କଳାକାରଙ୍କ ଉପରେ କରୋନା ଚଡ଼କ: ସବୁ ଉପାର୍ଜନବାଟ ବନ୍ଦ

ଭୁବନେଶ୍ୱର, ୧୭ା୪(ବ୍ୟୁରୋ): କଳାକାରଙ୍କ ଉପରେ କରୋନା ଚଡ଼କ। ଲକ୍‌ଡାଉନ୍‌ ପାଇଁ ଉପାର୍ଜନର ସବୁ ବାଟ ବନ୍ଦ ହୋଇଯାଇଥିବାରୁ ରାଜ୍ୟର ହଜାର ହଜାର କଳାକାର ଏବେ ନାନା ଦୁର୍ଦ୍ଦଶାରେ କାଳାତିପାତ କରୁଛନ୍ତି। ନା ସେମାନଙ୍କ ହାତରେ କାମ ଅଛି ନା ପେଟ ପୋଷିବାକୁ ପାଖରେ ପଇସା ଅଛି। ବିଶେଷକରି ପରିବେଷଣ କଳା ବା ପର୍‌ଫର୍ମିଂ ଆର୍ଟ କ୍ଷେତ୍ରରେ କାର୍ଯ୍ୟ କରୁଥିବା କଳାକାର ଓ ସେମାନଙ୍କ ପରିବାରର ସ୍ଥିତି ଦିନକୁ ଦିନ ବିଗିଡିବାରେ ଲାଗିଛି। ଏଯାଏ କରୋନା ନିୟନ୍ତ୍ରଣକୁ ଆସି ନ ଥିବାରୁ ଆଉ କେତେଦିନ ହାତବାନ୍ଧି ବସିବେ ସେହି ଚିନ୍ତାରେ ଦିନରାତି ଘାରି ହେଉଛନ୍ତି। ଏପରିସ୍ଥିତିରେ ସରକାରଙ୍କ ଅଣଦେଖା ଏହି କଳାକାରଙ୍କୁ ବେଶ୍‌ କଷ୍ଟ ଦେଉଛି।
କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଗତ ମାର୍ଚ୍ଚ ୧୩ରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଉପରେ ରୋକ୍‌ ଲଗାଇଥିଲେ। ବିଭାଗ ଦ୍ୱାରା ଆୟୋଜିତ ହେବାକୁ ଥିବା ସମସ୍ତ ଉତ୍ସବ, ମହୋତ୍ସବ, ସେମିନାର, କର୍ମଶାଳା ଓ ସମ୍ମିଳନୀ ଉପରେ ଅଙ୍କୁଶ ଲଗାଯାଇଥିଲା। ସେହିଦିନଠାରୁ ରବୀନ୍ଦ୍ର ମଣ୍ଡପ, ଉତ୍କଳ ମଣ୍ଡପ, ଭଞ୍ଜକଳା ମଣ୍ଡପ, ଓଡ଼ିଶୀ ଗବେଷଣା କେନ୍ଦ୍ର ପ୍ରେକ୍ଷାଳୟ ଭଳି ପ୍ରମୁଖ ମଣ୍ଡପଗୁଡ଼ିକରେ ମଧ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନକୁ ବନ୍ଦ କରାଯାଇଥିଲା। ସମସ୍ତ ସାଂସ୍କୃତିକ ଓ କଳାକାର ଦଳକୁ ରାଜ୍ୟ ଭିତରେ ଓ ରାଜ୍ୟ ବାହାରକୁ ଯିବାକୁ ବାରଣ କରାଯାଇଥିଲା। ଫଳରେ କଳା ପରିବେଷଣ କରି ପେଟ ପୋଷୁଥିବା କଳାକାରମାନେ ୧ମାସ ହେବ ହାତବାନ୍ଧି ବସିଛନ୍ତି। ସଞ୍ଚତ୍ତ ଅର୍ଥ ସରିଯାଇଥିବାରୁ ସେମାନେ ସରକାରୀ ସହାୟତାକୁ ଚାହିଁ ବସିଛନ୍ତି। ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନାରେ କେବଳ ଦୁଃସ୍ଥ କଳାକାରମାନଙ୍କୁ ଭତ୍ତା ଦିଆଯାଉଥିବାରୁ ପଞ୍ଜୀକୃତ ହୋଇ ନ ଥିବା ତଥା ବହୁ ଯୁବ କଳାକାର କଠିନ ପରିସ୍ଥିତି ଦେଇ ଗତି କରୁଛନ୍ତି। ରାଜ୍ୟସ୍ତରୀୟ ଲୋକନୃତ୍ୟ ମହୋତ୍ସବ ଓ ବିଭାଗ ପକ୍ଷରୁ କଳାକାର ମହାସଂଘ ଦ୍ୱାରା ହେଉଥିବା ସଚେତନତାମୂଳକ କାର୍ଯ୍ୟକ୍ରମ ଆଦି ବନ୍ଦ ହୋଇଯାଇଥିବାରୁ ଏହା ଉପରେ ନିର୍ଭର କରି ଚଳୁଥିବା ଲୁପ୍ତପ୍ରାୟ ଲୋକକଳା କଳାକାର ଓ ଜନାଜତି କଳାକାରମାନେ ବିଶେଷଭାବେ ପ୍ରଭାବିତ ହୋଇଛନ୍ତି। ରାଜ୍ୟ ଏବଂ ରାଜ୍ୟ ବାହାରେ ଚଇତି ଘୋଡ଼ା, ଦଣ୍ଡ ନାଟ, କୃଷ୍ଣ ଲୀଳା, ମେଢ ନାଚ, ନାଗା ନାଚ, ପାଲା, କଣ୍ଢେଇ ନାଟ, ପାଇକ ଆଖଡ଼ା, ରାମଲୀଳା, ଦାସକାଠିଆ, ଝୁମର, କାଠିନାଚ, ଘୁମୁରା, ଘଣ୍ଟ ପାଟୁଆ ଆଦି ଲୋକନୃତ୍ୟ ପରିବେଷଣ କରି ପେଟ ପୋଷୁଥିବା କଳାକାରମାନେ ଜୀବିକା ହରାଇଛନ୍ତି। ସେହିଭଳି ଗାଁ ଗାଁରେ ବାଉଁଶ ରାଣୀ, କେଳା କେଲୁଣୀ ଭଳି କଳା ପ୍ରଦର୍ଶନ କରି ଦୁଇମୁଠା ଖାଇବା ଯୋଗାଡ଼ କରୁଥବା ଗରିବ କଳାକାରମାନେ ଏବେ ଅସହାୟ ହୋଇପଡ଼ିଛନ୍ତି। ନା ସେମାନଙ୍କ ପାଖକୁ ସରକାରୀ ସହାୟତା ପହଞ୍ଚତ୍ପାରୁଛି ନା କୌଣସି ସଂସ୍ଥାର ସହାୟତା। ସେହିଭଳି ଲୋକ ସଙ୍ଗୀତ ଏବଂ ଶାସ୍ତ୍ରୀୟ ସଙ୍ଗୀତ ଶିଳ୍ପୀ ଓ ମଞ୍ଚ କଳାକାରଙ୍କ ଅବସ୍ଥା ବି ସମାନ।

