁ ପରବର୍ତ୍ତୀ ସମୟରେ କମ୍ପାନୀ ଏବିଷୟରେ ବିସ୍ତୃତ ଭାବେ ଆଲୋଚନା କରି ନିଷ୍ପତ୍ତି ନେବ ବୋଲି କମ୍ପାନୀ ଅଧିକାରୀ ତାଙ୍କ ପ୍ରତିକ୍ରିୟାରେ ଜଣାଇଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ଭୁଶୁଡିଯିବ ବୈତରଣୀ ସେତୁ

ରାମଚନ୍ଦ୍ରପୁର,୨୦।୪(ଗଣେଶ୍ୱର ସା)କେନ୍ଦୁଝର ଜିଲା ଘସିପୁରା ବ୍ଲକ୍‌ ଅନ୍ତର୍ଗତ ବାତୋଠା ଆମ୍ବୋକୁ ସଂଯୋଗୀକରଣ ହେଉଥିବା ବୈତରଣୀ ନଦୀର ସେତୁ ନିକଟରୁ ବେଧଡ଼କ ବାଲି ଚୋରାଚାଲାଣ ହେଉଛି। ସେହିପରି...

ଭାଜପାରେ ବଢୁଛି ଗୋଷ୍ଠୀ କନ୍ଦଳ

ପାଟଣା,୧୯ା୪(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ବିଧାନସଭା କ୍ଷେତ୍ର ପାଇଁ ମଙ୍ଗଳବାର ଭାଜପା ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ଅଖିଳ ଚନ୍ଦ୍ର ନାୟକଙ୍କ ନାମ ଘୋଷଣା କରିଛି।...

ସାଙ୍ଗଙ୍କୁ ପଥରରେ ଛେଚି ମାରିଦେଲେ

କେନ୍ଦୁଝର,୧୯ା୪(ଦୀପକ ମିଶ୍ର/ ନରେଶ ଚନ୍ଦ୍ର ପଟ୍ଟନାୟକ):କେନ୍ଦୁଝର ଜିଲା ଟାଉନ ଥାନା କାଶିପୁର ମୁଣ୍ଡା ସାହିରେ ସାମାନ୍ୟ ବଚସାକୁ ନେଇ ଏକ ହତ୍ୟାକାଣ୍ଡ ଘଟିଯାଇଛି। ନିଶାସକ୍ତ ଅବସ୍ଥାରେ...

ବାପା-ଝିଅ ଯାଉଥିଲେ, ଜଳିଗଲା ବ୍ୟାଟେରୀ ସ୍କୁଟି

କେନ୍ଦୁଝର,୧୮ା୪(ନରେଶ ଚନ୍ଦ୍ର ପଟ୍ଟନାୟକ) : କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ପଦ୍ମପୁର-ଗୋବର୍ଦ୍ଧନ ମଝିରେ ଥିବା ପେଟ୍ରୋଲପମ୍ପ ଓ ଇଟାଫେକ୍ଟ୍ରି ନିକଟରେ ଏକ(ଓଡି-୩୩-ଏ ଏଫ-୯୯୭୪)ଓକିନାୱା ନାମକ ବ୍ୟାଟେରୀ...

ସୂଚନା ଅଧିକାରୀଙ୍କୁ ୨୫ ହଜାର ଟଙ୍କା ଜୋରିମନା

ହାଟଡିହୀ,୧୮l୪(ଶୁଭକାନ୍ତ ନାୟକ): ଓଡିଶା ସୂଚନା କମିଶନଙ୍କ ତରଫରୁ ଏକ ମାମଲା ବିଚାର କରି କମିଶନର ବି.କେ. ମହାପାତ୍ର କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଜନ ସୂଚନା...

ଅଙ୍ଗଦାନ କରିଥିବା ମହିଳାଙ୍କୁ ଦିଆଗଲା ଗାର୍ଡ ଅଫ ଅନର

ହାଟଡିହୀ,୧୮l୪(ଶୁଭକାନ୍ତ ନାୟକ): ବିଭିନ୍ନ ସମୟରେ ଅଙ୍ଗଦାନ କରୁଥିବା ବ୍ୟକ୍ତି ବିଶେଷ ଏକ ସ୍ବତନ୍ତ୍ର ଉଦାହରଣ ସୃଷ୍ଟି କରି ସମାଜକୁ ଏକ ନୂତନ ଦିଗଦର୍ଶନ ଦେଇଥାନ୍ତି, ଯାହାକି...

ଗଛମୂଳେ ଚାଲିଛି ପାଠପଢ଼ା

ଆନନ୍ଦପୁର,୧୮ା୪(ଉମେଶ ଚନ୍ଦ୍ର ପାଢ଼ୀ)ରାଜ୍ୟ ସରକାର ୫-ଟି ଅଧୀନରେ ବିଦ୍ୟାଳୟ ରୂପାନ୍ତରୀକରଣ କରିଛନ୍ତି। ଏଥିରେ କେନ୍ଦୁଝର ଜିଲାରେ ମଧ୍ୟ ଅନେକ ସ୍କୁଲର ରୂପରେଖ ବଦଳିଛି। ମାତ୍ର ଏବେ...

ଦୁର୍ଘଟଣାରେ ଆମ୍ବୁଲାନ୍ସ ଚୁର୍‌ମାର୍‌

କେନ୍ଦୁଝର,୧୭।୪(ନରେଶ ଚନ୍ଦ୍ର ପଟ୍ଟନାୟକ):କେନ୍ଦୁଝର ସଦର ଥାନା ଅନ୍ତର୍ଗତ ୨୦ନମ୍ବର ଜାତୀୟ ରାଜପଥ ବନାଯୋଡି ଟୋଲ ପ୍ଲାଜା ନିକଟରେ ବୁଧବାର ସକାଳ ୫ଟାରେ ଏକ ଛିଡା ହୋଇଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri