‘ପରୀକ୍ଷା ପେ ଚର୍ଚ୍ଚା’ରେ ଭାଗନେବେ ସାଇଦତ୍ତ

ଅନୁଗୋଳ ଅଫିସ, ୬।୧: ଜାନୁୟାରୀ ୨୦ରେ ନୂଆଦିଲ୍ଲୀରେ ଆୟୋଜିତ ହେବାକୁ ଥିବା ପ୍ରଧାନମନ୍ତ୍ରୀଙ୍କ ‘ପରୀକ୍ଷା ପେ ଚର୍ଚ୍ଚା’ କାର୍ଯ୍ୟକ୍ରମରେ ଭାଗନେବାକୁ ମନୋନୀତ ହୋଇଛନ୍ତି ଅନୁଗୋଳର ଛାତ୍ର ସାଇଦତ୍ତ ବିଗ୍ନେଶ। ଓଡ଼ିଶାରୁ ମନୋନୀତ ହୋଇଥିବା ୨୮ଜଣଙ୍କ ଭିତରେ ସ୍ଥାନ ପକ୍କା କରି ସେ ଜିଲା ପାଇଁ ଆଣିଛନ୍ତି ଗୌରବ। ଏ ନେଇ ଜିଲା ଶିକ୍ଷାଧିକାରୀଙ୍କ ନିକଟକୁ ଚିଠି ଆସି ପହଞ୍ଚତ୍ଛି। ଏହାପରେ ସାଇଦତ୍ତଙ୍କ ପାଖକୁ ଶୁଭେଚ୍ଛାର ସୁଅ ଛୁଟିଛି।
ଅନୁଗୋଳ କେନ୍ଦ୍ରୀୟ ବିଦ୍ୟାଳୟର ଏକାଦଶ ବିଜ୍ଞାନ ଶ୍ରେଣୀର ଛାତ୍ର ହେଉଛନ୍ତି ସାଇଦତ୍ତ। ବୋର୍ଡ ପରୀକ୍ଷାରେ କିଭଳି ଭଲ ମାର୍କ ରଖିହେବ ସେ ସମ୍ପର୍କରେ ସାଇଦତ୍ତ ପ୍ରଶ୍ନ କରିଥିଲେ। ଓଡ଼ିଶାରୁ ଚୟନ ହୋଇଥିବା ୨୮ଜଣଙ୍କ ଭିତରେ ତାଙ୍କ ପ୍ରଶ୍ନ ଏକ ନମ୍ବରରେ ରହିଛି। ଏହା ହିଁ ତାଙ୍କୁ ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମରେ ଭାଗ ନେବାକୁ ରାସ୍ତା କଢ଼ାଇଥିବା କୁହାଯାଉଛି। ଦିଲ୍ଲୀର ତାଲକୋଟ୍ରା ଷ୍ଟାଡ଼ିୟମରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହେବ।
ସୂଚନାଯୋଗ୍ୟ, ଡିସେମ୍ବର ୭ରୁ ୨୩ ତାରିଖ ଯାଏ ସାରା ଦେଶରେ ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମରେ ଯୋଗଦେବା ଲାଗି ଅନ୍‌ଲାଇନ୍‌ରେ ପରୀକ୍ଷା ହୋଇଥିଲା। ଏଥିରେ ନବମରୁ ଦ୍ୱାଦଶ ଛାତ୍ରୀଛାତ୍ରମାନେ ଅଂଶଗ୍ରହଣ କରିଥିଲେ। ଆଶାୟୀମାନେ ନାମ ରେଜିଷ୍ଟ୍ରେଶନ କରିବା ସହ କମ୍ପ୍ୟୁଟରରେ ଅନ୍‌ଲାଇନ୍‌ ପରୀକ୍ଷା ଦେଇଥିଲେ। ଏଥିରେ ୫ଟି ବିଷୟରେ ପ୍ରଶ୍ନ ପଚରା ଯାଇଥିଲା। ରେଜିଷ୍ଟ୍ରେଶନ୍‌ କରିଥିବା ଛାତ୍ରୀଛାତ୍ରଙ୍କ ପ୍ରଶ୍ନ ଲକି ଡ୍ର ମାଧ୍ୟମରେ ଉଠାଣ ହୋଇଥିଲା। ଏଥିରେ ସାଇଦତ୍ତ ଚୟନ ହୋଇଛନ୍ତି। ବିଦ୍ୟାଳୟରୁ ମୋଟ ୭୫ ଛାତ୍ରୀଛାତ୍ର ଅଂଶଗ୍ରହଣ କରିଥିବା କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ସାଇଦତ୍ତଙ୍କ ବାପା ବିଜୟ କେତନ ନାଏକ ଜଣେ ଆଇନଜୀବୀ। ମା’ ମଧୁସ୍ମିତା ଜେନା ଏଲ୍‌ଆଇସି ଏଜେଣ୍ଟ ଭାବେ କାର୍ଯ୍ୟରତ ଅଛନ୍ତି। ପୁଅର ଏଭଳି ସଫଳତା ପରେ ଉଭୟ ଖୁସିଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯାତ୍ରୀବାହୀ ବସ୍‌ ଦୁର୍ଘଟଣାଗ୍ରସ୍ତ: ଆହତଙ୍କ ସଂଖ୍ୟା ୨୫କୁ ବୃଦ୍ଧି

ପାପଡ଼ାହାଣ୍ଡି,୧୫।୨(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ପାପଡ଼ାହାଣ୍ଡି ବ୍ଲକ ମୃଗବିହାର ନିକଟରେ ଶନିବାର ଏକ ଘରୋଇ ବସ୍‌ ଦୁର୍ଘଟଣା ଘଟି ଘଟଣାସ୍ଥଳରେ ୨ ଜଣଙ୍କ ମୃତ୍ୟୁ ଘଟିଛି। ତେବେ...