ଜୀବନ କଷ୍ଟକର, ତଥାପି ସହଯୋଗ କରୁଛୁ
ବର୍ତ୍ତମାନର ସ୍ଥିତିରେ କଳାକାରର ଜୀବନ ବଞ୍ଚତ୍ବା କଷ୍ଟଦାୟକ ହୋଇପଡ଼ିଛି। ସାଂସ୍କୃତିକ କାର୍ଯ୍ୟକ୍ରମ ସହ ସଙ୍ଗୀତ ଶିକ୍ଷା ବି ବନ୍ଦ ହୋଇଯାଇଛି। ଏଭଳିସ୍ଥଳେ ଆମେ ଚଳିବୁ କେମିତି ବୋଲି ଦିନରାତି ଭାବୁଥିଲେ ମଧ୍ୟ କରୋନା ମହାଯୁଦ୍ଧ ପାଇଁ ସମସ୍ତ ସହଯୋଗ ଯୋଗାଇଦେଉଛୁ।
-ସୁରେନ୍ଦ୍ର ତ୍ରିପାଠୀ, ଓଡ଼ିଶୀ ସଙ୍ଗୀତ ଗୁରୁ
ସମସ୍ତ କଳାକାରଙ୍କ କଥା ସରକାର ଚିନ୍ତା କରନ୍ତୁ
କେବଳ ମଞ୍ଚ ନାଟକ ଉପରେ ନିର୍ଭର କରି ଓଡ଼ିଶାର ପ୍ରାୟ ୨୦ ହଜାର କଳାକାର, ମେକ୍‌ଅପ୍‌ ମ୍ୟାନ୍‌, ସେଟ୍‌ ଡିଜାଇନର୍‌, ଲାଇଟ୍‌ ଡିଜାଇନର୍‌ ସେମାନଙ୍କ ପରିବାର ଚଳାଉଛନ୍ତି। ଏବେ ଲକ୍‌ଡାଉନ୍‌ ସମସ୍ତଙ୍କ ପେଟକୁ ଲାତ ମାରିଛି। କେବେ ସବୁକିଛି ସ୍ବାଭାବିକ ହେବ ତାହାର କିଛି ଠିକ୍‌ଠିକଣା ନାହିଁ। ଏଭଳିସ୍ଥଳେ ସେମାନେ କିପରି ବଞ୍ଚତ୍ବେ ତାହା ସରକାର ଚିନ୍ତା କରିବା ଉଚିତ୍‌। କେବଳ ଦୁଃସ୍ଥ କଳାକାରମାନଙ୍କୁ ଭତ୍ତା ନଦେଇ ସମସ୍ତ କଳାକାରଙ୍କୁ ସହାୟତା ଦିଆଯାଉ।
-ହରେନ ସାହୁ, ସଭାପତି, ଓଡ଼ିଶା ନାଟ୍ୟ ସଂଘ

