ପାଇପ୍‌ ଫାଟି ମାଡ଼ିଗଲା ପାଉଁଶ ପାଣି

ତାଳଚେର,୭ା୩(ନି.ପ୍ର.) – ଏନ୍‌ଟିପିସି ପରିଚାଳନାଧୀନ ତାଳଚେର ଥର୍ମାଲ ପାଓ୍ବାର ଷ୍ଟେଶନ (ଟିଟିପିଏସ୍‌)ର ଆଶ୍‌ ପାଇପ୍‌ ଶୁକ୍ରବାର ଜଗନ୍ନାଥପୁର ଗ୍ରାମ ନିକଟରେ ଫାଟି ଯିବାରୁ କେତେଜଣଙ୍କ ଘର ସହ ଚାଷ ଜମିରେ ପାଉଁଶ ପାଣି ମାଡ଼ିଯାଇଛି। ଏହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି। ଖବରପାଇ ଥର୍ମାଲ କର୍ତ୍ତୃପକ୍ଷ ତୁରନ୍ତ ପାଇପ୍‌ ମରାମତି କରିବା ସହ କ୍ଷତିଗ୍ରସ୍ତଙ୍କୁ କ୍ଷତିପୂରଣ ଯୋଗାଇ ଦେବା ଓ ପାଉଁଶ ସଫେଇ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି।
ପ୍ରକାଶ ଯେ, ଟିଟିପିଏସ୍‌ରୁ ନିର୍ଗତ କୋଇଲା ପାଉଁଶକୁ ପାଇପ୍‌ ମାଧ୍ୟମରେ (ପାଣି ସହିତ ସ୍ଲରି କରାଯାଇ) ଏମ୍‌ସିଏଲ୍‌ର ଥିବା କୋଇଲା ଖଣିରେ ପକାଯାଇଥାଏ। ତାଳଚେରର ଜଗନ୍ନାଥପୁର ଗ୍ରାମ ନିକଟ ଦେଇ ଏହି ପାଉଁଶ ପାଇପ୍‌ ଯାଇଛି। ସକାଳ ପ୍ରାୟ ୬ଟା ବେଳେ ହଠାତ ଉକ୍ତ ପାଇପ୍‌ ଫାଟି ଯାଇଥିଲା। ଫଳରେ ମୂଷଳ ଧାରାରେ ପ୍ରବାହିତ ପାଉଁଶ ପାଣି ଗ୍ରାମର ଚାରୁ ବାରିକ, ଦୟାନନ୍ଦ ସାହୁ, ଅରୁଣ ସାହୁ, ବାବୁଲି ନାଏକ, ଜଳଧର ଦାସଙ୍କ ଘରେ ପଶିଯିବା ସହ ରାସ୍ତା ଓ ବହୁ ଚାଷ ଜମିରେ ମାଡ଼ି ଯାଇଥିଲା। ଚାରିଆଡେ ପାଉଁଶମୟ ହୋଇଯିବା ଯୋଗୁ ଏହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା। ଖବରପାଇ ଟିଟିପିଏସ୍‌ କର୍ତ୍ତୃପକ୍ଷ ତୁରନ୍ତ ପାଇପ୍‌ରେ ପ୍ରବାହିତ ପାଣିକୁ ବନ୍ଦ କରିବା ସହ ମରାମତି କାର୍ଯ୍ୟ କରିଥିଲେ। ସ୍ଥାନୀୟ ସରପଞ୍ଚ, ପୋଲିସ, ଟିଟିପିଏସ୍‌ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କ ସହିତ ଆଲୋଚନା କରିଥିଲେ। ପରେ କ୍ଷୟକ୍ଷତିକୁ ନେଇ ଚାଇଁପାଳ ଫାଣ୍ଡିରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ପ୍ରତ୍ୟେକ କ୍ଷତିଗ୍ରସ୍ତ ପରିବାରକୁ ୧୦ ହଜାର ଟଙ୍କା ଲେଖାଏ କ୍ଷତିପୂରଣ, ୩ ଦିନ ପର୍ଯ୍ୟନ୍ତ ମାଗଣା ରନ୍ଧା ଖାଦ୍ୟ ପ୍ରଦାନ ଓ ଘର ଭିତରେ ଜମା ହୋଇଥିବା ପାଉଁଶକୁ ସଫା କରାଯିବ ବୋଲି ବୈଠକରେ ଟିଟିପିଏସ୍‌ କର୍ତ୍ତୃପକ୍ଷ ପ୍ରତିଶ୍ରୁତି ଦେଇଥିବା ଫାଣ୍ଡି ଅଧିକାରୀ ଗୋକୁଳାନନ୍ଦ ପଣ୍ଡା ସୂଚନା ଦେଇଛନ୍ତି। ଏ ନେଇ ଟିଟିପିଏସ୍‌ କର୍ତ୍ତୃପକ୍ଷଙ୍କ ମତାମତ ମିଳିପାରି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଜିଲା ପ୍ରଶାସନ ବାଣ୍ଟିଲା ଭତ୍ତା

ଅନୁଗୋଳ ଅଫିସ, ୨୬।୩: ଅନୁଗୋଳ ଜିଲା ପ୍ରଶାସନ ପକ୍ଷରୁ ଗୁରୁବାର ୮ ବ୍ଲକ, ୨ଟି ପୌରପାଳିକା ଓ ଗୋଟିଏ ପୌରପରିଷଦରେ ଭତ୍ତା ବଣ୍ଟନ କରାଯାଇଛି। ଏଥିସହ...