ମାଫିଆଙ୍କ କବ୍‌ଜାରେ ରତ୍ନପଥର ଖଣି

ବିଷମକଟକ/କୋରାପୁଟ,୧୩ା୧୨(ସ୍ବ.ପ୍ର.): ରାୟଗଡ଼ା ଜିଲାରୁ ଅବାଧରେ ବାହାର ରାଜ୍ୟକୁ ରତ୍ନପଥର ଚାଲାଣ କରାଯାଉଛି। ଦୀର୍ଘ ବର୍ଷ ଧରି ମାଫିଆମାନେ ଏହି କାରବାର ଚଳାଇଥିଲେ ମଧ୍ୟ ଏଥିରେ ଲଗାମ...

ଜାତୀୟ ପତାକାକୁ ଅସମ୍ମାନ କଲେ ଅଙ୍ଗନଓ୍ବାଡି ଦିଦି: ରାତିସାରା ଉଡ଼ିଲା ତ୍ରିରଙ୍ଗା

ପାଟଣା,୨୭।୧(ସ୍ବ.ପ୍ର.): ସାରାଦେଶରେ ମଙ୍ଗଳବାର ୭୨ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ତେବେ କେନ୍ଦୁଝର ଜିଲା ସାହାରପଡା ବ୍ଲକ ଖଡିକାପଦା ଗ୍ରାମ ପଞ୍ଚାୟତ ଗୋହିରା ସାହି ଅଙ୍ଗନଓ୍ବାଡି...

ବେଆଇନ ବାଲିଗାଡି ଚଳାଚଳକୁ ବିରୋଧ: ପ୍ରତିବାଦରେ ଧାରଣା ଦେଲେ ଗ୍ରାମବାସୀ

ଆନନ୍ଦପୁର,୧୨।୧୨(ସ୍ବ.ପ୍ର): ବେଆଇନ ଭାବେ ସିଂଡୋଭ ଗ୍ରାମ ରାସ୍ତାରେ ବାଲିଗାଡି ଚଳାଚଳକୁ ବିରୋଧ କରି ଗ୍ରାମବାସୀ ଗୁରୁବାର ଗ୍ରାମ ରାସ୍ତାରେ ଧାରଣା ଦେଇଛନ୍ତି। ଆନନ୍ଦପୁର ଥାନା ଅଧୀନ...

ଶାରଳା ମନ୍ଦିରରେ ଏଜି ଅଡିଟ୍‌: ୨୮କର୍ମଚାରୀଙ୍କ ନିଯୁକ୍ତି ତଥ୍ୟ ମିଳୁନାହିଁ

ଜଗତ୍‌ସିଂହପୁର ଅଫିସ,୨୬ା୧୨: ଜଗତ୍‌ସିଂହପୁର ଜିଲାର ଅଧିଷ୍ଠାତ୍ରୀ ଦେବୀ ମା’ ଶାରଳାଙ୍କ ପୀଠରେ ହେଉଥିବା ଅବ୍ୟବସ୍ଥା ସମ୍ପର୍କରେ ବହୁ ତଥ୍ୟ ଲୋକଲୋଚନକୁ ଆସିଛି। ମନ୍ଦିର ପ୍ରଶାସନ ଅଧୀନରେ...

ମେମୁ ଟ୍ରେନ୍‌କୁ ବ୍ରହ୍ମପୁରରୁ ଚଳାଇବାକୁ ଦାବି

ବ୍ରହ୍ମପୁର ଅଫିସ୍‌,୨୭ା୧୧-ଗଞ୍ଜାମ ଜିଲା ବିଜୁ ପଟ୍ଟନାୟକ ସିନିୟର୍‌ ସିଟିଜେନ୍‌ ଫୋରମ୍‌ ତରଫରୁ ବିଭିନ୍ନ ଦାବି ସମ୍ପର୍କରେ ମଙ୍ଗଳବାର ଷ୍ଟେଶନ୍‌ ମ୍ୟାନେଜର୍‌ଙ୍କ ମାଧ୍ୟମରେ କେନ୍ଦ୍ର ରେଳମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ...

ପେସା ହେଲା କାଳ: ଗଛରୁ ପଡ଼ି ନଡ଼ିଆ ତୋଳାଳିଙ୍କ ମୃତ୍ୟୁ

ଖୋର୍ଦ୍ଧା ଅଫିସ,୩।୧୧: ଖୋର୍ଦ୍ଧା ଜିଲା ବାଣପୁର ମଙ୍ଗରାଜପୁର ଗାଁର ଜଣେ ନଡ଼ିଆ ତୋଳାଳିଙ୍କର ରବିବାର ମୃତ୍ୟୁ ଘଟିଛି। ସେ ହେଲେ ମାନିଆ ପରିଡା(୫୨)। ମାନିଆ ନଡ଼ିଆ...

ଏଣିକି ସବୁଦିନ ଦାରୁଦିଅଁ ଦର୍ଶନ

ପୁରୀ ଅଫିସ,୧୧।୨: ଶ୍ରୀମନ୍ଦିର ଦର୍ଶନ ବ୍ୟବସ୍ଥାରେ ଥିବା କଟକଣାକୁ କୋହଳ କରାଯାଇଛି। ବୁଧବାର ଏନେଇ ନୂଆ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିଅର (ଏସ୍‌ଓପି) ଜାରି ହୋଇଛି। ନୂତନ...

Advertisement
Archives

Model This Week