ସସ୍ମିତା ପାଇକରାୟ


Enter your email to get our daily news in your inbox.

All Right Reserved By Dharitri.Com

ସାଧାରଣତନ୍ତ୍ର ଦିବସ ପାଳନ ପାଇଁ ଜାରି ହେଲା ଗାଇଡ୍‌ଲାଇନ

ଭୁବନେଶ୍ୱର, ୨୫।୧: କୋଭିଡ୍‌ କଟକଣା ମଧ୍ୟରେ ପାଳନ ହେବ ସାଧାରଣତନ୍ତ୍ର ଦିବସ। ଏଥି ପାଇଁ ସ୍ବତନ୍ତ୍ର ରିଲିଫ କମିଶନ ପକ୍ଷରୁ ଗାଇଡ୍‌ଲାଇନ ଜାରି କରାଯାଇଛି। ଏସ୍‌ଆରସିଙ୍କ...

ଜୁନ ୧୮ ଯାଏ ବଢ଼ିଲା ସମସ୍ତ ଅନ୍ତରୀଣ ନିର୍ଦ୍ଦେଶ

କଟକ ଅଫିସ,୬।୫: ଏକ ଜନସ୍ବାର୍ଥ ମାମଲାର ଶୁଣାଣି କରି ମଙ୍ଗଳବାର କେତେକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ବିଭିନ୍ନ ମାମଲାରେ ପୂର୍ବରୁ ହାଇକୋର୍ଟ କିମ୍ବା ନିମ୍ନକୋର୍ଟଗୁଡ଼ିକ...