ଭଉଣୀ ଘରକୁ ଭାର ଆଣିଥିବା ଭାଇଙ୍କୁ କରୋନା

କଣିହାଁ,୧୫ା୬(ଡି.ଏନ.ଏ.)- ଢେଙ୍କାନାଳ ଜିଲା ଅଞ୍ଚଳର ଜଣେ କରୋନା ଆକ୍ରାନ୍ତଙ୍କ କଣ୍ଟାକ୍ଟ ଟ୍ରେସିଂରୁ ସେ ଅନୁଗୋଳ ଜିଲା କଣିହାଁ ବ୍ଲକ ଏନ୍‌ଟିପିସି ବଜାର ଅଞ୍ଚଳର ଭଉଣୀ ଘରକୁ...

ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିକୁ ସହାୟତା

ବଇଣ୍ଡା, ୨୯ା୩(ଡି.ଏନ.ଏ.)- କରୋନା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଅନୁଗୋଳ ଜିଲା କିଶୋରନଗର ବ୍ଲକର ବଇଣ୍ଡା ଜନତା ମହାବିଦ୍ୟାଳୟ ଓ କିଶୋରନଗର ଡିଗ୍ରୀ କଲେଜ ପକ୍ଷରୁ...

ସ୍କାନରରେ ଜିଲାପାଳ କାର୍ଯ୍ୟାଳୟ କର୍ମଚାରୀ

ଅନୁଗୋଳ ଅଫିସ, ୧୬।୯: ଅନୁଗୋଳ ଜିଲାପାଳଙ୍କ ବ୍ୟାଙ୍କ ଆକାଉଣ୍ଟରୁ ୫୯ ଲକ୍ଷ ଟଙ୍କା ଗାଏବ ଘଟଣାରେ ଗିରଫ ହୋଇଥିବା ସମ୍ପୃକ୍ତ ବ୍ୟାଙ୍କର ପୂର୍ବତନ ମ୍ୟାନେଜର ଶକ୍ତି ବେଦାନ୍ତଙ୍କ...

ପୂର୍ବାହ୍ନରେ ଫେରାଇଦେଲେ, ଅପରାହ୍ନରେ ବାଣ୍ଟିଲେ

ଅନୁଗୋଳ ଅଫିସ, ୧।୪: କରୋନା ମୁକାବିଲା ପାଇଁ ସୋମବାର ଅନୁଗୋଳ ଜିଲାରେ ପାରା ମେଡିକାଲ ଷ୍ଟାଫ ନିଯୁକ୍ତି କରାଯାଇଥିଲା। ମଙ୍ଗଳବାର ସେମାନଙ୍କୁ ନିଯୁକ୍ତିପତ୍ର ବଣ୍ଟନ କରାଯିବାର...

ଚୋରା ବାଲି ବୋଝେଇ ଟ୍ରାକ୍ଟର, ପଥର ବୋଝେଇ ଟିପ୍ପର ଜବତ

ଛେଣ୍ଡିପଦା, ୨୭।୧୧(ସ୍ବ.ପ୍ର.): ଅନୁଗୋଳ ଜିଲା ଛେଣ୍ଡିପଦା ତହସିଲ ଅଞ୍ଚଳରୁ ବୁଧବାର ଚୋରା ବାଲି ବୋଝେଇ ଟ୍ରାକ୍ଟର ଓ ଏକ ପଥର ବୋଝେଇ ଟିପ୍ପରକୁ ଜବତ କରାଯାଇଛି।...

ତହସିଲ କାର୍ଯ୍ୟାଳୟରେ ଜିଲାପାଳଙ୍କ ଚଢ଼ାଉ

ଅନୁଗୋଳ ଅଫିସ, ୧।୯ – ଅନୁଗୋଳ ତହସିଲ କାର୍ଯ୍ୟାଳୟରେ ଶନିବାର ରାତିରେ ଜିଲାପାଳ ମନୋଜ କୁମାର ମହାନ୍ତି ଅଚାନକ ଚଢ଼ାଉ କରିଛନ୍ତି। ତାଙ୍କ ସହ ଅନୁଗୋଳ...

୨ଲକ୍ଷ ୮୫ ହଜାର ଟଙ୍କା ସହ ସୁନା ଅଳଙ୍କାର ଚୋରି, ସନ୍ଧାନୀ କୁକୁର ସହାୟତାରେ ତନାଘନା

ଅନୁଗୋଳ ଅଫିସ, ୨।୭: ଅନୁଗୋଳ ଥାନା ଅନ୍ତର୍ଗତ ଜରସିଂହାଠାରେ ସୋମବାର ବିଳମ୍ବିତ ରାତିରେ ଘନଶ୍ୟାମ ସାହୁଙ୍କ ଘରୁ ଚୋରି ହୋଇଥିବା ମଙ୍ଗଳବାର ଅଭିଯୋଗ ହୋଇଛି। ଅଭିଯୋଗ...

Coronavirus Update

UTI
Archives

Model This Week

Why Dharitri

Leave a comment

Your email address will not be published. Required fields are marked *