ବର୍ଷର ଶେଷ ଦିନ, ନୂଆ ବର୍ଷରେ ପିକ୍‌ନିକ୍‌ ମନା

ଭୁବନେଶ୍ୱର,୧।୧୨(ବ୍ୟୁରୋ): ଗତବର୍ଷ ଭଳି ଏଥର ମଧ୍ୟ ନୂଆବର୍ଷ ପାଳନ ଫିକା ପଡ଼ିବ। ରାଜ୍ୟରେ ଏଥର ଜିରୋନାଇଟ୍‌ ସେଲିବ୍ରେଶନ ହୋଇପାରିବ ନାହିଁ। ମଙ୍ଗଳବାର ରାଜ୍ୟ ସରକାରଙ୍କ ପକ୍ଷରୁ...

କୁକୁର ମୁହଁରେ ଶିଶୁକନ୍ୟା

ଭାପୁର, ୬।୩: ନୟାଗଡ଼ ଜିଲା ଫତେଗଡ଼ ଥାନା ଅଧୀନ ବଡ଼ସହରା ଗ୍ରାମ ତେଲି ସାହିରେ ଶନିବାର ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଥିଲା। ଗାଁ ଦାଣ୍ଡରେ...

କରୋନା ସମ୍ପର୍କରେ ଜାଣିବା ପାଇଁ ୭୪ ପ୍ରତିଶତ ଭାରତୀୟ ଅଗ୍ରଣୀ ଗଣମାଧ୍ୟମ ଉପରେ କରୁଛନ୍ତି ନିର୍ଭର !

ନୂଆଦିଲ୍ଲୀ,୩୦।୩: କରୋନା ସଂକ୍ରମଣ ଭାରତରେ ଆତଙ୍କ ସୃଷ୍ଟି ହୋଇଛି। ସଂକ୍ରମଣ ରୋକିବା ଲାଗି ସାମାଜିକ ଦୂରତା ଅପରିହାର୍ଯ୍ୟ ହୋଇଥିବାରୁ ଭାରତ ସରକାର ୨୧ ଦିନିଆ ଲକ୍‌ଡାଉନ୍‌...

ଅଟୋ-ଟ୍ରକ ମୁହାଁମୁହିଁ: ୫ ମୃତ୍ୟୁ, କେବଳ ଗୋଟିଏ ପରିବାରରୁ ୩ ଜଣ

କାମାକ୍ଷାନଗର,୨୮।୮(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ପଥରଖମ୍ବ ଛକରେ ରବିବାର ଭୋର ସମୟରେ ଏକ ଦୁର୍ଘଟଣା ଘଟିଛି। ଅଟୋ-ଟ୍ରକ ମୁହାଁମୁହିଁ ଧକ୍କା ହେବା ଫଳରେ ଅଟୋ...

ଏଡିଆର୍‌ଆଇରେ ହେବ କରୋନା ପରୀକ୍ଷା

କଟକ ଅଫିସ୍‌,୧।୫: କଟକ ଫୁଲନଖରାସ୍ଥିତ ପ୍ରାଣୀ ରୋଗ ଗବେଷଣା ପ୍ରତିଷ୍ଠାନ(ଏଡିଆର୍‌ଆଇ)ରେ କରୋନା ଭୂତାଣୁ ପରୀକ୍ଷା କରାଯିବ। ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ...

ଆଇସିଏସ୍‌ଇ ଦଶମ ବୋର୍ଡ ପରୀକ୍ଷା ରଦ୍ଦ…

ନୂଆଦିଲ୍ଲୀ,୨୦।୪: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଆଇସିଏସ୍‌ଇ ପକ୍ଷରୁ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାକୁ ରଦ୍ଦ କରାଯାଇଛି। ଅପରପକ୍ଷରେ ନୂଆ ନିର୍ଦ୍ଦେଶ ପର୍ଯ୍ୟନ୍ତ ଦ୍ୱାଦଶ ଶ୍ରେଣୀ...

Advertisement
Archives

Model This Week